🌄ଖବର ଆଜିର ତାରିଖ (୧୬/୦୩/୨୨, ବୁଧବାର)

 ଖବର ଆଜିର ତାରିଖ ୧୬/୦୩/୨୨, ବୁଧବାର


୧-ନିର୍ବାଚନ ପ୍ରଚାରରେ କମ୍ପୁଛି ରାଜଧାନୀ । ଘର ଘର ବୁଲି ପ୍ରଚାର କରୁଛନ୍ତି ନେତା ଓ କର୍ମୀ, ଶୋଭାଯାତ୍ରାରେ କରୁଛନ୍ତି ଶକ୍ତି ପ୍ରଦର୍ଶନ ।


୨-ଆସନ୍ତା ୩ ଦିନ ପର୍ଯ୍ୟନ୍ତ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରୀ ରହିବ,ସତର୍କ ରହିବାକୁ ପାଣିପାଗ ବିଭାଗ ତରଫରୁ ସୁଚନା।


୩-ଆଜିଠୁ ୧୨-୧୪ ବର୍ଷ ପିଲାଙ୍କ ଟିକାକରଣ, ଜନ୍ମ ତାରିଖ ଆଧାରରେ ଦିଆଯିବ ଟିକା।


୪-ତିନି ଦିନ ପରେ ହୋଲି,ଛକ ବଜାରରେ ଖୋଲିଛି ରଙ୍ଗର ପସରା,ହର୍ବାଲ ରଙ୍ଗର ରହିଛି ଅଧିକ ଚାହିଦା।


୫-ପୌର ନିର୍ବାଚନ ପାଇଁ ୫ ଦିନ ବନ୍ଦ ରହିବ ମଦ ଦୋକାନ: ମାର୍ଚ୍ଚ ୨୨ରୁ ୨୬ ଡ୍ରାଏ-ଡେ’ ଘୋଷଣା।


୬-ଏଥର ବି କୋଭିଡ କଟକଣା ମଧ୍ୟରେ ଚାଲିବ ବିଧାନସଭା, ସବୁ ବିଧାୟକ ଓ କର୍ମଚାରୀଙ୍କ ହେବ ଟେଷ୍ଟ।


୭-ଆସନ୍ତା ୨୪ ଘଣ୍ଟାରେ ମଧ୍ୟରେ ଲଘୁଚାପ ଆଶଙ୍କା, ୨୨ରେ ନେଇପାରେ ବାତ୍ୟାର ରୂପ।


୮-ଭୁବନେଶ୍ୱର ମହିଳା ଥାନାରେ ହାଜର ହେଲେ ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ପ୍ରଥମ ପତ୍ନୀ, ସ୍ୱାଇଁଙ୍କ କଳା କାରନାମା ନେଇ ପୋଲିସର ପଚରା ଉଚରା।


୯-ଭୁବନେଶ୍ୱର:କମିଶନରେଟ ପୋଲିସର ଚଢାଉ, ବିକଟାଳ ଶଦ୍ଦ କରୁଥିବା ୫୧ଟି ବୁଲେଟର ସାଇଲେନସର ଜବତ।


୧୦-ଲକ୍ଷ୍ମୀସାଗର ଗଣ୍ଡଗୋଳ ମାମଲାର ଅଭିଯୁକ୍ତ ଗିରଫ: ଅଭିଯୁକ୍ତ ଶିଖର ଜେନାକୁ ଗିରଫ କଲା ପୋଲିସ।


୧୧-ପୁରୀରେ ପୁଣି ଅନଲାଇନ ଠକେଇ; ବ୍ୟାଙ୍କ ଆକାଉଣ୍ଟରୁ ଗାଏବ ହୋଇଗଲା ୨ ଲକ୍ଷ ୫୭ ହଜାର ଟଙ୍କା।


୧୨-ଭୁଲ ପ୍ରଶ୍ନ ପାଇଁ ମିଳିଲା ଫୁଲ ମାର୍କ, କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ହସ୍ତକ୍ଷେପ ଯୋଗୁ ୨୪ ଘଣ୍ଟାରେ ହେଲା ସମାଧାନ।


୧୩-ଶିକ୍ଷାନୁଷ୍ଠାନରେ ହିଜାବ ପରିଧାନ, ନିଷେଧାଦେଶକୁ ବିରୋଧ କରି ହୋଇଥିବା ଆବେଦନ ଖାରଜ।


୧୪-ଅଫିସରେ ଫୋନରେ ବ୍ୟକ୍ତିଗତ କଥା ହେବା ପଡିବ ମହଙ୍ଗା, କାର୍ଯ୍ୟାନୁଷ୍ଠାନ ନେବାକୁ କହିଲେ ମାଡ୍ରାସ ହାଇକୋର୍ଟ।


