📩 ଖବର ଆଜିର ତାରିଖ–୧୨-ଜାନୁଆରୀ-୨୦୨୨🦋 (ବୁଧବାର)📩
୧. ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ଚାଲିଥିବା +୨ ପ୍ରଥମ ବର୍ଷ (ଏକାଦଶ) ପତ୍ର ବିନିମୟ ପାଠ୍ୟକ୍ରମ (କରେସପଣ୍ଡେନ୍ସ କୋର୍ସ)ର ନାମଲେଖା ଅବଧି ବୃଦ୍ଧି କରାଯାଇଛି । ଏନେଇ ପରିଷଦ ପକ୍ଷରୁ ମଙ୍ଗଳବାର ବିଜ୍ଞପ୍ତି ପ୍ରକାଶ ପାଇଛି ।
୨. ବିଶିଷ୍ଟ ସାହିତ୍ୟିକ, ନାଟ୍ୟକାର, ଆଦର୍ଶ ଶିକ୍ଷକ, ଆକାଶବାଣୀର ସ୍ବୀକୃତିପ୍ରାପ୍ତ ଗୀତିକାର ତଥା ପ୍ରଥମ ସମ୍ବଲପୁରୀ ଚଳଚ୍ଚିତ୍ର ‘ଭୁଖା’ର ଲେଖକ ମଙ୍ଗଳୁ ଚରଣ ବିଶ୍ବାଳଙ୍କ ମଙ୍ଗଳବାର ସକାଳେ ପରଲୋକ ହୋଇଯାଇଛି ।
୩. ୱାସିଂଟନ:ବିଶ୍ବରେ ପ୍ରଥମ: ମଣିଷ ଶରୀରରେ ଘୁଷୁରି ହୃତ୍ପିଣ୍ଡ ପ୍ରତିରୋପଣ ।
୪. ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣାକୁ ନେଇ ଦେଖା ଦେଇଥିବା ବିବାଦ ମାମଲାର ଜାନୁଆରୀ ୧୭ରେ ପରବର୍ତ୍ତୀ ଶୁଣାଣି ପାଇଁ ଉଚ୍ଚ ନ୍ୟାୟାଳୟର ବିଚାରପତି ଅରିନ୍ଦମ ସିହ୍ନାଙ୍କ ପୀଠ ନିର୍ଦେଶ ଦେଇଛନ୍ତି ।
୫. ରାଜ୍ୟର ସମସ୍ତ ସରକାରୀ ଭେଷଜ ମହାବିଦ୍ୟାଳୟ ଏବଂ ଘରୋଇ ହାଇଟେକ ଭୁବନେଶ୍ବର ଓ ରାଉରକେଲା ଭେଷଜ ମହାବିଦ୍ୟାଳୟରେ ଏମବିବିଏସ ଏବଂ ବିଡିଏସ ପାଠ୍ୟକ୍ରମରେ ନାମଲେଖାଇବା ପାଇଁ ଆସନ୍ତାକାଲିଠାରୁ ସଞ୍ଚାର (ଅନଲାଇନ) ମାଧ୍ୟମରେ ପଞ୍ଜୀକରଣ ଆରମ୍ଭ ହେବ ।
ଛାତ୍ରଛାତ୍ରୀ ଡାକ୍ତରୀ ପାଠ ଏମବିବିଏସ ଓ ବିଡିଏସରେ ନାମଲେଖାଇବା ପାଇଁ ଓଜେଇଇ ୱେବସାଇଟ (www.ojee.nic.in / www.odishajee.com)କୁ ଲଗଇନ କରି ନାମ ପଞ୍ଜୀକରଣ କରିପାରିବେ ।
୬. ଆଜି ଉତ୍ତର ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଇ ଦିଆଯାଇଛି ।
୭. ମକର ସଂକ୍ରାନ୍ତି ଓ ପୋଙ୍ଗଲ ପାଇଁ ରାଜ୍ୟ ସରକାର ଜାରି କଲେ କଟକଣା, ଘରେ ପାଳନ କରିବାକୁ ପରାମର୍ଶ।
୮. ଭୋଡାଫୋନ-ଆଇଡିଆ ରାସ୍ତାରେ ଟାଟା ଟେଲିସର୍ଭିସେସ୍। ଭୋଡାଫୋନ-ଆଇଡିଆ ପରି ଏଡଜଷ୍ଟ ଗ୍ରସ ରେଭେନ୍ୟୁ(AGR) ବୋଝରେ ଥିବା ଟାଟା ଟେଲିସର୍ଭିସେସ୍ ମଧ୍ୟ ସରକାରକୁ ନିଜ ଅଂଶ ବିକ୍ରି କରିବାକୁ ନିଷ୍ପତ୍ତି ନେଇଛି।
