🌄ଖବର ଆଜିର, ୨୬-ମାର୍ଚ୍ଚ-୨୦୨୨,ଶନିବାର

ଖବର ଆଜିର

ତାରିଖ ୨୬-୦୩-୨୦୨୨/ଶନିବାର


୧-ଆଇପିଏଲ ୨୦୨୨ର ଓପନିଂ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ମାର୍ଚ୍ଚ ୨୬ ଅର୍ଥାତ୍‌ ଆଜିଠାରୁ ଖେଳାଯିବ। ଉଭୟ ଦଳ ଗତ ସିଜିନର ଫାଇନାଲିଷ୍ଟ ଦଳ।


୨-ଆଜି ପୌର ଭୋଟ୍‌ ଗଣତି, ସକାଳ ୮ଟାରୁ ୧୦୮ଟି କେନ୍ଦ୍ରରେ ଏକସଙ୍ଗେ ଗଣତି ।


୩-ଆରମ୍ଭ ହେଲା ବିଧାନସଭାର ବଜେଟ୍‌ ଅଧିବେଶନ ।


୪-ଅନୀଲ ଅମ୍ବାନୀ ରିଲାଏନ୍ସ ଇନଫ୍ରା ଏବଂ ରିଲାଏନ୍ସ ପାଓ୍ୱାରର ନିର୍ଦେଶକ ପଦରୁ ଦେଲେ ଇସ୍ତଫା ।


୫-ପୁଣି ବିବାଦରେ ଅଲମ୍ପିଆନ ଧାବିକା ଦୂତୀ ଚାନ୍ଦ । ଏଥର ନିଜର ପ୍ରଦର୍ଶନ, ପରିବାର କିମ୍ବା ବ୍ୟକ୍ତିଗତ ଜୀବନ ପାଇଁ ନୁହେଁ ବରଂ ନିଜର ସୋସିଆଲ ମିଡିଆ ପୋଷ୍ଟରେ ଭାରତୀୟ କ୍ରୀଡାର ପରିଚୟ ‘ହକି’କୁ ଆକ୍ଷେପ କରି ନୂଆ ବିବାଦରେ ଫସିଛନ୍ତି ଦୂତୀ । ଯଦିଓ ଦୂତୀଙ୍କୁ ନେଇ ବିବାଦ ନୂଆ କଥା ନୁହେଁ, ଏଥର କିନ୍ତୁ ସେ ସବୁସୀମା ପାର୍ କରିଛନ୍ତି । ଓଡିଶା ସରକାରଙ୍କ ଉପରେ ରାଜ୍ୟର ଖେଳାଳିଙ୍କ ସ୍ଥିତିନେଇ କ୍ଷୋଭ ପ୍ରକାଶ କରିବାକୁ ଯାଇ, ଜାତୀୟ ଖେଳ କୁହାଯାଉଥିବା ‘ହକି’ ପ୍ରତି ଅସମ୍ମାନ ଜନକ ଆକ୍ଷେପ କରିବାକୁ ପଛାଇନାହାନ୍ତି ।।


୬-ଏହାର ଜବାବରେ ହକି ତାରକା ଦିଲ୍ଲୀପ ତିର୍କୀ ଟୁଇଟ୍‌ କରିଛନ୍ତି, “ଜଣେ ଖେଳାଳି ଭାବେ ମୁଁ ଆଉ ଜଣେ ଖେଳାଳିଙ୍କ ଏଭଳି ମନ୍ତବ୍ୟକୁ ଘୋର ନିନ୍ଦା କରୁଛି। ରାଜ୍ୟ ସରକାର ପ୍ରତ୍ୟେକ ଖେଳକୁ ସମାନ ଗୁରୁତ୍ଵ ଦେଇ ଆସୁଛନ୍ତି। ସେ ହକି ହେଉ କିମ୍ବା ଅନ୍ୟ କୌଣସି ଖେଳ। ଅଲମ୍ପିକ୍ସରେ ମେଡାଲ ଜିତିବା ସମସ୍ତଙ୍କ ପକ୍ଷରେ ସମ୍ଭବ ନୁହେଁ। ଆଜି ଭୁବନେଶ୍ୱରକୁ (ଓଡ଼ିଶା) କାହିଁକି ସ୍ପୋର୍ଟସ କ୍ୟାପିଟାଲ କୁହାଯାଉଛି ତାହା କାହାକୁ ଅଛପା ନାହିଁ। କ୍ରୀଡା କ୍ଷେତ୍ରରେ ଅନ୍ତର୍ଜାତୀୟ ସ୍ତରରେ ଭାରତକୁ ପ୍ରଥମ ପରିଚୟ ହକି ହିଁ ଦେଇଛି । ବୋଧ ହୁଏ ଅନେକ ଖେଳାଳି ଏହା ଜାଣି ନାହାନ୍ତି। ଏହି ଭଳି ମନ୍ତବ୍ୟ ଅନ୍ୟ ଖେଳାଳିଙ୍କ ପ୍ରତି ଗ୍ରହଣୀୟ ନୁହେଁ । ନିଜେ ଜଣେ ଖେଳାଳି ହେଇ ଅନ୍ୟ ଖେଳାଳିଙ୍କୁ ସମ୍ମାନ ଦେଇ ଶିଖିବା ଉଚିତ୍”।


