୧୨-ମାର୍ଚ୍ଚ-୨୦୨୨,ଶନିବାର
•┈┈┈┈┈┈┈┈┈┈┈┈┈┈┈┈┈┈┈┈┈┈•
୧-ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟକୁ ନେଇ ପୁଣି ଆସିଲା ବିବାଦ । ୫ଫୁଟ୍ ପାଇଁ ଅନୁମତି ଥିବାବେଳେ ୩୫ ଫୁଟ୍ ପର୍ଯ୍ୟନ୍ତ ଖନନ କାର୍ଯ୍ୟ କରାଯାଉଥିବାରୁ ଶ୍ରୀମନ୍ଦିର ଭିତ୍ତିଭୂମି ପ୍ରତି ବିପଦ ଆଶଙ୍କା ରହୁଛି ବୋଲି ପୁରୀ ଓକିଲ ସଂଘ କଲେ ଦାବି ।
୨-ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଅଫଲାଇନରେ ହେବ । ଏପ୍ରିଲ୍ ୨୯ରୁ ମେ\’ ୬ ମଧ୍ୟରେ ଶେଷ ହେବ ମାଟ୍ରିକ ପରୀକ୍ଷା । ଯଥା ସମ୍ଭବ ନିଜ ସ୍କୁଲରେ ହେବ ମାଟ୍ରିକ ପରୀକ୍ଷା ।
୩-ଆଜି ବ୍ଲକ ଚେୟାରମ୍ୟାନ୍ ନିର୍ବାଚନ । ନବନିର୍ବାଚିତ ପଞ୍ଚାୟତ ସମିତି ସଦସ୍ୟମାନେ ନିଜ ଭିତରୁ ଜଣଙ୍କୁ ଅଧ୍ୟକ୍ଷ ଭାବେ ନିର୍ବାଚିତ କରିବେ। ଏଥିପାଇଁ ସବୁ ଜିଲ୍ଲାରେ ଛକାପଞ୍ଝା ଜାରି ରହିଛି।
୪-ଏପ୍ରିଲ ୩୦ର ହେବ ଚଳିତବର୍ଷର ପ୍ରଥମ ସୂର୍ଯ୍ୟପରାଗ, ୧୬ଘଣ୍ଟାରୁ ଅଧିକ ସମୟ ଧରି ଚାଲିବ ।
୫-‘IRDAI’ର ନୂଆ ଅଧ୍ୟକ୍ଷ ହେଲେ ଓଡ଼ିଶାରେ ଜନ୍ମ ଗ୍ରହଣ କରିଥିବା ଦେବାଶିଷ ପଣ୍ଡା।
୬-ଭିଜିଲାନ୍ସ ଜାଲରେ ପଡ଼ିଲେ ସମ୍ବଲପୁର ର ଟିପିଡବ୍ଲ୍ୟୁଓଡିଏଲ୍ ଜେନେରାଲ୍ ମ୍ୟାନେଜର୍(ଜିଏମ୍) ସନ୍ତୋଷ କୁମାର ଦର୍ଜି। ଯାଞ୍ଚ ବେଳେ ୩ କୋଟିରୁ ଅଧିକ ସମ୍ପତ୍ତି ଠାବ ହୋଇଥିବା ସୂଚନା ମିଳିଛି। ସେଥିରୁ ୧ କୋଟି ୨୨ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା ଓ ବୀମା ରହିଛି।
୭-ଦେଶ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ ଅବସରରେ ନୂଆଦିଲ୍ଲୀ ର କପର୍ନିକସ୍ ମାର୍ଗସ୍ଥିତ କମନୀ ପ୍ରେକ୍ଷାଳୟ ଠାରେ ୨୪ ଜଣ ଲେଖକଙ୍କୁ ମିଳିଲା ସମ୍ମାନଜନକ ‘କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର’ । ଏଥିରେ ଓଡ଼ିଶାର ଦୁଇଜଣ ପୁରସ୍କୃତ ହୋଇଛନ୍ତି ।
