KHABAR ANTAR (ଖବର-ଅନ୍ତର)

ଜି



୧୫-ଡିସେମ୍ବର-୨୦୨୧,ବୁଧବାର


➡️୧-ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ। ଏହି ଉପଲକ୍ଷେ ଆଜି ଅପରାହ୍ଣ ୪ଟାରୁ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।


➡️୨-ଆଜି ଯାଜପୁର ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ । ଏହି ଯୋଜନାରେ ମୋଟ୍ ୪ ଲକ୍ଷ ୧୦ହଜାର ହିତାଧିକାରୀ ଉପକୃତ ହେବେ ।


➡️୩-ଓପିଏସ୍‌ସି ଦ୍ୱାରା ପରିଚାଳିତ ଓଡିଶା ଜୁଡିସିଆଲ୍‌ ସର୍ଭିସ୍‌ ପାଇଁ  ପ୍ରକାଶ ପାଇଲା ବିଜ୍ଞପ୍ତି । ମୋଟ ୫୩ଟି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ମହିଳାଙ୍କ ପାଇଁ ୧୭ଟି ସଂରକ୍ଷିତ ରହିଛି ।ସାଧାରଣ ବର୍ଗଙ୍କ ପାଇଁ ବୟସ ସୀମା ସର୍ବଧିକ ୩୫ ବର୍ଷ ରହିଛି ।


➡️୪-ରାଜଧାନୀରେ ବିବାହ ଉତ୍ସବରେ ପୁଣି ଲାଗିଲା କଟକଣା । ଏଣିକି ରାତି ୧୦ ଟା ପରେ ବାହାଘର ବେଳେ DJ ବଜାଇ ରୋଷଣି କଲେ ବା ବାଣଫୁଟାଇ ଉତ୍ସବ ମନାଇଲେ କାର୍ଯାନୁଷ୍ଠାନ ନେବ ପୋଲିସ ।


➡️୫-ସାଇବର ଓ ଅର୍ଥନୈତିକ ଅପରାଧକୁ ରୋକିବା ପାଇଁ ରାଜ୍ୟରେ ଖୋଲିବ ୧୧ଟି ସାଇବର ଥାନା । ଏନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କଲେ ଘୋଷଣା । 


➡️୬-ହଲିଡେ’ର ନୂଆ ଡେଷ୍ଟିନେସନ୍‌ ଭାବେ ପରିଚିତ ଓଡ଼ିଶାର କଶ୍ମୀର ଦାରିଙ୍ଗବାଡ଼ିଠାରେ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ଇକୋ-ରିଟ୍ରିଟ। 


➡️୭-୬ ହଜାର ଶିକ୍ଷକଙ୍କୁ ନିଯୁକ୍ତି ନେଇ ରାଜନୀତି ଜୋର । କେବଳ ୫-ଟି ରୂପାନ୍ତରିତ ସ୍କୁଲରେ କାହିଁକି ଦିଆଯିବ ଦାୟିତ୍ୱ, ପ୍ରଶ୍ନ ଉଠାଇଲା ଶିକ୍ଷକ ସଂଘ ।


➡️୮-ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲ୍‌ଥ କାର୍ଡ ଯୋଜନା ସାମିଲ ହେଲା ନୟାଗଡ ଓ ଜଗତସିଂହପୁର ଜିଲ୍ଲା। ନୟାଗଡର ୭.୭୦ ଲକ୍ଷ ଲୋକ ଏହି ସୁବିଧା ପାଇବା ବେଳେ ଜଗତସିଂହପୁରର ପ୍ରାୟ ୯ ଲକ୍ଷ ଲୋକ ସ୍ମାର୍ଟ କାର୍ଡ ପାଇବେ । 


➡️୯-ଓମିକ୍ରନ ନେଇ ସତର୍କ କରାଇଲା ହୁ । କହିଲା, ବିଶ୍ୱବ୍ୟାପୀ ବଢିପାରେ ମୃତ୍ୟୁସଂଖ୍ୟା । ହସ୍ପିଟାଲରେ ଭର୍ତ୍ତି ହେବେ ଅଧିକ ଆକ୍ରାନ୍ତ ।


➡️୧୦-ଫିଲ୍ମ ‘ପୁଷ୍ପା’ର ନିର୍ମାତାଙ୍କ ବିରୋଧରେ ହାଇଦ୍ରାବାଦ ଥାନାରେ ମାମଲା ହେଲା ରୁଜୁ । ଆସନ୍ତା ୧୭ ତାରିଖରେ ଏହି ଫିଲ୍ମ  ରିଲିଜ ହେବାର ଅଛି ।


➡️୧୧-୨୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ କନିଷ୍ଠ ଯନ୍ତ୍ରୀ ।


➡️୧୨-ବୁଡିଯିବ ମୁମ୍ବାଇ-ଚେନ୍ନାଇ ! ଆଣ୍ଟାର୍କଟିକାରେ ଭାଙ୍ଗୁଛି ୧୭୦୩୨୨ କିଲୋମିଟର ଲମ୍ବା ଗ୍ଲାସିୟର। ଏହାଦ୍ୱାରା ସାରା ଦୁନିଆରେ ସମୁଦ୍ରର ଜଳସ୍ଥର ୨୫ ଇଞ୍ଚ ଯାଏଁ ବଢ଼ିଯିବ। 


➡️୧୩-ବିଦେଶରୁ ଆସୁଥିବା ଯାତ୍ରୀଙ୍କ ପାଇଁ ବାଧ୍ୟତାମୂଳକ ହେବ ଆଗୁଆ ଆରଟିପିସିଆର ଟେଷ୍ଟ ବୁକିଂ ନିୟମ । ଆସନ୍ତା ୨୦ ତାରିଖରୁ ଏହି ନିୟମ କାର୍ଯ୍ୟକାରୀ କରାଯିବ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ଦେଲେ ସୂଚନା ।


➡️୧୪-ଆଗାମୀ ୬ ମାସ ମଧ୍ୟରେ ପିଲାଙ୍କ ପାଇଁ ନୋଭାଭାକ୍ସ କୋଭିଡ୍‌-୧୯ ଟିକା ଉପଲବ୍ଧ କରିବାକୁ ସିରମ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ (ଏସ୍‌ଆଇଆଇ) ର ଯୋଜନା ।


➡️୧୫-ଲଖିମପୁର ହିଂସା ଘଟଣାକୁ ଏସ୍‌ଆଇଟି ଅପରାଧିକ ଷଡଯନ୍ତ୍ର ବୋଲି କହିବା ପରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ଇସ୍ତଫା ଦାବି କଲେ ପ୍ରିୟଙ୍କା ଗାନ୍ଧୀ ।


➡️୧୬-ବିକ୍ରି ହୋଇଗଲା ଅନିଲ୍‌ ଅମ୍ୱାନୀଙ୍କ କମ୍ପାନୀ ରିଲାଏନ୍ସ ନେବଲ୍‌ ଆଣ୍ଡ ଇଞ୍ଜିନିୟରିଂ ଲିମିଟେଡ୍‌ (RNEL) । ଏହାର ନୂଆ ମାଲିକ ହେବାକୁ ଯାଉଛନ୍ତି ମୁମ୍ୱାଇର ଉଦ୍ୟୋଗପତି ନିଖିଲ ୱି ମର୍ଚ୍ଚେଣ୍ଟ ।


➡️୧୭-ବିକିନି ବଡି ବିଲ୍ଡିଂରେ ସ୍ୱର୍ଣ୍ଣ ପଦକ ଜିତିଲେ ଓଡ଼ିଆ ଝିଅ ସାରିନା ପାଣି । ସେ ମୁମ୍ବାଇରେ ଅନୁଷ୍ଠିତ ଆମେଚ୍ୟୁର ଅଲିମ୍ପିଆଡ ବଡି ବିଲ୍ଡିଂରେ ଏହି ପଦକ ହାସଲ କରିଛନ୍ତି । ଏହା ସହିତ ସେ ପ୍ରୋ କାର୍ଡ ମଧ୍ୟ ହାସଲ କରିଛନ୍ତି ।