୯. କୋଭିଡ୍ ନିଆଁ ପରି ବ୍ୟାପୁଛି...। ୨୪ ଘଣ୍ଟା ଭିତରେ ଚିହ୍ନଟ ହୋଇଛନ୍ତି ୭ ହଜାର ୭୧ ପଜିଟିଭ୍। ଯାହାକି ଗତକାଲି ଚିହ୍ନଟ ହୋଇଥିବା ୪ ହଜାର ୮୨୯ କରୋନା ଆକ୍ରାନ୍ତଙ୍କ ତୁଳନାରେ ୪୨ ପ୍ରତିଶତ ବା ୨ ହଜାର ୨୪୧ ଅଧିକ।
୧୦. କିଟ୍ ଛାତ୍ରଛାତ୍ରୀଙ୍କ ରେକର୍ଡ ନିଯୁକ୍ତି; ସର୍ବାଧିକ ପ୍ୟାକେଜ ୫୨ଲକ୍ଷ ଟଙ୍କା।
୧୧. କଟକଣାରେ ପାଳନ ହେବ ସାଧାରଣତନ୍ତ୍ର ଦିବସ: ବିଦ୍ୟାର୍ଥୀ କିମ୍ବା ସମର ଶିକ୍ଷାର୍ଥୀ ବାହିନୀଙ୍କୁ ସାମିଲ କରାଯିବ ନାହିଁ। ଏସଂକ୍ରାନ୍ତରେ ଗୃହ ବିଭାଗ ପକ୍ଷରୁ ସବୁ ଜିଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କୁ ନିର୍ଦେଶନାମା ଜାରି ହୋଇଛି।
୧୨. ବାଜିଲା ପଞ୍ଚାୟତ ନିର୍ବାଚନ ବିଗୁଲ: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ଜାନୁଆରୀ ୧୩ରେ ବିଜ୍ଞପ୍ତି ପ୍ରକାଶ ପାଇବ। ଜାନୁଆରୀ ୧୭ରୁ ୨୧ ଭିତରେ ନାମଙ୍କନପତ୍ର ଦାଖଲ, ୨୨ରେ ପ୍ରାର୍ଥିପତ୍ର ଯାଂଚ, ୨୫ ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ପ୍ରତ୍ୟାହର ଓ ସେହି ୨୫ ତାରିଖରେ ପ୍ରକାଶ ପାଇବ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା।
୧୩. ଦିଲ୍ଲୀରେ କରୋନା ବିସ୍ଫୋରଣ ଜାରି ରହିଛି। ମଙ୍ଗଳବାର ଦିଲ୍ଲୀରେ ୨୧୦୦୦ ରୁ ଅଧିକ ନୂଆ କରୋନା ରୋଗୀ ଚିହ୍ନଟ ହେବାପରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫.୯୦ ଲକ୍ଷକୁ ଟପିଛି। ଦିଲ୍ଲୀରେ କରୋନା ବିସ୍ଫୋରଣ ଜାରି ରହିଛି। ମଙ୍ଗଳବାର ଦିଲ୍ଲୀରେ ୨୧୦୦୦ ରୁ ଅଧିକ ନୂଆ କରୋନା ରୋଗୀ ଚିହ୍ନଟ ।
୧୪. ପାକିସ୍ତାନ ପାଖରେ ଥିବା ଚୀନର ଏହି କ୍ଷେପଣାସ୍ତ୍ରକୁ ଜବାବ ଦେବ ଭାରତର ବ୍ରହ୍ମସ୍।
୧୫. ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟ ବୁଧବାରଠାରୁ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ।
୧୬. ବୁଧବାରଠାରୁ ଏମ୍ସ ଭୁବନେଶ୍ୱରରେ ଲାଗୁ ହେବ ନୂଆ ମାର୍ଗଦର୍ଶିକା। ଅନଲାଇନରେ ସ୍ବାସ୍ଥ୍ୟସେବା ନେବାକୁ ପରାମର୍ଶ।
