🌄ସକାଳର ଖବର, ୨୪-ମାର୍ଚ୍ଚ-୨୦୨୨,ଗୁରୁବାର

🌄ସକାଳର ଖବର, ୨୪-ମାର୍ଚ୍ଚ-୨୦୨୨,ଗୁରୁବାର

୧. କେନ୍ଦ୍ର ସରକାରଙ୍କ ବିରୋଧରେ ଗର୍ଜିବେ ଶ୍ରମିକ, କୃଷକ ଓ ଜନବିରୋଧୀ ନୀତି ବିରୋଧରେ ୨୮ ଓ ୨୯ ମାର୍ଚ୍ଚରେ ଦେଶବ୍ୟାପୀ ହରତାଳ ଡାକରା ଦେଇଛି ।


୨. ଜାତୀୟ ରାଜପଥରେ ଟୋଲ ପ୍ଲାଜାକୁ ନେଇଇ ଆସିଲା ନୂଆ ନିୟମ । ଏ ନେଇ କେନ୍ଦ୍ର ସରକାରଙ୍କ ତରଫରୁ ନିଷ୍ପତ୍ତି ନିଆଯାଇଛି । ଏଣିକି ୬୦ କିଲୋମିଟର ଦୂରତା ମଧ୍ୟରେ ରହିପାରିବନି ୨ଟି ଟୋଲ ପ୍ଲାଜା । 


୩. ଯାହା କରି ପାରିଲାନି ଟିମ୍ ଇଣ୍ଡିଆ, ତାହା କରି ଦେଖାଇଲା ବାଂଲାଦେଶ, ଦକ୍ଷିଣ ଆଫ୍ରିକାରେ ଜିତିଲା ଦିନିକିଆ ସିରିଜ୍ ।


୪. ୟୁକ୍ରେନ ସଙ୍କଟ: ନାଟୋର ସଙ୍ଗୀନ ଅଭିଯୋଗ- ଖୋଲାଖୋଲି ମିଛ କହି ରୁଷକୁ ରାଜନୈତିକ ସମର୍ଥନ ଦେଉଛି ଚୀନ ।


୫. ଆସନ୍ତାକାଲି ଖୋର୍ଦ୍ଧା ଜିଲ୍ଲାର ଜଟଣୀ, ଖୋର୍ଦ୍ଧା, ବାଲୁଗାଁ ଓ ବାଣପୁର ପୌରାଂଚଳ ପାଇଁ ମତଦାନ ହେବ । ଏହି ଚାରିଟି ପୌରାଂଚଳର ୧ଲକ୍ଷ ୯୫୫୪ଜଣ ଭୋଟର ୨୩୧ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ।


୬. ଶ୍ରୀଲଙ୍କାରେ ଖାଦ୍ୟ ପାଇଁ ହାହାକାର: ଦେଶ ଛାଡୁଛନ୍ତି ନାଗରିକ, ଭାରତରୁ ଉଦ୍ଧାର ହେଲେ ୧୬ ଅନୁପ୍ରବେଶକାରୀ ।


୭. ଲକ୍ଷ୍ନୌ ସୁପର ଜିଆଣ୍ଟସ ଦଳରେ ସାମିଲ ହେଲେ ଅଷ୍ଟ୍ରେଲିଆର ସୁପରଷ୍ଟାର ଖେଳାଳି । ଆହତ ମାର୍କ ଉଡଙ୍କ ବିକଳ୍ପ ଭାବରେ ଏହି ଖେଳାଳିଙ୍କୁ ସାମିଲ କରିଛି ରାହୁଲ ସେନା । ଅଷ୍ଟ୍ରେଲିଆର ଷ୍ଟାର ବୋଲର ଆଣ୍ଡ୍ର୍ୟୁ ଟାଇଙ୍କୁ ସାମିଲ କରଯାଇଛି ।