୮-ରାଜ୍ୟ ଅର୍ଥସେବାର ୧୯ ବରିଷ୍ଠ ଓ ଦକ୍ଷ ଅଧିକାରୀଙ୍କୁ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇ ଗତକାଲି ସେମାନଙ୍କୁ ପୌରସଂସ୍ଥା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀମାନଙ୍କ ନିର୍ବାଚନ ଖର୍ଚ୍ଚ ସମ୍ପର୍କରେ କିପରି ଓ କେଉଁ ପ୍ରକାରରେ ହିସାବ ରଖିବେ ସେନେଇ ଦିଆଗଲା ତାଲିମ ।
୯-ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଚନ୍ନୀ ଦେଲେ ଇସ୍ତଫା, ମାର୍ଚ୍ଚ ୧୬ରେ ଶପଥ ନେବେ ନୂଆ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ । ‘ଆପ୍’ର ଏହି ସଫଳତା ପାଇଁ ପ୍ରଧାନମନ୍ତ୍ରୀ ଆପ୍କୁ ଜଣାଇଲେ ଅଭିନନ୍ଦନ ।
୧୦-ପ୍ରାୟ ୩ବର୍ଷର ବ୍ୟବଧାନ ପରେ ପରଦାକୁ ଫେରିଲେ ବାହୁବଳୀ ଷ୍ଟାର ପ୍ରଭାସ । ରିଲିଜ ହେଲା ଫିଲ୍ମ ରାଧେଶ୍ୟାମ; ଦର୍ଶକଙ୍କ ମନ ଛୁଇଁଲା ପ୍ରଭାସ ଓ ପୂଜାଙ୍କ ଆର୍କଷଣୀୟ ଅଭିନୟ ।
୧୧-୪ ରାଜ୍ୟ ବିଜୟ ପରେ ଗତକାଲି ଗାନ୍ଧିନଗର ରେ ପହଞ୍ଚି ଦୁଇ ବର୍ଷ ପରେ ମା’ଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ।
୧୨-ଉତ୍ତରପ୍ରଦେଶ ସମେତ ଉତ୍ତରାଖଣ୍ଡ, ମଣିପୁର ଏବଂ ଗୋଆ ବିଧାନସଭା ନିର୍ବାଚନରେ ବିଜେପିର ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଗୁଜରାଟରେ କଲେ ବିଜୟ ଶୋଭାଯାତ୍ରା ।
୧୩-ଚାଇନା ପ୍ରଧାନମନ୍ତ୍ରୀ ଲି କେକିଆଙ୍ଗ ଚଳିତ ବର୍ଷ ଇସ୍ତଫା ଦେବେ। ସେ ଦଶବର୍ଷ ହେଲା ଦେଶର ଅର୍ଥନୀତି ପରିଚାଳନା କରିଆସୁଥିଲେ। ତେବେ ୧୦ ବର୍ଷରେ ଥରେ ଚାଇନାରେ ନେତୃତ୍ୱ ପରିବର୍ତ୍ତନ ଲାଗି କମ୍ୟୁନିଷ୍ଟ ସରକାର ପ୍ରସ୍ତାବ ଆଣିବାକୁ ଯାଉଛନ୍ତି।
୧୪-ଜାତିସଂଘ ସୁରକ୍ଷା ପରିଷଦରେ ଋଷକୁ ଟାର୍ଗେଟ କଲା ଆମେରିକା : କହିଲା, ୟୁକ୍ରେନରେ ଜୈବିକ ଅସ୍ତ୍ର ନିର୍ମାଣ ନେଇ ରଷର ଅଭିଯୋଗ ସମ୍ପୂର୍ଣ୍ଣ ମିଛ ।
୧୫-ଜମ୍ମୁକାଶ୍ମୀରର ଗନ୍ଧରୱଲ, ହିନ୍ଦୱାଡା ଓ ପୁଲୱାମାରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟର ରେ ଟଳିଲେ ୪ ଆତଙ୍କବାଦୀ । ଏହି ଏନକାଉଣ୍ଟରରେ ଆତଙ୍କୀ ସଂଗଠନ ଲସ୍କର ଇ ତାୟିବାର ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି ।
