📋ଆଜିର ଖବର📩 ତାରିଖ–୧୧ -ଜାନୁଆରୀ -୨୦୨୨🦋 (ମଙ୍ଗଳବାର)_
୧. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ସୁନ୍ଦରଗଡ଼ ସଦର ବ୍ଲକ୍ ଅନ୍ତର୍ଗତ କୋପସିଙ୍ଗା ଓ କୁଡ଼ାବଙ୍ଗାଠାରେ ୪୯୩ କୋଟି ଟଙ୍କା ବ୍ୟୟ ଅଟକଳରେ ଇବ୍ ନଦୀ ଉପରେ ନିର୍ମାଣ ହେବାକୁ ଥିବା ୨ଟି ବ୍ୟାରେଜର ଶିଳାନ୍ୟାସ କରିଛନ୍ତି।
୨. ଲକ୍ଷଣ ନଥିଲେ ପରୀକ୍ଷା ଲୋଡ଼ାନାହିଁ: ମାର୍ଗଦର୍ଶିକାରେ କୁହାଯାଇଛି ଯେ ଯେଉଁମାନଙ୍କ ଠାରେ କରୋନା ଲକ୍ଷଣ ନଥିବ ସେମାନଙ୍କର ନମୁନା ପରୀକ୍ଷା କରାଯିବା ଦରକାର ନାହିଁ।
୩. ପ୍ରଥମଦିନରେ ୯ଲକ୍ଷ ବରିଷ୍ଠ ନାଗରିକ, ସ୍ୱାସ୍ଥ୍ୟକର୍ମୀ ନେଲେ କରୋନା ବୁଷ୍ଟର ଡୋଜ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ସୋମବାର ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ୮୨ଲକ୍ଷ ୭୬ ହଜାର ୧୫୮ ଡୋଜ ଟିକା ଦିଆସରିଛି। ଏହାସହ ଦେଶରେ ପ୍ରାୟ ୧୫୨.୭୮ କୋଟି ଡୋଜ ଟିକା ଦିଆଯାଇଛି।
୪. ସିଲ୍ ହେବ ୧ ନମ୍ବର ଓ ୪ ନମ୍ବର ସମେତ ରାଜଧାନୀର ପ୍ରମୁଖ ହାଟ। ଦିନକୁ ଦିନ ପ୍ରବଳ ଭିଡ଼ ଜମୁଥିବାରୁ ସଂକ୍ରମଣ ବୃଦ୍ଧି ପାଇବା ଆଶଙ୍କାରେ ବିଏମ୍ସି ଏଭଳି ନିଷ୍ପତ୍ତି ନେବାକୁ ଯାଉଛି।
୫. ବହୁଚର୍ଚ୍ଚିତ ପଡିଆବେଡ଼ା ହାଟ ସେକ୍ ରହେମାନ ହତ୍ୟା ମାମଲାରେ ନିମ୍ନ ଅଦାଲତଙ୍କ ଆଜୀବନ କାରାଦଣ୍ଡାଦେଶକୁ ଚାଲେଞ୍ଜ କରି ଦାରା ସିଂ ଓରଫ ରବୀନ୍ଦ୍ର କୁମାର ପାଲ ଦାୟର କରିଥିବା ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି।
୬. ଆସନ୍ତାମାସରୁ ୫ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ମଧ୍ୟରୁ ୩ଟି ରାଜ୍ୟରେ ବିଜେପି ଜିତିବା ସମ୍ଭାବନା ରହିଛି। ସେଗୁଡ଼ିକ ହେଲା ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ ଏବଂ ଗୋଆ। ପଞ୍ଜାବରେ ଝୁଲା ସରକାର ହେବ।
୭.ପଡ଼ୋଶୀ ରାଜ୍ୟରେ ସଂକ୍ରମଣ ସ୍ଥିତି ବେକାବୁ: ଗାଁ ମୁହାଁ ପ୍ରବାସୀ, ପଶ୍ଚିମବଙ୍ଗ ଫେରନ୍ତାଙ୍କୁ ନେଇ ବଢ଼ିଲା ଚିନ୍ତା। ୪୮ ଘଣ୍ଟାରେ ୪୫ ହଜାର ପଜିଟିଭ୍ ଚିହ୍ନଟ ରାସ୍ତାଘାଟ ମୁକୁଳା, ଗଳାବାଟରେ ଅବାଧ ଯାତାୟାତ।
