ଆଜିର ଖବର - ତାରିଖ–୧୫-ଜାନୁଆରୀ -୨୦୨୨🦋 (ଶନିବାର)

ଆଜିର ଖବର ତାରିଖ–15-JAN-2022(ଶନିବାର)


୧. ନିର୍ବାଚନ ପର୍ଯ୍ୟବେକ୍ଷକ ଭାବେ ପାଞ୍ଚୋଟି ରାଜ୍ୟକୁ ଯିବେ ଓଡିଶାର ୭୩ ଜଣ ବରିଷ୍ଠ ଅଧିକାରୀ । ସେଗୁଡିକ ହେଲେ ଗୋଆ, ମଣିପୁର, ପଞ୍ଜାବ, ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡ ।

୨. ଦେଶ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଦେଶବ୍ୟାପୀ ପାଳନ କରାଯାଉଛି ଆଜାଦୀ କା ଅମୃତ ମହୋତ୍ସବ । ପ୍ରସ୍ତୁତ ହେଲା ୭୫୦ ମିଟର ଲମ୍ବର ଚିତ୍ରକଳା ଫଳକ, ଗଣତନ୍ତ୍ର ଦିବସରେ ହେବ ପ୍ରଦର୍ଶିତ ।

୩. ଖୋର୍ଦ୍ଧା ଜିଲ୍ଲାରେ ଚୋରା ଲଘୁ ଖଣିଜ ଦ୍ରବ୍ୟ ଧରପଗଡ, ଦୁଇଦିନରେ ୧୧ ଟି ଗାଡି ଜବତ, ୬ ଗିରଫ ।

୪. ପଟିଆଲାରେ ମୁହାଁମୁହିଁ ହୋଇପାରନ୍ତି ସିଦ୍ଧୁ ଓ କ୍ୟାପଟେନ ।

୫. ଅଯୋଧ୍ୟାରେ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ପ୍ରାର୍ଥୀ ଓହ୍ଲାଇବ ଶିବସେନା !

୬. ସୋସିଆଲ ମିଡିଆକୁ ପୁଣି ଫେରିଲେ ରାଜ କୁନ୍ଦ୍ରା । ଅଶ୍ଳିଳ ଫିଲ୍ମ ନିର୍ମାଣ ମାମଲାରେ ଛନ୍ଦି ହୋଇ ଗିରଫ ହୋଇଥିଲେ ସେ ।

୭. ଖୋର୍ଦ୍ଧା-ବଲାଙ୍ଗିର ରେଳପଥ ପ୍ରତୀକ୍ଷାର ଅନ୍ତନାହିଁ, ଗଡୁନି ବିଛୁପାଲି ଟ୍ରେନ ।

୮. ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅଞ୍ଚଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ସହିତ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ସଂଖ୍ୟା ବି ବୃଦ୍ଧି ପାଇଛି। ଶୁକ୍ରବାର ପୁଣି ଭୁବନେଶ୍ୱରର କିଛି ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି ।

୯. ରାଜ୍ୟରେ କରୋନା ପଜିଟିଭ୍‌ ବଢ଼ୁଥିବା ବେଳେ ପଜିଟିଭ ଚିହ୍ନଟ ହେଲେ ସଂକ୍ରମିତ ୭ ଦିନ ହୋମ ଆଇସୋଲେଶନରେ ରହିବେ । କୌଣସି ଲକ୍ଷଣ ଯଦି ଦେଖା ଯାଉନାହିଁ, ଟେଷ୍ଟ କରିବାର କୌଣସି ଆବଶ୍ୟକତା ନାହିଁ । କେନ୍ଦ୍ର ସାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଘରେ ସଂଗରୋଧ ରହିବା ନେଇ ଗାଇଡଲାଇନ ଜାରି କରାଯାଇଛି । 

୧୦. ଦୁବାଇ ଆକାଶରେ ଏକ ବଡ଼ ଧରଣର ବିମାନ ଦୁର୍ଘଟଣା ହେଉ ହେଉ ଅଳ୍ପକେ ରହିଯାଇଛି । ଅଳ୍ପକେ ବର୍ତ୍ତିଯାଇଛନ୍ତି ଭାରତ ଅଭିମୁଖେ ଆସୁଥିବା ଏମିରେଟ୍ସ ଏୟାରର ଦୁଇଟି ବିମାନ । 

