ଆଜିର ମୁଖ୍ୟ ୨୭ଟି ଖବର :
ଆଜି ତାରିଖ: ୦୬-୦୧-୨୦୨୨/ ଗୁରୁବାର
ଶଙ୍ଖେପ ରେ
୧. ରାଜ୍ୟରେ ଶୀତର ପ୍ରକୋପ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଫୁଲବାଣୀଠାରେ ସର୍ବନିମ୍ନ ତାପମାତ୍ରା ୮ ଦଶମିକ ୬ ଡିଗ୍ରୀ ସେଲ୍ସିୟସ୍ ରେକର୍ଡ଼ କରାଯାଇଛି । ଏହାସହ ଅନୁଗୁଳ, କଳାହାଣ୍ଡି, ମାଲକାନଗିରି ଓ ଗଜପତି ଜିଲ୍ଲାର କେତେକ ଅଞ୍ଚଳରେ ଘନକୁହୁଡ଼ି ଅନୁଭୂତ ହୋଇଛି ।
୨. ଚିଲିକାରେ ପକ୍ଷୀଗଣନା ଶେଷ:କେବଳ ନଳବଣରେ ୩ ଲକ୍ଷ ୫୮ ହଜାର ୮୮୯ଟି ପକ୍ଷୀ ରହିଥିବା ଗଣନାରୁ ଜଣାପଡ଼ିଛି। ଚଳିତବର୍ଷ ‘ମଙ୍ଗଲ ଆଣ୍ଡ୍ ଗଲ୍ଫ’ ଭାବେ ନୂଆ ପକ୍ଷୀ ମଙ୍ଗୋଲିଆରୁ ଚିଲିକାକୁ ଆସିଛନ୍ତି।
୩. ରାଜ୍ୟ ସରକାରଙ୍କ ଐତିହାସିକ ନିଷ୍ପତ୍ତି । ଶ୍ରୀଜଗନ୍ନାଥ ମନ୍ଦିର ଅଧିନିୟମ ୧୯୫୪ର ସଂଶୋଧନ ପାଇଁ କ୍ୟାବିନେଟରେ ମଂଜୁରୀ ।
୪. ଝାଡଖଣ୍ଡରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ଯାତ୍ରୀବାହୀ ବସ୍ ଓ ଟ୍ରକ୍ ମୁହାଁମୁହିଁ ଧକ୍କା; ୧୬ ମୃତ, ୨୬ ଆହତ ।
୫. ଆକ୍ରାନ୍ତ ବ୍ୟକ୍ତିଙ୍କ ଗୃହ ସଙ୍ଗରୋଧ ସଂକ୍ରାନ୍ତ ନିୟମାବଳିରେ ସଂଶୋଧନ – କୌଣସି ଲକ୍ଷଣ ନ ଥିଲେ ସେମାନେ ଘରେ ରହିପାରିବେ ।
୬. ଟିକା ନେବା ପରେ ପାରାସିଟାମଲ୍ ଖାଇବାକୁ ମନା କଲା ଭାରତ ବାୟୋଟେକ୍ ।
୭. ରାଜଧାନୀରେ ଦିନକରେ ୧୦ କଣ୍ଟେନ୍ମେଣ୍ଟ ଜୋନ୍ । ସେଗୁଡ଼ିକ ହେଲା ସୈନିକ ସ୍କୁଲ ପାଖ QR-3R4, ଇଣ୍ଡିଆନ୍ ଅଏଲ୍ ହାଉସିଂ ସୋସାଇଟିର ତୃତୀୟ ଫ୍ଲୋରରେ ଥିବା A-304 ଘର । ଏହାସହ ପାଣ୍ଡରା ଅଞ୍ଚଳର ପ୍ଲଟ୍ ନମ୍ବର ୩୦୪ କୁ ଘୋଷଣା କରାଯାଇଥିବା ବେଳେ XIMB ସ୍ଥିତ ବ୍ଲକ୍ ୨ର Qr-12 ଓ ଶ୍ରଳେଶ୍ରୀ ବିହାର ଲେନ୍-୬ର HIG-୫୬କୁ କଣ୍ଟେନ୍ମେଣ୍ଟ ଘୋଷଣା କରାଯାଇଛି ।
