ଆଜିର ମୁଖ୍ୟ ୧୩ଟି ଖବର :
ଆଜି ତାରିଖ ୦୪-୦୧-୨୦୨୨/ମଙ୍ଗଳବାର
୧-ସୋମବାରଠାରୁ ଦେଶରେ ୧୫ରୁ ୧୮ବର୍ଷର କିଶୋର ଓ କିଶୋରୀଙ୍କୁ ଟିକାକରଣ କରାଯାଇଛି। କୋ-ୱିନ ଆପ୍ର ତଥ୍ୟ ଅନୁଯାୟୀ ସନ୍ଧ୍ୟା ୮ଟା ସୁଦ୍ଧା ଏହି ବର୍ଗର ପ୍ରାୟ ୪୦ଲକ୍ଷ ପିଲା ଟିକା ନେଇଛନ୍ତି।
୨-ଆଇଏଏସ୍ ସ୍ତରରେ ଅଦଳବଦଳ, ବଦଳିଲେ ସମ୍ୱଲପୁର ଜିଲ୍ଲାପାଳ, ଦିବ୍ୟଜ୍ୟୋତି ପରିଡ଼ାଙ୍କୁ ଦ୍ୱାୟିତ୍ୱ ।
୩-ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟେଷ୍ଟ: ପ୍ରଥମ ଇଂନିସରେ ଭାରତ ୨୦୨ ରନରେ ଅଲଆଉଟ ।
୪-ଓମିକ୍ରନ ସ୍ଥିତି ସମୀକ୍ଷା କଲେ ସ୍ଵାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ
୫-ଦୀର୍ଘ ଦିନର ଦାବି ପୂରଣ ହୋଇଛି। ନୂଆପଡ଼ା-ବରଗଡ଼ ମଧ୍ୟରେ ଗଡ଼ିବ ରେଳ। କାରଣ ନୂଆପଡ଼ା ରୋଡ୍-ବରଗଡ଼ ରୋଡ୍ ରେଳ ଲାଇନ୍କୁ ମିଳିଛି କେନ୍ଦ୍ରର ମଞ୍ଜୁରୀ। ଏନେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି।
୬-ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି: କନିଷ୍ଠ ଶିକ୍ଷକଙ୍କ ଦରମାରେ ୫୦ ପ୍ରତିଶତ ବୃଦ୍ଧି, ଉପକୃତ ହେବେ ୩୩,୦୩୮ ଶିକ୍ଷକ ।
୭-ନିଟ୍ ୩.୦ ଓ ଆଞ୍ଚଳିକ ଭାଷାରେ ଏଆଇସିଟିଇର ବୈଷୟିକ ପୁସ୍ତକ ଉନ୍ମୋଚିତ ।
୮-ଲଖିମପୁର ଖେରୀ ହିଂସା, ପାଞ୍ଚ ହଜାର ପୃଷ୍ଠାର ଚାର୍ଜସିଟ୍ ଦାଖଲ କଲା ଏସଆଇଟି ।
୯-ରାଜ୍ୟର ୧୧ ଜିଲ୍ଲାକୁ ମାଡ଼ିଲାଣି ଓମିକ୍ରନ୍ ।
୧୦-ଚିନ୍ତା ବଢାଇଲା ନୂତନ ଭାରିଆଣ୍ଟ: ଦୁଇ ଦିନରେ ୮୪ ପ୍ରତିଶତ ଓମିକ୍ରନ ସଂକ୍ରମିତ ଚିହ୍ନଟ, ଚଳିତ ସପ୍ତାହରେ ଦିଲ୍ଲୀରେ ଶିଖର ଛୁଇଁବ ସଂକ୍ରମଣ ।
୧୧-‘ପ୍ରତିଦିନ ସ୍ୱପ୍ନରେ ଆସୁଛନ୍ତି ଭଗବାନ ଶ୍ରୀକୃଷ୍ଣ, କହୁଛନ୍ତି ଦଳ ଗଢ଼ିବ ସପା’: ଅଖିଳେଶ ଯାଦବ ।
୧୨-ଦେବାଳିଆ ହେବାକୁ ବସିଲାଣି ପଞ୍ଜାବ, ଭାଙ୍ଗିଯାଇଛି ଲୋକଙ୍କ ବିଶ୍ବାସ: ନବଜୋତ ସିଂହ ସିଦ୍ଧୁ ।
୧୩-କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏହାର ସମସ୍ତ କର୍ମଚାରୀଙ୍କ ପାଇଁ ଜାନୁୟାରୀ ୩୧ ପର୍ଯ୍ୟନ୍ତ ବାୟୋମେଟ୍ରିକ୍ ଉପସ୍ଥାନ ସ୍ଥଗିତ ରଖିଛନ୍ତି।
0 Comments