୧୫-'ଦ କାଶ୍ମୀର ଫାଇଲ୍' ସମସ୍ତେ ଦେଖିବା ଉଚିତ: ମୋଦୀ। ପାରିବାରିକ ରାଜନୀତିକୁ ପ୍ରଶୟ ଦିଆଯିବ ନାହିଁ।


୧୬-ଚୀନରେ ପୁଣି ବଢ଼ିଲା କରୋନା ସଂକ୍ରମଣ । ୧୩ଟି ସହରରେ ଲକଡ଼ାଉନ୍, ୩କୋଟି ଲୋକଙ୍କୁ କଟକଣା ମାନିବାକୁ ନିର୍ଦ୍ଦେଶ ।


୧୭- ତେଲକୋଇ/ରାଇସୁଆ : କେନ୍ଦୁଝରର ତେଲକୋଇ ଥାନା ଅଞ୍ଚଳରେ ବାରମ୍ବାର ବିଦ୍ୟୁତ୍ କାଟ ହେଉଥିବା ବେଳେ ଲଣ୍ଠନ ଜାଳି ପାଠ ପଢ଼ୁଥିବା ବେଳେ ମଙ୍ଗଳବାର ଏକ ବଡ଼ଧରଣର ଅଘଟଣ ଘଟିଛି। ଲଣ୍ଠନ ଫାଟି ଯିବାରୁ ମା, ପୁଅ-ଝିଅ ଏବଂ ଜେ‌ଜେବାପା ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ସୂଚନା ଅନୁଯାୟୀ, ସବୁଦିନ ଭଳି ସଂଧ୍ୟା ବେଳେ ବିଦ୍ୟୁତ୍ କାଟ ହୋଇଥିଲା। ଏହି ସମୟରେ ତେଲକୋଇ ଥାନା ରାଇସୁଆଁ ପଞ୍ଚାୟତ ଅନ୍ତର୍ଗତ ଝାଟିକିପଶି ଗ୍ରାମର ମହେନ୍ଦ୍ର ମହାନ୍ତଙ୍କ ପୁଅ ଶମ୍ଭୁନାଥ ମହାନ୍ତ(୧୧) ଓ ୨ ବର୍ଷର ଝିଅ ଗୁଲମଲୀ ମହାନ୍ତ(ପେରୀ) ଲଣ୍ଠନ ଜାଳି ପାଠ ପଢ଼ୁଥିଲେ। ପାଖରେ ବସିଥିଲେ ସେମାନଙ୍କ ଜେଜେବାପା ରଘୁନାଥ ମହାନ୍ତ(୬୦) ଏବଂ ମା’ ନିରୁପମା ମହାନ୍ତ (୨୬)। ସବୁ ଠିକ୍‌ଠାକ୍ ଚାଲିଥିଲା। ମାତ୍ର ହଠାତ୍ କଣ ହେଲା କେଜାଣି ଲଣ୍ଠନ ଧପ୍‌ଧପ୍‌ ହେଇ ଜଳି ଉଠିବା ସହିତ ବିସ୍ଫୋରଣ ହୋଇଥିଲା। ଲଣ୍ଠନ ଫାଟି ନିଆଁ ବିଛାଡ଼ି ହୋଇ ପଡ଼ିବାରୁ ପୁଅଝିଅଙ୍କ ସହିତ ମାଙ୍କ ଦେହରେ ନିଆଁ ଲାଗି ଯାଇଥିଲା। ଜେଜେବାପା ରଘୁନାଥ ବି ଏଥିରୁ ବର୍ତ୍ତି ନଥିଲେ। ସେମାନଙ୍କ ଦେହରେ ନିଆଁ ଲାଗିଯିବାରୁ ସେମାନେ ଯନ୍ତ୍ରଣାରେ ଛଟପଟ ହେବା ସହିତ ଚିତ୍କାର କରିଥିଲେ।


୧୮- କିବ୍‌ : ୟୁକ୍ରେନ୍‌ର ଦ୍ବିତୀୟ ବୃହତ୍ତମ ସହର ଖାରକିଭ୍‌ରେ ବିଗତ ୨୪ ଘଣ୍ଟାରେ ୬୫ ଥର ଆକ୍ରମଣ ହୋଇଛି। ସହରର ଅର୍ଦ୍ଧାଧିକ ଅଞ୍ଚଳ ଛାରଖାର ହୋଇଥିବା ବେଳେ କୌଣସି ସରକାରୀ ପ୍ରତିଷ୍ଠାନ କ୍ଷେପଣାସ୍ତ୍ର ଓ ବୋମାମାଡ଼ରୁ ବର୍ତ୍ତି ନାହିଁ। ଲଗାତାର ଆକ୍ରମଣ ଯୋଗୁଁ ଖାରକିଭରେ ବହୁ ସଂଖ୍ୟାରେ ମୃତାହତ ହୋଇଥିବା ରିପୋର୍ଟ ମିଳିଛି। ଖାରକିଭର ୩ଟି ସହର ଇଜିୟମ୍‌, ବାଲାକ୍ଲିଆ ଏବଂ ଡେର୍‌ଗାଚିରେ ଲଢ଼େଇ ଜାରି ରହିଛି। ରୁଷ୍‌ ଆକ୍ରମଣ ଯୋଗୁଁ ଖାରିକଭ୍‌ରେ ୬୦୦ ଭବନ ଧ୍ୱଂସ ହୋଇଯାଇଛି।

