ଖବର ଆଜିର
୧-IPL ଟୁର୍ଣ୍ଣାମେଣ୍ଟରେ ଦ୍ୱିତୀୟ ଥର ପାଇଁ ୨୦୦ ରନ ସ୍କୋର କରିଥିବା ରାଜସ୍ଥାନ ରୟାଲ୍ସ ଚମକ୍ରାର ବିଜୟ ସହିତ ନିଜର ଆଇପିଏଲ ଯାତ୍ରା ଆରମ୍ଭ କରିଛି । ପ୍ରଥମେ ବ୍ୟାଟିଂ କରି ୨୧୦ ରନ କରିଥିବା ରାଜସ୍ଥାନ ସନରାଇଜର୍ସ ହାଇଦ୍ରାବାଦକୁ ମାତ୍ର ୧୪୯ ରନରେ ସୀମିତ ରଖିବା ସହିତ ମ୍ୟାଚକୁ ଅନାୟାସରେ ୬୧ ରନରେ ଜିତି ନେଇଥିଲା ।
୨: ୨୦୨୧-୨୨ ଆର୍ଥିକ ବର୍ଷରେ ଓଡ଼ିଶା ୧୦.୧% ହାରରେ ଅର୍ଥାତ୍ ଉଚ୍ଚ ଅଭିବୃଦ୍ଧି ହାସଲ କରିବ; ଯାହା ଜାତୀୟ ହାର (୮.୮%) ଠାରୁ ଅଧିକ। ବିଧାନସଭାରେ ଉପସ୍ଥାପିତ ହୋଇଥିବା ୨୦୨୧-୨୨ ଆର୍ଥିକ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟରେ ସରକାର ଏଭଳି ଦାବି କରିଛନ୍ତି। କେବଳ ସେତିକି ନୁହେଁ, ଆସନ୍ତାବର୍ଷ ପାଇଁ ମଧ୍ୟ ଚିତ୍ର ଆଙ୍କିଛନ୍ତି ଯେ ଇତିମଧ୍ୟରେ କରୋନା ମହାମାରୀର ପ୍ରକୋପ ହ୍ରାସ ପାଇସାରିଛି ଏବଂ ମୌସୁମୀ ବର୍ଷା ସ୍ବାଭାବିକ ରହିବ। ତୈଳ ମୂଲ୍ୟରେ ସ୍ଥିରତା ରହିପାରେ। ଏଣୁ ୨୦୨୨-୨୩ରେ ରାଜ୍ୟର ଅଭିବୃଦ୍ଧି ୯-୯.୫% ରହିବା ବିଚିତ୍ର ନୁହେଁ। ହେଲେ ସରକାର ଆଶଙ୍କା ପ୍ରକାଶ କରୁଛନ୍ତି ଯେ ସଂପ୍ରତି ରୁଷ୍-ୟୁକ୍ରେନ୍ ଯୁଦ୍ଧ ଜାରି ରହିଥିବା ପରିପ୍ରେକ୍ଷୀରେ ଆସନ୍ତାବର୍ଷ ଅର୍ଥନୀତି ବଡ ବିପଦର ସାମ୍ନା କରିପାରେ।
୩:-ଓଡ଼ିଶା ଅର୍ଥନୈତିକ ସର୍ଭେ ରିପୋର୍ଟ ୨୦୨୧-୨୨: କୃଷି କାର୍ଯ୍ୟରେ ୪୮% ଲୋକ ନିୟୋଜିତ ।
୪:-କେନ୍ଦ୍ରୀୟ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ମଙ୍ଗଳବାର ଲୋକ ସଭାରେ କହିଛନ୍ତି ଯେ ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟିବା ପରେ ଏଠାରେ ୩୪ ଜଣ ଲୋକ ଜମି କ୍ରୟ କରିଛନ୍ତି।
୫:-ବଦଳିବ ଯୁକ୍ତ୨ ପରୀକ୍ଷା ସୂଚୀ: ପ୍ରାକ୍ଟିକାଲ ପରୀକ୍ଷା ପାଇଁ ପଠାଗଲା ପ୍ରଶ୍ନପତ୍ର, ୧୧୪୮ଟି କେନ୍ଦ୍ରରେ ହେବ ଥିଓରି ପରୀକ୍ଷା ।
୬:-ଚର୍ଚ୍ଚାରେ ନବୀନଙ୍କ ଦିଲ୍ଲୀ ଗସ୍ତ: ସବୁ ପ୍ରସଙ୍ଗ ଝୁଲାଇ ରଖିଲେ, ସେଣ୍ଟ୍ରାଲ ହଲ୍ରେ ସବୁ ତୁଙ୍ଗ ନେତାଙ୍କୁ ଭେଟିଲେ।
