ଖବର ଆଜିର , (୦୨-ଜାନୁୟାରୀ-୨୦୨୨,ରବିବାର )

ଆଜି

୦୨-ଜାନୁୟାରୀ-୨୦୨୨,ରବିବାର

•┈┈┈┈┈┈┈┈┈┈┈┈┈┈┈┈┈┈┈┈┈┈•

ଯଦି ଭଗବାନଙ୍କ ଉପରେ ଭରଷା ଅଛି.... " ତେବେ" ଆପଣଙ୍କ ଭାଗ୍ୟରେ ଯାହା ଅଛି.... ତାହା ଅବଶ୍ୟ ମିଳିବ... 

ଆଉ ଯଦି ଭରଷା ନିଜ ଉପରେ ଅଛି... ତାହେଲେ ଭଗବାନ ସେଇୟା ଦେବେ.... ଯାହା ଆପଣ ଚାହିଁବେ....

•┈┈┈┈┈┈┈┈┈┈┈┈┈┈┈┈┈┈┈┈┈┈•


➡️୧-ଆଜି ମିରଟର ସାରଧନା ସହରର ସାଲୱା ଏବଂ କାଇଲି ଗ୍ରାମରେ ମେଜର ଧ୍ୟାନଚାନ୍ଦ କ୍ରୀଡା ବିଶ୍ୱବିଦ୍ୟାଳୟର ଭିତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ ।

➡️୨-୨୦୧୫ ମସିହାରୁ ବିଭିନ୍ନ ସରକାରୀ ସ୍କୁଲରେ କରୁଥିବା ୮୧୦୨ଜଣ ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକଙ୍କ ଚାକିରୀ କୁ ନିୟମିତ କଲେ ସରକାର । ଏନେଇ ସରକାରୀ ବିଜ୍ଞପ୍ତି ଦିନେଦୁଇଦିନ ମଧ୍ୟରେ ପ୍ରକାଶ ପାଇବ ।

➡️୩-ନୂଆବର୍ଷରେ ଦେବଦର୍ଶନ ପାଇଁ ଲାଗିଲା ପ୍ରବଳ ଭିଡ । କଟକଣା ସତ୍ତ୍ୱେ କିଛି ମନ୍ଦିରରେ ଦେଖିବାକୁ ମିଳିଲା ଗହଳି ।

➡️୪-ଓମିକ୍ରନ୍ ସଂକ୍ରମଣ ବୃଦ୍ଧିକୁ ଦେଖି ଅସ୍ଥାୟୀ ଡାକ୍ତରଖାନା ନିର୍ମାଣ କରିବାକୁ ନିର୍ଦ୍ଦେଶନାମା ଜାରିକଲେ କେନ୍ଦ୍ର ସରକାର। 

➡️୫-ପିଏମ୍ କିଷାନ ଯୋଜନାରେ ଦଶମ କିସ୍ତି ପ୍ରଦାନ କଲେ ପ୍ରଧାନମନ୍ତ୍ରୀ । ଉପକୃତ ହେବେ ୧.୨୪ ଲକ୍ଷ କୃଷକ ।

➡️୬-ଇଂରାଜୀ ନବ ବର୍ଷ-୨୦୨୨ ଅବସରରେ ରାଷ୍ଟ୍ରୀୟ ଶିକ୍ଷା ନୀତି -୨୦୨୦ ଅନ୍ତର୍ଗତ ୧୦୦ ଦିବସୀୟ ପଠନ ଅଭିଯାନ ‘ପଢ଼େ ଭାରତ’ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

➡️୭-ସୋଆର ପ୍ରୋ ଭାଇସ ଚାନ୍ସେଲର ନିଯୁକ୍ତ ହେଲେ ପ୍ରଫେସର ବିଭୁତି ଭୂଷଣ ପ୍ରଧାନ ଓ ପ୍ରଫେସର ଗଙ୍ଗାଧର ସାହୁ ।

