●-----------------------------------------------------------------------------------
୧. ୟୁକ୍ରେନ ଯିବେନି ଆମେରିକା ସୈନ୍ୟ: ବାଇଡେନ୍ ।
୨. ଏକାଧିକ ନକଲି କମ୍ପାନି ଖୋଲି ଜାଲ କାଗଜପତ୍ର ବଳରେ ବିଭିନ୍ନ ବ୍ୟାଙ୍କ୍କୁ ମୋଟ୍ ୧୪୨ କୋଟି ଟଙ୍କାର ଚୂନ ଲଗାଇଥିବା କୁଖ୍ୟାତ ଠକ ପବନ ଯାଜୋଡ଼ିଆର ପତ୍ତା ପାଉନି ସିବିଆଇ ।
୩. ଆଶା…ଆଶଙ୍କା ….: ୟୁକ୍ରେନ୍ରେ ଫସିଛନ୍ତି ବହୁ ଓଡ଼ିଆ ପିଲା ।
୪. ରୁଷ୍ ସେନା ଗୁରୁବାର ୟୁକ୍ରେନ୍ ଉପରେ ଆକ୍ରମଣ କରିଥିବା ବେଳେ ସେମାନେ ୟୁକ୍ରେନ୍ର ଚେର୍ଣ୍ଣୋବିଲ ପରମାଣୁ ଶକ୍ତି କେନ୍ଦ୍ରକୁ ନିଜ ନିୟନ୍ତ୍ରଣକୁ ନେଇ ଯାଇଛନ୍ତି ।
୫. ବଢ଼ୁଛି ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପ ଅଡ଼ୁଆ: ଯଦି ୧୦୦ ମିଟର ପରିଧିରେ କିଛି ଖନନ ବା ନିର୍ମାଣ କାର୍ଯ୍ୟ କରାଯାଏ, ଶ୍ରୀମନ୍ଦିର ପ୍ରତି ବିପଦ ମାଡ଼ିଆସିବ ।
୬. ଭିତରକନିକା ଜାତୀୟ ପାର୍କ, ଭିତରକନିକା ବନ୍ୟପ୍ରାଣୀ ଅଭୟାରଣ୍ୟ ଓ ଗହୀରମଥା (ସାମୁଦ୍ରିକ) ବନ୍ୟପ୍ରାଣୀ ଅଭୟାରଣ୍ୟର ୦.୧୦ କିମିରୁ ୮.୭ କିମି ସୀମା ଚାରିପାଖ ଅଂଚଳକୁ ପରିବେଶ ସମ୍ବେଦନଶୀଳ ଅଞ୍ଚଳ (ଇକୋ ସେନ୍ସିଟିଭ୍ ଜୋନ୍) ଭାବେ ଘୋଷଣା କରାଯାଇଛି ।
୭. ରାଜ୍ୟରେ ଆଜି ଶୂନ କୋଭିଡ ମୃତ୍ୟୁ ଘୋଷଣା ହୋଇଛି । ଦୀର୍ଘ ୪୩ ଦିନର ବ୍ୟବଧାନ ପରେ ଏହି ଚିତ୍ର ରାଜ୍ୟବାସୀଙ୍କୁ ଆଶ୍ବସ୍ତ କରିଛି । ମାତ୍ର ୩ଟି ଲହରକୁ ମିଶାଇ ରାଜ୍ୟରେ ସମୁଦାୟ ୯୦୪୫ଜଣଙ୍କର ମୃତ୍ୟୁ ହୋଇଛି ।
୮. ଯୁଦ୍ଧ ଘଡି ମଧ୍ୟରେ ଚୀନ କଲା ରୁଷକୁ ସମର୍ଥନ ଓ ଆର୍ଥିକ ସାହାଯ୍ୟର ଘୋଷଣା ।
୯. ଟ୍ରେନ ଯାତ୍ରା ଟିକେଟ୍, ପ୍ଲାଟ୍ଫର୍ମ ଟିକେଟ୍, ସିଜିନ ଟିକେଟ୍ର ନବୀକରଣ କିମ୍ବା କିଣିବା ପାଇଁ ଏବେ ପେଟିଏମ୍ ଏବଂ ମାଗଣା ଚାର୍ଜ ୟୁପିଆଇ କ୍ୟୁଆର କୋଡ୍ ମାଧ୍ୟମରେ ଏଟିଭିଏମ ଦ୍ୱାରା କରାଯାଉଛି ।
୧୦. ଆଜି ରିଲିଜ୍ ହେବ ବହୁ ପ୍ର୍ରତୀକ୍ଷିତ ଫିଲ୍ମ‘ ଗଙ୍ଗୁବାଇ କାଠିଓ୍ବାବାଡି’ ।
୧୧. ପୋଲାଣ୍ଡ ଓ ହଙ୍ଗେରୀ ମାର୍ଗ ଦେଇ ଭାରତୀୟଙ୍କୁ ଅଣାଯିବ ବୋଲି ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ହର୍ଷବର୍ଦ୍ଧନ ଶୃଙ୍ଗଲା କହିଛନ୍ତି ।
୧୨. ବହୁ ପ୍ରତିକ୍ଷିତ ବ୍ୟୟ ବହୁଳ ଓଡ଼ିଆ ଚଳଚ୍ଚିତ୍ର *‘ବିଶ୍ବନାଥ’* ର ପ୍ରଥମ ଟ୍ରେଲର ମୁକ୍ତିଲାଭ କରିଛି ।
୧୩. ୟୁକ୍ରେନ ସଙ୍କଟ: ରାଷ୍ଟ୍ରପତି ପୁଟିନ୍ଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ, ଯୁଦ୍ଧ ରୋକିବାକୁ ଅପିଲ୍ କଲେ ।