୧୭. ୩ୟ ଟେଷ୍ଟ (ପ୍ରଥମ ଦିନ) : ପ୍ରଥମ ଇନିଂସରେ ଭାରତ ୨୨୩ରେ ଅଲଆଉଟ ପରେ ଦକ୍ଷିଣ ଆଫ୍ରିକା ୧୭/୧।
୧୮. ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟରେ ଦୁଇ ଡୋଜ୍ କୋଭିଡ୍ ଟିକା ନେଇଥିବା ମୋଟ ୨୪୬୪୭ଜଣ(୦.୧୧%) ଲୋକ କରୋନା ସଂକ୍ରମିତ ହୋଇଥିବାବେଳେ ରାଜ୍ୟର ୨କୋଟି ୯୮ଲକ୍ଷ ୬୧ହଜାର ୩୫୮ଜଣଙ୍କୁ ପ୍ରଥମ ଡୋଜ୍ ଟିକା ଦିଆଯାଇଛି।
୧୯. ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା କଲେଜ କର୍ମଚାରୀଙ୍କ ପାଇଁ ମଙ୍ଗଳବାର ଓଡ଼ିଶା ସରକାର ମାତୃତ୍ୱ ଛୁଟି ୧୮୦ ଦିନକୁ ବୃଦ୍ଧି କରିଛନ୍ତି।
୨୦. ପୁଣିଥରେ କେନ୍ଦ୍ର ସରକାର ଆୟକର ରିଟର୍ଣ୍ଣ(ଆଇଟିଆର୍) ଅବଧିକୁ ବଢ଼ାଇ ଦେଇଛନ୍ତି। ଏବେ ଆଇଟିଆର୍ ଦାଖଲର ଶେଷ ତାରିଖକୁ ୨୦୨୨ ମାର୍ଚ୍ଚ ୧୫ ଯାଏ ବୃଦ୍ଧି କରାଯାଇଛି।
୨୧. ମିହିରଙ୍କୁ ଝୁରୁଛି ଓଲିଉଡ୍… ଆଉ ସେ ଉତ୍ସାହ ଭରା ମିଠାମିଠା କଥା ଶୁଣାଯିବନି, ମନଜିଣା ଅଭିନୟ ବି ଦେଖିବାକୁ ମିଳିବନି।
ବାସଭବନରେ ମିହିର ଦାସଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି:ଲୋକପ୍ରିୟ ଅଭିନେତା ମିହିର ଦାସଙ୍କ ଶେଷକୃତ୍ୟ ବୁଧବାର କଟକ ସତୀଚଉରା ଶ୍ମଶାନରେ କରାଯିବ।
୨୨. ଆଗାମୀ କିଛି ସପ୍ତାହ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ସତର୍କ ରୁହନ୍ତୁ: ମୁଖ୍ୟମନ୍ତ୍ରୀ।
୨୩. ବାଜିଲା ପଞ୍ଚାୟତ ନିର୍ବାଚନ ବିଗୁଲ । ଫେବ୍ରୁଆରୀ ୧୬ରୁ ପାଞ୍ଚଟି ପର୍ଯ୍ୟାୟରେ ହେବ ଭୋଟ ଗ୍ରହଣ। ତେବେ ଫେବ୍ରୁଆରୀ ଶେଷ ସପ୍ତାହ ସୁଦ୍ଧା ସମସ୍ତ ପ୍ରକ୍ରିୟାକୁ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି।
୨୪. ରାଜ୍ୟରେ ସୁସ୍ଥ ହେଲେ ୭୫୨ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ଡିସଚାର୍ଜ। ଏହି କ୍ରମରେ ମଙ୍ଗଳବାର ରାଜ୍ୟରେ ସୁସ୍ଥ ହୋଇଛନ୍ତି ଆଉ ୭୫୨ କରୋନା ଆକ୍ରାନ୍ତ। ଏହାକୁ ମିଶାଇ ଓଡିଶାରେ ଏ ଯାଏଁ ମୋଟ ୧୦ ଲକ୍ଷ ୪୭ ହଜାର ୭୮୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି।
