ଅନୁଚିନ୍ତା - ୦୮:୦୧:୨୦୨୨ (ଶନିବାର)

ଆଜିର ଅନୁଚିନ୍ତା
ତାରିଖ - ୦୮:୦୧:୨୦୨୨  (ଶନିବାର)
**********************************

🦋ଜୀବନର ପ୍ରକୃତ ଆନନ୍ଦ ନେବାପାଇଁ ଅନ୍ୟ ଉପରେ କେବେହେଲେ ନିର୍ଭର କରନ୍ତୁ ନାହିଁ ବରଂ ନିଜ ରାସ୍ତାରେ ନିଜେ ଆଗେଇ ଚାଲନ୍ତୁ ।

🦋ଜୀବନ ଓ ସମୟ ହିଁ ମଣିଷର ସର୍ବଶ୍ରେଷ୍ଠ ଗୁରୁ | ଜୀବନ ଆମକୁ ସମୟର ଉପଯୋଗ କରିବା ଶିଖାଇ ଥାଏ ତ ସମୟ ଆମକୁ ଜୀବନର ମୂଲ୍ୟବୋଧ ବତାଇଥାଏ ।

🦋ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ସଫଳତା ହାସଲ କରିବା । ଏଥିପାଇଁ ସ୍ୱପ୍ନ ଦେଖନ୍ତୁ । କଠୋର ପରିଶ୍ରମ କରନ୍ତୁ । ଅଯଥାରେ ସମୟ ସମୟ ନଷ୍ଟ ନକରି ସଂଘର୍ଷ କରି ଚାଲନ୍ତୁ।

🦋ଧର୍ମ ଏବଂ କର୍ମ ମଣିଷ ଜୀବନର ଦୁଇଟି ଅଲଗା ଅଲଗା ରାସ୍ତା, କିନ୍ତୁ ଯେଉଁ ବ୍ୟକ୍ତି ନିଜ କର୍ମ ଭିତରେ ଧର୍ମ ର ମାର୍ଗ ଖୋଲି ପାରନ୍ତି, ସେହି ବ୍ୟକ୍ତି ପ୍ରକୃତ ରେ ଜୀବନ ଯାତ୍ରା ର ଉଚିତ ପଥିକ ଅଟନ୍ତି ।


********************************************************************


ପାଖାପାଖି ଠିଆ ହୋଇ ଦୁଇ ଜଣ ଯେତେବେଳେ ଝଗଡ଼ା କରନ୍ତି, ଅତି ଉଚ୍ଚ ସ୍ବରରେ କଥା ହୁଅନ୍ତି....

 କାରଣ,

ପାଖରେ ଥାଇ ମଧ୍ୟ ଉଭୟଙ୍କ ହୃଦୟର ଦୂରତା ବଢ଼ି ଯାଇଥାଏ। ଏ ଦୂରତା ଅତିକ୍ରମ କରିବାକୁ ଉଚ୍ଚ ସ୍ବରର ଆବଶ୍ୟକ ହୁଏ....

ସର୍ବେ ଭବନ୍ତୁ ସୁଖିନଃ,
       ସର୍ବେ ସନ୍ତୁ ନିରାମୟାଃ 
ସର୍ବେ ପଶ୍ୟନ୍ତୁ ଭଦ୍ରାଣି,
       ମା କଶ୍ଚିଦ୍ ଦୁଃଖ ଭାଗଭବେତ୍ ॥

           ॐ ଶାନ୍ତିଃ ଶାନ୍ତିଃ ଶାନ୍ତିଃ
                              

 ସ୍ବାଭିମାନ: ସନାତନ ହିନ୍ଦୁ ଧର୍ମ

          🙏🏻🌞ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ🌞🙏🏻

0 Comments