ଆଜିର ଖବର - ତାରିଖ–୧୩-ଜାନୁଆରୀ -୨୦୨୨🦋 (ଗୁରୁବାର)

 

आत्मविश्वास तब नहीं आता जब आपके पास सारे जवाब हो... बल्कि तब आता है जब सारे सवालों का सामना करने के लिए आप तैयार हैं।

आज से हम आत्मविश्वास से हर चीज़ का सामना करें...


ଆଜିର ଖବର

୧. ପଞ୍ଚାୟତ ନିର୍ବାଚନ ପାଇଁ ନିର୍ଦ୍ଦେଶାବଳୀ ଏବଂ ନିୟମାବଳୀ । 

–ବଡ଼ ସମାବେଶ, ମଣ୍ଡଳୀ ନିଷେଧ ।

ରାଜନୈତିକ ମିଟିଂ–ନିମ୍ନଲିଖିତ ସର୍ତ୍ତ ଅନୁଯାୟୀ ୧୦୦ ଜଣଙ୍କ ସୀମା ମଧ୍ୟରେ ସମାବେଶକୁ ଅନୁମତି ଦିଆଯିବ ।

–ବନ୍ଦ ସ୍ଥାନଗୁଡିକରେ ଯେପରିକି ହଲ୍ ରେ ଥିବା ସର୍ବାଧିକ ସୀମାର ୫୦% ପାଇଁ ଅନୁମତି ଦିଆଯିବ ।

–ଖୋଲା ସ୍ଥାନରେ, ସ୍ଥାନର ଆକାରକୁ ଦୃଷ୍ଟିରେ ରଖି ଉପଯୁକ୍ତ ସଂଖ୍ୟକ ବ୍ୟକ୍ତିଙ୍କୁ ଅନୁମତି ଦିଆଯିବ । ଯାହା ଦ୍ୱାରା ନିର୍ଦ୍ଦିଷ୍ଟ ଶାରୀରିକ ଦୂରତା ନିୟମର ରକ୍ଷଣାବେକ୍ଷଣ ନିଶ୍ଚିତ ହେବ ।

–ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ଏବଂ ଥର୍ମାଲ୍ ସ୍କାନିଂର ବ୍ୟବସ୍ଥା ଏବଂ ହାତ ଧୋଇବା କିମ୍ବା ସାନିଟାଇଜରର ବ୍ୟବହାର ବାଧ୍ୟତାମୂଳକ ହେବ ।

–ଏହିପରି କାର୍ଯ୍ୟ / ସମାବେଶ ପାଇଁ ଅନୁମତି ସମ୍ପୃକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ / ମ୍ୟୁନିସିପାଲିଟି କମିଶନର କିମ୍ବା ସେମାନଙ୍କ ଦ୍ୱାରା ଅନୁମୋଦିତ ଅନ୍ୟ ଅଧିକାରୀଙ୍କ ଦ୍ୱାରା ପ୍ରଦାନ କରାଯିବ । 

୨. ଘରୋଇ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଚାଲିଥିବା ୩ୟ ତଥା ଅନ୍ତିମ ଟେଷ୍ଟମ୍ୟାଚ୍‌ର ୨ୟ ଦିନରେ ମହମ୍ମଦ ସାମିଙ୍କ ବଲ୍‌ରେ ସ୍ଲିପ୍‌ରେ ତେମ୍ବା ବାଭୁମାଙ୍କ କ୍ୟାଚ୍‌ ନେଇ କୋହଲି ଟେଷ୍ଟ କ୍ରିକେଟ୍‌ରେ ୧୦୦ କ୍ୟାଚ୍ ପୂରଣ କରିଛନ୍ତି ।

୩. ଚୀନ ସହିତ ଯୁଦ୍ଧ ହେଲେ ଭାରତ ବିଜୟୀ ହେବ ବୋଲି ସେନାମୁଖ୍ୟ ଜେନେରାଲ ଏମଏମ ନରବଣେ ଦୃଢୋକ୍ତି ପ୍ରକାଶ କରିଛନ୍ତି । _

୪. ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ରାଜ୍ୟ ସ୍ତରୀୟ ଚକରା ବିଷୋୟୀ ଜୟନ୍ତୀ ପାଳିତ ।