୧୪. ଯୁକ୍ତ ୩ (ୟୁଜି) ପଞ୍ଚମ ସେମିଷ୍ଟର୍ ପରୀକ୍ଷା ଅନ୍ଲାଇନ୍ରେ କରିବା ଦାବି ଜୋର୍ ଧରିଛି । ଗତକାଲି ପରି ଗୁରୁବାର ଦିନ ମଧ୍ୟ ରାଜ୍ୟର ବିଭିନ୍ନ କଲେଜର ଛାତ୍ରଛାତ୍ରୀ ପୁଣିଥରେ ରାଜଧାନୀ ରାଜରାସ୍ତାରେ ଆନ୍ଦୋଳନ କରିଛନ୍ତି ।
୧୫. ଆଜିଠୁ ୩ ଦିନ ଯାଏଁ ଛେଚିବ ବର୍ଷା, ୧୦ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି । ସୁନ୍ଦରଗଡ଼, ଦେବଗଡ଼, ସମ୍ବଲପୁର, ଅନୁଗୁଳ, ଢ଼େଙ୍କାନାଳ, କେନ୍ଦୁଝର, ମୟୂରଭଂଜ, ଯାଜପୁର, ବାଲେଶ୍ୱର ଓ ଭଦ୍ରକ ଏହିସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି
।
୧୬. ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା: କଟିଲେ ୧୬୯୧, ବଢ଼ିଲା ୬ ବୁଥ୍ ।
୧୭. ଶ୍ରୀଲଙ୍କାକୁ ମାତ୍ ଦେଲା ଭାରତ, ଭାଙ୍ଗିଲା ପାକିସ୍ତାନର ରେକର୍ଡ ।
୧୮. ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଆଣ୍ଡ ହସପିଟାଲରେ ନୂତନ ଅନଲାଇନ୍ ଆଉଟଡୋର ରୋଗୀ ପଞ୍ଜୀକରଣ ସେବା ଆରମ୍ଭ ହୋଇଛି ।
୧୯. ୧୦ଟି ଦଳକୁ ନେଇ ଇଣ୍ଡିଆନ ପ୍ରିମିୟର ଲିଗ୍-୧୫ (ଆଇପିଏଲ୍) ଆସନ୍ତା ମାର୍ଚ୍ଚ ୨୬ ଶନିବାର ମୁମ୍ବାଇଠାରେ ଆରମ୍ଭ ହେବ ଏବଂ ମେ ୨୯ରେ ଶେଷ ହେବ । ଟୁର୍ନାମେଣ୍ଟ ଆରମ୍ଭରେ ୪୦ ପ୍ରତିଶତ ଦର୍ଶକଙ୍କୁ ଅନୁମତି ରହିବ ।
୨୦. ବିବାଦ, ହିଂସାକାଣ୍ଡ, ବୁଥ୍ କ୍ୟାପ୍ଚର ଓ ରିଗିଂ ସହ ଭୋଟ୍ ରେକର୍ଡ ।
୨୧. କାଲି ୟୁକ୍ରେନ୍ ରାଜଧାନୀ ହୋଇଯିବ ଅନ୍ଧାର, ପୁରୁଣା ନେତା ଫେରିଲେ ଫେରି ଯିବ ରୁଷ ! ।
୨୨. ବିଭିନ୍ନ ରାଜ୍ୟର ଖଣି ଓ ଇସ୍ପାତ ମନ୍ତ୍ରୀମାନଙ୍କର ଏକ ସମ୍ମିଳନୀ ଆସନ୍ତାକାଲି କୋଣାର୍କରେ ଅନୁଷ୍ଠିତ ହେବ ।
୨୩. ୟୁକ୍ରେନ ଆକ୍ରମଣ କରି ବିଶ୍ୱକୁ ଗୁରୁତର ସଂକଟକୁ ଠେଲିଦେଲା ଋଷିଆ ! ପେଟ୍ରୋଲ, ଡିଜେଲ ନୁହେଁ ଏବେ ରୁଟି ଛଡାଛଡି ହେବେ ଲୋକେ ।
୨୪. ସରିଲା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ମତଦାନ : ୨୬ରୁ ଖୋଲିବ ପ୍ରାର୍ଥୀଙ୍କ ଭାଗ୍ୟ, ୨୮ ଯାଏଁ ଚାଲିବ ଭୋଟ ଗଣତି ।
୨୫. ବମିଖାଲ ଓଭର ବ୍ରିଜ୍ ଭୁଶୁଡ଼ିବା ଘଟଣା: କଳାତାଲିକାଭୁକ୍ତ ରାୟକୁ କୋହଳ କଲେ ସୁପ୍ରିମକୋର୍ଟ ।
୨୬. ୟୁକ୍ରେନରେ ଲାଗିଲା ମାର୍ସଲ ଲ’: ଦେଶବାସୀଙ୍କୁ ରାଷ୍ଟ୍ରପତିଙ୍କ ଆହ୍ୱାନ, ସବୁ ସକ୍ଷମ ବ୍ୟକ୍ତି ଉଠାନ୍ତୁ ଅସ୍ତ୍ର ।
୨୭. କେନ୍ଦ୍ର ଶିକ୍ଷାନୁଷ୍ଠାନରେ ସଂରକ୍ଷିତ ସିଟ ଗୁଡ଼ିକୁ ଅଣସଂରକ୍ଷିତ ନକରିବା ପାଇଁ ନିର୍ଦେଶ ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
🙏
0 Comments