ଖବର ଆଜିର, ତାରିଖ ୦୯/୦୧/୨୨, ରବିବାର (୫୪ ମୁଖ୍ୟ ଖବର)

ଖବର ଆଜିର

ତାରିଖ ୦୯/୦୧/୨୨, ରବିବାର

୧-ବଢ଼ିଲା ଅଙ୍ଗନବାଡି କର୍ମୀଙ୍କ ସେବା ନିବୃତ ପ୍ରୋତ୍ସାହନ ରାଶି :  ୨୦ହଜାର ଟଙ୍କା ବଦଳରେ ପାଇବେ ୪୦ ହଜାର ଟଙ୍କା।

୨-ଓଡିଶାରେ ପଞ୍ଚାୟତ ନିର୍ବାଚନ ନେଇ ବଢ଼ିଲା ସମ୍ଭାବନା: କୌଣସି ସମୟରେ ବି ହୋଇପାରେ ତାରିଖ ଘୋଷଣା। ସୋମବାର ଦିନ ସର୍ବଦଳୀୟ ବୈଠକ।

୩-୧୧ରୁ ୧୪ ଯାଏଁ ପ୍ରବଳ ବର୍ଷା ସମ୍ଭାବନା। ପଶ୍ଚିମ ଓଡ଼ିଶାରେ ହାଲକା ବର୍ଷା ହେବାର ଆଶଙ୍କା।

୪-ଶ୍ରୀମନ୍ଦିର ଇତିହାସରେ ପ୍ରଥମ,  ମହାପ୍ରଭୁଙ୍କୁ ଦର୍ଶନ କଲେ ୭୯ ହଜାର ଭକ୍ତ।

୫-ରାଜ୍ୟରେ ଆଉ ୧୪ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ, ସଂଖ୍ୟା ପହଞ୍ଚିଲା ୭୫ରେ।

୬-ସମ୍ବଲପୁର: ନୂଆ ଦୃଷ୍ଟାନ୍ତ ଓ ଭିନ୍ନ ବାର୍ତ୍ତା: ଅପରିଚିତ ବ୍ୟକ୍ତିଙ୍କ ଶବକୁ କାନ୍ଧ ଦେଲେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ।

୭-ସ୍ବର୍ଗଦ୍ବାରରେ ଶବ ସତ୍କାର କରିପାରିବେନି ବାହାର ଜିଲ୍ଲାବାସୀ, ସୋମବାରଠୁ ଲାଗୁ ହେବ କଟକଣା।

୮-୫୦ ହଜାର ମିଶନ ଶକ୍ତି ଗୋଷ୍ଠୀ ସହାୟକ କର୍ମଚାରୀଙ୍କୁ ଆର୍ଥିକ ପ୍ୟାକେଜ୍‌: ମିଳିବ ପୋଷାକ ଭତ୍ତା ସହ ସ୍ମାର୍ଟ ଫୋନ୍‌ ଓ ଗସ୍ତ ଖର୍ଚ୍ଚ।

୯-ରାଜ୍ୟରେ ୪ ହଜାର ମୁହାଁ କରୋନା ସଂକ୍ରମଣ, ଖୋର୍ଦ୍ଧାରୁ ସର୍ବାଧିକ ୧୨ଶହ ୨୩ ଆକ୍ରାନ୍ତ।

୧୦-ରାଜଧାନୀରେ ବଢ଼ିଲା କଣ୍ଟେନମେଣ୍ଟ ଜୋନ୍; ସଂଖ୍ୟା ୨୫କୁ  ହେଲାଣି ବୃଦ୍ଧି।

୧୧-କରୋନା ଯୋଗୁ ଭୁବନେଶ୍ୱର ବିମାନ ବନ୍ଦରରେ କମିଗଲାଣି ଯାତ୍ରୀଙ୍କ ଆତଯାତ ସଂଖ୍ୟା । ପ୍ରାୟ ୫୦ ପ୍ରତିଶତ କମିଛି ଯାତ୍ରୀଙ୍କ ଯାତାୟତ ।