➡️୮-ଆଜି ଫେସ୍‌ବୁକ୍‌ ଓ ଟୁଇଟର ପେଜ୍‌ @stscdev, @scstrti ରେ ଖୋଲି ‘ବଣ୍ଡା’ ଜନଜାତି ସଂପ୍ରଦାୟଙ୍କ ବୟନ ପ୍ରଣାଳୀ ସଂପର୍କରେ ଭର୍ଚୁଆଲ୍‌ ଟୁର୍‌ ମାଧ୍ୟମ ରେ ଦେଖିପାରିବେ ଦର୍ଶକ। 

➡️୯-ବହି ପଢିବା’ ନିତିଦିନିଆ ଅଭ୍ୟାସରେ ପରିଣତ କରିବାକୁ ଯୁବପିଢିଙ୍କୁ ଆହ୍ୱାନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

➡️୧୦-ଅଭିନେତ୍ରୀ ମୃଣାଳ ଠାକୁରଙ୍କ ନମୁନା ଆସିଲା କରୋନା ପଜିଟିଭ୍ । ଏନେଇ ମୃଣାଳ ତାଙ୍କ ଇନଷ୍ଟାଗ୍ରାମରେ ଦେଲେ ସୂଚନା ।

➡️୧୧-ବିଶ୍ୱର ସବୁଠୁ କମ ଉଚ୍ଚତାର ମହିଳା ଭାବେ ଜଣାଶୁଣା ଏଲିଫ କୋକାମନଙ୍କ ୩୩ବର୍ଷ ବୟସରେ ହେଲା ପରଲୋକ । ୨୦୧୦ ମସିହାରେ ଗିନିଜ ବୁକ୍ ଅଫ ୱାର୍ଲଡ ରେକର୍ଡସରେ ସେ ସ୍ଥାନ ପାଇଥିଲେ।

➡️୧୨-ହରିୟାଣାର ଭିଓ୍ବାନି ଜିଲ୍ଲାରେ ଥିବା ଦାଦମ ପଥର ଖଣିରେ ଭୁସ୍କଳନ ଯୋଗୁଁ ୪ଶ୍ରମିକ ଙ୍କ ହେଲା ମୃତ୍ୟୁ । ଖଣି ଭିତରେ ଫସିରହିଥିବା ଶ୍ରମିକମାନଙ୍କୁ ଉଦ୍ଧାର କରିବାକୁ ସେନାକୁ ନିୟୋଜିତ କରାଯାଇଛି ।

➡️୧୩-ଏଣିକି ଅନଲାଇନରେ ଖାଦ୍ୟ ଅର୍ଡର କରିବା ହେବ ମହଙ୍ଗା, ବଢ଼ିଲା ପାଞ୍ଚ ପ୍ରତିଶତ ଟିକସ, ଜୋତା ଉପରେ ଦେବାକୁ ପଡିବ ୧୨% ଜିଏସଟି ।

➡️୧୪-ଟିକା ନନେଲେ ଘରୁ ବାହାରିବା ଉପରେ ଲାଗିବ କଟକଣା ବୋଲି ରାଜସ୍ଥାନ ର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କଲେ ଘୋଷଣା । ଫେବୃୟାରୀ ୧ ରୁ ଏହି ନୂଆ ନିୟମ କାର୍ଯ୍ୟକାରୀ ହେବ ।

➡️୧୫-ବୌଷ୍ଣୋଦେବୀ ଦଳାଚକଟା ଘଟଣା: ୩ ସଦସ୍ୟଙ୍କୁ ନେଇ ଉଚ୍ଚ ସ୍ତରୀୟ କମିଟି ହେଲା ଗଠିତ, ୧ ସପ୍ତାହ ଭିତରେ ଦେବେ ରିପୋର୍ଟ ।

