- ମଣିଷ ଘର ବଦଳାଇ ଥାଏ,ବସ୍ତ୍ର ବଦଳେଇଥାଏ,ସମ୍ପର୍କ ବଦଳେଇଥାଏ ତଥାପି ଦୁଃଖୀ ରହିଥାଏ କାହିଁକି ନା ନିଜ ସ୍ୱଭାବ କୁ କେବେହେଲେ ବଦଳାଇ ପାରେ ନାହିଁ ।
- ଜୀବନରେ ନିଜ ଅତୀତକୁ ସମୀକ୍ଷା କରି , ଭବିଷ୍ୟତ ପାଇଁ ପ୍ରସ୍ତୁତ ହେବାକୁ ସବୁଠାରୁ ସୁନ୍ଦର ସମୟ ହେଉଛି " ବର୍ତ୍ତମାନ " ଏହା ନିଶ୍ଚୟ ମନେ ରଖନ୍ତୁ ।
- ନୀରବତା ଏମିତି ଏକ ଚାବିପେନ୍ଥା ଯାହା ସମସ୍ତଙ୍କୁ ସ୍ନେହ ବନ୍ଧନରେ ବାନ୍ଧି ରଖେ ।
- କାହାର ଦୁଃଖ ସମୟରେ ଥଟ୍ଟା ପରିହାସ କରିବା ଉଚିତ୍ ନୁହେଁ, କିଏ ଜାଣେ ସମୟ କେତେବେଳେ ବଦଳି ଯିବ ଓ ଆମର ସେହି ପରିସ୍ଥିତି ହୋଇଯିବ ।
🦋୧୪-ଜାନୁଆରୀ -୨୦୨୨(ଶୁକ୍ରବାର)🦋
୧. ପିପିଲି ଅଞ୍ଚଳର ଜଣେ ମୁରବୀ ଭାବେ ସ୍ୱତନ୍ତ୍ର ପରିଚୟ ପାଇଥିବା ସମାଜସେବୀ ଦେବେନ୍ଦ୍ର ସାହୁଙ୍କର ୭୮ ବର୍ଷ ବୟସରେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ଗୁରୁବାର ପରଲୋକ ଘଟିଛି ।
୨. ଆରପାରିରେ ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ସରୋଜ ପଟ୍ଟନାୟକ । ଫୁଲ ଚନ୍ଦନ ଓ ଅଭିଳାଷ ଚଳଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ପାଇଁ ଶ୍ରେଷ୍ଠ ସଙ୍ଗୀତକାର ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରରେ ସମ୍ମାନିତ ହୋଇଥିଲେ ।
୩. ଭୁବନେଶ୍ୱର:ରାଜ୍ୟରେ ଗୋଟିଏ ଦିନରେ ୩୦ଟି ଜିଲ୍ଲାରୁ ଆଉ ୧୦ ହଜାର ୫୯ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ସଙ୍ଗରୋଧରୁ ୫ ହଜାର ୮୩୩ ଜଣ ଏବଂ ସ୍ଥାନୀୟ ଅଞ୍ଚଳରୁ ୪ ହଜାର ୨୨୬ ଜଣ ଥିବାବେଳେ ୧୮ବର୍ଷ ବୟସ ମଧ୍ୟରେ ୮୭୨ ଜଣ ଚିହ୍ନଟ ହୋଇଛନ୍ତି । ଏହି ନୂଆ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଲକ୍ଷ ୧ ହଜାର ୬୦୬ରେ ପହଞ୍ଚିଛି ।
୪. ଦେଶରେ ଏପର୍ଯ୍ୟନ୍ତ ୫ ହଜାର ୪୮୮ ଜଣ ଓମିକ୍ରନ ରେ ସଂକ୍ରମିତ ହୋଇଥିବାର ରିପୋର୍ଟ ମିଳିଛି । ସର୍ବାଧିକ ୧ ହଜାର ୩୬୭ ଜଣ ସଂକ୍ରମିତ ବ୍ୟକ୍ତି ମହାରାଷ୍ଟ୍ରରୁ ଥିବା ବେଳେ ରାଜସ୍ଥାନରୁ ୭୯୨ ଜଣ ଓ ଦିଲ୍ଲୀରୁ ୫୩୯ ଜଣ ରହିଛନ୍ତି । ଦେଶରେ ଏପର୍ଯ୍ୟନ୍ତ ୧୫୫ କୋଟିରୁ ଊଦ୍ଧ୍ୱର୍ ଡୋଜ୍ ଟିକା ପ୍ରଦାନ କରାଯାଇଛି । ଆଜି ମଧ୍ୟାହ୍ନ ସୁଦ୍ଧା ଗୋଟିଏ ଦିନରେ ୪୦ ଲକ୍ଷରୁ ଊଦ୍ଧ୍ୱର୍ ଡୋଜ୍ ଟିକା ଦିଆଯାଇଛି ।