୧୬-ଖାରକିଭରେ ପରମାଣୁ ରିଆକ୍ଟର ଥିବା ପ୍ରତିଷ୍ଠାନ ଉପରେ ରୁଷ୍ କଲା ବୋମାମାଡ଼ । ୨୦୦ରୁ ଅଧିକ ଉତ୍ପାଦ ରପ୍ତାନି ଉପରେ ମଧ୍ୟ ଲଗାଇଲା କଟକଣା । ଏଥିରେ ମେଡିକାଲ ଉପକରଣ ଏବଂ କୃଷି ଯନ୍ତ୍ରପାତି ଠାରୁ ଆରମ୍ଭ କରି ରେଳ, କାର, ଟର୍ବାଇନ ପର୍ଯ୍ୟନ୍ତ ଜିନିଷଗୁଡିକ ରହିଛି।
୧୭-ଆଜି ହେବାକୁ ଥିବା ଭାରତ-ଶ୍ରୀଲଙ୍କା ପିଙ୍କ୍ ବଲ୍ ଟେଷ୍ଟ ପାଇଁ ଶତପ୍ରତିଶତ ଦର୍ଶକଙ୍କୁ ଷ୍ଟାଡିୟମରେ ବସି ମ୍ୟାଚ୍ ଦେଖିବାକୁ ମିଳିଲା ଅନୁମତି । ଏହି ମ୍ୟାଚ ବେଙ୍ଗାଲୁରୁ ର ଏନ ଚିନ୍ନାସ୍ଵାମୀ ଷ୍ଟାଡିୟମରେ ଦିବାରାତ୍ର ଖେଳାଯିବ।
୧୮-ସ୍ପେନ୍ ବିପକ୍ଷରୁ ଘରୋଇ ପ୍ରୋଲିଗ୍ ଅଭିଯାନ ଆରମ୍ଭ କରିଥିବା ଭାରତୀୟ ମହିଳା ଦଳ ଆଜି ଏବଂ ଆସନ୍ତାକାଲି ଡବଲ୍-ହେଡର୍ରେ ବିଶ୍ବର ୫ ନମ୍ବର ଜର୍ମାନୀକୁ ଭେଟିବ। ଏହି ମ୍ୟାଚ୍ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ ହକି କମ୍ପ୍ଲେକ୍ସରେ ସଂଧ୍ୟା ୫ଟାରେ ଖେଳାଯିବ।
୧୯-ଓଡ଼ିଶା ସରକାରଙ୍କ ସହଯୋଗ ଏବଂ ଭାରତୀୟ ଭାରୋତ୍ତୋଳନ ମହାସଂଘ ଓ ଓଡ଼ିଶା ଭାରୋତ୍ତୋଳନ ସଂଘ ଆନୁକୂଲ୍ୟରେ ଉଭୟ ପୁରୁଷ ଓ ମହିଳାରେ ଯୁବ, କନିଷ୍ଠ ଓ ବରିଷ୍ଠ ବର୍ଗରେ ଏହି ପ୍ରତିଯୋଗିତା ଚଳିତ ମାସ ୧୯ରୁ ୩୧ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବରସ୍ଥିତ କିଟ୍ର ବିଜୁ ପଟ୍ଟନାୟକ ଇନ୍ଡୋର ଷ୍ଟାଡିୟମରେ ଖେଳାଯିବ।
୨୦-ମହିଳା ବିଶ୍ବକପ୍: ଦକ୍ଷିଣ ଆଫ୍ରିକାଠୁ ବି ହାରିଲା ପାକିସ୍ତାନ; ଆଜି ୱେଷ୍ଟ୍ଇଣ୍ଡିଜ୍କୁ ଭେଟିବ ଭାରତ ।
୨୧. ଟ୍ରାଫିକ ନିୟମ ଉଲ୍ଲଂଘନ କଲେ ପୋଲିସ କର୍ମଚାରୀଙ୍କୁ ଭରିବାକୁ ପଡ଼ିବ ଦୁଇଗୁଣ ଜୋରିମାନା ।
୨୨. ସମ୍ବଲପୁରରେ ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ସଚିବ ଡ. ପ୍ରମୋଦ ମିଶ୍ର, ଲୋକାର୍ପିତ ହେବ ବ୍ରଜ ମୋହନ ପଟ୍ଟନାୟକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ।
