ଖବର, ୨୦-ଜାନୁଆରୀ-୨୦୨୨,ଗୁରୁବାର ର


ସକାଳର ଖବର, ୨୦-ଜାନୁଆରୀ-୨୦୨୨,ଗୁରୁବାର
•┈┈┈┈┈┈┈┈┈┈┈┈┈┈┈┈┈┈┈┈┈┈•
➡️୧-ସରକାରୀ ଏବଂ ବେସରକାରୀ କର୍ମଚାରୀ ଙ୍କୁ ଭୋଟ୍ ଗ୍ରହଣ ଦିନ ରାଜ୍ୟ ନିର୍ବାଚନ କମିଶନ ସବୈତନିକ ଛୁଟି ଦିବସ ଭାବେ ଘୋଷଣା କରିବା ପାଇଁ ଦେଲେ ନିର୍ଦ୍ଦେଶ ।

➡️୨-ପଞ୍ଚାୟତ ନିର୍ବାଚନ ପୂର୍ବରୁ ହେଲା ବଡ ଘୋଷଣା, ଯେଉଁ ସ୍ଥାନରେ ନିର୍ବାଚନ ହେବ ସେଠାରେ ୪୮ ଘଣ୍ଟା ପୂର୍ବରୁ ମଦ ବିକ୍ରି ଓ ମଦ୍ୟପାନ ଉପରେ ହେବ କଟକଣା ଲାଗୁ। 

➡️୩-ଦେଶରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଚିହ୍ନଟ ଯୋଗୁଁ  ଫେବୃଆରୀ ୨୮ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ବିମାନ ଚଳାଚଳ ହେଲା ବନ୍ଦ ।

➡️୪-ଆସନ୍ତା ଗଣତନ୍ତ୍ର ଦିବସ ପାଇଁ ଜାରି ହେଲା ଗାଇଡଲାଇନ୍ । ଅତିଥିଙ୍କ ଭାଷଣରେ ମୁଖ୍ୟମନ୍ତ୍ରୀ କିମ୍ବା ମନ୍ତ୍ରୀ କେହି ବି ନିଜ ସମ୍ବୋଧନ ବେଳେ ସରକାରୀ ସଫଳତା କଥା କହିପାରିବେନି ।କେବଳ ଯାହା ରାଷ୍ଟ୍ର, ସ୍ୱାଧୀନତା ସଂଗ୍ରାମୀ ଏବଂ ସହିଦଙ୍କ ସଂପର୍କରେ ଭାଷଣ ଦେଇପାରିବେ ।

➡️୫-ଓଡ଼ିଶାରେ ପହଞ୍ଚିଲା ୫୦ ହଜାର ଓମିସିୟୋର କିଟ୍ । ଓମିକ୍ରନ ଭୂତାଣୁ ସହ କରୋନା ପଜିଟିଭ୍ ଚିହ୍ନଟ ହେବ ସହଜ ।

➡️୬-ରାଜ୍ୟର ୬ଟି ସ୍ଥାନରେ ନୂତନ କୋର୍ଟ ହେଲା ଉଦ୍ଘାଟିତ । ସ୍ଥାନ ଗୁଡିକ ହେଲା - ମାଲକାନଗିରି, କଳାହାଣ୍ଡି, କେନ୍ଦ୍ରାପଡା, ବଲାଙ୍ଗୀର, ଯାଜପୁର, ଏବଂ କେନ୍ଦୁଝର ।

➡️୭-ପଞ୍ଚାୟତ ନିର୍ବାଚନ: ତୃତୀୟ ଦିନରେ ୫୨ ହଜାର ୮୬୮ ଜଣ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ । ସେଥି ମଧ୍ୟରୁ ୩୭ ହଜାର ୨୩୨ ଜଣ ୱାର୍ଡମେମ୍ବର , ୮୯୪୭ ଜଣ ସରପଞ୍ଚ , ୬୨୦୫ ଜଣ ସମିତି ସଭ୍ୟ ଓ ୪୮୪ ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀ। 

➡️୮-ବହୁଚର୍ଚ୍ଚିତ ଗୁନ ସିଂହାରୀ ହତ୍ୟା ମାମଲାରେ ସମସ୍ତ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ । ପ୍ରମାଣ ନ ମିଳିବାରୁ ୮ ଜଣ ପାଇଲେ ଜାମିନ ।

➡️୯-ମାର୍ଚ୍ଚ ୧୧ ସୁଦ୍ଧା ‘ଏଣ୍ଡେମିକ’ର ରୂପ ନେଇପାରେ କରୋନା । ଆଶ୍ୱସ୍ତିବାଣୀ ଶୁଣାଇଲେ ମହାମାରୀ ବିଶେଷଜ୍ଞ ଡାକ୍ତର ସମୀରନ୍ ପଣ୍ଡା ।

➡️୧୦-ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ ଲୋକପ୍ରିୟ କମେଡିଆନ ପ୍ରଜ୍ଞା ଖଟୁଆ । ତାଙ୍କର ନିର୍ବନ୍ଧ ସମୟରର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି ।