୮. ଇତିହାସ ରଚିବାକୁ ପଡ଼ିଆକୁ ଓହ୍ଳାଇବ ଭାରତ: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ ମଙ୍ଗଳବାର ଠାରୁ କେପଟାଉନରେ ଖେଳାଯିବ।
୯. ୧୨ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ମୋହର : ଚାକିରି ବୟସ ସୀମା କୋହଳ। ପୂର୍ବରୁ ଚାକିରି ପାଇଁ ସରକାରଙ୍କ ନିୟମ ଅନୁଯାୟୀ ୩୨ବର୍ଷ ଥିଲା, କ୍ୟାବିନେଟ ନିଷ୍ପତ୍ତିକ୍ରମେ ୩୮ବର୍ଷ ବୟସ ପର୍ଯ୍ୟନ୍ତ ଏହାକୁ ଅନୁମୋଦନ ମଳିଛି। ଆସନ୍ତା ୨୦୨୧, ୨୦୨୨, ୨୦୨୩ ବର୍ଷ ପାଇଁ ହେବାକୁ ଥିବା ନିଯୁକ୍ତି ବେଳେ ସର୍ବୋଚ୍ଚ ବୟସ ସୀମାକୁ ୩୨ବର୍ଷରୁ ୩୮ବର୍ଷକୁ କୋହଳ କରାଯାଇଛି। ଅନୁସୂଚିତ ଜାତି ଓ ଜନଜାତି ଏବଂ ମହିଳାଙ୍କ ପାଇଁ ୪୩ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବାବେଳେ ଭିନ୍ନକ୍ଷମ ବର୍ଗଙ୍କ ନିମନ୍ତେ ଆହୁରି ଅଧିକ ବୟସ ସୀମା କୋହଳ କରାଯାଇଛି।
୧୦. ଆଜି ରାଜ୍ୟ ନିର୍ବାଚନ କମିସନର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା କରିପାରନ୍ତି।
୧୧. ଆଜିଠାରୁ ଭୁବେନଶ୍ବରରେ ବରିଷ୍ଠ ନାଗରିକଙ୍କୁ ବୁଷ୍ଟର୍ ଡୋଜ୍ ଟିକାଦାନ ଆରମ୍ଭ ହୋଇଛି। ରାଜଧାନୀର ୩୫ ଟିକାଦାନ କେନ୍ଦ୍ରରେ ଅପରାହ୍ଣ ୩ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଟିକାକରଣ ହୋଇଥିବା ଜଣାଯାଇଛି।
୧୨. ମଙ୍ଗଳବାରଠାରୁ ଦୁଇ-ତିନି ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା। ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ବାୟୁମଣ୍ଡଳରେ ଆର୍ଦ୍ରତା କ୍ରମଶଃ ବୃଦ୍ଧି ପାଇବ, ଫଳରେ ଶୀତର ପ୍ରକୋପ ମଧ୍ୟ ହ୍ରାସ ପାଇବ।
୧୩.ସୋମବାର ସାରା ରାଜ୍ୟରୁ ୪୮୨୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୮୬୯ଜଣ ଏବଂ ସମ୍ବଲପୁରରୁ ୬୪୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରେଡ୍ ଜୋନ୍ରେ ସୁନ୍ଦରଗଡ଼ ରେଡ୍ ଜୋନ୍ରେ ୨, ୟେଲୋ ଜୋନ୍ରେ ୬ଜିଲ୍ଲା ଆଗକୁ ସଂକ୍ରମଣ ଆହୁରି ବଢ଼ିବ: ସ୍ବାସ୍ଥ୍ୟ ନିର୍ଦ୍ଦେଶକ।