୫. କରୋନା ପାଇଁ ଆଜିଠାରୁ ଷ୍ଟେଟ ଲାଇବ୍ରେରୀ ବା ରାଜ୍ୟ ପାଠଗାର ବନ୍ଦ ଘୋଷଣା କରାଯାଇଛି । ସେହି ଅନୁସାରେ ଆସନ୍ତା 31 ତାରିଖ ପର୍ଯ୍ୟନ୍ତ ପାଠାଗାର ବନ୍ଦ ରହିବ ।

୬. ମହାନଗର ନିଗମ ପାଇଁ ମେୟର ସଂରକ୍ଷଣ ତାଲିକା ପ୍ରକାଶ । ଭୁବନେଶ୍ୱର ଓ ବ୍ରହ୍ମପୁର ପାଇଁ ମହିଳା ମେୟର ହେବ ବୋଲି ବିଭାଗ ଦର୍ଶାଇଛି । 

୭. ରାସ୍ତାଘାଟରେ ଲାଗିଥିବା ହୋଡିଂ, ପୋଷ୍ଟର ଓ ବ୍ୟାନରକୁ ହଟାଇବା ପାଇଁ ରାଜ୍ୟ ନିର୍ବାଚନ କମିଶନର ଆଜି ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । 

୮. ଟେଲିଭିଜନ୍ ରେଟିଂ ପଏଣ୍ଟ ବା ଟିଆରପି ପ୍ରକାଶ ଲାଗି ବ୍ରଡକାଷ୍ଟ ଅଡିଏନ୍ସ ରିସର୍ଚ୍ଚ କାଉନସିଲ ବାର୍କକୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ।

୯. ଧାର୍ମିକ ପର୍ବ, ଉତ୍ସବ ରୀତିନୀତି ପାଳନ ଉପରେ ନିର୍ଦ୍ଦେଶାବଳୀ ଜାରୀ କଲେ ରାଜ୍ୟ ସରକାର ।

୧୦. ଶ୍ରୀ ବଳଦେବଜୀଉଙ୍କ ମନ୍ଦିରରେ ୧୪୪ ଧାରା ଜାରି, ମକର ସଂକ୍ରାନ୍ତି ଭିଡ଼ ଏଡ଼େଇବାକୁ ପ୍ରଶସାନ ନେଲା ନିଷ୍ପତ୍ତି । ୧୨ ତାରିଖ ରାତି ୯ ଟାରୁ ୧୫ ତାରିଖ ସକାଳ ୯ ଟା ପର୍ଯ୍ୟନ୍ତ ୧୪୪ ଧାରା ବଳବତ୍ତର ରହିବ ।

୧୧. ଚୀନକୁ ପଛରେ ପକାଇବ ମୋଦୀ ସରକାରଙ୍କ ଏହି ଗୋଟିଏ ଯୋଜନା, ଅର୍ଥନୀତିକୁ ମିଳିବ ଗତି । ଏହି ଯୋଜନା ସାହାଯ୍ୟରେ ଭାରତର ଅର୍ଥବ୍ୟବସ୍ଥା ୮.୭ ପ୍ରତିଶତ ହାରରେ ବୃଦ୍ଧି ପାଇବ ବୋଲି ଅନୁମାନ କରିଛି ବିଶ୍ୱ ବ୍ୟାଙ୍କ ।

୧୨. ରକେଟ୍ ବୈଜ୍ଞାନିକ ଏସ୍ ସୋମନାଥ ହେଲେ ନୂତନ ଇସ୍ରୋ ମୁଖ୍ୟ ।  ଏ ନ୍ଇ ବୁଧବାର ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଛି ନିର୍ଦ୍ଦେଶ ।

୧୩. ଦକ୍ଷିଣ ଆଫ୍ରିକା ୨୧୦, ଭାରତ ୭୦ ରନରେ ଆଗୁଆ ।

୧୪. ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବଢୁଥିବାରୁ ଏହାକୁ ଦୃଷ୍ଟିରେ ରଖି ହାଇକୋର୍ଟକୁ ୫ ଦିନ ଯାଏ ସଟ୍‌ଡାଉନ୍‌ କରାଯାଇଛି । ଗୁରୁବାର ଅର୍ଥାତ୍‌ ୧୩ରୁ ୧୭ ତାରିଖ ପର୍ଯ୍ୟନ୍ତ ହାଇକୋର୍ଟ ବନ୍ଦ ରହିବ ।

୧୫. ବଢ଼ିଲା ମେଡିକାଲ କଲେଜ ସିଟ ସଂଖ୍ୟା । ଏଥର ମୋଟ ୧୪୫୦ ଏମବିବିଏସ ସିଟ୍ ଓ ୧୬୩ ବିଡିଏସ ସିଟ୍ ପାଇଁ ହେବ ନାମଲେଖା । 