➡️୧୮-ଆଗାମୀ ବର୍ଷ ଆଫଗାନିସ୍ତାନ ସହ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ ଖେଳିବ ଭାରତୀୟ ଦଳ। ଏହି ସିରିଜ୍‌ ଆଗାମୀ ବର୍ଷ ମାର୍ଚ୍ଚରେ ଖେଳାଯିବ ।


➡️୧୯-ବ୍ୟାଟ୍ସମ୍ୟାନ ବେନ୍‌ ମ୍ୟାକଡରମେଟ୍‌ଙ୍କ ବିଶାଳ ଛକାରେ ଫାଟିଲା ଗ୍ୟାଲେରିରେ ବସିଥିବା ଦର୍ଶକଙ୍କ ମୁଣ୍ଡ। ବିଗ୍‌ ବାସ୍‌ ଲିଗ୍‌ ୨୦୨୧-୨୨ରେ ହୋବାର୍ଟ ହରିକେନ୍ସ ଏବଂ ପର୍ଥ ସ୍କୋଚର୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ରେ ଦେଖିବାକୁ ମିଳିଲା ଏହି ଦୃଶ୍ୟ । 


➡️୨୦-ଆଇସିସି ପକ୍ଷରୁ ନଭେମ୍ବର ମାସର ସର୍ବଶ୍ରେଷ୍ଠ କ୍ରିକେଟର ହେଲା ଘୋଷିତ । ପୁରୁଷ ରେ ଅଷ୍ଟ୍ରେଲିଆର ବିସ୍ଫୋରକ ଓପ୍‌ନର ଡେଭିଡ୍‌ ୱାର୍ଣ୍ଣର ଥିବା ବେଳେ ମହିଳା ରେ ୱେଷ୍ଟଇଣ୍ଡିଜ୍‌ର ଅଲ୍‌ରାଉଣ୍ଡର ହେଲି ମାଥ୍ୟୁସ୍‌ ସର୍ବଶ୍ରେଷ୍ଠ  କ୍ରିକେଟର ଘୋଷିତ କଲା  ଆଇସିସି ।


➡️ପ୍ରତ୍ୟେକ ବ୍ୟକ୍ତି ଟୀକା ନିଅନ୍ତୁ, ସର୍ବଦା ମାସ୍କ ପିନ୍ଧନ୍ତୁ, ହାତ ଧୁଅନ୍ତୁ ଓ ସାମାଜିକ ଦୂରତା ବଜାୟ ରଖନ୍ତୁ ।


•┈┈┈┈┈┈┈┈┈┈┈┈┈┈┈┈┈┈┈┈┈┈┈┈┈┈┈┈•

ଖବର, ୧୪-ଡିସେମ୍ବର-୨୦୨୧,ମଙ୍ଗଳବାର

┈┈┈┈┈┈┈┈┈┈┈┈┈┈┈┈┈┈┈┈┈┈┈┈┈┈┈┈•

➡️୧-ବାରଣାସୀରେ ଗଙ୍ଗାରେ ବୁଡ ପକାଇ କାଶୀ ବିଶ୍ୱନାଥ ମନ୍ଦିରର କରିଡର ଉଦଘାଟନ କରିବା ସହ ରୁଦ୍ରାଭିଶେକ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଶ୍ରମିକମାନଙ୍କ ଶହ ମିଶି ଏକାଠି କଲେ ଭୋଜନ,ଖିଡକିଆ ଘାଟରୁ ଲଳିତା ଘାଟକୁ ସ୍ୱତନ୍ତ୍ର କ୍ରୁଜ୍ ଯୋଗେ କଲେ ଯାତ୍ରା ।


➡️୨-ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲ୍ଥ କାର୍ଡ ଯୋଜନାରେ ସାମିଲ ହେଲା କଟକ ଓ ଖୋର୍ଦ୍ଧା ଜିଲ୍ଲା । କଟକର ୧୮ ଲକ୍ଷ ଲୋକ ଏହି ସୁବିଧା ପାଇବା ବେଳେ ଖୋର୍ଦ୍ଧାର ପ୍ରାୟ ୧୪ ଲକ୍ଷ ଲୋକ ସ୍ମାର୍ଟ କାର୍ଡ ପାଇବେ ।


➡️୩-ଦଶମ ଟର୍ମ-୧ ଇଂଲିଶ ପ୍ରଶ୍ନପତ୍ରରେ ତ୍ରୁଟି ଥିବା ସ୍ୱୀକାର କଲା CBSE ବୋର୍ଡ । କୋର୍ସ ବାହାରୁ ଆସିଥିବା ସବୁ ସେଟ୍ ପ୍ରଶ୍ନ ଉପରେ ୧୦ ନମ୍ବର ଗ୍ରେସମାର୍କ ପାଇବେ ଛାତ୍ରଛାତ୍ରୀ ।


➡️୪-ବାତ୍ୟା ଜୱାଦ : ଆସିଲା କେନ୍ଦ୍ରୀୟ ଟିମର ସମୀକ୍ଷା ରିପୋର୍ଟ । ୧୨ ଜିଲ୍ଲାର ୧୩୧ ବ୍ଲକ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ।କହିଲେ ପୁରୀ ଓ ଗଞ୍ଜାମ ଜିଲ୍ଲାରେ ଚାଷୀଙ୍କର ହୋଇଛି ବ୍ୟାପକ କ୍ଷୟକ୍ଷତି । ପ୍ରାୟ ୫.୭୮ ଲକ୍ଷ ହେକ୍ଟର ଚାଷ ଜମି ନଷ୍ଟ ।


➡️୫-ଭାରତ ଜିତିଲା ମିସ୍ ୟୁନିଭର୍ସ ୨୦୨୧ ଟାଇଟଲ, ୨୧ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇଲେ ପଞ୍ଜାବ ର ୨୧ ବର୍ଷୀୟା ମଡେଲ 'ହରନାଜ କୌର ସନ୍ଧୁ' ହେଲେ ୭୦ ତମ ମିସ୍ ୟୁନିଭର୍ସ, । ପାରାଗୁଏ ଓ ଦକ୍ଷୀଣ ଆପ୍ରିକାର ସୁନ୍ଦରୀଙ୍କୁ ପଛରେ ପକାଇ ବ୍ରହ୍ମାଣ୍ଡ ସୁନ୍ଦରୀର ପିନ୍ଧିଲେ ମୁକୁୁଟ ।


➡️୬-ଭାରତୀୟ ନୌସେନାକୁ ମିଳିଲା ନୂଆ ଶକ୍ତି । ସୁପରସୋନିକ ମିସାଇଲ ଟରପିଡୋର ବାଲେଶ୍ୱର ଉପକୂଳ ଉତକ୍ଷେପଣ କେନ୍ଦ୍ରରୁ ହେଲା ସଫଳ ପରୀକ୍ଷଣ ।


➡️୭-ପଂଚାୟତ ନିର୍ବାଚନ ପାଇଁ ଆସନ୍ତା ୧୬ ତାରିଖରେ ଆସିବ ଚୂଡାନ୍ତ ଭୋଟର ତାଲିକା; ସେପଟେ ପ୍ରସ୍ତୁତ ହେଲେଣି ତିନି ରାଜନୈତିକ ଦଳ । ଡିସେମ୍ବର ଶେଷ ସୁଦ୍ଧା ଘୋଷଣା ହୋଇପାରେ ତାରିଖ !


