*🌄ଆଜିର ର ଖବର, ୨୫-ଜୁନ୍-୨୦୨୨, ଶନିବାର*


🌄ଆଜିର ର ଖବର, ୨୫-ଜୁନ୍-୨୦୨୨, ଶନିବାର

➡️ ୧-ଆଜି ଅଣସର ଦ୍ୱାଦଶୀରେ ଶ୍ରୀନହରକୁ ରାଜପ୍ରସାଦ ବିଜେ କରିବେ ମହାବାହୁ । ସୁସ୍ଥତାର ଖବର ଆଦ୍ୟ ସେବକ ଗଜପତିଙ୍କୁ ପ୍ରଦାନ କରିବେ ଦଇତାପତି ସେବାୟତ।

➡️୨-ଚଳିତ ମାସ ୨୯ ତାରିଖ ଦିନ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍(ମାଟ୍ରିକ୍), ମଧ୍ୟମା(ସଂସ୍କୃତ ଟୋଲ), ରାଜ୍ୟ ମୁକ୍ତବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଫଳ ପ୍ରକାଶ ପାଇବ ।

➡️୩-ଏବର୍ଷ ୧୧ ନୂଆ ITI ରେ ହେବ ନାମଲେଖା, ଆଗ୍ରହୀ ଛାତ୍ରଛାତ୍ରୀ ଜୁଲାଇ ୧୨ସୁଦ୍ଧା ସାମ୍ସ ପୋର୍ଟାଲ www.samsodisha ଓ www.dtetodisha.gov,in ରେ ଆବେଦନ କରିପାରିବେ ।

➡️ ୪-ଆସନ୍ତା ଜୁଲାଇ ୨ ତାରିଖରୁ ଆରମ୍ଭ ହେବାକୁ ଥିବା ବଜେଟ୍ ଅଧିବେଶନର ସୁପରିଚାଳନା ପାଇଁ ଚଳିତ ମାସ ୨୯ ତାରିଖ ପୂର୍ବାହ୍ନ ୧୧ ଘଟିକା ସମୟରେ ବାଚସ୍ପତି ଶ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ବସିବ ସର୍ବଦଳୀୟ ବୈଠକ ।

➡️୫-ନାମାଙ୍କନ ଭରିଲେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ପ୍ରଥମ ପ୍ରସ୍ତାବକ ଭାବେ ଦସ୍ତଖତ କଲେ ପ୍ରଧାନମନ୍ତ୍ରୀ ।

➡️୬-ଏଣିକି ସ୍କୁଲ ବସ୍ ଓ ଅଟୋରେ ଯାଉଥିବା ଛାତ୍ରୀଛାତ୍ରଙ୍କ ଓଭରଲୋଡିଂକୁ ନେଇ କଡ଼ାକଡ଼ି ଯାଞ୍ଚ କରାଯିବ। 

➡️୭-ମହାପ୍ରଭୁ ଶ୍ରୀ ଅଲାରନାଥଙ୍କ ଅନବସର ଦର୍ଶନ, ଖିରିଖିଆ ଠାକୁରଙ୍କ ଆଶିଷ ପାଇବାକୁ ଲାଗିଲା ଶ୍ରଦ୍ଧାଳୁଙ୍କ ଭିଡ। 

➡️୮-ଆଜି ହସ୍ପିଟାଲରୁ ଘରକୁ ଫେରିବ ମୃତ୍ୟୁଞ୍ଜୟୀ ବାଳକ ରାହୁଲ । ୧୧ଟା ବେଳେ ରାହୁଲକୁ ବିଳାସପୁରର ଆପୋଲୋ ହସ୍ପିଟାଲରୁ ଡିସଚାର୍ଜ କରାଯିବା ପରେ ଜାଞ୍ଜଗିର ଚାମ୍ପା ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଅପରାହ୍ନ ୩ଟା ବେଳକୁ ନିଜ ଗାଁ ପିହରିଡ୍ରେ ପହଞ୍ଚିବ ।

➡️୯-ବାଲେଶ୍ୱର ଜିଲା ଚାନ୍ଦିପୁରସ୍ଥିତ ସମନ୍ବିତ ପରୀକ୍ଷଣ କେନ୍ଦ୍ର (ଆଇଟିଆର)ରୁ ସ୍ବଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ‘ଭିଏଲ-ଏସ୍ଆରଏସ୍ଏଏମ୍’ର ହେଲା ସଫଳ ଉତ୍କ୍ଷେପଣ ।

