୧.ଦେଶରେ ଆଜିଠାରୁ ଫ୍ରଣ୍ଟଲାଇନ୍ ଓ୍ୱାର୍କରଙ୍କୁ ବୁଷ୍ଟର ଡୋଜ୍ ଟିକାକରଣ ।
୨. ଭ୍ୟାକ୍ସିନ ସାର୍ଟିଫିକେଟ୍ରୁ ହଟିବ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫଟୋ ।
୩. ରବିବାର ମଧ୍ୟରାତ୍ରରୁ ଆଖଣ୍ଡଳମଣିଙ୍କ ମନ୍ଦିରରେ ଦର୍ଶନ ମନା : ୧୪୪ ଧାରା ଜାରୀ ।
୪. ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ମହାରାଷ୍ଟ୍ରର ପୁନେସ୍ଥିତ MIT ବିଶ୍ଵବିଦ୍ୟାଳୟ ତରଫରୁ ସମ୍ମାନଜନକ ଡିଲିଟ ଉପାଧି ଓ ଶ୍ରୀ ସରସ୍ଵତୀ ଦେବୀ ଜ୍ଞାନ ଜୀବନ ଗୌରବ ସମ୍ମାନ ମିଳିଛି ।
୫. କରୋନା ବୃଦ୍ଧିକୁ ନେଇ ଗଜପତିରେ କଟକଣା, ଆନ୍ଧ୍ର-ଓଡ଼ିଶା ପ୍ରବେଶ ପଥରେ ଯାଞ୍ଚ କଡ଼ାକଡ଼ି ।
୬. ଯେକୌଣସି ମୁହୂର୍ତ୍ତରେ ଘୋଷଣା ହୋଇପାରେ ପଞ୍ଚାୟତ ନିର୍ବାଚନ ତାରିଖ । ଆଜି ସର୍ବଦଳୀୟ ବୈଠକ ରେ ଡାକିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ ।
୭. ଦେଶର କୋଭିଡ-୧୯ ମହାମାରୀ ପରିସ୍ଥିତିର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ ମୋଦୀ ।
୮. କୁଲଗାମରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଛକାପଞ୍ଝା ଜାରି, ଗତ ସାତ ଦିନରେ ୧୧ ଆତଙ୍କୀ ସଫା ।
୯. କୋଭିଡ୍-୧୯ ଭାଇରସର ଏକ ନୂଆ ଭାରିଆଣ୍ଟ ଚିହ୍ନଟ ହୋଇଛି ସାଇପ୍ରସରେ । ଏହାର ନାମ ‘ଡେଲ୍ଟାକ୍ରନ’ । ଏଥିରେ ଡେଲ୍ଟା ଏବଂ ଓମିକ୍ରନ ଭାରିଆଣ୍ଟ ମିଳିତ ଅଛି । ସାଇପ୍ରସ ବିଶ୍ୱବିଦ୍ୟାଳୟରେ ଜୈବିକ ବିଜ୍ଞାନ ପ୍ରଫେସର ଲେଓଣ୍ଡିଅସ କୋଷ୍ଟ୍ରିକିସ କହିଛନ୍ତି ।
୧୦. ବ୍ରହ୍ମପୁର ବିଶ୍ବବିଦ୍ୟାଳୟ: ୧୦ ତାରିଖ ସନ୍ଧ୍ୟା ସୁଦ୍ଧା ହଷ୍ଟେଲ ଖାଲି କରିବେ ଛାତ୍ରଛାତ୍ରୀ ।
୧୧. କାର୍ଯ୍ୟାଳୟ ଆସିବେ ନାହିଁ ଗର୍ଭବତୀ ଏବଂ ଦିବ୍ୟାଙ୍ଗ, ୫୦ ପ୍ରତିଶତ କର୍ମଚାରୀ କରିବେ ଓ୍ଵାର୍କ ଫ୍ରମ ହୋମ୍: କେନ୍ଦ୍ର କାର୍ମିକ, ଲୋକ ଅଭିଯୋଗ ଏବଂ ପେନସନ ରାଷ୍ଟ୍ର ମନ୍ତ୍ରୀ ଡ. ଜିତେନ୍ଦ୍ର ସିଂହ ରବିବାର ଏହାର ସୂଚନା ଦେଇଛନ୍ତି ।
୧୨. ପଶ୍ଚିମବଙ୍ଗରେ କରୋନା ବିସ୍ଫୋରଣ। ରାଜ୍ୟରେ ଓମିକ୍ରନ୍ ସାଂଘାତିକ ରୂପ ଧାରଣ କରିଛି । ରବିବାର ଗୋଟିଏ ଦିନରେ ୨୪,୨୮୭ ଜଣ ରେକଡ଼ସ୍ତରୀୟ କୋଭିଡ୍ରେ ଆକ୍ରାନ୍ତ ହୋଇଥିବ ଜଣାପଡ଼ିଛି । ସେଥିରେ କେବଳ କୋଲକାତାର ୮,୭୧୨ ନୂତନ ମାମଲା ରହିଛି ।
୧୩. ସାଧାରଣ ଉପଭୋକ୍ତାଙ୍କୁ ଝଟକା! ମହଙ୍ଗା ହେଲା ଏସି, ଫ୍ରିଜ୍: ୧୦ % ବଢ଼ିବ ୱାସିଙ୍ଗ ମେସିନ ଦାମ୍ ।