୧୨-ପ୍ରିକସନାରି ଡୋଜ୍ ପାଇଁ ଆବଶ୍ୟକ ନାହିଁ ନୂଆ ରେଜିଷ୍ଟ୍ରେସନ, ମିଳିବ ଡାଇରେକ୍ଟ ଆପଏଣ୍ଟମେଣ୍ଟ।

୧୩-କରୋନା କଟକଣା ମଧ୍ୟରେ ୫ ରାଜ୍ୟର ୬୯୦ ଆସନରେ ହେବ ମତଦାନ।ଫେବୃଆରୀ ୧୦ରେ ଭୋଟ୍, ମାର୍ଚ୍ଚ ୧୦ରେ ଗଣତି।

୧୪-ବଦଳିଲେ ପଞ୍ଜାବର ପୋଲିସ୍ ମହାନିର୍ଦ୍ଦେଶକ,ବୀରଶ କୁମାର ଭାୱରାଙ୍କୁ ମିଳିଲା ନିଯୁକ୍ତି।

୧୫. ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜଙ୍କ ଅଧ୍ୟକ୍ଷତାରେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ "ଜବାହର ଶିଶୁମଂଚ” ଏବଂ “ଶିକ୍ଷା ବଂଚାଅ, ଦେଶ ବଂଚାଅ” କାର୍ଯ୍ୟକ୍ରମ ଉଦ୍‌ଘାଟିତ ହୋଇଯାଇଛି ।

୧୬. ପଞ୍ଚାୟତ ନିର୍ବାଚନ କରିବାକୁ ରାଜ୍ୟ ସରକାରଙ୍କ ସବୁଜ ସଙ୍କେତ, ବାହାରିଲା ଗେଜେଟ ବିଜ୍ଞପ୍ତି । ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକର ଢ଼ିଙ୍କିଆ ଗ୍ରାମ ପଞ୍ଚାୟତକୁ ଛାଡ଼ି ରାଜ୍ୟର ଅନ୍ୟ ସମସ୍ତ ପଞ୍ଚାୟତରେ ୱାର୍ଡ ସଭ୍ୟ ଓ ପଞ୍ଚାୟତ ନିର୍ବାଚନ କରିବାକୁ ଏହି ସମ୍ମତି ପ୍ରକାଶ କରିଛନ୍ତି । 

୧୭. ରାଜ୍ୟରେ କରୋନା ଓ ଓମିକ୍ରନ ସଂକ୍ରମଣକୁ ଦୃଷ୍ଟିରେ ରଖି ଆସନ୍ତାକାଲିଠାରୁ ଶ୍ରୀମନ୍ଦିର ବନ୍ଦ ରହୁଥିବାରୁ, ଆଜି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ୭୯ ହଜାର ୧୬୭ ଜଣ ଭକ୍ତ ।

୧୮. ୧୦ରୁ ମହାରାଷ୍ଟ୍ରରେ ନାଇଟ୍ କର୍ଫ୍ୟୁ:ସଂକ୍ରମଣ ବୃଦ୍ଧି ପରେ ଆସନ୍ତା ୧୦ ତାରିଖରୁ ରାଜ୍ୟବ୍ୟାପୀ ନାଇଟ୍ କର୍ଫ୍ୟୁ ଜାରି ହେବ ବୋଲି ଘୋଷଣା କରିଛନ୍ତି ମହାରାଷ୍ଟ୍ର ସରକାର ।

୧୯. ଅବିବାହିିତା ଝିଅଙ୍କ ପ୍ରତି ପିତା କର୍ତ୍ତବ୍ୟରେ ଅବହେଳା କରିପାରିବେନି । ଦିଲ୍ଲୀ ହାଇକୋର୍ଟ ଏକ ମାମଲାର ବିଚାର କରି ଏଭଳି ରାୟ ପ୍ରଦାନ କରିଛନ୍ତି । ବିଚାରପତି ବିପିନ ସାଙ୍ଗଭୀ ଏବଂ ଜସମିତ ସିଂଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ପିତା ଅବିବାହିତା କନ୍ୟାଙ୍କର ଶିକ୍ଷା ଏବଂ ବିବାହ ପାଇଁ ଆବଶ୍ୟକ ଖର୍ଚ୍ଚ କରିବା ଜରୁରୀ ।