➡️୧୦-ପୁରୀ ସ୍ବର୍ଗ ଦ୍ବାର ରେ ପଞ୍ଚଭୂତରେ ବିଲୀନ ହେଲା ଅଭିନେତା ରାଇମୋହନ ପରିଡ଼ାଙ୍କ ପାର୍ଥୀବ ଶରୀର। 

➡️୧୧-ୟଶରାଜ ଫିଲ୍ମର ଆଗାମୀ ଫିଲ୍ମ “ଶମଶେରା”ର ଟ୍ରେଲର ହେଲା ରିଲିଜ୍ ।

➡️୧୨-ଶିବସେନାରେ ଛକାପଞ୍ଝା : ଆଜି ବସିବ ଜାତୀୟ କାର୍ଯ୍ୟକାରିଣୀ ବୈଠକ । ବିଦ୍ରୋହୀ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ହୋଇପାରେ ବିଚାର ବିମର୍ଷ ।

➡️୧୩-ଆଜି ଶିବସେନା ସଭାପତି ଏବଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ନେଇ କରିବେ ବୈଠକ ।

➡️୧୪-ବଡ଼ ଉଦ୍ୟୋଗ ଉପରେ ୧୦% ସୁପର ଟ୍ୟାକ୍ସ ଲାଗୁ କଲା ପାକିସ୍ତାନ ।

➡️୧୫-ଯୁଦ୍ଧ ଚିନ୍ତା ଭିତରେ ୟୁକ୍ରେନକୁ ବଡ ଆଶ୍ୱସ୍ତି: ଦେଶକୁ ଖୁବ ଶିଘ୍ର ମିଳିପାରେ ୟୁରୋପୀୟ ସଂଘର ସଦସ୍ୟତା ।

➡️୧୬-ଆମେରିକାରେ ଗର୍ଭପାତ କରିବା ଏଣିକି ସାମ୍ବିଧାନିକ ଅଧିକାର ନୁହେଁ, ବଦଳାଇଲେ ୫୦ ବର୍ଷ ତଳର ଆଇନ । ଏନେଇ ସୁପ୍ରିମକୋର୍ଟ ଦେଲେ ଐତିହାସିକ ରାୟ ।

➡️୧୭-ୟୁକ୍ରେନ ରୁଷ ଯୁଦ୍ଧକୁ ପୂରିଲା ଚାରି ମାସ, ସେପଟେ ସିଭର୍ସାଇଡୋନେଟସ୍କ ରୁ ସେନା ପ୍ରତ୍ୟାହାର କଲା କିଭ୍ ।

➡️୧୮-ହାର୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବାଧୀନ ଭାରତୀୟ କ୍ରିକେଟ୍ ଦଳ ଆୟରଲାଣ୍ଡ ସହ ଆସନ୍ତାକାଲିଠାରୁ ଆରମ୍ଭ ହେବ ଟି୨୦ ସିରିଜ୍ ।

➡️୧୯-ଅଷ୍ଟ୍ରେଲିଆ ଶ୍ରୀଲଙ୍କାକୁ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ଶେଷ ମ୍ୟାଚରେ ୪ ଓ୍ଵିକେଟ୍ରେ ହରାଇଲା । ୩-୨ରେ ଦିନିକିଆ ସିରିଜ୍ ହାତେଇଲା ଶ୍ରୀଲଙ୍କା ।

➡️୨୦-୧୯୮୩ ରେ ବିଶ୍ୱକପ୍ ଜିତି ଆଜିର ଦିନରେ ଭାରତ ରଚିଥିଲା ଇତିହାସ ।

*➡️ଘରୁ ବାହାରକୁ ଯିବା ସମୟରେ ସାଙ୍ଗରେ ପାଣି, ଛତା, ଗାମୁଛା ଧରି ବାହାରକୁ ଯାଆନ୍ତୁ ଏବଂ ଖରାଦିନିଆ ବିଭିନ୍ନ ରୋଗ ଦାଉରୁ ରକ୍ଷା ପାଇବା ପାଇଁ ଖରାପ୍ରତି ସତର୍କ ରହନ୍ତୁ l

0 Comments