୭:--ବିଧାନସଭାରେ ଉଠିଲା ଶ୍ରୀମନ୍ଦିର ସୁରକ୍ଷା ପ୍ରସଙ୍ଗ । ଗୃହ କମିଟି ଗଠନ ନେଇ ଦାବି କଲେ ବିରୋଧୀ ।
୮:-ତେଲେଙ୍ଗାନାରେ ବିଶ୍ୱର ସବୁଠାରୁ ବଡ ମନ୍ଦିର: କଳା ଗ୍ରାନାଇଟ ପଥରରେ ତିଆରି ହୋଇଛି, ଲାଗିଛି ୧୪୦ କେଜି ସୁନା ।
୯:-ଆକ୍ରମଣ କମାଇବ ଋଷ, ତୁର୍କୀରେ ଉଭୟ ଦେଶ ମଧ୍ୟରେ ଆଲୋଚନା ପରେ ମିଳିଲା ସଂକେତ ।
୧୦:-ଉତ୍ତପ୍ତ ଓଡିଶା । ୭ ସହରରେ ନିଆଁବର୍ଷା । ୪୧. ୫ ଡ଼ିଗ୍ରୀ ସହ ତତଲା ସହର ଟିଟଲାଗଡ ।
୧୧:-The Kashmir Files Box Office: ବାହୁବଳୀ ଓ ସିମ୍ବାକୁ ମାତ୍ ଦେଲା ଦ କଶ୍ମୀର ଫାଇଲ୍ସ ।
୧୨:-ଗାଙ୍ଗପୁର ଆଇଆଇସି ମୃତ୍ୟୁକୁ ନେଇ ହଟୁନି ସସପେନ୍ସ । ଗଞ୍ଜାମ ଏସପିଙ୍କୁ ଭେଟିଲେ ମୃତକଙ୍କ ପତ୍ନୀ ଓ ମା’ ।
୧୩:-ବଢୁଛି ଇମ୍ରାନ ଖାଁଙ୍କ ପ୍ରତି ବିପଦ, ବିରୋଧୀଙ୍କ ସହ ହାତ ମିଳାଇଲେ ପିଟିଆଇ ସାଂସଦ ।
୧୪:-ସଂସଦ ଭବନରେ ବିଜେଡି ସାଂସଦଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, ବିଜେପି-କଂଗ୍ରେସ ସାଂସଦଙ୍କୁ କଲେ ସୌଜନ୍ୟମୂଳକ ସାକ୍ଷାତ ।
୧୫:-୨୦୨୨ ସୁଦ୍ଧା ସହରାଞ୍ଚଳ ଓ ୨୦୨୪ ସୁଦ୍ଧା ଗ୍ରାମାଞ୍ଚଳରର ସମସ୍ତ ପରିବାରକୁ ମିଳିବ ପାଇପ୍ ଯୋଗେ ପାନୀୟଜଳ ।
୧୬:-ଖେଲୋ ଇଣ୍ଡିଆ ମହିଳା ହକି ଲିଗ୍: ଫାଇନାଲରେ ଭୁବନେଶ୍ୱର କ୍ରୀଡ଼ା ଛାତ୍ରାବାସ, ହରିୟାଣାକୁ କରିବ ମୁକାବିଲା ।
୧୭:-ବିଶ୍ୱର ସର୍ବ ବୃହତ୍ତ ଏୟାର କୋରିୟର କମ୍ପାନୀ FedEXର ସିଇଓ ହେଲେ ଭାରତୀୟ, ରାଜ ସୁବ୍ରମଣ୍ୟମ ସମ୍ଭାଳିଲେ ଦାୟିତ୍ୱ ।
୧୮:-ରୁଷ-ୟୁକ୍ରେନ ଯୁଦ୍ଧର ନିରାଶା ମଧ୍ୟରେ କିଛିଟା ଆଶାଜନକ ଖବର ମିଳିଛି । ଉତ୍ତର ୟୁକ୍ରେନ ବିଶେଷକରି ରାଜଧାନୀ କିବ ଓ ଚେର୍ନିହିବରେ ସାମରିକ ଅଭିଯାନକୁ ସାମୟିକଭାବେ ହ୍ରାସ କରିବାକୁ ରୁଷ ସଂକେତ ଦେଇଛି । ତୁର୍କୀରେ ଦୁଇ ଦେଶ ମଧ୍ୟରେ ଚାଲିଥିବା ଆଲୋଚନାରେ କିଛିଟା ଅଗ୍ରଗତି ହୋଇଥିବାରୁ ରୁଷ ଏହି ନିଷ୍ପତ୍ତି ନେଇଛି ।
୧୯:-ବୀରଭୂମ ହିଂସା: ରାଜଭବନରେ ଆଲୋଚନା ପାଇଁ ମମତାଙ୍କୁ ଚିଠି ଲେଖିଲେ ପଶ୍ଚିମବଙ୍ଗ ରାଜ୍ୟପାଳ।
0 Comments