୧. ଭାରତୀୟ ନୌସନାର ମୁମ୍ବାଇ ଡକୟାର୍ଡରେ ବଡ଼ ଅଘଟଣ, ବିସ୍ପୋରଣରେ ୩ ମୃତ ।
୨. ରାଜ୍ୟରେ କରୋନା ସ୍ଥିତି ଏବେ ନିୟନ୍ତ୍ରଣାଧିନ ରହିଛି। ତେଣୁ ଭୟଭୀତ ନହୋଇ କୋଭିଡ୍ ନିୟମ ପାଳିବାକୁ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟରେ ଆଜି ୧୧,୦୮୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୧୧ ଲକ୍ଷ ୫୫ ହଜାର ୪୮୭କୁ ବୃଦ୍ଧି ପାଇଛି ।
୩. ଆତଙ୍କବାଦୀ ଜସବିନ୍ଦର ମୁଲତାନୀ ନାଁରେ ୧୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କଲା ଏନଆଇଏ ।
୪. ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ: ଅଖିଲେଶଙ୍କ କାନ୍ଧ ସହ କାନ୍ଧ ମିଶାଇ ପ୍ରଚାର କରିବେ ଦିଦି ।
୫. ବାହାର ରାଜ୍ୟରୁ ଆସୁଥିବା କ୍ଷୀର ଉପରେ ଲାଗିଲା ପ୍ରତିବନ୍ଧକ, ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ନିଷ୍ପତ୍ତି ନେଲେ ସରକାର । ଲୋକଙ୍କ ସୁରକ୍ଷାକୁ ନଜରରେ ଜାନୁଆରୀ ୧୯ରୁ ଏହି ପ୍ରତିବନ୍ଧକ ଲାଗୁ ହେବ ।
୬. ବର୍ଦ୍ଧିତ ଆନ୍ଧ୍ର ଭତ୍ତା ଓ ଛତିଶଗଡ଼ ଧାନ ଦର ପ୍ରସଙ୍ଗରେ ବିଜେଡ଼ିକୁ ଘେରିବ ନବନିର୍ମାଣ କୃଷକ ସଂଗଠନ ।
୭. ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଛନ୍ତି । ସଂକ୍ରମଣକୁ ରୋକିବାକୁ ହେଲେ ଯଥାଶୀଘ୍ର ଆମକୁ ଟେଷ୍ଟିଂ, ଚିକିତ୍ସା ଓ ଆଇସୋଲେସନ ବ୍ୟବସ୍ଥା ବୃଦ୍ଧି କରିବାକୁ ହେବ । ଅଧିକରୁ ଅଧିକ ଟେଷ୍ଟିଂ କରି ନୂଆ କ୍ଲଷ୍ଟର ଓ ନୂଆ ହଟସ୍ପଟ୍ ଚିହ୍ନଟ କରିବା ଉପରେ ଗୁରୁତ୍ୱ ଦିଆଯାଇଛି । ଗତକାଲି ଦେଶରେ ଦିନକରେ ୨ ଲକ୍ଷ ୩୮ ହଜାର ୧୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦେଶରେ ଦୈନିକ ପଜିଟିଭିଟି ହାର ୧୪.୪୩ ପ୍ରତିଶତରେ ପହଞ୍ଚିଛି । ଦିନକରେ ୩୧୦ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏଥିସହ ଭାରତରେ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୮୬ ହଜାର ୭୬୧କୁ ବୃଦ୍ଧି ପାଇଛି ।
୮. *“ବ୍ଲୁମବର୍ଗ ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ’*: ତାଲିକାରେ ରାଉରକେଲା, ମିଳିବ ୧ ନିୟୁତ ଆମେରିକୀୟ ଡଲାର ପୁରସ୍କାର ।
୯. ଭାରତ ବିପକ୍ଷ ଦିନିକିଆ ସିରିଜ୍ ପୂର୍ବରୁ ଦକ୍ଷିଣ ଆଫ୍ରିକାକୁ ଲାଗିଛି ଶକ୍ତ ଝଟକା। ଦଳର ମୁଖ୍ୟ ବୋଲର କାଗିସୋ ରାବଡା ଦିନିକିଆ ସିରିଜ୍ରୁ ବାଦ୍ ପଡିଛନ୍ତି ।
୧୦. ୮୦ ହଜାର ଟପିଲା ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା, କମିବ ହୋମ୍ ଆଇସୋଲେସନ ଅବଧି ।