୫. ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଚଳିତ ମାସ ୧୭ରୁ ୨୧ ତାରିଖ ଯାଏଁ – ଫେବ୍ରୁଆରୀ ୧୬, ୧୮, ୨୦, ୨୨ ଓ ୨୪ ତାରିଖରେ ନିର୍ବାଚନ ।
୬. ମୁଖ୍ୟ ସଚିବ ଶ୍ରୀ ମହାପାତ୍ରଙ୍କ କାର୍ଯ୍ୟକାଳ ଆଗାମୀ ଫେବୃଆରୀ ୨୮ରେ ଶେଷ ହେବାକୁ ଥିଲା । ଏହା ପୂର୍ବରୁ ତାଙ୍କ କାର୍ଯ୍ୟକାଳ ଆଉ ଛ’ ମାସ ବୃଦ୍ଧି କରାଯାଇଥିବା ଜଣାପଡ଼ିଛି ।
୭. ତୃତୀୟ ଲହର ମୁକାବିଲା: ରାଉରକେଲାରେ କାର୍ଯ୍ୟକ୍ଷମ ହେଲା ୪ କୋଭିଡ଼ ହସ୍ପିଟାଲ: ପ୍ରଥମେ ବେଦବ୍ୟାସସ୍ଥିତ ଜୟ ପ୍ରକାଶ ହସ୍ପିଟାଲ ୨୫୦ ବେଡ୍ର କୋଭିଡ ହସ୍ପିଟାଲ ଚାଲୁ କରାଯାଇଛି । ପରେ ରାଉରକେଲା ୨୦୦ ବେଡ୍ର ହାଇଟେକ୍ କୋଭିଡ ହସ୍ପିଟାଲ ଓ ଆଜି ଉଦିତନଗରସ୍ଥିତ ୧୨୫ ବେଡ୍ର ଶାନ୍ତି ମେମୋରିଆଲ ହସ୍ପିଟାଲକୁ ବିଧିବଦ୍ଧ ଭାବେ କାର୍ଯ୍ୟକ୍ଷମ କରାଯାଇଛି ।
୮. ପୁରୀରେ ମହର୍ଷି ମହେଶ ଯୋଗୀଜୀଙ୍କ ୧୦୪ ତମ ଜନ୍ମୋତ୍ସବ ପାଳିତ ।
୯. ଆଇଆଇଟି ପ୍ରଫେସରଙ୍କ ଦାବି, ଜାନୁଆରୀରେ ଶିଖର ଛୁଇଁବ ସଂକ୍ରମଣ, ମାର୍ଚ୍ଚ ସୁଦ୍ଧା ସରିବ ତୃତୀୟ ଲହର ।
୧୦. ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସବୁ ମେଡ଼ିକାଲ କଲେଜ, କ୍ୟାପିଟାଲ ହସ୍ପିଟାଲ ଓ ଆରଜିଏସ ପାଇଁ ନିୟମାବଳୀ ଜାରି କରାଯାଇଛି । ଗଣମାଧ୍ୟମ ପ୍ରତିନିଧି ଓପିଡି ଓ ଆଇପିଡିକୁ ଯାଇପାରିବେ ନାହିଁ ବୋଲି ସ୍ବାସ୍ଥ୍ୟ ନିର୍ଦେଶାଳୟ ପକ୍ଷରୁ ଜାରି କରାଯାଇଥିବା ନିର୍ଦେଶାବଳୀରେ ଦର୍ଶାଯାଇଛି ।
୧୧. ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣର 3D ଆନିମେସନ ଫିଲ୍ମ ରିଲିଜ୍ । ଟ୍ରଷ୍ଟର ସୂଚନା ଅନୁସାରେ, ଆସନ୍ତା ଡିସେମ୍ୱର ୨୦୨୩ରୁ ଶ୍ରଦ୍ଧାଳୁମାନଙ୍କୁ ମନ୍ଦିରକୁ ଆସି ଭଗବାନଙ୍କ ଦର୍ଶନ ପାଇଁ ଅନୁମତି ମିଳିବ । ତେବେ ମନ୍ଦିର ସମ୍ପୂର୍ଣ୍ଣ ନିର୍ମାଣ ୨୦୨୫ରେ ଶେଷ ହେବ ।
୧୨. ରାଜଧାନୀରେ କରୋନାର ନୂଆ ରେକର୍ଡ, ୨୪ ଘଣ୍ଟାରେ ୨୮ ହଜାରୁ ଅଧିକ ସଂକ୍ରମିତ ଚିହ୍ନଟ, ୩୧ ଜଣକ ହୋଇଛି ମୃତ୍ୟୁ । ଆଜିର ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦିଲ୍ଲୀରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୬,୪୬,୫୮୩ରେ ପହଞ୍ଚିଛି ।