୮. ରେଳଯାତ୍ରୀଙ୍କ ପାଇଁ ଖୁସି ଖବର, ଏବେ ପୋଷ୍ଟ ଅଫିସରେ କରିପାରିବେ ଟ୍ରେନ ଟିକେଟ୍ ବୁକିଂ ।
୯. ରାଜ୍ୟର ୩୯୩୩ ଗାଁକୁ ମିଳିବ ମୋବାଇଲ ନେଟୱାର୍କ, ଆଜି ଉଦଘାଟନ ଓ ୨୦୭ଟି ନୂଆ ପୋଷ୍ଟ ଅଫିସ୍ ଖୋଲିବା ଦିଗରେ ପଦକ୍ଷେପ ନେବେ ବୋଲି ଜଣାପଡ଼ିଛି ।
୧୦. କୋଭିଡ୍ ଟେନ୍ସନ୍: ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ । କେବଳ ମେଡିକାଲ ଲିଭ୍ ବ୍ୟତୀତ ଅନ୍ୟ କୌଣସି ଛୁଟି ଦିଆଯିବ ନାହିଁ ।
୧୧. ଜୋହାନ୍ସବର୍ଗ ଗ୍ରାଉଣ୍ଡରେ ଇତିହାସ ରଚିଲେ ରବିଚନ୍ଦ୍ରନ ଅଶ୍ବିନ, କୁମ୍ବଲେଙ୍କ ପରେ ଦ୍ୱିତୀୟ ଭାରତୀୟ ବୋଲର ଭାବେ ପାଇଲେ ସଫଳତା ।
୧୨. ରାଜ୍ୟର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶିତ: ୯ ଲକ୍ଷ ନୂଆ ଭୋଟର ହେଲେ ସାମିଲ୍ ।
୧୩. ଝିଅଙ୍କ ବିବାହ ବୟସ ୨୧କୁ ବୃଦ୍ଧି ନେଇ ବଢ଼ୁଛି ବିବାଦ, ସନ୍ଧ୍ୟାବତୀଙ୍କୁ କାଉଣ୍ଟର । ୨୧ ନୁହେଁ ୧୮ । ଝିଅଙ୍କ ବିବାହ ବୟସ ବୃଦ୍ଧି ନେଇ କେନ୍ଦ୍ର କ୍ୟାବିନେଟ୍ ନିଷ୍ପତ୍ତି ଉପରେ ଆପତ୍ତି ଉଠାଇଛନ୍ତି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ।
୧୪. ରାଜ୍ୟରେ ପୁଣି ଚଢ଼ିଲା ଓମିକ୍ରନ୍ ପାରା । ଆଉ ୨୪ ନୂଆ ସଂକ୍ରମିତ ଚିହ୍ନଟ ପରେ ସଂଖ୍ୟା ପହଞ୍ଚିଛି ୬୧ରେ ।
୧୫. ଦେଶରେ ପ୍ରଥମ ଓମିକ୍ରନ ମୃତ୍ୟୁ: ଡିସେମ୍ବର ୧୫ରେ ହୋଇଥିଲେ କୋଭିଡ ଆକ୍ରାନ୍ତ । ସୂଚନାଯୋଗ୍ୟ, ଏପର୍ଯ୍ୟନ୍ତ ଭାରତରେ ୨୧୩୫ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇସାରିଲେଣି ।
୧୬. ଖୁବଶୀଘ୍ର ଓଟିଟିରେ ଲଞ୍ଚ ହେବ ‘ପୁଷ୍ପା’: ବକ୍ସ ଅଫିସରେ ଆୟ କଲାଣି ୩୦୦ କୋଟିରୁ ଅଧିକ ।