୧୪. ଆସନ୍ତା ଯୁକ୍ତ ୨ ପରୀକ୍ଷା ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରସ୍ତୁତି ଚାଲିଛି । ବର୍ତମାନ ସୁଦ୍ଧା ୩ ଲକ୍ଷ ୧ ହଜାର ୭୯୭ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି। ତା’ପରେ ବି ୨୦୨୦-୨୧ ଶିକ୍ଷାବର୍ଷରେ ନାମ ପଞ୍ଜୀକରଣ କରିଥିବା କିଛି ରେଗୁଲାର୍ ଛାତ୍ରଛାତ୍ରୀ ଓ ଯୋଗ୍ୟ ଏକ୍ସ-ରେଗୁଲାର୍ ଛାତ୍ରଛାତ୍ରୀ ଫର୍ମ ପୂରଣ କରିନାହାନ୍ତି। ଏ ସଂପର୍କରେ ଜଣାପଡ଼ିବା ପରେ ପରିଷଦ ପକ୍ଷରୁ ଫର୍ମ ପୂରଣର ସମୟ ଅବଧିକୁ ବୃଦ୍ଧି କରାଯାଇଛି।
୧୫. ଆଲୋକୀକରଣ ହୋଇଛି ଭିଏସ୍ଏସ୍ନଗର ଫ୍ଲାଏଓଭର ବ୍ରିଜ୍। ଭିତ୍ତିପ୍ରସ୍ତର ପଡ଼ିବାର ମାତ୍ର ଏକ ମାସ ମଧ୍ୟରେ କାର୍ଯ୍ୟ ଶେଷ ହେବା ପରେ ଉତ୍ତର ଭୁବନେଶ୍ବର ବିଧାୟକ ସୁଶାନ୍ତ କୁମାର ରାଉତ ଆଜି ଏହାକୁ ଉଦ୍ଘାଟନ କରିଛନ୍ତି।
୧୬. ରାଜଧାନୀର ଖଣ୍ଡଗିରି ଅଞ୍ଚଳରେ ନିର୍ମାଣ ହେବ ପ୍ରାଚୀ ସରୋଭର ପ୍ରିମିୟର ୪ ତାରକା ହୋଟେଲ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ୍ ମାଧ୍ୟମରେ ଯୋଗଦେଇ ହୋଟେଲର ଶିଳାନ୍ୟାସ କରିଛନ୍ତି।
୧୭. ଧେୟ ସଂସ୍ଥାର ସିଭିଲ୍ ସର୍ଭିସ୍ କୋଚିଂ ଫେଲ୍: ୨୦% ଅର୍ଥ ଦେବେନି ସରକାର।
୧୮. କେପ୍ଟାଉନ୍ ଟେଷ୍ଟ୍ ଆଜିଠୁ: କୋହଲି ଫେରିବେ, ସିରାଜଙ୍କ ସ୍ଥାନରେ ଈଶାନ୍ତ!
୧୯. ନୂଆଦିଲ୍ଲୀ: ସପ୍ତାହରେ ସଂକ୍ରମଣ ୬ ଗୁଣା ବୃଦ୍ଧି: ସକ୍ରିୟ ମାମଲା ୭ ଲକ୍ଷ ଟପିଲା, ୧ ଲକ୍ଷ ୮୦ ହଜାର ନୂଆ ମାମଲା।
୨୦. ରାଉରକେଲା ସ୍ଥିତ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ(ଏନ୍ଆଇଟି) ଓ ରାଉରକେଲା ମହାନଗର ନିଗମ(ଆର୍ଏମ୍ସି)ରେ ଏବେ କରୋନା ବିସ୍ଫୋରଣ ଘଟିଛି।
୨୧. ସର୍ବଭାରତୀୟ ବ୍ୟାଡମିଣ୍ଟନରେ ରୌପ୍ୟ ପଦକ ଜିତିଲେ ଓଡିଶା ସାଇ ବ୍ୟାଡମିଣ୍ଟନ ଏକାଡେମୀର ଦୁଇ ଖେଳାଳି।
➡️କୋଭିଡ଼୍ ନିୟମ ସମସ୍ତେ ପାଳନ କରନ୍ତୁ , ଟୀକା ନିଅନ୍ତୁ , ସର୍ବଦା ଜନଗହଳିକୁ Avoid କରନ୍ତୁ , ଘରେ ରୁହନ୍ତୁ ଓ ସୁସ୍ଥ ରୁହନ୍ତୁ।(Please Take Care of self, and us)
0 Comments