୨୦. ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ କହିଛନ୍ତି, ସୀମାରେ ରୁଷିଆ ସୈନିକଙ୍କ ଚାପ ବୃଦ୍ଧି ପାଇଁ ୟୁକ୍ରେନ ଏକ କୂଟନୈତିକ ସମାଧାନ କରିଛି । ଏହା ମଧ୍ୟ ଯଥାର୍ଥ, କିନ୍ତୁ ରୁଷିଆର ଆକ୍ରମଣାତ୍ମକ ଆଚରଣକୁ ନାଟୋ ଉପଯୁକ୍ତ ଉତ୍ତର ଦେବାକୁ ପ୍ରସ୍ତୁତ । 

୨୧. ଦୈନିକ ସଂକ୍ରମଣ ଦେଢ଼ ଲକ୍ଷ….।
ଗତ ୨୪ ଘଣ୍ଟାରେ ୧ ଲକ୍ଷ ୪୧ ହଜାର ୯୮୬ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ଗତ ୨୪ ଘଣ୍ଟାରେ ୧୭ ହଜାର ୩୩୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

୨୨. ତୃତୀୟ ଲହରର ହବ୍ ପାଲଟିଲା ଦିଲ୍ଲୀ-ମୁମ୍ବାଇ ! ଦୁଇ ସହରରେ ୨୦ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ।

୨୩. ୨୦୨୧-୨୨ରେ ୯. ୨ ପ୍ରତିଶତ ବୃଦ୍ଧି ପାଇବ ଭାରତର ଅଭିବୃଦ୍ଧି ହାର । ପରିସଂଖ୍ୟାନ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ ପାଇଲା ରିପୋର୍ଟ । କୃଷି, ନିର୍ମାଣ, ପରିବହନ, ହୋଟେଲ ,ଟ୍ରେଡ୍ କ୍ଷେତ୍ରରେ ବିକାଶ ଯୋଗୁଁ ଅଭିବୃଦ୍ଧି ହାର ବୃଦ୍ଧି ପାଇବ ବୋଲି କୁହାଯାଇଛି । 

୨୪. ଭାରତ ବାୟୋଟେକର ଦାବି: କୋଭାକ୍ସିନ ବୁଷ୍ଟର ଡୋଜ୍ ନିରାପଦ ଓ ପ୍ରଭାବୀ ।

୨୫. ବଢ଼ି ଚାଲିଛି କରୋନା ମିଟର; ମାଡ଼ି ଚାଲିଛି ଓମିକ୍ରନ୍: ଓଡ଼ିଶାରେ ଦୈନିକ ସଂକ୍ରମଣ ଆଜି ୩ ହଜାର ୬ଶହ ଉପରେ ଥିବାବେଳେ ଚିହ୍ନଟ ହୋଇଛନ୍ତି ଆଉ ୧୪ ନୂଆ ଓମିକ୍ରନ୍ ଆକ୍ରାନ୍ତ । 

୨୬. ଦେଶର ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ, ମଣିପୁର ଆଦି ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଫେବୃୟାରୀ ୧୦ରୁ ହେବାକୁ ଯାଉଛି । ଏସବୁ ରାଜ୍ୟରେ ୩ ଟି ପ୍ରସଙ୍ଗ ମୁଖ୍ୟ ଭୂମିକା ଗ୍ରହଣ କରିବ ବୋଲି ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି ।

୨୭. ଆସନ୍ତାକାଲିଠାରୁ ଚିଲିକାରେ ଆରମ୍ଭ ହେବ ଡ଼ଲଫିନ ଗଣନା କାର୍ଯ୍ୟକ୍ରମ, ନିୟୋଜିତ ହେବେ ୧୮ଟି ଟିମ୍ ।