୧୬. ସଂସଦରେ ପଶିଲା କରୋନା, ୭୦୦ରୁ ଅଧିକ କର୍ମଚାରୀ ସଂକ୍ରମିତ, ୨୦୨୨ ବଜେଟ ଅଧିବେଶନକୁ ନେଇ ସଂଶୟ ।

୧୭. କାମ କରୁଛି କୋଭାକ୍ସିନ ଟିକା । ଓମିକ୍ରନ ଓ ଡେଲଟା ଭୁତାଣୁକୁ ନିଷ୍କ୍ରିୟ କରିପାରୁଛି କୋଭାକ୍ସିନର ବୁଷ୍ଟର ଡୋଜ୍ । ଆମେରିକାରେ ଥିବା ଇମୋରି ୟୁନିଭର୍ସିଟିର ଗବେଷଣାରୁ ଏହି ତଥ୍ୟ ସାମ୍ନାକୁ ଆସିଥିବା କହିଛି ଭାରତ ବାୟୋଟେକ୍ ।

୧୮. ୮ ମାସର ରେକର୍ଡ ଭାଙ୍ଗିଲା ରାଜଧାନୀର ଦୈନିକ ସଂକ୍ରମଣ: ଗତ ୨୪ ଘଣ୍ଟାର କରୋନା ସଂକ୍ରମଣ ଦୀର୍ଘ ୮ ମାସର ରେକର୍ଡ ଭାଙ୍ଗି ଦେଇଛି । ଦିନକରେ ଦିଲ୍ଲୀରୁ ୨୭,୫୬୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ସମୟରେ ୪୦ ଜଣଙ୍କର ମୃତ୍ୟୁ ଘଟିଛି ।

୧୯. ବିଜେଡିରେ ନୂଆ ସାଂଗଠନିକ ଦାୟୀତ୍ତ୍ୱ, ପ୍ରଦୀପ ମାଝୀ ହେଲେ ବରିଷ୍ଠ ସାଧାରାଣ ସମ୍ପାଦକ । ମହେଶ ସାହୁ, ପ୍ରଦୀପ ମାଝୀ, ପ୍ରଫୁଲ ମାଝୀ ବରିଷ୍ଠ ସାଧାରଣ ସମ୍ପାଦକ ଭାବରେ ନିଯୁକ୍ତ ହୋଇଛନ୍ତି ।

୨୦. 'ଆହୁରି ୨ମାସ ବଢ଼ିବ କରୋନା ସଂକ୍ରମଣ': କରୋନା ସଂକ୍ରମଣ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି- ରାଜ୍ୟରେ ଆହୁରି ୨ ମାସ ସଂକ୍ରମଣ ବଢିବା ଅବସ୍ଥାରେ ରହିବ ।

୨୧. ରାଜ୍ୟରେ ଆଉ ୬୭ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ, ମୋଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୧୭୦ । ରାଜ୍ୟରେ ୮ ଓମିକ୍ରମ ସୁସ୍ଥ ହୋଇଛନ୍ତି । ଅପର ପକ୍ଷରେ ଦେଶରେ ମଧ୍ୟ ଓମିକ୍ରନ୍ ମାମଲା ୪,୮୬୮ କୁ ବୃଦ୍ଧି ପାଇଛି। କିନ୍ତୁ ଭଲ ଖବର ଏହାଯେ, ଏପର୍ଯ୍ୟନ୍ତ ୧,୮୦୫ ଜଣ ଲୋକ ସୁସ୍ଥ ହୋଇଛନ୍ତି ।

୨୨. ରେଡ଼୍ ଜୋନରେ ୪ ଟି ଜିଲ୍ଲା: ଖୋର୍ଦ୍ଧା , ସମ୍ବଲପୁର , କଟକ ଓ ସୁନ୍ଦରଗଡ ।



କୋଭିଡ଼୍ ନିୟମ ସମସ୍ତେ ପାଳନ କରନ୍ତୁ , ଟୀକା ନିଅନ୍ତୁ , ସର୍ବଦା ଜନଗହଳିକୁ Avoid କରନ୍ତୁ , ଘରେ ରୁହନ୍ତୁ ଓ ସୁସ୍ଥ ରୁହନ୍ତୁ ।

(Please Take Care)


0 Comments