୧୭. ରୋମାଞ୍ଚକର ମୋଡରେ ଦ୍ଵିତୀୟ ଟେଷ୍ଟ, ଘରୋଇ ଦକ୍ଷିଣ ଆଫ୍ରିକାର ପଲ୍ଲା ଭାରି, ଚତୁର୍ଥ ଦିନରେ ଭାରତୀୟ ବୋଲରଙ୍କଠୁ ଚମତ୍କାର ଆଶା ।
୧୮. ଫ୍ଲାଏଓଭର ଉପରେ ଫସିଲା ମୋଦିଙ୍କ କାରକେଡ୍, ୨୦ମିନିଟ୍ ଅଟକି ଗଲେ ପ୍ରଧାନମନ୍ତ୍ରୀ, ସମାବେଶ ଭଣ୍ଡୁର କଲେ ଆନ୍ଦୋଳନକାରୀ ।
୧୯. ଅଡ଼ୁଆରେ ପଞ୍ଜାବ ସରକାର, PMଙ୍କ ଗାଡ଼ି ଅଟକାଇବା ମହଙ୍ଗା ପଡ଼ିବ ! କେନ୍ଦ୍ର ଗୃହ ମନ୍ତ୍ରାଳୟ କଲା ନୋଟିସ୍ ।
୨୦. ଫେରିଲା କୋଭିଡ୍ କଟକଣା – ୭ ତାରିଖରୁ ସ୍କୁଲ, କଲେଜ ବନ୍ଦ, ରାତି ୯ରୁ ନାଇଟ କର୍ଫ୍ୟୁ ।
-ଜାନୁଆରି ୭ରୁ ଫେବ୍ରୁୟାରୀ ପହିଲା ପର୍ଯ୍ୟନ୍ତ ଲାଗୁ ହେବ ଗାଇଡ ଲାଇନ
-କୋଭିଡର ତୃତୀୟ ଲହର ପ୍ରକ୍ରିୟା ଆରମ୍ଭ
-ଅଧା କର୍ମଚାରୀରେ ଚାଲିବ ସରକାରୀ କାର୍ଯ୍ୟାଳୟ
-ରାତି ୯ଟାରୁ ନାଇଟ କର୍ଫ୍ୟୁ
-ଦୋକାନ, ବଜାର ଓ ମଲରେ ଭିଡ଼ ଜମିଲେ ୭ ଦିନ ତାଲା ପଡ଼ିବ
-ଦ୍ଵାଦଶ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ବନ୍ଦ ରହିବ
୨୧. ରାଜ୍ୟ ସରକାରଙ୍କ ଐତିହାସିକ ନିଷ୍ପତ୍ତି । ଶ୍ରୀଜଗନ୍ନାଥ ମନ୍ଦିର ଅଧିନିୟମ ୧୯୫୪ର ସଂଶୋଧନ ପାଇଁ କ୍ୟାବିନେଟରେ ମଂଜୁରୀ ।
୨୨. ନୂଆ ଢାଞ୍ଚାରେ ମାଟ୍ରିକ ପରୀକ୍ଷା: ୩ ହଜାର ୩୩୯ ଟି ସେଣ୍ଟରରେ ପରୀକ୍ଷା ଦେଲେ ୫ ଲକ୍ଷ ୭୬ ହଜାର ୨୨୩ ପରୀକ୍ଷାର୍ଥୀ ।
୨୩. ଆଗାମୀ ୭ ତାରିଖରୁ ଓଡିଶାରେ ବର୍ଷା ସମ୍ଭାବନା: ପଶ୍ଚିମା ବାୟୁ ପ୍ରଭାବ ଯୋଗୁଁ ଓଡିଶାର ବିଭିନ୍ନ ଅଚଂଳରେ ଜାନୁୟାରୀ ୭ରୁ୧୪ ମଧ୍ୟରେ ସାମାନ୍ୟରୁ ପ୍ରବଳ ବୃଷ୍ଟିପାତ ହୋଇପାରେ ବୋଲି ପରିବେଶ ଓ ଜଳବାୟୁ କେନ୍ଦ୍ର (ସି.ଇ.ସି) ପକ୍ଷରୁ କୁହାଯାଇଛି ।