➡️୧୬-ଜମ୍ମୁକଶ୍ମୀରରେ ୫.୧ ତୀବ୍ରତାର ଭୂକମ୍ପ ଅନୁଭୂତ । ଭୂକମ୍ପର କେନ୍ଦ୍ରସ୍ଥଳ ପାଲଟିଲା ଆଫଗାନିସ୍ତାନ-ତାଜିକିସ୍ତାନର ସୀମା । ତେବେ ଏହି ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇନାହିଁ । 

➡️୧୭-ଦିଲ୍ଲୀରେ ବେଗ ବଢ଼ାଇଲା କରୋନା, ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨ହଜାର ୭୧୬ ନୂଆ ମାମଲା ।

➡️୧୮-ଆସିଲା ଟିମ୍‌ ଇଣ୍ଡିଆର ୨୦୨୨ ଖେଳସୂଚୀ: ବିଶ୍ବକପ୍ ସାଙ୍ଗକୁ ରହିଛି ଏସିଆ କପ୍, ଫେବୃଆରୀ ୧୫ରେ ବାରବାଟୀ ହେବ ମହାମୁକାବିଲା ।

➡️୧୯-ଫିଲ୍ମ ‘ପୁଷ୍ପା’ର ଡାଏଲଗରେ ଭିଡିଓ କଲେ କ୍ରିକେଟର୍ ଡେଭିଡ୍ ୱାର୍ଣ୍ଣର। ଯାହା ଏବେ ସୋସିଆଲ ମିଡିଆରେ ଏବେ ବେଶ ଭାଇରାଲ ହେବାରେ ଲାଗିଛି ।

➡️୨୦-ଦକ୍ଷିଣ ଆଫ୍ରିକା ବିପକ୍ଷ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ ପାଇଁ ଦଳକୁ ଫେରିଲେ ଟିମ୍‌ ଇଣ୍ଡିଆର ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ। ଜାନୁଆରୀ ୧୯, ୨୧ ଏବଂ ୨୩ରେ ଏହି ସିରିଜ ଖେଳାଯିବ।

➡️ଓମିକ୍ରନ୍ କାୟା ବିସ୍ତାର କରିବା ଆରମ୍ଭ କରୁଛି । ଆଦୌ ଭୟଭୀତ ହୁଅନ୍ତୁ ନାହିଁ । ସମସ୍ତଙ୍କ ସୁରକ୍ଷା ପାଇଁ ମାସ୍କ୍ ବ୍ୟବହାର କରି କୋଭିଡ୍ ର ସମସ୍ତ ନିୟମ ପାଳନ କରନ୍ତୁ ।