ଜନବସତି ଅଂଚଳରେ ବି ବ୍ୟାପକ କ୍ଷୟକ୍ଷତି ହୋଇଛି। ଶହ ଶହ ଲୋକଙ୍କ ଘର ଧ୍ବସ୍ତ ହୋଇଯାଇଛି । ମାରିୟୁପୋଲ୍‌ରେ ଅତି ଜଟିଳ ସ୍ଥିତି ଉପୁଜିଛି ଏବଂ ଜୋରଦାର ଗୋଳାବର୍ଷା ଚାଲିଛି। ଯେଉଁମା‌ନେ ଗୋଳାବର୍ଷାରୁ ବର୍ତ୍ତି ଯାଉଛନ୍ତି ସେମାନେ ‌ରୋଗ ଏବଂ ମେଡିସିନ୍‌ ଅଭାବରୁ ପ୍ରାଣ ହରାଉଛନ୍ତି। ମାରିୟୁପୋଲ୍‌ରେ ପ୍ରାୟ ୪ ଲକ୍ଷ ଲୋକ ଫସି ରହିଛନ୍ତି। ମାରିୟୁପୋଲ୍‌ରେ ଏବେ ଆଉ ଖାଦ୍ୟ ନାହିଁ କି ପାଣି ନାହିଁ। ପାଣି ମୁନ୍ଦାଏ ପାଇଁ ଲୋକଙ୍କୁ ବହୁତ ସଂଘର୍ଷ କରିବାକୁ ପଡ଼ୁଛି। ୧୪ ତାରିଖରୁ ମାରିୟୁପୋଲ୍‌ରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲେ ବି ୪ ଲକ୍ଷରୁ ଅଧିକ ଲୋକ ଏବେ ବି ଫସି ରହିଛନ୍ତି। ଅଧିକାଂଶ ଲୋକ ଅତ୍ୟନ୍ତ ଦୟନୀୟ ସ୍ଥିତିରେ ବେସମେଣ୍ଟ୍‌ରେ


୧୯- ପୁରୀରେ ବରିଷ୍ଠ ସେବାୟତ କୃଷ୍ଣଚନ୍ଦ୍ର ହତ୍ୟାକାଣ୍ଡ ଘଟଣା । ଏହାକୁ ଏକ ଗୁରୁତ୍ୱର ଘଟଣା ଭାବେ ନିଆଯାଉଛି । ଏହି ହତ୍ୟାକାଣ୍ଡରେ ଯିଏ ବି ଦୋଷୀ ସିଏ ଗିରଫ ହେବେ । ପୁଲିସ ପ୍ରଶାସନ ପକ୍ଷରୁ ତଦନ୍ତ ଜାରି ରହିଛି । ଏପରିକି ଏଭଳି ଘଟଣା ଅତ୍ୟନ୍ତ ନିନ୍ଦନୀୟ ବୋଲି କହିଛନ୍ତି ଜିଲ୍ଲାପାଳ । ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଲେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ।

ଅନ୍ୟପଟେ ବାରବାଟୀ ଜାଗାର ଉନ୍ନତିମୂଳକ କାର୍ଯ୍ୟ ଦାୟିତ୍ୱରେ ଥିଲେ କୃଷ୍ଣଚନ୍ଦ୍ର । ହଠାତ୍ କିଛି ଦୁର୍ବୃତ୍ତ ସେଠାକୁ ଆସି ତାଙ୍କ ମୁଣ୍ଡକୁ ଗୁଳିମାଡ଼ କରିଥିଲେ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ପୁରୀ ସଦର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ କୃଷ୍ଣଚନ୍ଦ୍ରଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ତେବେ ଗୁନ ସିଂହାରୀ ହତ୍ୟାକାଣ୍ଡ ପରେ କୃଷ୍ଣଚନ୍ଦ୍ର ଟାର୍ଗେଟରେ ଥିଲେ । ହତ୍ୟାକାଣ୍ଡ ଘଟଣାରେ ଗିରଫ ହୋଇ ପରେ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ କୃଷ୍ଣଚନ୍ଦ୍ର । ତେଣୁ ଗୁନ ସିଂହାରୀ ହତ୍ୟାକାଣ୍ଡ ସହ ଗୁଳିକାଣ୍ଡ ସମ୍ପର୍କ ଥିବା ଚର୍ଚ୍ଚା ।


0 Comments