➡️୮-ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ବିବାଦ ମାମଲା: ଡିିସେମ୍ବର ୧୪ ତାରିଖରେ ଆୟୋଜନ ହେବାକୁ ଥିବା ଏହି ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମକୁ ସ୍ଥଗିତ କଲେ ‌ହାଇକୋର୍ଟ । ୨୦୨୨ ଜାନୁଆରି ୭ ସୁଦ୍ଧା ପୁନଃ ବିଚାର କରି ରିପୋର୍ଟ ଦେବାକୁ ଦେଲେ ନିର୍ଦ୍ଦେଶ ।


➡️୯-ଅନେକ ଦିନ ପରେ ପୁଣି ବଲିଉଡକୁ ଛୁଇଁଲା କରୋନା, ଅଭିନେତ୍ରୀ କରୀନା କପୁର ଓ ଅମ୍ରିତା ଆରୋରା  ହେଲେ କରୋନା ପଜିଟିଭ ଚିହ୍ନଟ । ସେପଟେ ବିଏମସିକୁ ଘାରିଲା ସୁପର ସ୍ପ୍ରେଡର ହେବାର ଭୟ ।


➡️୧୦-ଫିଲ୍ମ ‘ସ୍ପାଇଡର୍ ମ୍ୟାନ୍ ନୋ ୱେ ହୋମ୍’ର ଆଡ଼ଭାନ୍ସ ବୁକିଂ ଉଡାଇଦେଲା ହୋସ । ଟିକେଟ ର ମୂଲ୍ୟ ୨୨୦୦ ଟଙ୍କା ରେ ପହଞ୍ଚି ଥିବା ବେଳେ ଆଡ଼ଭାନ୍ସ ରେ ଟିକେଟ ବୁକିଂ ହେଲା ହାଉସଫୁଲ୍ । ତେବେ ଭାରତରେ ଏହି ଫିଲ୍ମ ଡିସେମ୍ବର ୧୬ ତାରିଖରେ ରିଲିଜ ହେବ ।


➡️୧୧-ଆସିଲା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ରିପୋର୍ଟ : ଗତ ୨ ବର୍ଷ ଧରି ୫୦ କୋଟି ଲୋକଙ୍କୁ ଦରିଦ୍ର କରିଛି କରୋନା ।


➡️୧୨-ପ୍ରାୟ ୫୯ ରୁ ଅଧିକ ଦେଶକୁ ତୀବ୍ରଗତିରେ ମାଡି ସାରିଲାଣି Omicron, ତେବେ ଓମିକ୍ରନ ଯୋଗୁଁ ପୁଣି ସଟଡାଉନ ଓ ଲକଡାଉନ ଭଳି ସ୍ଥିତି ଫେରିପାରେ ବୋଲି ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ଦେଲା ସତର୍କ ସୂଚନା ।


➡️୧୩-ଟିକାକରଣ ପ୍ରମାଣପତ୍ରରେ ପ୍ରଧାନମନ୍ତ୍ରୀଙ୍କ ଫଟୋକୁ ଚ୍ୟାଲେଞ୍ଜ କରି ଆଗତ ମାମଲାକୁ ଖାରଜ କଲେ କେରଳ ହାଇକୋର୍ଟ ।


➡️୧୪-ଦେଶରେ ବଢୁଛି ଓମିକ୍ରନ୍ ସଂକ୍ରମଣ : ମୋଟ୍ ଆକ୍ରାନ୍ତ ସଂଖ୍ୟା ୩୮ ପହଞ୍ଚିଲା, ମହାରାଷ୍ଟ୍ରରୁ ବାହାରିଲେ ସର୍ବାଧିକ ୧୮ ଜଣ ।


➡️୧୫-ଶ୍ରୀନଗର ଉପକଣ୍ଠରେ ଜେଓ୍ବାନ ଅଞ୍ଚଳରେ ଥିବା ପାନ୍ଥା ଛକ ନିକଟରେ ଏକ ପୁଲିସ ବସ ଉପରକୁ ଆତଙ୍କବାଦୀମାନେ ଗୁଳି ଚଳାଇବାରୁ ୨ ଜଣ ପୁଲିସ କର୍ମୀ ସହିଦ ହୋଇଥିବାବେଳେ ୧୨ ଜଣ ହେଲେ ଆହତ ।


➡️୧୬-ବ୍ରିଟେନରେ ଓମିକ୍ରନ ନେଲା ପ୍ରଥମ ଜୀବନ । ସୂଚନା ଦେଲେ ବ୍ରଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ । ସେପଟେ ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତିଙ୍କୁ ହେଲା କରୋନା, ପୂର୍ବରୁ ଦୁଇ ଡୋଜର ଟିକା ନେଇ ଆଗରୁ ନେଇ ସାରିଛନ୍ତି ।


➡️୧୭-ହଂକଂ ର ମିଡିଆ ଟାଇକୁନ ଏବଂ ପ୍ରମୁଖ ଗଣତନ୍ତ୍ର ସମର୍ଥକ ଜିମି ଲାଇଙ୍କୁ ମିଳିଲା ୧୩ ମାସର ଜେଲ ସଜା। ସହରରେ ଅଶାନ୍ତି ଖେଳାଇବା ନେଇ ହୋଇଥିଲା ଅଭିଯୋଗ ।


➡️୧୮-ଟିମ୍ ଇଣ୍ଡିଆକୁ ଲାଗିଲା ବଡ଼ ଝଟ୍କା, ଆସନ୍ତା ୨୬ ତାରିଖରୁ ଆରମ୍ଭ ହେବାକୁ ଥିବା ଟେଷ୍ଟ ସିରିଜ୍ ରୁ ବାଦ୍ ପଡ଼ିଲେ ଉପଅଧିନାୟକ ରୋହିତ ଶର୍ମା। ମାଂସପେଶୀ ଟାଣି ହୋଇଯିବା ଯୋଗୁଁ ସମ୍ପୂର୍ଣ୍ଣ ଟେଷ୍ଟ ସିରିଜ୍ ରୁ ବାଦ୍ ଦିଆଯାଇଥିବା ଘୋଷଣା କଲା ବିସିସିଆଇ ।


➡️୧୯-ପୂର୍ବତନ ଅଧିନାୟକ ମହେଳା ଜୟଵର୍ଦ୍ଦନେଙ୍କୁ ମିଳିଲା  ଶ୍ରୀଲଙ୍କା ଜାତୀୟ ଦଳର ପରାମର୍ଶଦାତା କୋଚ୍‌ । ଆସନ୍ତା ୧ ତାରିଖରୁ ଏକ ବର୍ଷ ପାଇଁ ସେ ଦେଶର ପ୍ରତ୍ୟେକ ଜାତୀୟ ଦଳ ସହିତ କାର୍ଯ୍ୟ କରିବେ ବୋଲି ଶ୍ରୀଲଙ୍କା କ୍ରିକେଟ ପକ୍ଷରୁ ଆସିଲା ସୂଚନା ।


➡️୨୦-ଆଜିଠାରୁ ବ୍ରୋଞ୍ଜ ମେଡାଲ ଜିତିଥିବା ଏସିଆନ ଚମ୍ପିୟାନ ଟ୍ରାଫିରେ ଭାରତୀୟ ହକି ଦଳର ଖେଳ ଆରମ୍ଭ ହେବ । ଦକ୍ଷିଣ କୋରିଆ ସହ ଭେଟିବ ପ୍ରଥମ ମ୍ୟାଚ 


➡️୨୧-ମମତା ବାନାର୍ଜୀଙ୍କ ମିଶନ୍ ଗୋଆ : ପଶ୍ଚିମବଙ୍ଗରେ ପରେ ଗୋଆରେ ସରକାର ଗଢିବା ପାଇଁ ଅଂଟା ଭିଢିଛନ୍ତି ଦିଦି ।


➡️୨୨-ମୁମ୍ବାଇ ଡ୍ୟାନ୍ସ ବାର୍‌ର ଗୁପ୍ତ ଭୂତଳ କୋଠରିରୁ ୧୭ ମହିଳା ଉଦ୍ଧାର ।


➡️୨୩-ଜୋମାଟୋ, ସ୍ବିଗି, ଓଲା ଓ ଉବର କର୍ମଚାରୀଙ୍କ ସାମାଜିକ ସୁରକ୍ଷା ପାଇଁ ପିଟିସନ, କେନ୍ଦ୍ର ସରକାରଙ୍କୁ ଜବାବ ମାଗିଲେ ସୁପ୍ରିମ୍‌କୋର୍ଟ ।


