─────────────────────
ଖବର, ୧୦-ମାର୍ଚ୍ଚ-୨୦୨୨,ଗୁରୁବାର
─────────────────────
•┈┈┈┈┈┈┈┈┈┈┈┈┈┈┈┈┈┈┈┈┈┈•
➡️୧-ପ୍ରକାଶ ପାଇଲା କେନ୍ଦ୍ରୀୟ ଶିକ୍ଷକ ଦକ୍ଷତା ପରୀକ୍ଷା(CTET) ର ପରୀକ୍ଷା ଫଳ । ଡିସେମ୍ବର ଟର୍ମର ପ୍ରଥମ ପେପରରେ ୨୯% ଓ ଦ୍ୱିତୀୟ ପେପରରେ ୧୭% ଉତ୍ତୀର୍ଣ୍ଣ ହୋଇଛନ୍ତି । ପରୀକ୍ଷା ଫଳ ବିଭାଗର ୱେବ୍ ସାଇଟ୍ www.ctet.nic.in ରେ ଉପଲବ୍ଧ ।
➡️୨-ଡାକ୍ତରୀ ପାଠ୍ୟକ୍ରମରେ ନାମ ଲେଖାଇବା ନିମନ୍ତେ ପ୍ରବେଶିକା ପରୀକ୍ଷା ନିଟ୍ (ୟୁଜି) ଲାଗି ହଟିଲା ପ୍ରାର୍ଥୀଙ୍କ ସର୍ବୋଚ୍ଚ ବୟସ । ୨୦୨୨-୨୩ ଶିକ୍ଷା ବର୍ଷ ଲାଗି ହେବାକୁ ଥିବା ନିଟ୍ ୟୁଜିରେ ଏହି ନିୟମ ଲାଗୁ ହେବ।
➡️୩-୨୦୨୨ ମସିହାରେ ପ୍ରଥମ ସୂର୍ଯ୍ୟ ଗ୍ରହଣ ପଞ୍ଚାଙ୍ଗ ଅନୁଯାୟୀ, ଏପ୍ରିଲ ୩୦ ତାରିଖ ୨୦୨୨ ରେ ହେବ।
➡️୪-ବିଏମସି କୁ ଛାଡି ରାଜ୍ୟରେ କାର୍ଯ୍ୟକାରୀ ହୋଇଥିବା ସବୁ କୋଭିଡ ହସ୍ପିଟାଲକୁ ରାଜ୍ୟ ସରକାର ବନ୍ଦ କରିବାକୁ ନେଲେ ନିଷ୍ପତ୍ତି ।
➡️୫-ଆସନ୍ତା ୨୪ତାରିଖରେ ହେବାକୁ ଥିବା ପୌର ନିର୍ବାଚନ ନିମନ୍ତେ ଗତକାଲି ଅପରାହ୍ମରେ ପ୍ରାର୍ଥ ପତ୍ର ଯାଞ୍ଚ କାର୍ଯ୍ୟ ସମାପ୍ତ ହୋଇଛି । ୧୪ତାରିଖ ଅପରାହ୍ମ ୩ଟା ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ସମୟ ଦିଆଯାଇଛି ।
➡️୬-ଆଜି ଆସିବ ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ। ଉତ୍ତରପ୍ରଦେଶ, ପଞ୍ଜାବ, ଉତରାଖଣ୍ଡ, ଗୋଆ, ମଣିପୁରରେ କାହାକୁ ମିଳିବ ଜନାଦେଶ, କେଉଡଁ ଦଳ ଗଠନ କରିବ ସରକାର , ସନ୍ଧ୍ୟା ସୁଦ୍ଧା ଜଣାପଡିବ । ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହେବ ।
➡️୭-ପୌର ନିର୍ବାଚନରେ ଶହେ ଜଣ ପ୍ରାର୍ଥୀଙ୍କର ନାମାଙ୍କନ ପତ୍ର ହେଲା ନାକଚ ।
➡️୮-ଆଜି ଶେଷ ଉଡାଣ ଭରିବ ଅପରେସନ ଗଙ୍ଗା: ପ୍ରାୟ ୧୮ ହଜାର ଭାରତୀୟ ନାଗରିକଙ୍କୁ ସୁରକ୍ଷିତ ଭାବେ କରଯାଇଛି ଉଦ୍ଧାର । ୟୁକ୍ରେନ୍ ଛାଡ଼ିଲେ ଶେଷ ବ୍ୟାଚ୍ ଭାରତୀୟ ଛାତ୍ର ।
➡️୯-ଆସନ୍ତା ୩୦ ତାରିଖରେ ଉପସ୍ଥାପିତ ହେବ ରାଜ୍ୟ ବଜେଟ। ଏଥିରେ ସ୍ବତନ୍ତ୍ର ଭାବରେ ସ୍ଥାନ ପାଇବ କୃଷି ବଜେଟ।
➡️୧୦-ନନ୍ଦନକାନନରେ ବଣୁଆ ହାତୀଙ୍କ ଆତଙ୍କ, ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଲା ପ୍ରାଣୀଉଦ୍ୟାନ ।
➡️୧୧-ସିରମ୍ ଇନଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆ ଦ୍ବାରା ବିକଶିତ କରୋନା ଟିକା କୋଭୋଭାକ୍ସକୁ ଜରୁରୀ ବ୍ୟବହାର ପାଇଁ ମିଳିଲା ଅନୁମତି । ୧୨ରୁ ୧୭ବର୍ଷର ପିଲାଙ୍କ କ୍ଷେତ୍ରରେ ଏହି ଟିକାର ବ୍ୟବହାର ନିମନ୍ତେ କେତେକ ସର୍ତ୍ତ ରହିବ।