୧୪. ହିମାଚଳ ପ୍ରଦେଶ ସରକାର ଜାରି କଲେ ନୂଆ ଗାଇଡଲାଇନ: ସପ୍ତାହକୁ ୫ ଦିନ ଅଫିସ ଆସିବେ ସରକାରୀ କର୍ମଚାରୀ ।
୧୫. ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ସ୍ଥାନକୁ କଣ୍ଟେନମେଣ୍ଟ କର: ମୋଦି ।
୧୬. ଦିଲ୍ଲୀରେ କରୋନା ଝଡ଼ ! ଦିନକରେ ବାହାରିଲେ ୨୩ ହଜାର ପଜିଟିଭ, ୧୭ ମୃତ ।
ଫଳରେ ଦିଲ୍ଲୀରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୫ଲକ୍ଷ ୪୯ ହଜାର ୭୩୦କୁ ପହଞ୍ଚିଛି ।
୧୭. ୫ଟି ଭାଷାରେ ଗାନ କରିପାରନ୍ତି ଜାତୀୟ ସଂଗୀତ, ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଲେ ମୁସ୍କାନ ତେହସିନ୍ ।
୧୮. ପୁଣି ଭିଜେଇବ ଅଦିନିଆ ବର୍ଷା । ୧୧ ରୁ ୧୪ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ।
୧୯. କୋଭିଡ ସ୍ଥିତିକୁ ନେଇ ସମୀକ୍ଷା: ସବୁ କୋଭିଡ ହସ୍ପିଟାଲରେ ହେଲପ ଡେସ୍କ ଖୋଲିବା ନେଇ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ ।
୨୦. ଭାରତର ପ୍ରଥମ ସ୍ୱଦେଶୀ ବିମାନବାହକ ଯୁଦ୍ଧ ଜାହାଜ ‘ବିକ୍ରାନ୍ତ’ର ଆଉ ଏକ ପରୀକ୍ଷଣ ଯାତ୍ରା ଆରମ୍ଭ ।
୨୧. ବୁଷ୍ଟର ଡୋଜ୍ ପାଇଁ ଆରମ୍ଭ ହେଲା ଅନଲାଇନ୍ ସ୍ଲଟ ବୁକିଂ । ବୁଷ୍ଟର ଡୋଜ୍ ନେବାପାଇଁ କୋ-ୱିନରେ ପଞ୍ଜୀକରଣ ପାଇଁ ଖୋଲିଲା ସ୍ଳଟ୍ । ଅପରାହ୍ନ ୩ଟାରୁ ୬ଟା ଯାଏଁ ଦିଆଯିବ ପ୍ରିକସନାରି ଡୋଜ୍ ।
୨୨. ମିଶନ ଶକ୍ତିରେ ଗୋଷ୍ଠୀ ସହାୟକ କର୍ମଚାରୀଙ୍କ ପାଇଁ ଆର୍ଥିକ ପ୍ଯାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପଞ୍ଚାୟତ ସ୍ତରରେ କାମ କରୁଥିବା ୫୦ ହଜାର ମିଶନ ଶକ୍ତି ଗୋଷ୍ଠୀ ସହାୟକ କର୍ମଚାରୀଙ୍କୁ ପୋଷାକ ଭତ୍ତା, ସ୍ମାର୍ଟ ଫୋନ ଏବଂ ଗସ୍ତ ଖର୍ଚ୍ଚ ଦିଆଯିବ । ଏପରି ଏକ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
୨୩. ବର୍ତ୍ତମାନ ଡାକ୍ତରୀ ଛାତ୍ରମାନଙ୍କ ଅପେକ୍ଷା ଶେଷ ହେବାକୁ ଯାଉଛି । ନିଟ୍ ପିଜି (NEET PG) କାଉନସେଲିଂ ଜାନୁଆରୀ 12 ତାରିଖରୁ ଆରମ୍ଭ ହେବ ।
୨୪. ୮ଗୋଟି କେନ୍ଦ୍ରୀୟ ଶ୍ରମିକ ସଂଗଠନ ପକ୍ଷରୁ ଆସନ୍ତା ଫେବୃୟାରୀ ୨୩ ଓ ୨୪ ଦେଶବ୍ୟାପୀ ସାଧାରଣ ଧର୍ମଘଟକୁ ସଫଳ କରିବା ପାଇଁ ସ୍ଥାନୀୟ ଆଇଏନ୍ଟିୟୁସି କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଏକ ରାଜ୍ୟସ୍ତରୀୟ ସମ୍ମିଳନୀରେ ଶ୍ରମିକନେତାମାନେ ଆହ୍ୱାନ ଦେଇଛନ୍ତି ।
୨୫. ଏଣିକି ପାନ୍ ସହ ଆଧାର ଲିଙ୍କ୍ ନ କଲେ ଦେବାକୁ ପଡିବ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ।
0 Comments