➡️୨୪-ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ପୂରଣ ହେଉନି ପିଜି ସିଟ୍‌: ୧୫ରୁ ଦ୍ୱିତୀୟ ପର୍ଯ୍ୟାୟ ସ୍ପଟ୍‌ ନାମଲେଖା ।


➡️୨୫-ନୂଆ ରୋଗ ‘ସ୍କ୍ରବ୍ ଟାଇଫସ୍‌’କୁ ନେଇ ଚିନ୍ତା, ୧୩ ଜିଲ୍ଲାରେ ଚିହ୍ନଟ ହେଲେଣି ୪ଶହରୁ ଅଧିକ ଆକ୍ରାନ୍ତ


➡️୨୬-ଏଲନ ମସ୍କ ହେଲେ ଟାଇମ୍ ‘ପର୍ସନ୍ ଅଫ୍ ଦ ୟର୍’ ଏଡିଟର୍ କହିଲେ, ପୃଥିବୀରେ ସମ୍ଭବତଃ କିଏ ତାଙ୍କ ଭଳି ପ୍ରଭାବଶାଳୀ ଥିବ ।


👉   ପ୍ରତ୍ୟେକ ବ୍ୟକ୍ତି ଟୀକା ନିଅନ୍ତୁ, ସର୍ବଦା ମାସ୍କ ପିନ୍ଧନ୍ତୁ, ହାତ ଧୁନ୍ତୁ ଓ ସାମାଜିକ ଦୂରତା ବଜାୟ ରଖନ୍ତୁ   👈



Comment ଦିଅନ୍ତୁ,  Motivate କରନ୍ତୁ...




•┈┈┈┈┈┈┈┈┈┈┈┈┈┈┈┈┈┈┈┈┈┈•

୧୩-ଡିସେମ୍ବର-୨୦୨୧,ସୋମବାର

•┈┈┈┈┈┈┈┈┈┈┈┈┈┈┈┈┈┈┈┈┈┈•


➡️୧-ଆଜି ବାରଣାସୀରେ ଥିବା କାଶୀ ବିଶ୍ୱନାଥ ମନ୍ଦିର କରିଡର ଶୁଭ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।


➡️୨-ବାତ୍ୟା ଜୱାଦ୍ : ପ୍ରଥମ ଦିନରେ ଗ୍ରାଉଣ୍ଡରେ କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ ଓ କଟକ ଜିଲ୍ଲାର ପ୍ରଭାବିତ ଅଞ୍ଚଳ ବୁଲି କ୍ଷୟକ୍ଷତି ର ଆକଳନ ଓ ଚାଷୀଙ୍କ ସହ କଲେ ଆଲୋଚନା ।


➡️୩-ବିନା କୋଚିଂରେ ଆଇଏଏସ ଅଫିସର ହେଲେ ଉତ୍ତରପ୍ରଦେଶର ବରେଲିରେ ରହୁଥିବା ହିଂମାଶୁ ଗୁପ୍ତା । ଘର ଚଳାଇବା ପାଇଁ ସେ ଚା’ ବିକିବା ସହ ସବୁଦିନ ଖବରକ‌ାଗଜ ପଢ଼ୁଥିଲେ।


➡️୪-ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁସ୍ଥିତ ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟରେ ପିଲାଙ୍କ ସହ କ୍ଲାସ ରୁମ୍ ରେ ବସି ସ୍ମାର୍ଟସ୍କୁଲର ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ ।


➡️୫-ପ୍ରଧାନମନ୍ତ୍ରୀଙ୍କ ଘୋଷଣା: ଏଣିକି ବ୍ୟାଙ୍କ ବୁଡ଼ିଗଲେ କିମ୍ବା ଦେବାଳିଆ ହେଲେ ଜମାକାରୀଙ୍କୁ ମିଳିବ ୫ ଲକ୍ଷ ଟଙ୍କା ।


➡️୬-ଆଜି କଟକରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟକାର୍ଡ ବାଣ୍ଟିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।


➡️୭-ଏଥର ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ୫ଟିଯାକ କେନ୍ଦ୍ରୀୟ ଏସୀୟ ଦେଶ । ଦେଶ ଗୁଡ଼ିକ ହେଲେ (କାଜାକ୍‌ସ୍ତାନ, କିର୍ଗିଜ୍‌ସ୍ତାନ, ତାଜିକ୍‌ସ୍ତାନ,ତୁର୍କମେନିସ୍ତାନ ଏବଂ ଉଜ୍‌ବେକିସ୍ତାନ) ।


➡️୮-ବିହାରକୁ ସ୍ୱତନ୍ତ୍ର ମାନ୍ୟତା ପ୍ରଦାନ ପାଇଁ ଦାବି କରି ନିତି ଆୟୋଗକୁ ଚିଠି ଲେଖିଲେ ନୀତୀଶ ସରକାର ।


➡️୯-ସହିଦ ଜିତେନ୍ଦ୍ର କୁମାରଙ୍କ ପତ୍ନୀଙ୍କୁ ୧ କୋଟିର ଅନୁକମ୍ପା ରାଶି ସହ ସରକାରୀ ଚାକିରି ଘୋଷଣା କଲେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ। 


➡️୧୦-ଇଣ୍ଡିଆନ୍ କାଉନ୍ସିଲ ଅଫ୍ ମେଡିକାଲ୍ ରିସର୍ଚ୍ଚ ବା ICMR ଦ୍ୱାରା ବିକଶିତ ନୂଆ କିଟ୍ ରେ ମାତ୍ର ୨ ଘଣ୍ଟାରେ ଓମିକ୍ରୋନ ଚିହ୍ନଟ କରିପାରିବ ବୋଲି ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଲା ଖବର ।


➡️୧୧-ଆନ୍ଧ୍ରପ୍ରଦେଶରରେ ଚିହ୍ନଟ ହେଲା ପ୍ରଥମ ଓମିକ୍ରନ ଭାରିଏଣ୍ଟ । ଜଣେ ୩୪ବର୍ଷୀୟ ଯୁବକଙ୍କ ଠାରେ ଏହା ଚିହ୍ନଟ ହୋଇଛି। ଯୁବକ ଜଣଙ୍କ ଆୟାରଲାଣ୍ଡରୁ ଫେରିଥିଲେ। ଏହାକୁ ମିଶାଇ ଦେଶରେ ମୋଟ ଓମିକ୍ରନ୍ ସଂକ୍ରମକ ସଂଖ୍ୟା ୩୬କୁ ପହଞ୍ଚିଲା ।


➡️୧୨-କରୋନାର ଓମିକ୍ରନ୍‌ ଭାରିଆଣ୍ଟ ସଂକ୍ରମଣ ବଢ଼ୁଥିବାରୁ ବ୍ରିଟେନରେ ଆଜିଠାରୁ ୩୦ ବର୍ଷ ଓ ତଦୂର୍ଦ୍ଧ୍ୱ ବୟସର ଲୋକଙ୍କୁ ଦିଆଯିବ କୋଭିଡ୍‌ ଟିକାର ବୁଷ୍ଟର ଡୋଜ୍‌ ।


➡️୧୩-ହିମାଳୟର କେଦାରକଣ୍ଠା ଶୀର୍ଷରେ ପହଁଚିଲେ ୭ ଓଡ଼ିଆ, ୪ ଦିନର ଯାତ୍ରା ପରେ ଶିଖର ଛୁଇଁଲା ଟିମ କଳିଙ୍ଗ ଡେୟାରଡେଭିଲ୍ସ। 


➡️୧୪-ରାଜସ୍ଥାନ ର କଂଗ୍ରେସ ର ଏକ ରାଲିରେ ଏକାଠି ହେଲେ ଗାନ୍ଧୀ ପରିବାର, ବର୍ଷିଲେ ମୋଦୀ ସରକାର ଉପରେ। 