୨୩. ହରିୟାଣା ସରକାର ଫିଲ୍ମ ଦ କଶ୍ମୀର ଫାଇଲ୍ସକୁ ରାଜ୍ୟକେ ଛଅ ମାସ ଯାଏଁ ଟିକସ ମୁକ୍ତ କରିଛନ୍ତି । ଶୁକ୍ରବାର ଏନେଇ ଘୋଷଣା କରିଛନ୍ତି ।
୨୪. ଆଗାମୀ ୧୩ ତାରିଖ ରବିବାର ଦିନ ସମ୍ବଲପୁର ଠାରେ ରାଜ୍ୟସ୍ତରୀୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗୀତା ୨୦୨୨ ଆୟୋଜିତ ହେବ ।
୨୫. ଆଇପିଏଲରେ ଖେଳିବେ ଆରୋନ୍ ଫିଞ୍ଚ: ହେଲ୍ସଙ୍କ ସ୍ଥାନରେ କିଣିଲା କେକେଆର ।
୨୬. ରାଜ୍ୟରେ ପ୍ରଥମଥର ପାଇଁ ଜେଲ ଅନ୍ତେବାସୀଙ୍କ ପାଇଁ ଏଲଇଡି ବଲ୍ବ ଏବଂ ଡିଟରଜେଣ୍ଟ ପାଉଡ଼ର ତିଆରି ୟୁନିଟ କାର୍ଯ୍ୟକ୍ଷମ କରାଯାଇଛି ।
୨୭. ଓଡ଼ିଶାର ବିଶିଷ୍ଟ କବି ତଥା ସାହିତ୍ୟିକ ଡକ୍ଟର ହୃଷିକେଶ ମଲ୍ଲିକ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ଗ୍ରହଣ କରିଛନ୍ତି ।
୨୮. କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ)ର ଦଶମ ଓ ଦ୍ୱାଦଶ ଟର୍ମ-୨ ପରୀକ୍ଷା ଏପ୍ରିଲ ୨୬ରୁ ଆରମ୍ଭ ହେବ । ଦଶମ ବୋର୍ଡ ପରୀକ୍ଷା ମେ’ ୨୪ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ଜୁନ୍ ୧୫ରେ ଶେଷ ହେବ ।
୨୯. ଚିଲିକାରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ: ସମ୍ବର୍ଦ୍ଧିତ ହେଲେ ଦୁଇ ମହିଳା ସାଥି ମିତା ମହାପାତ୍ର ଏବଂ ବାସନ୍ତୀ ବେହେରା ।
୩୦. ଫର୍ମା କମ୍ପାନୀଙ୍କ ଅନୈତିକ ମାର୍କେଟିଂ ମାମଲାରେ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍ ।
୩୧. ପାକିସ୍ତାନ ମାଟିରେ ପ୍ରବେଶ କଲା ଭାରତୀୟ ମିସାଇଲ: ବିବୃତି ଜାରି କଲା ପ୍ରତିରକ୍ଷା ମନ୍ତ୍ରାଳୟ ।
୩୨. ନିଜ ଅଲ ଟାଇମ IPL ୧୧ ବାଛିଲେ ଅଜିତ ଅଗରକର: କିନ୍ତୁ ଭାରତର ମହାନ ଖେଳାଳି ମହେନ୍ଦ୍ର ସିଂ ଧୋନୀଙ୍କୁ ଦଳରେ ଦେଲେନି ସ୍ଥାନ ।
୩୩. Paytm ଉପରେ ଆରବିଆଇର ଆକ୍ସନ, ନୂଆ ଗ୍ରାହକ ନଯୋଡିବାକୁ ପେଟିଏମ ପେମେଣ୍ଟ ବ୍ୟାଙ୍କକୁ ନିର୍ଦ୍ଦେଶ ।