୧୧. ବିକାନେର ଏକ୍ସପ୍ରେସ ଦୁର୍ଘଟଣାସ୍ଥଳ ବୁଲି ଦେଖିଲେ ରେଳ ମନ୍ତ୍ରୀ: ହସ୍ପିଟାଲ ଯାଇ ଆହତଙ୍କୁ ଭେଟିଲେ, ମୃତାହତଙ୍କ ପରିବାରକୁ ସହାୟତା ଘୋଷଣା । ଏଥିସହ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା, ଗୁରୁତର ଆହତ ଯାତ୍ରୀ ୧ ଲକ୍ଷ ଟଙ୍କା, ସାମାନ୍ୟ ଆହତଙ୍କୁ ୨୫ ହଜାର ଟଙ୍କାର ସହାୟତା ଦେବାକୁ ଘୋଷଣା କରିଛନ୍ତି ।

୧୨. ଦକ୍ଷିଣ ଆଫ୍ରିକାରେ କମୁଛି କରୋନା ସଂକ୍ରମଣ: ବିଶେଷଜ୍ଞଙ୍କ ମତ ଡେଲ୍ଟାର ସ୍ଥାନ ଓମିକ୍ରନ୍ ନେବା ପରେ କମୁଛି ନୂଆ ମାମଲା ।

୧୩. ଭୁବନେଶ୍ବର: ୧୧୪୮ କରୋନା ଆକ୍ରାନ୍ତ ଚିହ୍ନଟ : କ୍ବାରେଣ୍ଟାଇନରୁ ୫୪ ଓ ସ୍ଥାନୀୟ ଅଞ୍ଚଳରୁ ୧୦୯୪ ଆକ୍ରାନ୍ତ ଚିହ୍ନଟ । ମୋଟ ୧ ଲକ୍ଷ ୨୩ ହଜାର ୩୬୬ ସୁସ୍ଥ ହୋଇଥିବା ବେଳେ ୬,୪୯୨ ଚିକିତ୍ସାଧୀନ ଅଛନ୍ତି ।
ଭୁବନେଶ୍ବରରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୩୦ ହଜାର ୯୮୨କୁ ବୃଦ୍ଧି ପାଇଛି ।

୧୪. ଦେଶରେ ଦୈନିକ ସଂକ୍ରମଣ ଉପର ମୁହାଁ: ୨୪ଘଂଟାରେ ୨ଲକ୍ଷ ୬୪ ହଜାର ନୂଆ ମାମଲା । ଗତ ୨୪ ଘଂଟାରେ ୧ ଲକ୍ଷ ୯ ହଜାର ୩୪୫ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି । ତେଣୁ ବର୍ତମାନ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୧୨ ଲକ୍ଷ ୭୨ ହଜାର ୭୩ ।

୧୫. ଏଣିକି ଶୀତଦିନରେ ବି କାର୍ଗିଲ-ଜାନସ୍କର ରାଜପଥରେ ଯାଇପାରିବ ସେନା ଗାଡି ।

୧୬. ୩୦ ବର୍ଷ, ୭ ଅଧିନାୟକ… ଆଝାରଙ୍କଠୁ ନେଇ କୋହଲିଙ୍କ ପର୍ଯ୍ୟନ୍ତ, ଭାରତ ଜିତି ପାରିଲାନି ଟେଷ୍ଟ ସିରିଜ୍ ।

୧୭. ୨୦୨୦ ରାଜ୍ୟଗୋଷ୍ଠୀ କ୍ରୀଡ଼ାର କୁଇନ୍ସ ବାଟନ୍ ରିଲେ ଭୁବନେଶ୍ୱରରେ ପହଞ୍ଚିଛି । ଓଡ଼ିଶା ହକି ପ୍ରମୋସନ୍ କାଉନସିଲର ଚେୟାରମ୍ୟାଚ୍ ଦିଲ୍ଲୀପ ତୀର୍କିଙ୍କ ଦ୍ୱାରା ଏହାର ସ୍ୱାଗତ କରାଯାଇଛି ।

୧୮. ୧୭ ପର୍ଯ୍ୟନ୍ତ କଟକ ଜିଲ୍ଲା ଅଦାଲତ ଓ ଏସଡିଜେଏମ୍ କମ୍ପ୍ଲେକ୍ସ ସଟଡାଉନ । ଅଦାଲତର ବହୁ କର୍ମଚାରୀ କରୋନା ଆକ୍ରାନ୍ତ ହେବା ଘଟଣାକୁ ବିଚାରକୁ ନିଆଯାଇ ଜିଲ୍ଲା ଅଦାଲତ ପକ୍ଷରୁ ଏପରି ବିଜ୍ଞପ୍ତି ପ୍ରକାଶ ପାଇଛି ।