୨୫. ଏବେ ବି ଆଇସିୟୁରେ ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକର । ଆଉ ୧୦ରୁ ୧୨ ଦିନ ଡାକ୍ତରଙ୍କ ନିରୀକ୍ଷଣରେ ରହିବେ । କୋଭିଡ୍ ସହ ନିମୋନିଆରେ ପୀଡ଼ିତ ଥିବା ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲର ଡାକ୍ତର ସୂଚନା ଦେଇଛନ୍ତି ।
୨୬. ଶେଷ ହେଲା ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ କୁମ୍ଭୀର ଗଣନା । ଗତବର୍ଷ ତୁଳନାରେ ଚଳିତବର୍ଷ ବଢିଛି ସଂଖ୍ୟା ।
୨୭. ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ଆସନ୍ତା ୧୫ରେ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନ ଡାକିଲେ ବୈଠକ, ଯୋଗଦେବେ ମୁଖ୍ୟ ଶାସନ ସଚିବ, ଜିଲ୍ଲାପାଳ ଓ ଏସ୍ପି ।
୨୮. ଆହୁରି ୨ ମାସ ବଢ଼ିବ କରୋନା ସଂକ୍ରମଣ: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଦେଲେ ସୂଚନା ।
୨୯. ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ଚିଠି : ଅତି କମରେ ୪୮ ଘଂଟା ପାଇଁ ପର୍ଯ୍ୟାପ୍ତ ପରିମାଣର ଅକ୍ସିଜେନ୍ ମହଜୁଦ ରଖିବା ପାଇଁ ନିର୍ଦ୍ଦେଶ ।
୩୦. ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା : ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ । ଆଜି ପାଇଁ ୧୫ ଜିଲ୍ଲାକୁ ହେଲା ୟେଲୋ ୱାର୍ଣ୍ଣିଂ ଜାରି ।
➖➖
-ଦେଶରେ ଦିନକରେ ୧ ଲକ୍ଷ ୯୪ ହଜାର ୭୨୦ ନୂଆ ଆକ୍ରାନ୍ତ ।-ଗତକାଲିଠୁ ଆଜି ୨୬ ହଜାର ୬୫୭ ଅଧତ୍କ ସଂକ୍ରମିତ ।-ଦୈନିକ ପଜିଟିଭିଟି ହାର ୧୧.୦୫ ପ୍ରତିଶତ ।-ଦେଶରେ ଦିନକରେ ୪୪୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ।-ଦେଶରେ ମୃତ୍ୟୁସଂଖ୍ୟା ୪ ଲକ୍ଷ ୮୪ ହଜାର ୬୫୫କୁ ବୃଦ୍ଧି ।-ଆକ୍ଟିଭ୍- ୯,୫୫,୩୧୯; ସୁସ୍ଥ ହେଲେଣି ୩,୪୬,୩୦,୫୩୬ ।
କୋଭିଡ଼୍ ନିୟମ ସମସ୍ତେ ପାଳନ କରନ୍ତୁ , ଟୀକା ନିଅନ୍ତୁ , ସର୍ବଦା ଜନଗହଳିକୁ Avoid କରନ୍ତୁ , ଘରେ ରୁହନ୍ତୁ ଓ ସୁସ୍ଥ ରୁହନ୍ତୁ।
🙏(Please Take Care of all)🙏
1 Comments
👌🏻
ReplyDelete