୩୪. ଅଫ୍ଲାଇନ୍ରେ ହେବ ମାଟ୍ରିକ ପରୀକ୍ଷା: ଦ୍ୱନ୍ଦ୍ୱ ଦୂର କଲେ ସରକାର ଅଫ୍ଲାଇନରେ ହିଁ ହେବ ମାଟ୍ରିକ୍ ପରୀକ୍ଷା । ଏପ୍ରିଲ ୨୯ରୁ ମେ ୬ ଯାଏଁ ପରୀକ୍ଷା ଚାଲିବ । ତେବେ ଛାତ୍ରଛାତ୍ରୀ ନିଜ ସ୍କୁଲରେ ପରୀକ୍ଷା ଦେବେ । ଏଥର ମାଟ୍ରିକ ପରୀକ୍ଷା ମୂଲ୍ୟାୟନ ତିନିଟି ପଦ୍ଧତିରେ କରାଯିବ । ପ୍ରଥମ ପଦ୍ଧତି ହେଲା ସମ୍ମେଟିଭ୍ ୱାନ ଓ ଇଣ୍ଟରନାଲ ଆସେସମେଣ୍ଟର ୨ ଗୁଣ ନିଆଯିବ । ଦ୍ୱିତୀୟ ପଦ୍ଧତି ହେଲା ସମ୍ମେଟିଭ୍ ଟୁ ର ମାର୍କକୁ ୨ ଗୁଣ କରି ହିସାବ କରାଯିବ । ଆଉ ତୃତୀୟ ପଦ୍ଧତିରେ ଇଣ୍ଟରନାଲ୍ ଆସେସମେଣ୍ଟର ୨୦ ପ୍ରତିଶତ, ସମ୍ମେଟିଭ୍ ୱାନ୍ରୁ ୩୦ ପ୍ରତିଶତ, ସମ୍ମେଟିଭ୍ ଟୁ ରୁ ୫୦ ପ୍ରତିଶତ ନିଆଯାଇ ମାର୍କିଂ କରାଯିବ ।
୩୫. ଅବସରପ୍ରାପ୍ତ ଓଡ଼ିଆ ଆଇଏଏସ୍ ଦେବାଶିଷ ପଣ୍ଡା ଭାରତୀୟ ବୀମା ନିୟାମକ ଓ ବିକାଶ ପ୍ରାଧିକରଣ (ଆଇଆରଡିଏ) ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି ।
୩୬. ୟୁକ୍ରେନ ରାଜଧାନୀ କିବରେ ପ୍ରବେଶ କଲେ ରୁଷ ସେନା ।
୩୭. ବ୍ରିଟେନରେ ପୁଣି ବଢ଼ିଲା କରୋନା । ଗୋଟିଏ ସପ୍ତାହରେ ୩ ଲକ୍ଷରୁ ଅଧିକ ନୂଆ ସଂକ୍ରମିତ ଚିହ୍ନଟ । ବି.ଏ-ଟୁ ଭ୍ୟାରିଆଣ୍ଟ ବଢ଼ାଉଛି ସଂକ୍ରମଣ ।
୩୮. ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୧୧୭, ଗଜପତି ଜିଲ୍ଲାରୁ ସର୍ବାଧିକ ୨୦ । ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୭୬ ହଜାର ୪୦୨ରେ ପହଞ୍ଚିଛି ।
୪୦. ପଞ୍ଜାବରେ ଆପ୍ ସରକାର ପାଇଁ ଆରମ୍ଭ ହେଲା ପ୍ରସ୍ତୁତି । ୧୬ ତାରିଖରେ ଶପଥ ନେବେ ଭଗୱନ୍ତ ମାନ୍ ।
୪୧. ଲିଟର ପିଛା ପେଟ୍ରୋଲ ୫୦ ଟଙ୍କା, ଡିଜେଲ ୭୫ ଟଙ୍କା ମହଙ୍ଗା ! ଏଲଆଇଓସି ବଢ଼ାଇଲା ଦର:କଲମ୍ବୋ ।
ନିର୍ବାଚନରେ ଭୋଟ ଦେବାକୁ ଯିବା ସମୟରେ ପରସ୍ପର ଠାରୁ ୬ ଫୁଟ ଦୂରତା ରକ୍ଷାକରି ଧାଡିରେ ଛିଡା ହୁଅନ୍ତୁ ଓ କୋଭିଡ୍ ନିୟମ ପାଳନକରି ଭୋଟ୍ ଦିଅନ୍ତୁ ।
0 Comments