•┈┈┈┈┈┈┈┈┈┈┈┈┈┈┈┈┈┈┈┈┈┈•

ସଂଖ୍ୟା ଦର୍ଶନରେ, ଭୌତିକ ପ୍ରକୃତିର ତିନିଗୁଣ : ଜ୍ଞାନ, କର୍ମ ଏବଂ କର୍ତ୍ତା ।


ଶ୍ରୀକୃଷ୍ଣ ପୁନର୍ବାର ପ୍ରକୃତିର ତିନିଗୁଣ ବିଷୟରେ ଆଲୋଚନା କରୁଛନ୍ତି । ଚତୁର୍ଦ୍ଦଶ ଅଧ୍ୟାୟରେ ସେ ଏହି ଗୁଣଗୁଡ଼ିକ ସମ୍ବନ୍ଧରେ ଉପକ୍ରମ ଉପସ୍ଥାପନ କରିଥିଲେ ଏବଂ ଏଗୁଡ଼ିକ କିପରି ଆତ୍ମାକୁ ଜନ୍ମ ମୃତ୍ୟୁର ସଂସାରରେ ବାନ୍ଧି ରଖନ୍ତି, ତାହା ଦର୍ଶାଇଥିଲେ । ସପ୍ତଦଶ ଅଧ୍ୟାୟରେ, ଏମାନେ ମନୁଷ୍ୟଠାରେ ଶ୍ରଦ୍ଧାର ବିକାଶ ଏବଂ ତାହାର ଖାଦ୍ୟ ରୁଚିକୁ କିପରି ପ୍ରଭାବିତ କରନ୍ତି, ତାହାର ବିସ୍ତୃତ ବର୍ଣ୍ଣନା କରିଥିଲେ । ସେ ତିନିପ୍ରକାର ଯଜ୍ଞ, ଦାନ ଏବଂ ତପସ୍ୟା ସମ୍ପର୍କରେ ମଧ୍ୟ ବର୍ଣ୍ଣନା କରିଥିଲେ । ଏଠାରେ ଭଗବାନ ତିନିଗୁଣ ଅନୁଯାୟୀ ତିନି ପ୍ରକାର ଜ୍ଞାନ, କର୍ମ ଏବଂ କର୍ତ୍ତା ବିଷୟରେ ବର୍ଣ୍ଣନା କରିବାକୁ ଯାଉଛନ୍ତି । ଭାରତୀୟ ଦର୍ଶନ ଅନ୍ତର୍ଗତ ଛଅ ପ୍ରକାର ମତବାଦ ମଧ୍ୟରୁ, ସାଂଖ୍ୟ ଦର୍ଶନକୁ, (ଯାହାକୁ ପୁରଷ ପ୍ରକୃତି ବାଦ ମଧ୍ୟ କୁହାଯାଏ)ଭୌତିକ ପ୍ରକୃତିର ବିଶ୍ଳେଷଣ ସମ୍ପର୍କୀୟ ଅଧିକାରୀ ମନେ କରାଯାଏ । ଏହା ଆତ୍ମାକୁ ପୁରୁଷ (ଈଶ୍ୱର)ବିବେଚନା କରେ, ତେଣୁ ଅନେକ ପୁରୁଷଙ୍କୁ ମାନ୍ୟତା ଦିଏ । ଭୌତିକ ପ୍ରକୃତି ଦ୍ୱାରା ଗଠିତ ସମସ୍ତ ବସ୍ତୁ ପ୍ରକୃତି ଅଟେ । ସାଂଖ୍ୟ ଦର୍ଶନ ଅନୁଯାୟୀ, ପୁରୁଷର ପ୍ରକୃତିକୁ ଉପଭୋଗ କରିବାର କାମନା ସମସ୍ତ ଦୁଃଖର କାରଣ ଅଟେ । ଯେତେବେଳେ ଉପଭୋଗ କରିବାର ଏହି ପ୍ରବୃତ୍ତି ଲୋପ ପାଇଯାଏ, ପୁରୁଷ ଭୌତିକ ପ୍ରକୃତିର ବନ୍ଧନରୁ ମୁକ୍ତ ହୋଇ ଚିରନ୍ତନ ଆନନ୍ଦ ପ୍ରାପ୍ତ କରେ । ସାଂଖ୍ୟ ପ୍ରଣାଳୀ, ପରମ ପୁରୁଷ ବା ପରମାତ୍ମାଙ୍କର ଅସ୍ତିତ୍ୱକୁ ସ୍ୱୀକାର କରେ ନାହିଁ, ତେଣୁ ଏହା ପରମ ସତ୍ୟକୁ ଜାଣିବା ପାଇଁ ପର୍ଯ୍ୟାପ୍ତ ନୁହେଁ । କିନ୍ତୁ ଭୌତିକ ପ୍ରକୃତିର ଜ୍ଞାନ ବିଷୟରେ, ଶ୍ରୀକୃଷ୍ଣ ଏହାକୁ ଅଧିକାରୀ ଭାବରେ ସୂଚିତ କରିଛନ୍ତି ।

•┈┈┈┈┈┈┈┈┈┈┈┈┈┈┈┈┈┈┈┈┈┈•

सदैव प्रसन्न रहिये।
जो प्राप्त है, पर्याप्त है।

•┈┈┈┈┈┈┈┈┈┈┈┈┈┈┈┈┈┈┈┈┈┈•



0 Comments