୨୮. କ୍ୟାନସର ହସ୍ପିଟାଲ ଉଦଘାଟନକୁ ନେଇ ତେଜିଲା ରାଜନୀତି । ପ୍ରଧାନମନ୍ତ୍ରୀଙ୍କୁ ମମତା କହିଲେ ଏହି ହସ୍ପିଟାଲକୁ ମୁଁ ପୂର୍ବରୁ କରିସାରିଛି ଉଦଘାଟନ ।

୨୯. ମିଶନ ଶକ୍ତି ଗୋଷ୍ଠୀ ମା’ମାନଙ୍କ ପାଇଁ ପ୍ୟାକେଜ ଘୋଷଣା : ଉପକୃତ ହେବେ ୫୦ ହଜାର ସଦସ୍ୟା ।

୩୦. ରାଜ୍ୟରେ ବର୍ତ୍ତମାନ ସଟଡାଉନ ଓ ଲକଡାଉନ ସପକ୍ଷରେ ନାହାନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ।

୩୧. ଫେବୃୟାରୀ ୬ରୁ ଆରମ୍ଭ ହେବ ନନ୍ଦକିଶୋର ପଟ୍ଟନାୟକ ମେମୋରିଆଲ ମହିଳା ଫୁଟବଲ ଟୁର୍ଣ୍ଣାମେଣ୍ଟ ।

୩୨. ଭୁବନେଶ୍ୱର ରେ ୩୮ ସ୍ଥାନ କୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଗଲା ।

୩୩. ଓଡିଶାରେ ଆଉ ୧୪ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାଫଳରେ ରାଜ୍ୟରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୭୫କୁ ବୃଦ୍ଧି ପାଇଛି ।

୩୪. ରାଜ୍ୟରେ ୪ ହଜାର ମୁହାଁ ଦୈନିକ କରୋନା ସଂକ୍ରମଣ : ରେଡ୍ ଜୋନରେ ଖୋର୍ଦ୍ଧା ଓ ସୁନ୍ଦରଗଡ; ୟେଲୋ ଜୋନରେ ସମ୍ବଲପୁର ଓ ଦେବଗଡ ।

୩୫. ଶେଷ ହେଲା ଜାଗା ଦର୍ଶନ, ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମରେ ଉଛୁଳିଲା ବଡ ଦାଣ୍ଡ l ଆଜି ରବିବାର ଅବସରରେ ଶ୍ରୀମନ୍ଦିର ସାନିଟାଇଜ ପାଇଁ ବନ୍ଦ ରହିବା ସହ ଆସନ୍ତାକାଲି ଠାରୁ ଜାନୁୟାରୀ ୩୧ ପର୍ଯ୍ୟନ୍ତ ସାଧାରଣ ଦର୍ଶନ ସମ୍ପୂର୍ଣ୍ଣ ବନ୍ଦ ରହିବ। କେବଳ ପାଳିଆ ସେବାୟତ ମାନେ ହିଁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସେବାପୂଜା ସହ ନୀତି କାନ୍ତି ସମ୍ପାଦନ କରିବେ।

୩୬. ମିଶନ ଶକ୍ତି ମାଆମାନଙ୍କ ପାଇଁ ଆର୍ଥିକ ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ l ରାଜ୍ୟରେ ବିଭିନ୍ନ ପଞ୍ଚାୟତରେ ସେବା ଯୋଗାଉଥିବା ୫୦ ହଜାର ସ୍ବୟଂ ସହାୟକ ଗୋଷ୍ଠୀ କର୍ମଚାରୀ ବାର୍ଷିକ ପୋଷାକ ଭତ୍ତା ଭାବରେ ୧୦୦୦ ଟଙ୍କା ଲେଖାଏଁ ପାଇବେ l