୮. ଡଃ ରାମମନୋହର ଲୋହିଆଙ୍କର ୧୧୨ତମ ଜନ୍ମଜୟନ୍ତୀ ଓ ଭଗତ ସିଂଙ୍କର ୯୧ତମ ଫାଶି ଦିବସ ପାଳିତ ।


୯. ପୁଟିନଙ୍କୁ ଝଟକା, ରୁଷ-ୟୁକ୍ରେନ ଯୁଦ୍ଧ ବିରୋଧ କରି ଦେଶ ଛାଡିଲେ ପରାମର୍ଶଦାତା, ୨୫ ବର୍ଷ ପୂର୍ବେ ପୁଟିନଙ୍କୁ ଦେଇଥିଲେ ଚାକିରି ।


୧୦. ବୀରଭୂମ ହିଂସା ଘଟଣାରେ ପ୍ରଧାନମନ୍ତ୍ରୀ କହିଲେ ଦୋଷୀଙ୍କ ବିରୋଧରେ ହେଉ ଦୃଢ କାର୍ଯ୍ୟାନୁଷ୍ଠାନ । ଘଟଣାସ୍ଥଳର ଭିଡିଓ ରେକର୍ଡିଂ ସହ ପ୍ରମାଣ ନଷ୍ଟ ନକରିବାକୁ କୋଲକାତା ହାଇକୋର୍ଟ ଦେଲେ ନିର୍ଦ୍ଦେଶ ।


୧୧. ସିଏମଆଇଇ ରିପୋର୍ଟରେ ଆସିଲା ତଥ୍ୟ । ଓଡିଶାରେ ବେକାରୀ ସବୁଠୁ କମ୍ । ସିଏମଆଇଇ ରିପୋର୍ଟ ମୁତାବକ, ଓଡ଼ିଶାରେ ବେକାରୀ ହାର ୧.୪୭ ପ୍ରତିଶତ ରହିଛି । 


୧୨. ପୁଣି ପରମାଣୁ ଡର ଦେଖାଇଲା ରୁଷ୍ । କହିଲା, ଆବଶ୍ୟକ ହେଲେ କରିବୁ ପରମାଣୁ ଅସ୍ତ୍ର ବ୍ୟବହାର ।


୧୩. ବଢିବ ଭାରତର ଶକ୍ତି: ବ୍ରହ୍ମୋସ ସୁପରସୋନିକ୍‌ କ୍ରୁଜ୍‌ ମିଶାଇଲର ସଫଳ ପରୀକ୍ଷଣ ।


୧୪. ରାଜ୍ୟରେ ୨୦୨୫ ସୁଦ୍ଧା ଯକ୍ଷ୍ମାରୋଗକୁ ନିର୍ମୂଳ କରାଯିବା ଲକ୍ଷ୍ୟ ରହିଛି: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।


୧୫. ‘ଜନଜାତି ଶିକ୍ଷା ସମ୍ବାଦ’ ରେ କେନ୍ଦ୍ରମନ୍ତ୍ରୀଙ୍କ ଉଦବୋଧନ : ଜନଜାତି ଛାତ୍ରଛାତ୍ରୀଙ୍କୁ ରକେଟ୍ ସାଇନ୍ସ ପର୍ଯ୍ୟନ୍ତ ପହଁଚାଇବା ପ୍ରଧାନମନ୍ତ୍ରୀଙ୍କର କଳ୍ପନା- ଧର୍ମେନ୍ଦ୍ର ପ୍ରଧାନ ।


୧୬. ୧୬୩ ମେଟ୍ରିକ ଟନ୍ କୋଇଲା ଉତ୍ପାଦନ କରି ସ୍ଥିର ରେକର୍ଡ ହାସଲ କଲା ମହାନଦୀ କୋଲଫିଲ୍ଡସ୍ ଲିମିଟେଡ ।


