🌄ଖବର ଆଜିର (ତାରିଖ ୧୫-୦୩-୨୦୨୨/ମଙ୍ଗଳବାର)

ଖବର ଆଜିର (ତାରିଖ ୧୫-୦୩-୨୦୨୨/ମଙ୍ଗଳବାର)
୧-ବିଜୟ ଶୋଭାଯାତ୍ରାରେ ପରାଜିତ ପ୍ରାର୍ଥୀଙ୍କୁ ଟାହିଟାପରା: ଅପମାନିତ ସ୍ୱାମୀଙ୍କ ଆତ୍ମହତ୍ୟା, ବିଷ ପିଇ ପତ୍ନୀ ଗୁରୁତର ।ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ପଦ୍ମପୁର ପଞ୍ଚାୟତ ବଡ଼ଅଗାପୁର ଗାଁର ଏହି ଅଭାବନୀୟ ଘଟଣାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି। 

୨-୨୯ ଏପ୍ରିଲ୍‌ରୁ ମେ ୬ ନୁହେଁ, ୭ ଯାଏଁ ଚାଲିବ ମାଟ୍ରିକ ପରୀକ୍ଷା । ମାଧ୍ୟମିକ ଶିକ୍ଷା ବୋର୍ଡ ଆଜି ପରୀକ୍ଷା ସୂଚୀ ପ୍ରକାଶ କରିଛି । ସକାଳ ୮ଟାରୁ ପରୀକ୍ଷା ଆରମ୍ଭ ହେବ । ଗଣିତ ପାଇଁ ସମୟ ଅବଧି ୨ ଘଣ୍ଟା ୧୫ ମିନିଟ ଥିବା ବେଳେ ଅନ୍ୟାନ୍ୟ ବିଷୟରେ ଦୁଇ ଘଣ୍ଟା ସମୟ ମିଳିବ । ପ୍ରତି ବିଷୟରେ ୮୦ ନମ୍ବରର ପରୀକ୍ଷା ହେବ । ଏଥିରୁ ୩୦ ମାର୍କର ସବଜେକ୍ଟିଭ ଓ ୫୦ ମାର୍କ ଅବଜେକ୍ଟିଭ ପ୍ରଶ୍ନ ରହିବ ।

୩-ରୁଷିଆରେ ହୋଇଥିବା ସମସ୍ତ ଲାଭକୁ ୟୁକ୍ରେନବାସୀଙ୍କ ସହାୟତା ପାଇଁ ଦାନ କରିବ ଫାଇଜର ।

୪-ୟୁକ୍ରେନ୍‌ ଯୁଦ୍ଧର ୧୯ ଦିନରେ ସୋମବାର ଦିନ ରୁଷ୍‌ ଏହାର ଆକ୍ରମଣକୁ ଆହୁରି ଜୋରଦାର କରିଛି। ୟୁକ୍ରେନ୍‌ ରାଜଧାନୀ କିବ୍‌, ଦ୍ବିତୀୟ ବୃହତ୍ତମ ସହର ଖାରକିଭ, ବନ୍ଦର ସହର ମାରିୟୁପୋଲ୍‌, ଚେର୍ନିହିବ୍‌ ଓ ମାଇକୋଲେଭ୍‌ ଭଳି ୫ଟି ପ୍ରମୁଖ ସହରରେ ରୁଷ୍‌ ପ୍ରଚଣ୍ଡ ଆକ୍ରମଣ କରୁଥିବାର ଖବର ମିଳିଛି। ଚେର୍ନିହିବ, ମାଇକୋଲେଭ୍‌ରେ ଗୋଳାବର୍ଷା କରୁଛି। ଆକ୍ରମଣରେ ୟୁକ୍ରେନ୍‌ର ବଲନୋବଖା ସହର ସମ୍ପୂର୍ଣ୍ଣ ଧ୍ବଂସ ହୋଇଯାଇଛି।

୫-ଅଧାରେ ଅଟକିଲା ରୁଷ-ୟୁକ୍ରେନ୍ ଆଲୋଚନା । ଅସ୍ତ୍ରବିରତି ପାଇଁ ଦାବି କଲେ ଜେଲେନସ୍କିଙ୍କ ପ୍ରତିନିଧି, କହିଲେ ପୁଟିନଙ୍କ ସହ ହେଉ ସିଧାସଳଖ କଥାବାର୍ତ୍ତା ।

୬-କେରଳରେ ସିପିଏମ କର୍ମୀଙ୍କୁ ସରକାରୀ ପେନସନ ନୀତି ଉପରେ ପ୍ରଶ୍ନ ଉଠାଇଲେ SC,କହିଲେ- ରାଜ୍ୟ ପାଖରେ ଅଛି ପ୍ରଚୁର ଟଙ୍କା ! 

୭-ଜମ୍ମୁରେ ବଡ଼ ଧରଣର ବିସ୍ଫୋରଣ: ୩ମୃତ, ୧୫ରୁ ଊର୍ଦ୍ଧ୍ୱ ଆହତ 

୮-ରାଜ୍ୟସଭାରେ ବେସାମରିକ ବିମାନ ଚଳାଚଳମନ୍ତ୍ରୀଙ୍କ ସୂଚନା, ମହାମାରୀ ପୂର୍ବପରିସ୍ଥିତିକୁ ଫେରିଲା ଦେଶର ଏୟାର ପାସେଞ୍ଜର ଟ୍ରାଫିକ୍ ।

୯- ମ୍ୟାଗି, ଚା ଏବଂ କଫିର ବଢିଲା ଦର, Nestle ଏବଂ HUL ବଢାଇଲେ ମୂଲ୍ୟ
୧୦-ଦିଲ୍ଲୀ: ଭୂଷୁଡିଲା ନିର୍ମାଣାଧୀନ ଭବନ,୮ ଉଦ୍ଧାର, ଆହୁରି ଅନେକ ଫଶି ରହିଥିବା ଆଶଙ୍କା