➡️୧୫-ଜେନେରାଲ ରାୱତଙ୍କ ହେଲିକପ୍ଟର କ୍ରାସ୍ ଭିଡିଓ ରେକର୍ଡିଁ କରିଥିବା ବ୍ୟକ୍ତିଙ୍କ ମୋବାଇଲ୍ ଫୋନ୍ ଫୋରେନସିକ୍ ପରୀକ୍ଷା ପାଇଁ ପଠାଗଲା  ।


➡️୧୬-ବୁନ୍ଦି ରାଜପୁତ ସମାଜର ‘ରାଜା’ ହେଲେ ବ୍ରିଗେଡିୟର ଭୂପେଶ ସିଂହ ହାଡା, ରାଜ୍ୟାଭିଷେକ ପରେ ସମ୍ଭାଳିଲେ ରାଜ୍ୟ ।


➡️୧୭-ଆମେରିକାର ମଧ୍ୟପଶ୍ଚିମ ଓ ଦକ୍ଷିଣ ଭାଗରେ ବାତ୍ୟାର ତାଣ୍ଡବ ସୃଷ୍ଟି ଯୋଗୁଁ ଆମେରିକାର ୫ଟି ରାଜ୍ୟରେ ହେଲା ବ୍ୟାପକ କ୍ଷତି । ତେବେ କେଣ୍ଟୁକିରେ ବାତ୍ୟାଜନିତ ମୃତ୍ୟୁ ସଂଖ୍ୟା ୧୦୦ ଟପିବ ବୋଲି ଆଶା ।


➡️୧୮-ଚଳିତ ବିଜୟ ହଜାରେ ଟ୍ରଫିରେ ଓଡ଼ିଶାର ବିଜୟଧାରରେ ଲାଗିଲା ବ୍ରେକ୍। ହ୍ୟାଟ୍ରିକ୍ ବିଜୟ ସହ ପଏଣ୍ଟ ଟେବୁଲରେ ଟପରେ ଥିବା ଓଡ଼ିଶା ଦଳ ତା’ର ଚତୁର୍ଥ ମ୍ୟାଚରେ ଜମ୍ମୁ-କଶ୍ମୀର ନିକଟରୁ ୯୫ ରନରେ ହେଲା ପରାସ୍ତ ।


➡️୧୯-ପାକିସ୍ତାନ ଗସ୍ତରେ ସୀମିତ ଓଭର କ୍ରିକେଟ୍ ସିରିଜ୍ ଖେଳିବାକୁ ଯାଇଥିବା ୱେଷ୍ଟଇଣ୍ଡିଜ୍ ଟିମ୍ ଉପରେ କରୋନା କଲା ଆକ୍ରମଣ । କରୋନାରେ ଆକ୍ରାନ୍ତ ହେବା ପରେ କଟ୍ଟରେଲ୍, ଚେଜ୍ ଓ ମେୟର୍ସଙ୍କୁ ଆସନ୍ତା ୧୩ ତାରିଖରୁ କରାଚୀରେ ଆରମ୍ଭ ହେବାକୁଥିବା ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରୁ ବାଦ୍ ଦିଆଯାଇଚି। 


➡️୨୦-ଟିମ୍ ଇଣ୍ଡିଆର କେ.ଏଲ ରାହୁଲ ହୋଇପାରନ୍ତି ଉପ-ଅଧିନାୟକ,ଏ ନେଇ ବିସିସିଆଇ ଖୁବ ଶୀଘ୍ର କରିପାରେ ଘୋଷଣା ।


👉   ପ୍ରତ୍ୟେକ ବ୍ୟକ୍ତି ଟୀକା ନିଅନ୍ତୁ, ସର୍ବଦା ମାସ୍କ ପିନ୍ଧନ୍ତୁ, ହାତ ଧୁନ୍ତୁ ଓ ସାମାଜିକ ଦୂରତା ବଜାୟ ରଖନ୍ତୁ   👈




ପଦେ ଅଧେ Comment ଦିଅନ୍ତୁ...





•┈┈┈┈┈┈┈┈┈┈┈┈┈┈┈┈┈┈┈┈┈┈•

ଖବର, ୧୨-ଡିସେମ୍ବର-୨୦୨୧,ରବିବାର ର 

•┈┈┈┈┈┈┈┈┈┈┈┈┈┈┈┈┈┈┈┈┈┈•

➡️୧-ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗଞ୍ଜାମ ଜିଲ୍ଲା ଗସ୍ତ । ନିର୍ବାଚନ ମଣ୍ଡଳି ହିଞ୍ଜିଳିରେ ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ କରିବା ସହ ବିଜୁସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବଣ୍ଟନର କରିବେ ଶୁଭାରମ୍ଭ ।

➡️୨-ଜୱାଦ କ୍ଷୟକ୍ଷତିର ଆକଳନ ପାଇଁ ଭୁବନେଶ୍ୱର ପହଁଚିଲେ କେନ୍ଦ୍ରୀୟ ଟିମ୍ । ଆଜିଠାରୁ ଏହି ଟିମ୍ ବାତ୍ୟା କ୍ଷତିଗ୍ରସ୍ତ    ଅଞ୍ଚଳ ବୁଲି କ୍ଷୟକ୍ଷତିର ଆକଳନ କରିବେ ।

➡️୩-୧୫ ମାସର ଆନ୍ଦୋଳନ ପରେ ଘରକୁ ଫେରିଲେ ଚାଷୀ । ଚାଷୀଙ୍କ ଏହି ବିଜୟ ପରେ ଆକାଶରୁ ଉଡାଜାହାଜ ଜରିଆରେ ଫୁଲର ବର୍ଷା କଲେ ଜଣେ ପ୍ରବାସୀ ଭାରତୀୟ ।

➡️୪-ଫଣି ପ୍ରଭାବିତଙ୍କ ସହ ୧୩ଲକ୍ଷ ହିତାଧିକାରୀଙ୍କୁ ପିଏମଏୱାଇରେ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀ ଚିଠି ଲେଖି ପ୍ରଧାନମନ୍ତ୍ରୀଙ୍କୁ କଲେ ଅନୁରୋଧ ।

➡️୫-ଐତିହାସିକ ନିଷ୍ପତ୍ତିକ୍ରମେ ଅନ୍ତର୍ଜାତୀୟ ସୌର ମେଣ୍ଟକୁ ପର୍ଯ୍ୟବେକ୍ଷକ ମାନ୍ୟତା ଦେଲା ମିଳିତ ଜାତିସଂଘ। 

➡️୬-ନିର୍ବାଚନ ପୂର୍ବରୁ ଉତ୍ତରପ୍ରଦେଶ ଜନତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଭେଟି। ୯,୮୦୦କୋଟିର ସରଜୁକେନାଲ ପ୍ରକଳ୍ପର ଉଦଘାଟନ କଲେ ମୋଦୀ ।

➡️୭-ଆସିଲା ବିଶ୍ବ ବ୍ୟାଙ୍କର “ଦି ଚେଞ୍ଜିଙ୍ଗ୍ ୱେଲଥ୍ ଅଫ୍ ନେସନ୍ସ ୨୦୨୧” ରିପୋର୍ଟ । ବାୟୁ ପ୍ରଦୂଷଣ ହେତୁ ଦକ୍ଷିଣ ଏସିଆର ବାସିନ୍ଦା ବିଶ୍ବରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି ।

➡️୮-ରାୟଗଡାର ରାମନାଗୁଡା ଲ୍ୟାମ୍ପସ୍ ରୁ ଚିହ୍ନଟ ହେଲେ ୭୪ ନକଲି ଭାଗ ଚାଷୀ, ଜମି ମାଲିକଙ୍କ ଅଜାଣତରେ ହୋଇଥିଲା ପଞ୍ଜିକରଣ, ଧରିଲା ଯାଞ୍ଚ କମିଟି। 