୧୩. ନିରାଶ କଲେ ଭାରତୀୟ ବ୍ୟାଟସମ୍ୟାନ, କେପଟାଉନ୍ ଟେଷ୍ଟରେ ଦ. ଆଫ୍ରିକାର ପଲ୍ଲା ଭାରି ।
୧୪. ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆର୍ଆଇଏଲ୍) ପକ୍ଷରୁ ମୋଟ ୫.୯୫ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ କରିବା ଲାଗି ଗୁଜରାଟ ସରକାରଙ୍କ ସହ ଆଜି ଏମ୍ଓୟୁ ସ୍ୱାକ୍ଷର କରାଯାଇଛି ।
୧୫. ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ୧୭୨ ଆସନ ପାଇଁ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ କରାଯାଇଛି । ବର୍ତ୍ତମାନ ବିଧାନ ପରିଷଦ ସଦସ୍ୟ ଥିବା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଏଥର ବିଧାନସଭା ନିର୍ବାଚନ ଲଢ଼ିବେ ।
୧୬. ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ମଜବୁତ ସ୍ଥିତିରେ ଦ. ଆଫ୍ରିକା: ବିଜୟ ପାଇଁ ଆବଶ୍ୟକ ୧୧୧ରନ୍, ଭାରତକୁ ୮ ଓ୍ବିକେଟ୍ ।
୧୭. “ତୁମ ଜିଓ କୟାମତ ତକ୍” : ମୋଦୀଙ୍କ ଆଗରେ ଦୁଃଖ ପ୍ରକାଶ କଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚନ୍ନି ।
୧୮. ଗୌହାଟୀ-ବିକାନେର ଏକ୍ସପ୍ରେସ ଟ୍ରେନର ୫ଟି ବଗି ଲାଇନଚ୍ୟୁତ ହୋଇଛି । ଏହି ଦୁର୍ଘଟଣାରେ ୧୬ ଜଣ ଆହତ ହୋଇଛନ୍ତି ଏବଂ ୩ ଜଣଙ୍କର ମୃତ୍ୟୁ ହୋଇଛି ।
୧୯. ପାକିସ୍ତାନରେ ଗର୍ଭ ନିରୋଧକ ସହିତ ୧୪୪ଟି ସାମଗ୍ରୀ ଉପରେ ଲାଗିବ ଜିଏସଟି, ବିରୋଧି କହିଲେ-“ଇମରାନ ଖାନ ଦେଶପାଇଁ ଶତାବ୍ଦୀର ସବୁଠୁ ବଡ଼ ଦୁଃଖ” ।
୨୦. ଆସନ୍ତା ଜାନୁଆରୀ ୧୯ରୁ ଆରମ୍ଭ ହେବ ନିଟ୍-ୟୁଜି କାଉନସେଲିଂ । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି । ଏଥିସହ ନିଟ୍ ୟୁଜିର ପୂରା କାର୍ଯ୍ୟ ସୂଚୀ ଜାରି କରିଛନ୍ତି । ଯେଉଁଥିରେ ଚୟସ ଫିଲିଂ ବା ଲକିଂ, ସିଟ୍ ଆଲୋଟମେଣ୍ଟ, ରେଜଲ୍ଟ ଏବଂ ରିପୋର୍ଟିଂ ପ୍ରକ୍ରିୟା ରହିଛି ।
କୋଭିଡ଼୍ ନିୟମ ସମସ୍ତେ ପାଳନ କରନ୍ତୁ , ଟୀକା ନିଅନ୍ତୁ , ସର୍ବଦା ଜନଗହଳିକୁ Avoid କରନ୍ତୁ , ଘରେ ରୁହନ୍ତୁ ଓ ସୁସ୍ଥ ରୁହନ୍ତୁ ।
(Please Take Care of all)
0 Comments