୧୧-ପାକିସ୍ତାନ ମାଟିରେ ଭାରତର କ୍ଷେପଣାସ୍ତ୍ର ପଡ଼ିବା ଘଟଣା: ମୁଣ୍ଡ ପୂରାଇଲା ଚୀନ୍, ଭାରତ-ପାକ୍ ତଦନ୍ତ କରନ୍ତୁ ।

୧୨-ମିସାଇଲ୍ ଫାୟରିଂ ଘଟଣା: ମଙ୍ଗଳବାର ସଂସଦରେ ବୟାନ ଦେବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ।

୧୩-ଜୁନ୍‌ରେ ଓଜେଇଇ, ଛାତ୍ରଛାତ୍ରୀମାନେ ଏପ୍ରିଲ ୧୩ ପର୍ଯ୍ୟନ୍ତ ଓଜେଇଇ ୱେବସାଇଟ୍‌ରେ ଆବେଦନ କରିପାରିବେ ।

୧୪-ରୁଷ୍‍ରୁ ରିହାତି ଦରରେ ତୈଳ କିଣିବ ଭାରତ : କେନ୍ଦ୍ର ପେଟ୍ରେଲିୟମ ମନ୍ତ୍ରୀ ।

୧୫-ରାଜ୍ୟରେ ପୌର ନିର୍ବାଚନ ପାଇଁ ପ୍ରକାଶ ପାଇଲା ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା । ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ମଇଦାନରେ ରହିଲେ ୫୬୯ ଜଣ ମେୟର ଓ ଅଧ୍ୟକ୍ଷ ପ୍ରାର୍ଥୀ ସେହିଭଳି ୫୮୪୨ ଜଣ କର୍ପୋରେଟର ଓ କାଉନସିଲର ପ୍ରାର୍ଥୀ । ମୋଟ ୧୦୨ ଜଣ ମେୟର ଓ ଅଧ୍ୟକ୍ଷ ପ୍ରାର୍ଥୀ ନାମାଙ୍କନ ପ୍ରତ୍ୟାହାର କରିଥିବାବେଳେ ୫୩୯ ଜଣ କର୍ପୋରେଟର ଓ କାଉନସିଲର ପ୍ରାର୍ଥୀ ନାମାଙ୍କନ ପ୍ରତ୍ୟାହାର କରିଛନ୍ତି ।

୧୬-ଏବେ ପଶ୍ଚିମବଙ୍ଗରେ ପାଦ ପ୍ରସାରିବ ‘ଆପ୍’, ପଞ୍ଚାୟତ ନିର୍ବାଚନରୁ ଆରମ୍ଭ କରିବ ରାଜନୈତିକ ଯାତ୍ରା। 

୧୭-କଂଗ୍ରେସ ଅଧ୍ୟାୟ ଶେଷ ହୋଇଛି? ତୃଣମୂଳ ସାଂସଦ ପ୍ରାର୍ଥୀ ଭାବେ ମନୋନୀତ ହେବାପରେ କହିଲେ ଶତ୍ରୁଘ୍ନ ସିହ୍ନା। 

୧୮-ଅମରିନ୍ଦରଙ୍କ ଭୁଲକୁ ନଜର ଅନ୍ଦାଜ କରିବା ମୋର ସବୁଠୁ ବଡ ଭୁଲ୍: CWC ମିଟରେ ବିଷ ଓଗାଳିଲେ ସୋନିଆ ।

୧୯-୬.୦୭%କୁ ପହଞ୍ଚିଲା ଦେଶର ଖୁଚୁରା ମୁଦ୍ରାସ୍ପିତି, ଅତ୍ୟାବଶ୍ୟକ ସାମଗ୍ରୀ ପରେ ଏବେ ବଢ଼ିବ EMI ।

୨୦- ପାକିସ୍ତାନରେ ଭାରତର ମିସାଇଲ ପଡିବା ଘଟଣା । ସଂସଦରେ ବିବୃତି ଦେବେ ପ୍ରତିରକ୍ଷା ମନ୍ତ୍ରୀ :- ସଂସଦରେ ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆଜି ଦ୍ୱିତୀୟ ଦିନ । ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଲୋକସଭା ଓ ରାଜ୍ୟସଭାରେ ୟୁକ୍ରେନ୍-ରୁଷ ଯୁଦ୍ଧ ପ୍ରସଙ୍ଗ ଉପରେ ଆଜି ବିବୃତି ଦେବେ । ସେହିପରି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଅଜାଣତରେ ଭାରତ କ୍ଷେପଣାସ୍ତ୍ର ପାକିସ୍ତାନରେ ପଡିଥିବା ଘଟଣାରେ ସଂସଦରେ ବିବୃତି ଦେବେ ବୋଲି ସୂଚନା ରହିଛି । ସେପଟେ ମହଙ୍ଗା, ବେକାରୀ, ତୈଲ ଦର ଆଦି ପ୍ରସଙ୍ଗରେ ମୋଦି ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି ବିରୋଧୀ । ବଜେଟ ଅଧିବେଶନ ଦ୍ୱିତୀୟ ପର୍ଯ୍ୟାୟର ପ୍ରଥମ ଦିନରେ ସଂସଦରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କେନ୍ଦ୍ର ଶାସିତ ଅଂଚଳ ଜାମ୍ମୁକାଶ୍ମୀର ପାଇଁ ୨୦୨୨-୨୩ ଆର୍ଥିକ ବର୍ଷର ବଜେଟ ଉପସ୍ଥାପନ କରିଛନ୍ତି ।

0 Comments