୧୧. ଆସନ୍ତା ବଜେଟରେ ଛୋଟ ସହର ପାଇଁ ହୋଇପାରେ ବଡ଼ ଘୋଷଣା। ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ କିଛି ବଡ ଘୋଷଣା କରିପାରନ୍ତି ।
୧୨. ସାଧାରଣତନ୍ତ୍ର ଦିବସରେ ସରକାରୀ ସଫଳତାର ଭାଷଣବାଜି ଉପରେ କଟକଣା । ଏହାସହିତ ନିଜ ଜିଲ୍ଲାରେ କୌଣସି ନେତା ଓ ମନ୍ତ୍ରୀଙ୍କୁ ଅତିଥି ଭାବେ ଯୋଗ ଦେଇପାରିବେ ନାହିଁ । କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସମେତ ସମସ୍ତ ମନ୍ତ୍ରୀ, ମୁଖ୍ୟ ସଚିବ, ଆରଡିସି ଓ ଜିଲ୍ଲାପାଳଙ୍କୁ ଏହି ଗାଇଡଲାଇନ୍ ଅନୁସାରେ ସାଧାରଣତନ୍ତ୍ର ଦିବସ ସମାରୋହ ପାଳନ ନିମନ୍ତେ ପରାମର୍ଶ ଦିଆଯାଇଛି ।
୧୩. ରାଜ୍ୟରେ କୋଭିଡ୍ ପରିସ୍ଥିତି ନିୟନ୍ତ୍ରଣାଧୀନ, ବୁଷ୍ଟର ଡୋଜ୍ ନେବେ ସାମ୍ବାଦିକ:ମୁଖ୍ୟମନ୍ତ୍ରୀ ।
୧୪. କରୋନା ଆକ୍ରାନ୍ତଙ୍କ ପାଇଁ ଜାରି ହେଲା ନୂଆ ଗାଇଡଲାଇନ୍ ଜାରି କରିଛି କେନ୍ଦ୍ରସ୍ୱାସ୍ଥ୍ୟମନ୍ତ୍ରାଳୟ । ୨ରୁ ୩ ସପ୍ତାହ ଧରି କାଶ ରହିଲେ ଯକ୍ଷ୍ମା ଓ ଟିବି ପରୀକ୍ଷା କରିବାକୁ ପରାମର୍ଶ ।
୧୫. ମାଲକାନଗିରି ଜିଲା ସୀମାନ୍ତବର୍ତ୍ତୀ ଛତିଶଗଡ ଓ ତେଲେଙ୍ଗାନାର ୨ଟି ପୃଥକ ସ୍ଥାନରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ଦୁଇ ମହିଳା ମାଓବାଦୀ ସମେତ ୫ ଜଣଙ୍କ ମୃତ୍ୟୁ ଘଟିଛି ।
୧୬. ଏମ୍ସର ଷ୍ଟଡି ରିପୋର୍ଟ: ଓଡ଼ିଶାରେ ପ୍ରତି ୩ ଜଣରୁ ଜଣେ କରୋନା ରୋଗୀ ‘ଲଙ୍ଗ୍ କୋଭିଡ୍’ର ଶିକାର ।
୧୭. ଚଳିତ ସାଧାରଣ ତନ୍ତ୍ର ଦିବସ ପାଇଁ ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକ୍ରମରେ କୌଣସି ବିଦେଶୀ ଅତିଥି ଯୋଗ ଦେବେ ନାହିଁ ।
୧୮. ଆସନ୍ତା ୨୩ ତାରିଖରୁ ରାଜ୍ୟରେ ବର୍ଷା ସମ୍ଭାବନା । ଆସନ୍ତା ଦୁଇ ଦିନ ଯାଏ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରୀ କମିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ ଜାରି ହୋଇଛି ।
୧୯. ରାଜ୍ୟ ନିର୍ବାଚନ କମିଶନ ପଞ୍ଚାୟତ ନିର୍ବାଚନରେ ନିୟୋଜିତ କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି । ପଞ୍ଚାୟତ ନିର୍ବାଚନ ଡ୍ୟୁଟିରେ ଥିବା ସମୟରେ କୌଣସି ସରକାରୀ କର୍ମଚାରୀଙ୍କର ନିର୍ବାଚନୀ ହିଂସା, ଅସାମାଜିକ ଆକ୍ରମଣ ଏବଂ ବୋମା ବିସ୍ଫୋରଣ ଯୋଗୁଁ ମୃତ୍ୟୁ ହେଲେ ମୃତକଙ୍କ ପରିବାରକୁ ୩୦ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କାରଯିବ ।
୨୦. ଧ୍ୱଜାବତରଣ ବେଳେ ଉଡ଼ିବ ୧୦୦୦ ଡ୍ରୋନ, ୨୬ରେ ପରାକ୍ରମ ଦେଖାଇବେ ୭୫ ଯୁଦ୍ଧ ବିମାନ ।
କୋଭିଡ଼୍ ନିୟମ ସମସ୍ତେ ପାଳନ କରନ୍ତୁ , ଟୀକା ନିଅନ୍ତୁ , ସର୍ବଦା ଜନଗହଳିକୁ Avoid କରନ୍ତୁ , ଘରେ ରୁହନ୍ତୁ ଓ ସୁସ୍ଥ ରୁହନ୍ତୁ ।(Please Take Care)
🙏
0 Comments