୨୪. ଲମ୍ବ ଡିଆଁ ମାରୁଛି କରୋନା । ଦିନକରେ ରାଜ୍ୟରେ ୧୨୧୬ ନୂଆ ମାମଲା । ସଂକ୍ରମଣ ହାର ୮୨ ପ୍ରତିଶତ ବୃଦ୍ଧି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮,୪୬୬କୁ ବୃଦ୍ଧି ପାଇଛି ।
୨୫. ସାତ ବର୍ଷ ପୂରଣ କଲା ଉଜାଲା: ବାର୍ଷିକ ୪୭,୭୭୮ ମିଲିୟନ କିଲୋୱାଟ୍ ଶକ୍ତି ସଞ୍ଚୟ ।
୨୬.କୃଷ୍ଣପ୍ରସାଦ ବ୍ଲକ୍ରେ ବିଜୁ ପଟ୍ଟନାୟକ ଶିଳ୍ପ ତାଲିମ କେନ୍ଦ୍ର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ
-୧୮ କୋଟି ଟଙ୍କା ବିନିଯୋଗରେ ନିର୍ମିତ
-ଦେଶର ୧୦୦ଟି ଶ୍ରେଷ୍ଠ ଆଇଟିଆଇ ମଧ୍ୟରେ ଓଡିଶାର ୧୦ଟି
-ବିଶ୍ୱ ନିଯୁକ୍ତି ବଜାରରେ ଓଡିଶାର ଦକ୍ଷ ଯୁବକଯୁବତୀ ମାନଙ୍କର ଚାହିଦା ବଢ଼ିବ – ମୁଖ୍ୟମନ୍ତ୍ରୀ
୨୭. ଆସନ୍ତା ୭ ତାରିଖରେ ବାଲେଶ୍ୱରରୁ ଭୁବନେଶ୍ୱରକୁ ପ୍ରଥମ ମେମୁ ଟ୍ରେନ୍ ଚଳାଚଳ କରିବ। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହାର ଶୁଭାରମ୍ଭ କରିବେ ।
କୋଭିଡ଼୍ ନିୟମ ସମସ୍ତେ ପାଳନ କରନ୍ତୁ , ଟୀକା ନିଅନ୍ତୁ , ସର୍ବଦା ଜନଗହଳିରୁ ଦୂରେଇ ରୁହନ୍ତୁ , ଘରେ ରୁହନ୍ତୁ ଓ ସୁସ୍ଥ ରୁହନ୍ତୁ।
ରାଜ୍ୟ ଓ ଦେଶ ଖବର
ରାଜ୍ୟର ସହରାଞ୍ଚଳରେ ରାତି ୯ଟାରୁ ରାତ୍ରିକାଳୀନ କର୍ଫ୍ୟୁ :-
ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରୁ ରାଜ୍ୟ ସରକାର କଟକଣାକୁ ବଢ଼ାଇ ଦେଇଛନ୍ତି। ପୂର୍ବରୁ ରାତ୍ରିକାଳୀନ କର୍ଫ୍ୟୁ ରାତି ୧୦ଟାରୁ ଲାଗୁ ହେଉଥିବା ବେଳେ ଏହା ଏବେ ୯ଟାରୁ ଆରମ୍ଭ ହେବ। ଏହା କେବଳ ରାଜ୍ୟର ସମସ୍ତ ସହରାଞ୍ଚଳରେ ପାଇ ଉଦ୍ଦିଷ୍ଟ ବୋଲି ବୁଧବାର ସ୍ୱତନ୍ତ୍ର ରିଲିଫ୍ କମିସନର (ଏସ୍ଆରସି) ପ୍ରଦୀପ କୁମାର ଜେନା ସୂଚନା ଦେଇଛନ୍ତି। ଚଳିତ ମାସ ୭ ତାରିଖ ସକାଳ ୫ଟାରୁ ଆସନ୍ତା ଫେବ୍ରୁଆରି ୧ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ଏହି