➡️୧୨-ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର ରୁରାଲ ୱାର୍କସ ଇଲେକ୍ଟ୍ରିକାଲ ଡିଭିଜନ୍ର ନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ସେଠୀଙ୍କ ଘରେ ରେଡ୍ କଲା ଭିଜିଲାନ୍ସ । ଚଢଉ ବେଳେ ବ୍ରହ୍ମପୁର ଘରୁ ମିଳିଛି ନଗଦ ପ୍ରାୟ ୨୦ ଲକ୍ଷ ଟଙ୍କା । ଆଉ ତାହା ପୁଣି ଖଟ ଗଦି ତଳୁ ।
➡️୧୩-କଟକ ଛତ୍ରବଜାର ନିକଟରେ ଭୁଶୁଡ଼ିଲା ପୋଲ : ୨ ଶ୍ରମିକଙ୍କ ମୃତ୍ୟୁ, ଜଣେ ଗୁରୁତର; ମୃତକଙ୍କ ପରିବାରକୁ ୩ ଲକ୍ଷ ଟଙ୍କା ଲେଖାଁଏ ଅନୁକମ୍ପା ରାଶି ଘୋଷଣାକଲେ ମୁଖ୍ୟମନ୍ତ୍ରୀ ।
➡️୧୪-ରୁଷ ବିରୋଧରେ ୟୁକ୍ରେନକୁ ଅସ୍ତ୍ର ଯୋଗାଇବ କାନାଡା, ଜେଲେନସ୍କିଙ୍କ ସହ ଆଲୋଚନା ପରେ ଟ୍ରୁଡୋଙ୍କ ଘୋଷଣା ।
➡️୧୫-ହଙ୍ଗେରୀ ପ୍ରଧାନମନ୍ତ୍ରୀ ଭିକ୍ଟର ଅର୍ବାନଙ୍କ ସହିତ ଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ । ୟୁକ୍ରେନ-ହଙ୍ଗେରୀ ସୀମା ଦେଇ ୬ହଜାରରୁ ଅଧିକ ଭାରତୀୟ ନାଗରିକମାନଙ୍କୁ ଉଦ୍ଧାର କରିବା ଲାଗି ସୁବିଧା ଓ ସହାୟତା ଯୋଗାଇ ଦେଇଥିବାରୁ ମହାମହିମ ଅର୍ବାନ ଏବଂ ହଙ୍ଗେରୀ ସରକାରଙ୍କୁ ପ୍ରଧାନମନ୍ତ୍ରୀ ନିଜର ହାର୍ଦ୍ଦିକ ଧନ୍ୟବାଦ ଜଣାଇଥିଲେ।
➡️୧୬-ପ୍ରତିରକ୍ଷା କ୍ଷେତ୍ରରେ ‘ଆତ୍ମନିର୍ଭର’ ପାଇଁ ସରକାରଙ୍କ ବଡ଼ ପଦକ୍ଷେପ, ଆରମ୍ଭ ହେବ ନୂଆ ଏଜେନ୍ସି । ଏକ ନୋଡାଲ ଅମ୍ୱ୍ରେଲା ଗଠନ କରିବା ପାଇଁ କେନ୍ଦ୍ର କ୍ୟାବିନେଟ ନିକଟରେ ପ୍ରସ୍ତାବ ଉପସ୍ଥାପନ କରିଛି ପ୍ରତିରକ୍ଷା ମନ୍ତ୍ରଣାଳୟ ।
➡️୧୭-ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ସରିବ ନା ଆଗକୁ ବଢିବ ? ଆଜି ତୁର୍କୀରେ ହୋଇପାରେ ଫୈସଲା । ଏହି ବୈଠକ ତୁର୍କିର ଅନ୍ତାଲ୍ୟାରେ ବସିବ ବୋଲି ଜଣାପଡିଛି ।
➡️୧୮-ଆଜି ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ବେଙ୍ଗାଲୁରୁରେ ଦ୍ୱିତୀୟ ଟେଷ୍ଟ୍ ମୁକାବିଲା ଖେଳାଯିବ । ଏହି ଡେନାଇଟ୍ ମୁକାବିଲାରେ ସମସ୍ତଙ୍କ ନଜର ବିରାଟ କୋହଲିଙ୍କ ଉପରେ ରହିବ । ଏହା ତାଙ୍କର ୧୦୧ ତମ ଟେଷ୍ଟ ହେବ ।
➡️୧୯-ଭାରତୀୟ ଅଲ୍ରାଉଣ୍ଡର ରବୀନ୍ଦ୍ର ଜାଡେଜା ବିଶ୍ବର ଏକ ନମ୍ବର ଟେଷ୍ଟ ଅଲ୍ରାଉଣ୍ଡର ମାନ୍ୟତା ହାସଲ କଲେ ।
➡️୨୦-ଫେବ୍ରୁଆରିର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଁ ଶ୍ରେୟସ, ମିତାଲି ଓ ଦୀପ୍ତିଙ୍କ ନାମ ହେଲା ସୁପାରିସ ।
➡️ପଞ୍ଚାୟତ ନିର୍ବାଚନରେ ଭୋଟ ଦେବାକୁ ଯିବା ସମୟରେ ପରସ୍ପର ଠାରୁ ୬ ଫୁଟ ଦୂରତା ରକ୍ଷାକରି ଧାଡିରେ ଛିଡା ହୁଅନ୍ତୁ ଓ କୋଭିଡ୍ ନିୟମ ପାଳନକରି ଭୋଟ୍ ଦିଅନ୍ତୁ ।
ଆଜି ବିଶ୍ୱ କିଡ୍ନୀ ଦିବସ ।
0 Comments