➡️୯-ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦେଶର ପ୍ରଥମ ସିଡିଏସ୍ ଜେନେରାଲ ବିପିନ ରାଓ୍ବତ୍ ଏବଂ ତାଙ୍କ ସ୍ତ୍ରୀ ମଧୁଲିକାଙ୍କ ଶେଷକୃତ୍ୟ ପରେ ଗତକାଲି ହରିଦ୍ୱାରଠାରେ ଗଙ୍ଗାନଦୀରେ ହେଲା ଅସ୍ଥି ବିସର୍ଜନ । ସେପଟେ ତାଳଚେର ରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସହିଦ୍ ରାଣା ପ୍ରତାପ ଦାସଙ୍କ ଶେଷକୃତ୍ୟ ସଂପନ୍ନ ।

➡️୧୦-ବିବାଦରେ ଓଟିଟି ପ୍ଲାଟଫର୍ମ କଞ୍ଚାଲଙ୍କା, ପ୍ରତିବାଦ ପରେ ବଦଳିଲା ୱେବ ସିରିଜ ଗ୍ୟାଙ୍ଗସ ଅଫ୍ ପୁରୀର ପୋଷ୍ଟର ।

➡️୧୧-ଛାତିରେ ଯନ୍ତ୍ରଣା ଯୋଗୁଁ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ହାଇଦ୍ରାବାଦକୁ ଏୟାରଲିଫ୍ଟ ହେଲେ ଘଷିପୁରା ବିଧାୟକ ବଦ୍ରି ପାତ୍ର । 

➡️୧୨-ବିନା ଅନୁମତିରେ ସ୍ତ୍ରୀର କଲ୍ ରେକର୍ଡିଂ କରିବା ଗୋପନୀୟତା ଅଧିକାରର ଉଲ୍ଲଂଘନ ବୋଲି ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ର ଏକ ରାୟରେ କଲେ ସ୍ପଷ୍ଟ ।

➡️୧୩-ଦିଦି କଲେ ବଡ଼ ଘୋଷଣା, ଗୋଆରେ ନିର୍ବାଚନ ଜିତିଲେ ମହିଳା ମାନଙ୍କୁ ମାସିକ ୫ ହଜାର ଟଙ୍କା ଲେଖାଏଁ ପ୍ରଦାନ କରିବେ ବୋଲି ଘୋଷଣା କଲେ ଦିଦି । 

➡️୧୪-ଦେଶରେ ବଢୁଛି ଓମିକ୍ରନ୍ ସଂକ୍ରମଣ । ମୁମ୍ବାଇରେ ଲାଗିଲା ୧୪୪ ଧାରା, ଡର ବଢାଇଲାଣି ମହାରାଷ୍ଟ୍ର ।

➡️୧୫-ଇସଲାମିକ ଦେଶକୁ ଘାରିଲାଣି ଆତଙ୍କବାଦୀ ଭୟ, ତବଲିଗି ଜମାତ୍ ଉପରେ ରୋକ ଲଗାଇଲା ସାଉଦି ଆରବ। 

➡️୧୬-ତାଲିବାନ ଦ୍ୱାରା ଆଫଗାନିସ୍ତାନ ଦଖଲ ପରେ ପ୍ରଥମ ଥର ପାଇଁ ଆଫଗାନିସ୍ତାନ ଲୋକଙ୍କ ପାଇଁ ଭାରତ ପଠାଇଲା ୧.୬ ମେଟ୍ରିକ ଟନ ଜୀବନ ରକ୍ଷାକାରୀ ଔଷଧ ।

➡️୧୭-ସିଗାରେଟ ଉପରେ ଲାଇଫଟାଇମ ବ୍ୟାନ ବା ସର୍ବକାଳୀନ ନିଷେଧାଦେଶ ଜାରି କଲେ ନ୍ୟୁଜିଲ୍ୟାଣ୍ଡ ସରକାର । ଏହି କଠୋର ଆଇନ ଆସନ୍ତା ବର୍ଷରୁ ହେବ ଲାଗୁ ।

➡️୧୮-ଆମେରିକାରେ କେଣ୍ଟକିରେ ଝଡର ତାଣ୍ଡବଲୀଳା । ଝଡ ଯୋଗୁଁ ପ୍ରାୟ ୫୦ ଜଣଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ଏନେଇ କେଣ୍ଟକି ଗଭର୍ନର ଏଣ୍ଡି ବେଶିୟର ଏମର୍ଜେନ୍ସି କଲେ ଘୋଷଣା ।

➡️୧୯-ଇଂଲଣ୍ଡକୁ ହରାଇ ବିଶ୍ଵ ଟେଷ୍ଟ ଚାମ୍ପିଅନଶିପ୍ ଟେବୁଲରେ ଅଷ୍ଟ୍ରେଲିଆ ପହଁଚିଲା ଦ୍ଵିତୀୟ ସ୍ଥାନରେ, ଖସିଲେ ଭାରତ-ପାକିସ୍ତାନ । ପଏଣ୍ଟ ଟେବୁଲ୍ ର ଶୀର୍ଷରେ ରହିଛି ଶ୍ରୀଲଙ୍କା

➡️୨୦-ବେଙ୍ଗାଲୁରୁ ରେ ସର୍ବ ଭାରତୀୟ ମହିଳା ହକି ଚାମ୍ପିୟନ୍‌ସିପ୍‌ : ବ୍ରୋଞ୍ଜ ପଦକ ହାସଲ କଲା ଓଡ଼ିଶା ମହିଳା ପୋଲିସ ହକି ଟିମ୍‌ । ମହାରାଷ୍ଟ୍ରକୁ ୬-୦ ଗୋଲ୍‌ରେ ହରାଇ ତୃତୀୟ ସ୍ଥାନ ଅଧିକାର କଲା ଓଡ଼ିଶା । 


 👉   ପ୍ରତ୍ୟେକ ବ୍ୟକ୍ତି ଟୀକା ନିଅନ୍ତୁ, ସର୍ବଦା ମାସ୍କ ପିନ୍ଧନ୍ତୁ, ହାତ ଧୁନ୍ତୁସାମାଜିକ ଦୂରତା ବଜାୟ ରଖନ୍ତୁ   👈






କିଛି Comment ଲେଖନ୍ତୁ ଭଲଲାଗିବ........




•┈┈┈┈┈┈┈┈┈┈┈┈┈┈┈┈┈┈┈┈┈┈•

୧୧-ଡିସେମ୍ବର-୨୦୨୧,ଶନିବାର

•┈┈┈┈┈┈┈┈┈┈┈┈┈┈┈┈┈┈┈┈┈┈•

➡️୧-ଏଣିକି ଭକ୍ତମାନେ ସକାଳ ୭ଟା ପରିବର୍ତ୍ତେ ଭୋର  ୫.୩୦ରୁ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିପାରିବେ । ତେବେ ଏବର୍ଷ ମଧ୍ୟ ନୂଆବର୍ଷରେ ମିଳିବନି ଜଗା ଦର୍ଶନ । ଗହଳିକୁ ଦୃଷ୍ଟିରେ ରଖି ଜାନୁୟାରୀ ୧ତାରିଖ ନୂଆବର୍ଷ ସମେତ ୩ ଦିନ ସର୍ବସାଧାରଣଙ୍କ ପାଇଁ ରହିବ ବନ୍ଦ ରହିବ ଦର୍ଶନ ।

➡️୨-ପଞ୍ଚଭୂତରେ ଲୀନ ହେଲେ ସିଡିଏସ ରାୱତ । ବୀର ଯୋଦ୍ଧାଙ୍କୁ  ୧୭ ତୋପ ସଲାମି ସହ ସଂପୂର୍ଣ୍ଣ ସୈନ୍ୟ ସମ୍ମାନରେ ଅନ୍ତିମ ବିଦାୟ ଦେଲା ସାରା ଦେଶ ।

➡️୩-ବାତ୍ୟା ‘ଜଓ୍ବାଦ’ କ୍ଷୟକ୍ଷତି ଆକଳନ ପାଇଁ ଆଜି କେନ୍ଦ୍ରୀୟ ଟିମ୍‌ ଓଡ଼ିଶା ଆସିବ। ଆସନ୍ତା କାଲି ଏବଂ ପହରଦିନ ୨ ଦିନରେ  ୬ଟି ଜିଲା କରିବେ ଗସ୍ତ ।