➡️୧୧-କ୍ୟାପିଟାଲ ହସ୍ପିଟାଲରେ କରୋନା ବିସ୍ଫୋରଣ: ୧୦୦ରୁ ଅଧିକ କର୍ମୀ ହେଲେ କରୋନାରେ ଆକ୍ରାନ୍ତ । ଆକ୍ରାନ୍ତଙ୍କ ମଧ୍ୟରେ ୪୦ ଜଣ ଡାକ୍ତର ରହିଥିବା ବେଳେ ୩୦ ଜଣ ନର୍ସ ରହିଛନ୍ତି । 

➡️୧୨-ଦେଶର ସର୍ବବୃହତ ଫିକ୍ସଡ୍ ଲାଇନ ବ୍ରଡବ୍ୟାଣ୍ଡ୍ ସେବା ଯୋଗାଣକାରୀ ହେଲା ରିଲାଏନ୍ସ ଜିଓ । ତଥ୍ୟ ଅନୁଯାୟୀ ଜିଓ ୪.୩୪ ନିୟୁତ ଗ୍ରାହକ ସହିତ ଫିକ୍ସଡ ଲାଇନ ବ୍ରଡବ୍ୟାଣ୍ଡ୍ ସେବା କରି ସାରିଲାଣି ।

➡️୧୩-ୟୁପି ବିଧାନସଭା ନିର୍ବାଚନ ୨୦୨୨ ଜନମତ ସର୍ଭେ: ୪୭%ରୁ ଅଧିକ ଚାହୁଁଛନ୍ତି ଯୋଗୀ ଆଦିତ୍ୟନାଥ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହୁଅନ୍ତୁ ।

➡️୧୪-ଭାରତ ଭଳି ପାକିସ୍ତାନରେ ମଧ୍ୟ ଗଠନ ହେଲା ‘ଆମ ଆଦମୀ ପାର୍ଟି’, ସାଦ ଖଟ୍ଟକ ଘୋଷଣା କଲେ PAM ( ପାକିସ୍ତାନ ଆମଆଦମୀ ମୁଭମେଣ୍ଟ ) ।

➡️୧୫-Paytm ନିବେଶକ ହେଲେ ନିରାଶ, ୬୫ହଜାର କୋଟି ଟଙ୍କାରୁ ତଳକୁ ଖସିଲା ମାର୍କେଟ କ୍ୟାପ୍, ହଜାରେ ଟଙ୍କା ବି ହେଲାନି ସେୟାର ମୂଲ୍ୟ ।

➡️୧୬-ଚଳିତ ମାସ ଆରମ୍ଭରେ ଗଲଓ୍ବାନରେ ଚୀନ ସେନା ଜାରି କରିଥିବା ଭିଡିଓ ଉପରେ ବୟାନ ରଖିଲେ ସେନାମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନାରାଓ୍ବାଣେ । କହିଲେ ନକଲି ଭିଡିଓ ଜାରି କରି ମିଛକୁ ସତ ପ୍ରମାଣିତ କରିବାକୁ ଚାହୁଁଛି ଚୀନ ।

➡️୧୭-ତିନି ମ୍ୟାଚ୍ ବିଶିଷ୍ଟ ପ୍ରଥମ ଦିନିକିଆରେ ଦକ୍ଷିଣ ଆଫ୍ରିକା ହାତରୁ ୩୧ ରନରେ ପରାସ୍ତ ହେଲା ଭାରତ।

➡️୧୮-କେଏଲ ରାହୁଲ ହେଲେ ଭାରତର ୨୬ତମ ଦିନିକିଆ ଅଧିନାୟକ । ଦଳର ନେତୃତ୍ଵ ନେବାରେ ସେ ହେଉଛନ୍ତି ୨୬ତମ ଖେଳାଳି ।

➡️୧୯-ଭାରତୀୟ ଅଣ୍ଡର-୧୯ ଦଳରେ କରୋନା ପ୍ରକୋପ, ଅଧିନାୟକ ୟଶ ଢୁଲଙ୍କ ସହିତ ୬ ଖେଳାଳି ହେଲେ ପଜିଟିଭ୍ ।

➡️୨୦-ଭାରତୀୟ ଟେନିସ ତାରକା ସାନିଆ ମିର୍ଜା ଅନ୍ତର୍ଜାତୀୟ ଟେନିସରୁ ନେବେ ଅବସର । ଚଳିତ ଅନ୍ତର୍ଜାତୀୟ ସିଜିନ ହେବ ତାଙ୍କର ଶେଷ ସିଜିନ ।ଏନେଇ ସେ ନିଜେ କହିଛନ୍ତି ।

➡️ଓମିକ୍ରନ୍ କାୟା ବିସ୍ତାର କରିବା ଆରମ୍ଭ କରୁଛି । ଆଦୌ ଭୟଭୀତ ହୁଅନ୍ତୁ ନାହିଁ । ସମସ୍ତଙ୍କ ସୁରକ୍ଷା ପାଇଁ ମାସ୍କ୍ ବ୍ୟବହାର କରି କୋଭିଡ୍ ର ସମସ୍ତ ନିୟମ ପାଳନ କରନ୍ତୁ ।

0 Comments