୩୭. ବଢ଼ିଲା ଅଙ୍ଗନଓ୍ଵାଡି କର୍ମୀଙ୍କ ପ୍ରୋତ୍ସାହନ ରାଶି l ଏଣିକି ଅଙ୍ଗନଓ୍ଵାଡି କର୍ମୀଙ୍କୁ ସବେତନ ଚିକିତ୍ସା ଛୁଟି ମିଳିପାରିବ। 

୩୮. ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ଗେଜେଟ ବିଜ୍ଞପ୍ତି ହେଲା ପ୍ରକାଶ । ଆସନ୍ତାକାଲି ସର୍ବଦଳୀୟ ବୈଠକ ପରେ ତାରିଖ ଘୋଷଣା ହୋଇପାରେ।

୩୯. ଆଜିଠାରୁ ଏସିଆର ବୃହତ୍ତମ ଲୁଣ ହ୍ରଦ ଚିଲିକାରେ ଆରମ୍ଭ ହେବ ଡ଼ଲଫିନ ଗଣନା କାର୍ଯ୍ୟକ୍ରମ, ନିୟୋଜିତ ହେବେ ୧୮ଟି ଟିମ୍ l

୪୦. ଦେଶର ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ସହ ଆଦର୍ଶ ନିର୍ବାଚନ ଆଚରଣ ବିଧି ହେଲା ଲାଗୁ l

୪୧. ପଶ୍ଚିମା ଝଡ଼ ପ୍ରଭାବରେ ଆଗାମୀ ୧୧ରୁ ୧୪ ତାରିଖ ପର୍ଯ୍ୟନ୍ତ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏଥିସହିତ କୁଆପଥର ମାଡ଼ ହୋଇପାରେ। 

୪୨. କରୋନା କଟକଣା ମଧ୍ୟରେ ଫେବୃଆରୀରୁ ମାର୍ଚ୍ଚ ଭିତରେ ହେବ ୫ ରାଜ୍ୟ- ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ ଓ ମଣିପୁର ବିଧାନସଭା ନିର୍ବାଚନ। ମୋଟ ୬୯୦ ଆସନ ପାଇଁ ୭ଟି ପର୍ଯ୍ୟାୟରେ ନିର୍ବାଚନ ହେବାକୁଥିବା ବେଳେ, ଫେବୃଆରୀ ୧୦ରୁ ଭୋଟିଂ ଆରମ୍ଭ ହେବ ଏବଂ ମାର୍ଚ୍ଚ ୧୦ରେ ଗଣତି ହେବ।

୪୩. ତୃତୀୟ ଲହରର ହବ୍ ପାଲଟିଲା ଦିଲ୍ଲୀ-ମୁମ୍ବାଇ ! ଦୁଇ ସହରରେ ୨୦ ହଜାରରୁ ଅଧିକ ସଂକ୍ରମିତ ହେଲେ ଚିହ୍ନଟ ।

୪୪. ଦେଶରେ ଖୋଲିବ ୧୦୦ ନୂଆ ସୈନିକ ସ୍କୁଲ l ଏ ନେଇ ସୂଚନା ଦେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ l ଏହା ଦ୍ୱାରା ଅଧିକରୁ ଅଧିକ ବାଳିକାଙ୍କୁ ଭବିଷ୍ୟତରେ ସେନା ବାହିନୀରେ ଯୋଗଦେବାର ସୁଯୋଗ ମିଳିବ l

୪୫. ଭୁବନେଶ୍ୱର ର ୩୮ ସ୍ଥାନ କୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କଲା  BMC l

୪୬. ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବା ଯୋଗୁଁ ଆଜିଠାରୁ ଫେବ୍ରୁଆରୀ ୧ ତାରିଖ ପର୍ଯ୍ୟନ୍ତ ସମସ୍ତ ଧାର୍ମିକ ଅନୁଷ୍ଠାନ ବନ୍ଦ ରହିବ ।