କଟକଣା ଜାରି ରହିବ। ଆସନ୍ତା ୮ ତାରିଖ ପରେ ରାଜ୍ୟରେ ୬ଷ୍ଠରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସରକାରୀ ଓ ଘରୋଇ ସ୍କୁଲ ବନ୍ଦ ରହିବ। ତେବେ ସ୍କୁଲ ବନ୍ଦ ସମୟରେ ଅନ୍ଲାଇନ୍ କ୍ଲାସ ଜାରି ରହିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି।
୮ ତାରିଖ ପରେ ଦ୍ୱାଦଶ ଶ୍ରେଣୀ ଯାଏଁ ସବୁ ସ୍କୁଲ ବନ୍ଦ :-
ଏସ୍ଆରସି ଶ୍ରୀ ଜେନା କହିଛନ୍ତି ଯେ, ଅତ୍ୟାବଶ୍ୟକ ସେବା ପାଇଁ କୋଭିଡ-୧୯ କଟକଣା ଲାଗୁ ହେବ ନାହିଁ। ବର୍ତ୍ତମାନ ମାଟ୍ରିକ୍ ପରୀକ୍ଷା ପାଇଁ ସମେଟିଭ୍ ପରୀକ୍ଷା ଚାଲିଛି। ଆଗାମୀ ୮ ତାରିଖ ପରେ ସ୍କୁଲ ବନ୍ଦ ରହିବ। ପରୀକ୍ଷା ପରେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ-କଲେଜ ଗୁଡ଼ିକ ବନ୍ଦ ରହିବ। ଅନ୍ଲାଇନ୍ ମାଧ୍ୟମରେ କ୍ଲାସ ଗୁଡ଼ିକ ଜାରି ରହିବ।
ସେହିପରି ମଲ, ମାର୍କେଟ, ହାଟ, ଦୋକାନ-ବଜାରରେ ଭିଡ଼ ହ୍ରାସ ପାଇଁ ସମସ୍ତେ ଉଦ୍ୟମ କରିବେ ବୋଲି ଶ୍ରୀ ଜେନା କହିଛନ୍ତି। କାରଣ ଏହା ନିଜସ୍ୱ ଦାୟିତ୍ୱ। ବ୍ୟବସାୟୀ ଓ ଦୋକାନୀମାନେ ଦାୟିତ୍ୱରେ ଖିଲାପ କଲେ କାର୍ଯ୍ୟନୁଷ୍ଠାନ ନିଆଯିବା ଏହା ସହିତ ସଂପୃକ୍ତ ବ୍ୟବସାୟିକ ଅନୁଷ୍ଠାନକୁ ପରବର୍ତ୍ତୀ ୭ ଦିନ ସିଲ୍ କରାଯିବ। ସାମାଜିକ, ଧାର୍ମିକ, ରାଜନୈତିକ, ଶୈକ୍ଷିକ କାର୍ଯ୍ୟକ୍ରମରେ ୧୦୦ ଲୋକ ଅଂଶଗ୍ରହଣ କରିପାରିବେ। ହଲ୍ କ୍ୟାପେସିଟିର ୫୦ ପ୍ରତିଶତ ରହିବ। ପିକ୍ନିକ୍କୁ ବାରଣ କରାଯାଇଛି। ହୋଟେଲ, କଲ୍ୟାଣ ମଣ୍ଡପ ଆଦିରେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ମନା ନାହିଁ। ସମାରୋହକୁ ମନା। ବ୍ୟକ୍ତିଗତ ସମାରୋହ ଘର ଭିତରେ କରିପାରିବେ। ଧର୍ମାନୁଷ୍ଠାନ ଗୁଡ଼ିକ ବନ୍ଦ ରହିବ। କେବଳ ଧାର୍ମିକ ନୀତିର ଆୟୋଜନ ହେବ। କିନ୍ତୁ ଅୟୋଜନ ନେଇ ସ୍ଥାନୀୟ ପ୍ରଶାସନ ନେଇ ଏହାରି ଉପରେ ନିଷ୍ପତ୍ତି ନେବେ।