୭-F1 ପୂର୍ବରୁ ସାଉଦି ଆରବର ଜେଦ୍ଦା ତେଲ ଡିପୋରେ ନିଆଁ, ଆକ୍ରମଣ ପାଇଁ ନିଜକୁ ଦାୟୀ କଲେ ହୁତି ବିଦ୍ରୋହୀ ।


୮-୧୯୯୦ର କାଶ୍ମୀର ପଣ୍ଡିତଙ୍କର ନୃଶଂସ ନରସଂହାରକୁ ମନେ ପକାଇବା ପାଇଁ ତାଙ୍କ ସ୍ମୃତିରେ ନିର୍ମାଣ ହେବ ଜେନୋସାଇଡ୍ ମ୍ୟୁଜିୟମ: ଜମି ଯୋଗାଇବେ ମଧ୍ୟପ୍ରଦେଶ ସରକାର ।


୯-ସଂସଦରେ କାନ୍ଦି ପକାଇଲେ ବିଜେପି ସାଂସଦ ରୂପା ଗାଙ୍ଗୁଲି: କହିଲେ ସାଧାରଣ ଲୋକଙ୍କ ପାଇଁ ସୁରକ୍ଷିତ ନୁହେଁ ପଶ୍ଚିମବଙ୍ଗ ।


୧୦-ଭୁବନେଶ୍ୱର ବିଜେବି କଲେଜ ଷ୍ଟ୍ରଙ୍ଗରୁମ ସାମ୍ନାରେ ଉତ୍ତେଜନା: ଭିଡ ନିୟନ୍ତ୍ରଣ କରିବାକୁ ଯାଇ ପୋଲିସର ଲାଠିଚାର୍ଜ ।


୧୧-ୟୁପିରେ ପୁଣି ଆରମ୍ଭ ହେଲା ଯୋଗୀ ରାଜ: ଦ୍ୱିତୀୟ ଥର ପାଇଁ ଶପଥ ଗ୍ରହଣ କଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।


୧୨-ଋଷିଆ-ୟୁକ୍ରେନ ଯୁଦ୍ଧ ବନ୍ଦ କରିବାକୁ କହିଲା ନାଟୋ: ୟୁକ୍ରେନକୁ ସାମରିକ ସହାୟତା ଯୋଗାଇ ଦେବାକୁ ଘୋଷଣା ।


୧୩-ରିଲିଜ୍‌ ହେଲା ‘ଆର୍‌ଆର୍‌ଆର୍‌’: ୩ ହଜାରରୁ ଅଧିକ ସ୍କ୍ରିନ୍‌ରେ ଦେଖୁଛନ୍ତି ଦର୍ଶକ ।


୧୪-ଦିଦିଙ୍କୁ ଝଟକା, ବଙ୍ଗଳା ପୋଲିସ ନୁହେଁ ସିବିଆଇ କରିବ ବୀରଭୂମ ହିଂସାକାଣ୍ଡର ତଦନ୍ତ: କୋଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶ ।


