*🌄ଆଜିର ର ଖବର, ୨୫-ଜୁନ୍-୨୦୨୨, ଶନିବାର*
🌄ଆଜିର ର ଖବର, ୨୫-ଜୁନ୍-୨୦୨୨, ଶନିବାର ➡️ ୧-ଆଜି ଅଣସର ଦ୍ୱାଦଶୀରେ ଶ୍ରୀନହରକୁ ରାଜପ୍ରସାଦ ବିଜେ କରିବେ ମହାବାହୁ । ସୁସ୍ଥତାର ଖବର ଆଦ୍ୟ ସେବକ ଗଜପତିଙ୍କୁ ପ୍ରଦାନ କରିବେ ଦଇତାପତି ସେବାୟତ। ➡️୨-ଚଳିତ ମାସ ୨୯ ତାରିଖ ଦିନ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍(ମାଟ୍ରିକ୍), ମଧ୍ୟମା(ସଂସ୍କୃତ ଟୋଲ), ରାଜ୍ୟ ମୁକ୍ତବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଫଳ ପ୍ରକାଶ ପାଇବ । ➡️୩-ଏବର୍ଷ ୧୧ ନୂଆ ITI ରେ ହେବ ନାମଲେଖା, ଆଗ୍ରହୀ ଛାତ୍ରଛାତ୍ରୀ ଜୁଲାଇ ୧୨ସୁଦ୍ଧା ସାମ୍ସ ପୋର୍ଟାଲ www.samsodisha ଓ www.dtetodisha.gov,in ରେ ଆବେଦନ କରିପାରିବେ । ➡️ ୪-ଆସନ୍ତା ଜୁଲାଇ ୨ ତାରିଖରୁ ଆରମ୍ଭ ହେବାକୁ ଥିବା ବଜେଟ୍ ଅଧିବେଶନର ସୁପରିଚାଳନା ପାଇଁ ଚଳିତ ମାସ ୨୯ ତାରିଖ ପୂର୍ବାହ୍ନ ୧୧ ଘଟିକା ସମୟରେ ବାଚସ୍ପତି ଶ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ବସିବ ସର୍ବଦଳୀୟ ବୈଠକ । ➡️୫-ନାମାଙ୍କନ ଭରିଲେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ପ୍ରଥମ ପ୍ରସ୍ତାବକ ଭାବେ ଦସ୍ତଖତ କଲେ ପ୍ରଧାନମନ୍ତ୍ରୀ । ➡️୬-ଏଣିକି ସ୍କୁଲ ବସ୍ ଓ ଅଟୋରେ ଯାଉଥିବା ଛାତ୍ରୀଛାତ୍ରଙ୍କ ଓଭରଲୋଡିଂକୁ ନେଇ କଡ଼ାକଡ଼ି ଯାଞ୍ଚ କରାଯିବ। ➡️୭-ମହାପ୍ରଭୁ ଶ୍ରୀ ଅଲାରନାଥଙ୍କ ଅନବସର ଦର୍ଶନ, ଖିରିଖିଆ ଠାକୁରଙ୍କ ଆଶିଷ ପାଇବାକୁ ଲାଗିଲା ଶ୍ରଦ୍ଧାଳୁଙ୍କ ଭିଡ। ➡️୮-ଆଜି ହସ୍ପିଟାଲରୁ ଘରକୁ ଫେରିବ ମୃତ୍ୟୁଞ୍ଜୟୀ ବାଳକ ରାହ...
0 Comments