ଏସ୍ଆରସି କହିଛନ୍ତି, ହୋଟେଲ ଓ ରେଷ୍ଟୁରାଣ୍ଟ ୫୦ ପ୍ରତିଶତ କ୍ଷମତାରେ ଚାଲିବ। ରାସ୍ତାଘାଟରେ ୯ଟା ପର୍ଯ୍ୟନ୍ତ ବ୍ୟବସାୟ କରିପାରିବେ। ତାଙ୍କ ସାମ୍ନାରେ ୫ରୁ ଅଧିକ ଲୋକ ରହିବେ ନାହିଁ। ବସ୍, କାର, ଟ୍ୟାକ୍ସି ଆଦିରେ ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ଯାତ୍ରାରେ ମଧ୍ୟ ପୂର୍ବଭଳି ୧୦୦୦ ଦର୍ଶକ ରହିପାରିବେ। କିନ୍ତୁ ମାସ୍କକୁ ଗୁରୁତ୍ୱ ଦିଆଯିବ। ସିନେମା ହଲ, ମଲ୍ଟିପ୍ଲେକ୍ସରେ ୫୦ ପ୍ରତିଶତ କ୍ଷମତାରେ ଚାଲିବ। ନନ୍ଦନକାନନ ଓ ଉଦ୍ଭିଦ ଉଦ୍ୟାନରେ ଦର୍ଶକ ଅନ୍ଲାଇନ୍ରେ ଟିକେଟ କିରିବେ। ଇନଡୋର ଓ ଆଉଟ୍ଡୋର ଫିଲ୍ମ ସୁଟିଂ ହୋଇପାରିବ।
ବିବାହରେ ୧୦୦, ଶୁଦ୍ଧିକ୍ରିୟାରେ ୫୦ଙ୍କୁ ଅନୁମତି :-
ବିବାହ ସମାରୋହରେ ୧୦୦ ଲୋକ ଓ ଶୁଦ୍ଧିକ୍ରିୟାରେ ୫୦ ଜଣ ସାମିଲ ହୋଇପାରିବେ। ବିବାହ ଶୋଭାଯାତ୍ରାରେ ସାମିଲ ହେବାକୁ ୩୦ ଜଣଙ୍କୁ ଅନୁମତି ମିଳିବ। ବିବାହ ପାଇଁ ଅତୀତର ମାର୍ଗଦର୍ଶିକାକୁ ବ୍ୟବହାର କରାଯିବ। ବିବାହ ପାଇଁ ଏକାଧିକ କାର୍ଯ୍ୟକ୍ରମ ଯଥା ହଳଦୀ ଓ ଅନ୍ୟ ଆୟୋଜନ କରାଯାଇପାରିବ ନାହିଁ। ସରକାରୀ କାର୍ଯ୍ୟାଳୟ ୫୦ ପ୍ରତିଶତ କ୍ଷମତାରେ ପରିଚାଳିତ ହେବ। କେନ୍ଦ୍ର ସରକାରଙ୍କ ନିୟନ୍ତ୍ରଣାଧିନ କାର୍ଯ୍ୟାଳୟରେ ମଧ୍ୟ କମ କର୍ମଚାରୀରେ କାମ କରବାକୁ ଅନୁରୋଧ କରିବୁ। ରାଜ୍ୟ ସରକାର ଜୀବିକା ପ୍ରତି ସଚେତନ ଅଛନ୍ତି। ଏହି କଟକଣା ଗୁଡ଼ିକୁ ସଫଳତାର ସହିତ ପାଳନ କରିବା, ତା’ହେଲେ ଆମେ ସୁରକ୍ଷିତ ରହିବା।
ଆମେରିକାରେ ଦୈନିକ ୧୧ ହଜାର ପଜିଟିଭ୍ :-