୧୫-୩୦ ଜିଲ୍ଲା ପରିଷଦ ଉପସଭାପତି ପଦ ହାତେଇଲା ବିଜେଡି ।


୧୬-ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ଅପରାଧିକ ମାମଲା ବିଚାରାଧୀନ ଥିଲେ ପାସ୍‌ପୋର୍ଟ ନିବୀକରଣରେ ବାଧା ନାହିଁ ।


୧୭-ଆଜି ହାଇକୋର୍ଟ ବାର୍ ନିର୍ବାଚନ, ମଇଦାନରେ ୩୬ ପ୍ରାର୍ଥୀ ।


୧୮-କେନ୍ଦ୍ର ସରକାରଙ୍କୁ ଉଦ୍ଧବ ଠାକ୍‌ରେଙ୍କ ଚ୍ୟାଲେଞ୍ଜ, ଦମ୍ ଅଛି ତ ପାକିସ୍ତାନରେ ପଶି ଦାଉଦ୍‌କୁ ମାରି ଦେଖାଅ ।


ଯୋଗୀ ସରକାରଙ୍କ ବଡ ନିଷ୍ପତ୍ତି ; 

୩ ମାସ ଯାଏଁ ମିଳିବ ମାଗଣା ରାସନ,ତେଲ


ଲଖନଉ : ଉତ୍ତରପ୍ରଦେଶରେ ଲଗାତାର ୨ୟ ଥର ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ଶପଥ ନେଇ ଐତିହାସିକ ବିଜୟ ହାସଲ କରିଛନ୍ତି ଯୋଗୀ ଆଦିତ୍ୟ ନାଥ। ଆଜି ହେଉଥିବା ପ୍ରଥମ କ୍ୟାବିନେଟ୍‍ ବୈଠକରେ ବଡଧରଣର ନିଷ୍ପତ୍ତି ନେଇଛନ୍ତି। କରୋନା ମହାମାରୀ ସମୟରେ ଆରମ୍ଭ ହୋଇଥିବା ମାଗଣା ରାସନ ଯୋଜନାକୁ ଆଉ ୩ ମାସ ଯାଏଁ ବୃଦ୍ଧି କରିଛନ୍ତି। ଆଉ ୩ ମାସ ମିଳିବ ମାଗଣା ରାସନ। ପ୍ରଥମରୁ ଏହା ମାର୍ଚ୍ଚ ୨୨ ଯାଏଁ ଜାରି କରାଯାଇଥିଲା।

ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ ସମ୍ବୋଧିତ କରି କହିଛନ୍ତି, ଦେଶର ୮୦ କୋଟି ଓ ପ୍ରଦେଶର ୧୫ କୋଟି ଗରିବ ଏହି ଯୋଜନାରେ ଉପକୃତ ହେବେ। ପ୍ରଥମ କ୍ୟାବିନେଟ୍‍ ବୈଠକରେ ହୋଇଥିବା ଏହି ନିଷ୍ପତ୍ତି ଅନୁଯାୟୀ, ଗରିବଙ୍କୁ ଖାଦ୍ୟଶସ୍ୟ ସହ ଡାଲି,ଲୁଣ, ଚିନି ଓ ତେଲ ମଧ୍ୟ ଦିଆଯିବ।

ଏହି ଯୋଜନାରେ ରାଜ୍ୟର ରାଜକୋଷରୁ ୩୨୭୦ କୋଟି ବ୍ୟୟ କରିବାକୁ ପଡିବ। ଏହି ନିଷ୍ପତ୍ତି ପରେ ରାଜ୍ୟର ୧୫ କୋଟି ଜନତାଙ୍କୁ ଆସନ୍ତା ୩ ମାସ ଯାଏଁ ପ୍ରଧାନମନ୍ତ୍ରୀ ଅନ୍ନ ଯୋଜନା ଅନୁଯାୟୀ ଲାଭ ମିଳିବ।

ଏହା ନବଗଠିତ ସରକାରଙ୍କ ପ୍ରଥମ ନିଷ୍ପତ୍ତି। ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବ୍ୟତୀତ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ,ବ୍ରଜେଶ ପାଠକ, କ୍ୟାବିନେଟ ମନ୍ତ୍ରୀ ସ୍ୱତନ୍ତ୍ର ଦେବ ସିଂହ ମଧ୍ୟ ଉପସ୍ଥିତ ରହିଛନ୍ତି।


0 Comments