୧୯. ଦିଲ୍ଲୀରେ କରୋନା ପଜିଟିଭିଟି ରେଟ୍‌ ୩୦% ଡେଇଁଲା ।

୨୦. ସିଡିଏସ୍ ବିପିନ ରାୱତଙ୍କ ଚପର କ୍ରାସ୍ ଘଟଣାରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି । ହଠାତ ପାଗରେ ପରିବର୍ତ୍ତନ ଯୋଗୁଁ ଚପର କ୍ରାସ୍ ହୋଇଥିବା ସୂଚନା ।

୨୧. ଜାନୁଆରୀ ଶେଷରେ ଓଡିଶାରେ ତୃତୀୟ ଲହର ପିକ୍: ଦୈନିକ ଚିହ୍ନଟ ହୋଇପାରନ୍ତି ୨୨ ରୁ ୨୫ ହଜାର ରୋଗୀ ।

୨୨. ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୨୨୧୬, ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୪୭୯ ।
ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୫୨ ହଜାର ୩୯୫ରେ ପହଞ୍ଚିଛି ।


ଓମିକ୍ରନ୍ କୋଭିଡ଼୍ ନିୟମ ସମସ୍ତେ ପାଳନ କରନ୍ତୁ , ଟୀକା ନିଅନ୍ତୁ , ସର୍ବଦା ଜନଗହଳିକୁ Avoid କରନ୍ତୁ , ଘରେ ରୁହନ୍ତୁ ଓ ସୁସ୍ଥ ରୁହନ୍ତୁ ।

(Please Take Care)


....................................🙏....................................


-ଟେଷ୍ଟ ଅଧିନାୟକ ପଦ ଛାଡ଼ିଲେ ବିରାଟ କୋହଲି ।
-ଟ୍ୱିଟ୍ କରି ଏ ନେଇ ସୂଚନା ଦେଲେ ବିରାଟ କୋହଲି ।
-ପୂର୍ବରୁ ଟି ଟ୍ୱେଣ୍ଟି, ଦିନିକିଆ ଅଧିନାୟକ ପଦ ଛାଡ଼ିଥିଲେ ।


....................................🙏....................................


💐ଟ୍ରେନ ଗାର୍ଡ ହେଲେ ଟ୍ରେନ ମ୍ୟାନେଜର।

ନୂଆଦିଲ୍ଲୀ: ଦେଶରେ ଚଳାଚଳ କରୁଥିବା ଟ୍ରେନଗୁଡିକରେ ନିଯୁକ୍ତ ହେଉଥିବା ଟ୍ରେନ ଗାର୍ଡଙ୍କର ପଦବୀ ନାମକୁ ପରିବର୍ତ୍ତନ କରାଯାଇଛି । ଏଣିକି ସେମାନେ ଟ୍ରେନ ମ୍ୟାନେଜର ଭାବରେ ପରିଚିତ ହେବେ । ଭାରତୀୟ ରେଳବାଇ ‘ଗାର୍ଡ’ ପଦବୀକୁ ‘ଟ୍ରେନ ମ୍ୟାନେଜର’ ଭାବରେ ପରିବର୍ତ୍ତନକୁ ନିଷ୍ପତ୍ତି ନେବା ସହିତ ତାହାକୁ ତୁରନ୍ତ କାର୍ଯ୍ୟକାରୀକରିଛି । ଗାର୍ଡମାନେ ସଂପ୍ରତି ଯେଉଁଭଳି କର୍ତ୍ତବ୍ୟ ଓ ଦାୟିତ୍ୱ ନିର୍ବାହ କରୁଛନ୍ତି ତାହାକୁ ଦୃଷ୍ଟିରେ ରଖି ସେମାନଙ୍କ ପଦବୀର ନାମ ପରିବର୍ତ୍ତନ କରାଯାଇଥିବା ରେଳବାଇ ପକ୍ଷରୁ ଟ୍ୱିଟ୍‍ କରି କୁହାଯାଇଛି । ଏହାଦ୍ୱାରା ସେମାନଙ୍କର ମନୋବଳ ବୃଦ୍ଧି ଘଟିବ ବୋଲି କୁହାଯାଇଛି ।

....................................🙏....................................

0 Comments