ଏସ୍ଆରସି କହିଛନ୍ତି, ଆମ ଦେଶ ଓ ରାଜ୍ୟରେ କରୋନାର ନୂଆ ଆକ୍ରାନ୍ତ ଆତଙ୍କ ସୃଷ୍ଟି କରୁଛି। ଆମେରିକାରେ ନୂତନ କରୋନା ଆକ୍ରାନ୍ତ ଦିନକୁ ପାଖାପାଖି ୧୧ ହଜାର ରହୁଛି। ଦକ୍ଷିଣ ଆଫ୍ରକାରେ ନୂଆ ଭାରିଆଣ୍ଟ ଚିହ୍ନଟ କରାଯାଇଥିଲା। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ଗବେଷକ କହୁଛନ୍ତି ଏହା ତୀବ୍ର ଗତିରେ ବ୍ୟାପୁଛି। ଡେଲଟା ତୁଳନାରେ ୩ ଗୁଣ ଅଧିକ ବ୍ୟାପୁଛି। ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡୁ, ଦିଲ୍ଲୀରେ ଦ୍ରୁତଗିରେ ବଢ଼ୁଛି। ଦେଶରେ ଆଜି ୫୮ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏବେ ଦେଶରେ ୨ ଲକ୍ଷ ୧୪ ହଜାର ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି।
କରୋନା ସ୍ଥିତି ବଦଳିଛି :-
ବିଗତ ୪ଦିନ ଭିତରେ ରାଜ୍ୟରେ କରୋନାର ସ୍ଥିତି ବଦଳିଛି। ଗତକାଲି ୬୮୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲା ବେଳେ ଆଜି ଏହା ୧୨୮୦ରେ ପହଞ୍ଚି। ଏହା ଗତକାଲି ତୁଳନାରେ ୭୯ ପ୍ରତିଶତ ଅଥିକ। ଆମ ଦେଶରେ ଆଉ ଏକ ଲହର ଆରମ୍ଭ ହେବା ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ଶ୍ରୀ ଜେନା କହିଛନ୍ତି। ଆମେ ସମସ୍ତେ ଏକଜୁଟ ହୋଇ ଲଢ଼ିବାର ବେଳ ଆସିଛି। ଏହା ନକଲେ ରାଜ୍ୟର ବିପୁଳ କ୍ଷତି ଘଟିବ। ବିଗତ ଦିନରେ ଆମେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାର୍ଗ ଦର୍ଶନରେ ଆମେ କରୋନା ଲଢ଼େଇରେ ସଫଳତା ହାସଲ କରିଛେ। ଓଡ଼ିଶାବାସୀଙ୍କ ସହଯୋଗ ଓ ରାଜ୍ୟ ସରକାରଙ୍କ ଉଦ୍ୟମରେ ଆମେ ସଫଳ ହୋଇଛେ। ଲହରର ଆରମ୍ଭରୁ ଆମେ ସତର୍କ ରହିଲେ । ଏହା ପାଳନ ନ କଲେ ଆମ ଗାଁ, ସହର ଓ ରାଜ୍ୟକୁ ବିପଦ ଆସିବ।
