ଖବର ଆଜିର
ତାରିଖ ୦୭-୦୧-୨୦୨୨/ଶୁକ୍ରବାର
୧-ରାଜ୍ୟର ପ୍ରଥମ ଓମିକ୍ରନ ମୃତ୍ୟୁ, କରୋନା ସଂକ୍ରମଣର ୧୪ ଦିନ ପରେ ଆସିଲା ରିପୋର୍ଟ ।
୨-ୱାଣ୍ଡରର୍ସରେ ଅନୁଷ୍ଠିତ ଦ୍ୱିତୀୟ ଟେଷ୍ଟ ମ୍ୟାଚକୁ ଜିତି ନେଇଛି ଦକ୍ଷିଣ ଆଫ୍ରିକା । ଭାରତକୁ ୭ ୱିକେଟରେ ପରାସ୍ତ କରିବା ସହିତ ସିରିଜକୁ ୧-୧ ସ୍ଥିତିକୁ ଆଣିଛି ଦଳ ।
୩-ସିବିଆଇ ଜାଲରେ ପାରାବୋଲିକ୍ ଫାର୍ମା କମ୍ପାନୀ ମାଲିକ: ୧ ହଜାର ୬୨୬ କୋଟି ଠକେଇ ମାମଲାରେ ଗୁପ୍ତା ଭାଇଙ୍କ ନାମରେ ମାମଲା ରୁଜୁ ।
୪-ତପସ୍ୱିନୀଙ୍କୁ ତାଙ୍କ ଶାଶୁଘରେ ରହିବାକୁ କୋର୍ଟଙ୍କ ନିର୍ଦ୍ଦେଶ ନାହିଁ: ସୁମିତଙ୍କ ଓକିଲ ।
୫-ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ କରୋନା ପଜିଟିଭ୍ ଚିହ୍ନଟ, ଟ୍ଵିଟ୍ କରି ଦେଲେ ସୂଚନା ।
୬-ସମ୍ଭାବ୍ୟ ତୃତୀୟ ଲହର ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି: ୭ ଦିନ ଭିତରେ ପ୍ରସ୍ତୁତି ସାରିବାକୁ ଘରୋଇ ହସ୍ପିଟାଲଗୁଡିକୁ ନିର୍ଦ୍ଦେଶ ।
୭-ପୁରୀରେ ଭକ୍ତଙ୍କ ପାଇଁ ମହଙ୍ଗା ହେବ ରହିବା, ଘରୋଇ ସଂସ୍ଥା ହାତକୁ ଯିବ ଭକ୍ତ ନିବାସ ।
୮-ପ୍ରଧାନମନ୍ତ୍ରୀ ପୂରା ଦେଶର, ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଅ: ସୋନିଆ ଗାନ୍ଧୀ ।
୯-କଡାକଡି ହେଲା ନିୟମ, ଭୁବନେଶ୍ୱର ବିମାନବନ୍ଦରରେ ହେବ କୋଭିଡ ପରୀକ୍ଷା ।
୧୦-କୋଭିଡ କଟକଣାରେ ପାଳନ ହେବ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ । ପତାକା ଉତ୍ତୋଳନ କରିବେ ରାଜ୍ୟପାଳ ।
୧୧-ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି ମାମଲା, ବଡ ନିଷ୍ପତ୍ତି ନେଇପାରେ ଗୃହ ମନ୍ତ୍ରଣାଳୟ, ସଙ୍କେତ ଦେଲେ ମନ୍ତ୍ରୀ ।
୧୨-ବୁଲି ବାଇ ଆପ୍ : ଚତୁର୍ଥ ଅଭିଯୁକ୍ତ, ମାଷ୍ଟମାଇଣ୍ଡ ନୀରଜ ବିଷ୍ଣୋଈ, ୨୧ ବର୍ଷ – ଆସାମରୁ ଗିରଫ ।
୧୩-ମାହାଙ୍ଗା ଡବଲ ମର୍ଡର ଘଟଣା: ନବୀନଙ୍କୁ ଧର୍ମେନ୍ଦ୍ରଙ୍କ ଟାର୍ଗେଟ୍, କହିଲେ ଦିନ କାଳ ଧୀରେ ଧୀରେ ସରିବ ।
୧୪-କଟକରେ ସବୁ ପରିବାରକୁ ୨୪ ଘଣ୍ଟିଆ ପାଇପ ପାଣି ବ୍ୟବସ୍ଥା ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ, ୭୯୦ କୋଟି ଟଙ୍କାର ପ୍ରକଳ୍ପ ଉଦ୍ଘାଟିତ ।
୧୫-ଆଜିଠାରୁ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ ସରକାରୀ ଅଫିସ୍ ।
୧୬-ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପଶିଲା କରୋନା; ସଂକ୍ରମିତ ହେଲେଣି ୩ରୁ ଅଧିକ ଅଧିକାରୀ, କର୍ମଚାରୀ ।
୧୭-ରାଜଧାନୀ କୋଚ ସହିତ ପୁରୀ-ହଟିଆ-ପୁରୀ ତପସ୍ୱିନୀ ଏକ୍ସପ୍ରେସର ଶୁଭାରମ୍ଭ : କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସବୁଜ ପତାକା ପ୍ରଦର୍ଶନ କରି ଶୁଭାରମ୍ଭ କଲେ ।
୧୮-ଆଇସିସି ମହିଳା ଦିନିକିଆ ବିଶ୍ବକପ ପାଇଁ ଭାରତୀୟ ଦଳ ଘୋଷିତ : ମିତାଲି ଅଧିନାୟିକା; ଜେମିମା ଓ ଶିଖା ବାଦ୍ ।
୧୯-ପ୍ରଧାନମନ୍ତ୍ରୀଙ୍କ କାରକେଡ୍ ଅଟକିବା ଘଟଣାରେ ପ୍ରତିକ୍ରିୟା ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କହିଲେ ସୁରକ୍ଷାରେ ତ୍ରୁଟି ଗ୍ରହଣୀୟ ନୁହେଁ ।
୨୦-ଆନ୍ତଃରାଜ୍ୟ ଟ୍ରାନ୍ସମିସନ ପ୍ରଣାଳୀ-ସବୁଜ ଇନ୍ଧନ କରିଡର ୨ୟ ପର୍ଯ୍ୟାୟରେ ଖର୍ଚ୍ଚ ହେବ ୧୨,୦୩୧ କୋଟି ଟଙ୍କା ।
ଶୁଭ ସକାଳ,ସୁପ୍ରଭାତ
0 Comments