➡️୪-ଏଣିକି ଟ୍ରେନ ରେ ଆପଣ ମନଇଚ୍ଛା ଆଉ ନେଇ ପରିବେନ ଜିନିଷ । ଜଣେ ଯାତ୍ରୀ ଟ୍ରେନ୍ ଯାତ୍ରା ସମୟରେ ସର୍ବାଧିକ ୫୦ କିଲୋଗ୍ରାମ ପର୍ଯ୍ୟନ୍ତ ଲଗେଜ୍ ନେଇପାରିବେ | ଯଦି ଏହାଠାରୁ ଅଧିକ ଲଗେଜ୍ ଅଛି, ତେବେ ତାଙ୍କୁ ସେହି ଲଗେଜ ପାଇଁ ଭଡା ମଧ୍ୟ ଦେବାକୁ ପଡିବ ।

➡️୫-ଆଜିଠାରୁ ଦୁଇ ଦିନ ଧରି ଓଡ଼ିଶୀ ଏକାଡେମୀ ତରଫରୁ ନବମ ଓଡ଼ିଶୀ ରାଗ ମହୋତ୍ସବ ଓ ସମ୍ମାନ ଉତ୍ସବ ଭୁବନେଶ୍ଵରସ୍ଥିତ ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ହେବ। ଚଳିତ ବର୍ଷ ଏକାଡେମୀ ପକ୍ଷରୁ ୩ ଜଣ ବିଶିଷ୍ଟ ପ୍ରତିଭାଙ୍କୁ ସମ୍ମାନୀତ କରାଯିବ।

➡️୬-କୋରାପୁଟ ଜିଲ୍ଲା ବ୍ଲକର ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଇ ମଦ ଓ ଜମି ମାଫିଆଙ୍କୁ ହତ୍ୟା ଧମକ ଦେଲେ ମାଓବାଦୀ ।

➡️୭-କୋଭିଡ କଟକଣା ପାଇଁ ଚଳିତ ବର୍ଷ ମଧ୍ୟ ବିଶ୍ୱ ପ୍ରସିଦ୍ଧ ବରଗଡ ଧନୁଯାତ୍ରା ହେଲା ସ୍ଥଗିତ । ଏନେଇ ସୂଚନା ଦେଲେ ବରଗଡ ଜିଲ୍ଲାପାଳ ମନୀଷା ବାନାର୍ଜୀ ।

➡️୮-ଭାରତରେ ପ୍ରଥମ ଏବଂ ବିଶ୍ୱରେ ସପ୍ତମ ଭାବେ ସମ୍ ହସ୍ପିଟାଲ୍‌ର ଡାକ୍ତରଙ୍କ ସଫଳତା । ଜଟିଳ ବ୍ରେନ୍‌ଷ୍ଟେମ୍‌ କାଭେରନୁମା ଆଣ୍ଡ ମ୍ୟୋକ୍ଲୋନିକ୍ ଏପିଲେପ୍ସି ରୋଗୀର ସଫଳ ଅସ୍ତ୍ରୋପଚାର କରିବା ସହ ରୋଗୀଟିକୁ ସମ୍ପୂର୍ଣ୍ଣ ସୁସ୍ଥ କରିବାରେ ହେଲେ ସଫଳ ।

➡️୯-ବିଶ୍ୱ ପରିବେଶ ପ୍ରଭାବ ୨୦୨୧ ସିଡିପି ରେଟିଂରେ ରିଲାଏନ୍ସ ଜିଓକୁ ମିଳିଲା ସର୍ବୋଚ୍ଚ “ଏ-’ ରେଟିଂ ।

➡️୧୦- ଫିଲ୍ମ ଇଣ୍ଡଷ୍ଟ୍ରୀର ଟପ୍ ଆୱାର୍ଡ ମଧ୍ୟରେ ସାମିଲ ଫିଲ୍ମଫେୟାର ବର୍ଷ ୨୦୨୧ ପାଇଁ ଓଟିଟି ପୁରସ୍କାର ହେଲା ଘୋଷଣା । ବାଜି ମାରିଲେ ସ୍କାମ୍ ୧୯୯୨ ଏବଂ ଦ ଫ୍ୟାମିଲି ମ୍ୟାନ୍-୨ ୱେବ୍ ସିରିଜ୍ ।

➡️୧୧-ଅଧାରୁ ସରିଲା ବିଧାନସଭା ଶୀତ ଅଧିବେଶନ, ୧୭ କାର୍ଯ୍ୟଦିବସ ଆଗରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ଗୃହ ମୁଲତବୀ ।

➡️୧୨-ଭୟଙ୍କର ହେଉଛି ଓମିକ୍ରୋନ, ମହାରାଷ୍ଟ୍ରରେ ପୁଣି ଚିହ୍ନଟ ହେଲେ ୭ ଓମିକ୍ରନ୍ ଭ୍ୟାରିଆଣ୍ଟ କରୋନା ଆକ୍ରାନ୍ତ ।

➡️୧୩-ଦିଲ୍ଲୀରେ କମୁଛି ପ୍ରଦୂଷଣ: କଟକଣା କୋହଳ କରିବାକୁ କେଜ୍ରିୱାଲ ସରକାରଙ୍କୁ ନିର୍ଦ୍ଦେଶ ଦେଲେ ସର୍ବୋଚ୍ଚ ନ୍ୟାୟାଳୟ ।

➡️୧୪-ବିଶ୍ୱର ପ୍ରଥମ ଥ୍ରୀଡି ପ୍ରିଣ୍ଟେଡ୍ ଘର ଇଟାଲୀର ରବେନା ସହରରେ ହେଲା ନିର୍ମିତ ।

➡️୧୫-ଚୀନ ଆକାଶରେ ଏଲିୟନ ଉଡ଼ୁଥିବାର ଦାବି କଲେ ଚୀନ ଏୟାରଫୋର୍ସ ପାଇଲଟ୍ ।

➡️୧୬-ଗତକାଲି ଜମ୍ମୁ ଓ କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ରେ ୨ ପୁଲିସ କର୍ମଚାରୀ ହେଲେ ସହିଦ । ସହିଦ ହୋଇଥିବା ପୁଲିସ କର୍ମଚାରୀ ହେଲେ ମହମ୍ମଦ ସୁଲତାନ ଓ ଫୟାଜ ଅହମ୍ମଦ ।

➡️୧୭-ଭାରତ ପ୍ରତି ବନ୍ଧୁତ୍ୱପୁର୍ଣ୍ଣ ସ୍ୱଭାବ ଦେଖାଇଲା ତାଲିବାନ: ଆଫଗାନିସ୍ତାନରେ ଫସିଥିବା କିଛି ଭାରତୀୟଙ୍କୁ ପଠାଇଲା ଭାରତ। 

➡️୧୮-ମହିଳା ଏସିଆନ ଚମ୍ପିଆନ୍ସ ଟ୍ରଫି ହକିରୁ ଓହରିଲା ଭାରତ । କରୋନା ସଂକ୍ରମିତ ଭାରତୀୟ ଦଳ କ୍ରମାଗତ ଦୁଇଟି ମ୍ୟାଚ ଖେଳିନପାରିବାରୁ ଶେଷରେ ପ୍ରତିଯୋଗିତାରୁ ଓହରି ଯାଇଥିବା ନେଇ ଏସିଆନ ହକି ମହାସଂଘ ପକ୍ଷରୁ ଦିଆଗଲା ସୂଚନା ।

➡️୧୯-ପୂର୍ବତନ କ୍ରିକେଟର ବିନୋଦ କାମ୍ବଲି ହେଲେ ଅନଲାଇନ ଠକେଇର ଶିକାର, କେୱାଇସି ଅପଡେଟ କରିବାକୁ କହି ଲୁଟିନେଲେ ଲକ୍ଷେ ଟଙ୍କା ।

➡️୨୦-ଟେଷ୍ଟ କ୍ରିକେଟରେ ସର୍ବାଧିକ ରନ୍ କରିବାରେ ପୂର୍ବତନ ଅଧିନାୟକ ମାଇକେଲ ଭନଙ୍କ ରେକର୍ଡ ଭାଙ୍ଗିଲେ ଇଂଲଣ୍ଡ ଅଧିନାୟକ ଜୋ ରୁଟ। 

➡️ପ୍ରତ୍ୟେକ ବ୍ୟକ୍ତି ଟୀକା ନିଅନ୍ତୁ, ସର୍ବଦା ମାସ୍କ ପିନ୍ଧନ୍ତୁ, ହାତ ଧୁଅନ୍ତୁ ଓ ସାମାଜିକ ଦୂରତା ବଜାୟ ରଖନ୍ତୁ ।।


(୧୧ଡିସେମ୍ବର - ଆନ୍ତର୍ଜାତୀୟ ପର୍ବତ ଦିବସ)

✧═════•❁❀❁•═════✧


Comment ଦିଅନ୍ତୁ, ମୋଟିଭେଶନ ପାଇଁ........