୪୭. କରୋନା ଭାଇରସରୁ ସୁରକ୍ଷା ଦେବ କୋଭାକ୍ସିନର ବୁଷ୍ଟର ଡୋଜ, ନିରାପଦ ସହ ପ୍ରଭାବୀ କହିଲା ଭାରତ ବାୟୋଟେକ୍ ।

୪୮. ମହାରାଷ୍ଟ୍ରରେ ଦିନକୁ ଦିନ ରେକର୍ଡ ଭାଙ୍ଗୁଛି କରୋନା ସଂକ୍ରମଣ । ଏହାକୁ ଦୃଷ୍ଟିରେ ରଖି ୧୦ ଜାନୁଆରୀରୁ ଲାଗୁ ହେବ ନାଇଟ କର୍ଫ୍ୟୁ: ଜିମ୍, ସେଲୁନ୍ ବନ୍ଦ ରଖିବାକୁ ନିଷ୍ପତ୍ତି ।

୪୯. ବ୍ରିଟେନରେ ମଣିଷ ଶରୀରରେ ଚିହ୍ନଟ ହେଲା ଅତି ବିରଳ ବାର୍ଡ ଫ୍ଲୁ ମାମଲା, ସତର୍କ କରାଇଲା ସ୍ଵାସ୍ଥ୍ୟ ସୁରକ୍ଷା ସଂସ୍ଥା ।

୫୦. ଚକ୍ରଧରପୁର ମଣ୍ଡଳ ଅନ୍ତର୍ଗତ ଟାଙ୍ଗରମୁଣ୍ଡା ଓ ବାମରା ମଧ୍ୟରେ ରେଳ ମରାମତି କାର୍ଯ୍ୟ ପାଇଁ  ୪ ଏକ୍ସପ୍ରେସ୍‌ ସହ ଗୋଟିଏ ପାସେଞ୍ଚଜର ଚଳାଚଳ ହେଲା ବାତିଲ l 

୫୧. ପରିସଂଖ୍ୟାନ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ ପାଇଲା ରିପୋର୍ଟ ।୨୦୨୧-୨୨ରେ ୯. ୨ ପ୍ରତିଶତ ବୃଦ୍ଧି ପାଇବ ଭାରତର ଅଭିବୃଦ୍ଧି ହାର । 

୫୨. ବୋପାନ୍ନା-ରାମକୁମାର ଯୋଡିଙ୍କ କମାଲ, ସିଧା ସେଟ୍‌ରେ ଜିତିଲେ ସେମି ଫାଇନାଲ୍, ଟପ୍ ସିଡ୍ ସହ ଟାଇଟଲ୍‌ ମୁକାବିଲା l

୫୩. ପିଠିରେ ଯନ୍ତ୍ରଣା ଯୋଗୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ବିତୀୟ ଟେଷ୍ଟ ଖେଳିବାରୁ ବଞ୍ଚିତ ହୋଇଥିବା ଅଧିନାୟକ ବିରାଟ କୋହଲି ତୃତୀୟ ଟେଷ୍ଟକୁ ଫେରିବେ l

୫୪. ଭୁବନେଶ୍ୱର ର ନୟାପଲ୍ଲୀ ଠାରେ  ଫେବୃୟାରୀ ୬ରୁ ଆରମ୍ଭ ହେବ ନନ୍ଦକିଶୋର ପଟ୍ଟନାୟକ ମେମୋରିଆଲ ମହିଳା ଫୁଟବଲ ଟୁର୍ଣ୍ଣାମେଣ୍ଟ l

➡️ଓମିକ୍ରନ୍ କାୟା ବିସ୍ତାର କରିବା ଆରମ୍ଭ କରୁଛି । ଆଦୌ ଭୟଭୀତ ହୁଅନ୍ତୁ ନାହିଁ । ସମସ୍ତଙ୍କ ସୁରକ୍ଷା ପାଇଁ ମାସ୍କ୍ ବ୍ୟବହାର କରି କୋଭିଡ୍ ର ସମସ୍ତ ନିୟମ ପାଳନ କରନ୍ତୁ ।



0 Comments