୧୭. ୨ ବର୍ଷ ପରେ ହଟିବ ମହାମାରୀ ଆଇନ । ସଂକ୍ରମଣ କମୁଥିବାରୁ ମାର୍ଚ୍ଚ ୩୧ରୁ ଆଇନକୁ ହଟାଇବା ପାଇଁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ।


୧୮. ଆଇପିଏଲ୍‌ ପ୍ରେମୀଙ୍କ ପାଇଁ ଗ୍ରୀନ ସିଗନାଲ: ଏଣିକି ଘରେ ନୁହଁ, ଷ୍ଟାଡ଼ିୟମରେ ବସି ଦେଖିବେ ମ୍ୟାଚ୍‌ ।


୧୯. ଆସନ୍ତା ସପ୍ତାହରେ ଚିନ୍ତା ବଢାଇପାରେ ବିଜୁଳି ସମସ୍ୟା: ଦେଶବ୍ୟାପୀ ୨୮ ଓ ୨୯ ତାରିଖ ଦିନ ବନ୍ଦ ରହିପାରେ ବିଜୁଳି ଯୋଗାଣ ।


୨୦. ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ଆସନ୍ତା ମାର୍ଚ୍ଚ ୨୮ ତାରିଖରୁ ଖୋଲିବ । ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଏସ୍‌ଓପି ଜାରି କରାଯାଇଛି । ୩ରୁ ୬ ବର୍ଷର ଶିଶୁମାନଙ୍କ ପାଇଁ ସକାଳ ୭ଟା ୩୦ରୁ ୯ଟା ୩୦ ପର୍ଯ୍ୟନ୍ତ ଅଙ୍ଗନବାଡ଼ି କେନ୍ଦ୍ର ଖୋଲା ରହିବ ।


୨୧. ଭାରତର ଏକ ଡ୍ରୋନ୍ ନିର୍ମାତା ଓ ସମାଧାନ ପ୍ରଦାନକାରୀ ତଥା ଜିଓ ପ୍ଲାଟଫର୍ମସ୍ ର ସହଯୋଗୀ (ସବସିଡିଆରି) ସଂସ୍ଥା ଆଷ୍ଟେରିଆ ଏରୋସ୍ପେସ୍ ପକ୍ଷରୁ ଏହାର ସମ୍ପୂର୍ଣ୍ଣ ଡ୍ରୋନ ପରିଚାଳନା ପ୍ଲାଟଫର୍ମ 'ସ୍କାଏଡେକ୍‌' ର ଶୁଭାରମ୍ଭ କରାଯାଇଛି ।


୨୨. ଆରମ୍ଭ ହେବ ଓଡ଼ିଶା ବିଧାନସଭା ଟିଭି ଚ୍ୟାନେଲ । ଏପ୍ରିଲ ୧ ଅର୍ଥାତ ଉତ୍କଳ ଦିବସରୁ ଏହାର ଶୁଭାରମ୍ଭ ହେବ ।


୨୩. ଆସନ୍ତା ୨୫ ତାରିଖରୁ ବିଧାନସଭା ଅଧିବେଶନ । ତା ପୂର୍ବରୁ ଆଜିଠୁ ଆରମ୍ଭ ହୋଇଛି କୋଭିଡ ଟେଷ୍ଟ । ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କୋଭିଡ ଟେଷ୍ଟ କରିଛନ୍ତି ।


୨୪. ବିଶ୍ୱର ନମ୍ବର ୧ ମହିଳା ଟେନିସ ଖେଳାଳି ଆଶଲେ ବାର୍ଟି ବୁଧବାର ସନ୍ନ୍ୟାସ ଘୋଷଣା କରିଛନ୍ତି । ସ୍ବପ୍ନ ପୂରା କରିସାରିଥିବାରୁ ମାତ୍ର ୨୫ ବର୍ଷ ବୟସରେ ସେ ଅବସର ନିଷ୍ପତ୍ତି ନେଇଥିବା କହିଛନ୍ତି । 

0 Comments