•┈┈┈┈┈┈┈┈┈┈┈┈┈┈┈┈┈┈┈┈┈┈┈┈┈┈┈┈┈┈┈┈┈┈┈┈┈┈┈•


ତାରିଖ ୦୯-୧୨-୨୦୨୧/ଗୁରୁବାର

•┈┈┈┈┈┈┈┈┈┈┈┈┈┈┈┈┈┈┈┈┈┈•

୧-ମଝି ଆକାଶରେ ଜଳିଗଲା ବାୟୁସେନାର ଅତ୍ୟାଧୁନିକ ହେଲିକପ୍ଟର । ସିଡିଏସ ବିପିନ ରାୱତଙ୍କ ସମେତ ୧୩ ଜଣଙ୍କ ମୃତ୍ୟୁ ।
୨-ବିଦାୟ ବିପିନ ବିଦାୟ… ଆଉ ନାହାନ୍ତି ସିଡିଏସ ବିପିନ ରାୱତ । ହେଲିକପ୍ଟର ଦୁର୍ଘଟଣାରେ ଦେହାନ୍ତ ପରେ ବୀରପୁଅକୁ ଝୁରୁଛି ଦେଶ…
୩-‘ମୁଁ ସୈନିକ ଅଟେ, ମୋତେ ଦିଲ୍ଲୀ-ମୁମ୍ବାଇ ନୁହେଁ, ବର୍ଡରରେ ରହିବା ଉଚିତ୍’- କର୍ମରୁ ନୁହେଁ ମନରୁ ମଧ୍ୟ ଫୌଜୀ ଥିଲେ ଜେନେରାଲ ବିପିନ ରାଓ୍ଵତ ।
୪-ସିଡିଏସ ବିପିନ ରାୱତଙ୍କ ଦେହାନ୍ତରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ: କହିଲେ, ଜଣେ ଅଦ୍ୱିତୀୟ ଯୋଦ୍ଧାଙ୍କୁ ହରାଇଲୁ ।
୫-ଦୁଇ ବର୍ଷ ଭିତରେ ରାଜ୍ୟରେ ମାପ ଓ ଓଜନରେ କେତେ ଦଲାଲ ଓ ଠକ ଧରାପଡ଼ିଛନ୍ତି ତାହାର ରି‌ପୋର୍ଟ ଦେଲେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ
୬-୨୦୨୦-୨୧ ଶିକ୍ଷାବର୍ଷରେ ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକସ୍ତରରେ ୪୯ ହଜାର ୯୮ ଜଣ ଛାତ୍ରଛାତ୍ରୀ ଅଧାରୁ ପାଠପଢ଼ା ଛାଡ଼ିଛନ୍ତି।  
୭-ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷିତ ।
୮-ଦିଲ୍ଲୀ ଦଙ୍ଗା: ଶାହରୁଖ ପାଠନ ବିରୋଧରେ ‘ଚାର୍ଜ ଫ୍ରେମ’କଲେ କୋର୍ଟ, ରୁଜୁ ହେଲା ଆଟେମ୍ପଟ୍ ଟୁ ମର୍ଡର କେସ୍ ।
୯-ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷିତ, ଟେଷ୍ଟରେ ରାହାଣେଙ୍କ ସ୍ଥାନ ନେଲେ ରୋହିତ ଶର୍ମା ।
୧୦-ମାହାଙ୍ଗା ପୂର୍ବତନ ବ୍ଲକ୍‌ ଅଧ୍ୟକ୍ଷ ହତ୍ୟା ମାମଲା : ଥାନା ଅଧିକାରୀଙ୍କ ପୁନଃ ଆବେଦନ ଅଗ୍ରାହ୍ୟ
୧୧-ଆଞ୍ଜେଲା ମର୍କେଲଙ୍କ ଯୁଗର ଅବସାନ, ଜର୍ମାନୀର ନୂଆ ଚାନସେଲର ହେଲେ ଓଲାଫ ସଲତଜ୍ ।
୧୨-ଓମିକ୍ରନର ଭୟ ଭିତରେ ଆସିଲା ଆଶ୍ୱସ୍ତିକର ଖବର । ମାରାତ୍ମକ ନୁହେଁ କରୋନାର ନୂଆ ପ୍ରଜାତି, ଜୁନ ସୁଦ୍ଧା ସ୍ୱାଭାବିକ ହୋଇପାରେ ସ୍ଥିତି । 
୧୩-ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଅଡୁଆ ବଢିବାରେ ଲାଗିଛି । ଗନମ୍ୟାନ ସୁକେଶ ଚନ୍ଦ୍ରଶେଖର ସହିତ ସମ୍ପର୍କକୁ ନେଇ ଜ୍ୟାକ ଇଡିର ସ୍କାନରରେ ରହିଛନ୍ତି ।



•┈┈┈┈┈┈┈┈┈┈┈┈┈┈┈┈┈┈┈┈┈┈┈┈┈┈┈┈┈┈┈•


🦋ଆମେ ଟିକେ ଟିକେ ଦୁଃଖରେ ଭାଙ୍ଗି ପଡୁ କିନ୍ତୁ ଏହା ଭୁଲି ଯାଉ ଯେ ସ୍ବୟଂ ଭଗବାନଙ୍କୁ ମଧ୍ୟ ବନବାସ ଦୁଃଖ ସହିବାକୁ ପଡିଥିଲା କାରଣ ଏ ଦୁନିଆରେ ଜନ୍ମ ନେଲେ ଦୁଃଖ ସୁଖ ଉଭୟ ଭୋଗିବାକୁ ପଡିଥାଏ ।

🦋ଯେ କୌଣସି ପରିସ୍ଥିତି ସହିତ ନିଜକୁ ଖାପ ଖୁଆଇବାର କଳା ଯେଉଁ ବ୍ୟକ୍ତି ହାସଲ କରି ପାରିଛି, ସେହି ବ୍ୟକ୍ତି ହିଁ ଜୀବନରେ କେବେହେଲେ କୌଣସି ଅସୁବିଧାର ସମ୍ମୁଖୀନ ହୋଇ ନାହିଁ ।

🦋ଜୀବନରେ ଜୀଇଁବାକୁ ହେଲେ ଖରା, ବର୍ଷା, ଶୀତ ସବୁ ସହିବାକୁ ପଡିବ । ତେଣୁକରି ତ କଥାରେ ଅଛି ଯେଉଁ ଗଛ ଛାଇ ତଳେ ରହିଯାଏ, ସେହି ଗଛ ଜମାରୁ ଭଲରେ ବଢିପାରେ ନାହିଁ ।


ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ.!

•┈┈┈┈┈┈┈┈┈┈┈┈┈┈┈┈┈┈┈┈┈┈┈┈┈┈┈┈┈┈┈•


Comment ରେ କିଛି ଲେଖିପଠାନ୍ତୁ, because your  comments matter........

0 Comments