କୋଭିଡ ମନ୍ତ୍ର ପାଳନ କରନ୍ତୁ :-
ଯେଉଁମାନେ ଡବଲ ଡୋଜ୍ ନେଇଛନ୍ତି, ସେମାନେ ମଧ୍ୟ ଓମିକ୍ରନ୍ ସଂକ୍ରମିତ ହେବାର ଆଶଙ୍କା ରହିଛି। ତେଣୁ ଯେଉଁମାନେ ଟିକା ନେଇ ନାହାନ୍ତି, ଶୀଘ୍ର ନେଇ ସରକାରଙ୍କୁ ସହଯୋଗ କରନ୍ତୁ। ୧୫ରୁ ୧୮ ବର୍ଷର କିଶୋରଙ୍କୁ ଟିକା ଦାନ ଆରମ୍ଭ ହୋଇଯାଇଛି। ତିନୋଟି ମୂଳ ମନ୍ତ୍ର, ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱ ଓ ହାତ ଧୋଇବାକୁ ମାନି ଚଳିବ। ଭୀଡ଼କୁ ଯିବା ନାହିଁ, ବୁଢ଼ା-ବୁଢ଼ି ତଥା ବୟସ୍କଙ୍କ ଯତ୍ନ ନେବା। ତିନୋଟି ମୂଳମନ୍ତ୍ରକୁ ଭୁଲିବା ନାହିଁ, ତା’ହେଲେ ଆମେ ସୁରକ୍ଷିତ ରହିବା। ନୂଆବର୍ଷ ଆରମ୍ଭରେ ଆମେ ପର୍ବପର୍ବାଣୀ ଭଳି ଉତ୍ସବ ଭଳି ପାଳନ କରିଥାଉ। ବର୍ଷ ଆରମ୍ଭରୁ ଓମିକ୍ରନ୍ ପହଞ୍ଚିଛି। ତେଣୁ ସତର୍କତା ଅବଲମ୍ବନ କରି ତିନି ଅସ୍ତ୍ରକୁ ବ୍ୟବହାର କରିବା। ଅଯଥାରେ ଭିଡ଼କୁ ଯିବା ନାହିଁ। ଯଦି ଆମେ ଏହା ନ କରିବା, ତା’ହେଲେ ବିପଦରେ ପଡ଼ିବାର ଆଶଙ୍କ ରହିଛି।
_❤️_
ବିଶ୍ୱାସ ନହେଲେ ବି ସତ
କୌଣସି ମଣିଷ କେବେବି...
ନିଜ ଇଛାରେ ବଦଳି ନଥାଏ...
ଜୀବନରେ କିଛି ଘଟଣା...
" ବା "
ପରିସ୍ଥିତି ଏମିତି ଘଟିଯାଏ...
ଯାହା ଗୋଟିଏ ମଣିଷକୁ...
ବଦଳିବାକୁ ବାଧ୍ୟ କରିଥାଏ...
ଯଦି ଆପଣ ସେତବେଳେ ହସି ପାରୁଛନ୍ତି ଯେତେବେଳେ ଆପଣ ସଂପୂର୍ଣ୍ଣ ରୂପେ ଭାଙ୍ଗି ପଡ଼ିଛନ୍ତି.... ତାହେଲେ ବିଶ୍ୱାସ କରନ୍ତୁ ଆପଣଙ୍କୁ କେହି ହରାଇ ପାରିବେ ନାହିଁ....
କୋଭିଡ଼୍ ନିୟମ ସମସ୍ତେ ପାଳନ କରନ୍ତୁ , ଟୀକା ନିଅନ୍ତୁ , ସର୍ବଦା ଜନଗହଳିରୁ ଦୂରେଇ ରୁହନ୍ତୁ , ଘରେ ରୁହନ୍ତୁ ଓ ସୁସ୍ଥ ରୁହନ୍ତୁ।
🌹 ଆପଣଙ୍କ ପାଇଁ ଦିନଟି ମଙ୍ଗଳମୟ ହେଉ 🌹
0 Comments