╭───────────────────╮
╰───────────────────╯
●------------------------------------------------------------------------------------●
୧. ୟୁକ୍ରେନରୁ ବାହାରି ରୋମାନିଆରେ ପହଂଚିବେ ୪୭୦ ଭାରତୀୟ ଛାତ୍ର ।
୨. ୟୁକ୍ରେନରେ ଯୁଦ୍ଧ ବିଭୀଷିକା: ବିସ୍କୁଟ୍, ବ୍ରେଡ୍ରେ ବିତୁଛି ଜୀବନ ।
୩. ତ୍ରିସ୍ତରୀୟ ପଂଚାୟତ ଭୋଟ ଗଣତି ଆସନ୍ତାକାଲି କରାଯିବ । ଏହା ଆସନ୍ତା ସୋମବାର ଯାଏ ଚାଲିବ । ପ୍ରଥମ ଦିନରେ ସକାଳ ୮ଟାରୁ ୩୦ ଜିଲ୍ଲାର ୩୧୫ ଜୋନରେ ଗଣତି ଆରମ୍ଭ ହେବ । ଦ୍ୱିତୀୟ ଦିନରେ ୩୦୭ ଜୋନ୍ ଏବଂ ଶେଷ ଦିନରେ ୨୨୯ ଜିଲ୍ଲା ପରିଷଦ ଜୋନର ଗଣତି ହେବ ।
୪. ଚେରିନବଏଲ ଆଣବିକ ରିଆକ୍ଟର ଅଧିକାର କଲା ଋଷ: ବିକିରଣ ବଢ଼ିଥିବା ନେଇ ୟୁକ୍ରେନର ଅଭିଯୋଗ ।
୫. ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି ।
୬. ୟୁକ୍ରେନରୁ ଫେରିବେ ଭାରତୀୟ, ଦିଲ୍ଲୀ ଓ ମୁମ୍ବାଇରୁ ଆଜି ଉଡ଼ାଣ କରିବ ବିମାନ ।
୭. ସମଗ୍ର ପୃଥିବୀରେ ୟୁକ୍ରେନ ଉପରେ ଆକ୍ରମଣକୁ ବିରୋଧ, ଋଷର ଜନତା ବି ଋଷ ସରକାରଙ୍କ ବିରୋଧରେ ।
୮. ଦିଲ୍ଲୀ ମୁଣ୍ଡରେ ମୁକୁଟ: ପାଟନା ପାଇରେଟ୍ସକୁ ହରାଇ ପ୍ରୋ କବାଡି ଚମ୍ପିଆନ ହେଲା ଦବଙ୍ଗ ଦିଲ୍ଲୀ ।
୯. ସରକାରୀ ଗୋଲ୍ଡ ବଣ୍ଡ ଯୋଜନା ୨୦୨୧-୨୨ ପାଇଁ ଇସ୍ୟୁ ପ୍ରାଇସ ୫,୧୦୯ ଟଙ୍କା ସ୍ଥିର କରାଯାଇଛି । ଆସନ୍ତା ସୋମବାରଠାରୁ ଏଥିରେ ନିବେଶ ପାଇଁ ଆବେଦନ କରିପାରିବେ ।
୧୦. ବ୍ରିଟିଶ ଏୟାରଲାଇନ୍ସକୁ ରୁଷିଆ ବିମାନବନ୍ଦରରେ ଅବତରଣ କିମ୍ବା ଏହାର ବାୟୁସୀମା ବ୍ୟବହାରକୁ ମସ୍କୋ ଅନୁମତି ଦେଇନାହିଁ ।
୧୧. ଭାରତୀୟ ଦଳକୁ ଝଟକା, ଆହତ ଋତୁରାଜ ଟି-୨୦ ସିରିଜ୍ରୁ ବାହାର, ମୟଙ୍କ ଅଗ୍ରଓ୍ଵାଲଙ୍କୁ ଖେଳାଳି ଦଳରେ ସାମିଲ୍ ।
୧୨. ସଜେଇ ହେଉଛି ଶ୍ରୀଲୋକନାଥ ମନ୍ଦିର, ୨ ତାରିଖ ଭୋର ୪ଟାରେ ଉଠିବ ମହାଦୀପ ।
୧୩. ଏମାର ମଠର ଉଚ୍ଛେଦ ପୁଣି ଆରମ୍ଭ ହୋଇଛି । ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପ କାର୍ଯ୍ୟ ନିମନ୍ତେ ଶୁକ୍ରବାର ପୁରୀ ଜିଲା ପ୍ରଶାସନ ପକ୍ଷରୁ ମଠର ଅବଶିଷ୍ଟ ପୁରୁଣା ଓ ଦୁର୍ବଳ କୋଠାଗୁଡ଼ିକୁ ଭଙ୍ଗାଯାଇଛି ।
୧୪. ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ଏଥିପାଇଁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୧୧ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶ୍ୱର, ବୌଦ, କନ୍ଧମାଳ, ଗଞ୍ଜାମ ଓ ରାୟଗଡ଼ା ଆଦି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
୧୫. ବାଜିଲା ପୌର ନିର୍ବାଚନ ବିଗୁଲ: ମାର୍ଚ୍ଚ ୨୪ରେ ୧୦୬ ପୌର ଓ ୩ ମହାନଗର ନିଗମରେ ଭୋଟ୍ । ୨୬ରେ ଗଣତି, ପ୍ରଥମ ଥର ଭୋଟରଙ୍କୁ ନୋଟା ବିକଳ୍ପ I ମେୟର ଓ ପୌରାଧ୍ୟକ୍ଷ ପଦ ପାଇଁ ଏଥର ସିଧା ଭୋଟ୍ ।
୧୬. ଆସନ୍ତା ୨୮ ତାରିଖ ସୋମବାରଠାରୁ ଭୁବନେଶ୍ୱରରେ ସମସ୍ତ କୋଭିଡ୍ ଯତ୍ନ କେନ୍ଦ୍ର ବନ୍ଦ ହେବ । ରାଜ୍ୟରେ କୋଭିଡ୍ ସଂକ୍ରମଣ କମୁଥିବା ଓ ସ୍ଥିତିରେ ଉନ୍ନତି ଆସିଥିବାରୁ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଏଭଳି ନିଷ୍ପତ୍ତି ନେଇଛି ।
୧୭. ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ବାରଲପିଛା ମୂଲ୍ୟ ଶୁକ୍ରବାର ୧୦୦ ଡଲାରରୁ ପଛକୁ ଫେରିଛି ।
୧୮. ୭ ଘଣ୍ଟାରେ ଦିଲ୍ଲୀରୁ ବୈଷ୍ଣୋ ଦେବୀ; ନିର୍ମାଣ ହେବ ଦିଲ୍ଲୀ-ଅମୃତସର-କତ୍ରା କରିଡର ।
୧୯. ଘୋଷଣା ହେଲା ଶ୍ରୀଲଙ୍କାର ଟେଷ୍ଟ ଦଳ: ଭାରତରେ ପହଞ୍ଚିଲା ସିଂହଳୀ, ଦୁଇ ଜଣଙ୍କୁ ଟି-୨୦ ଖେଳିବାର ସୁଯୋଗ ।
୨୦. ନାଟୋ କି ଆମେରିକା କେହି ବି ସହଯୋଗ କଲେନି, ଆବଶ୍ୟକତା ବେଳେ ସମସ୍ତେ ହାତ ଛାଡି ଦେଲେ: ୟୁକ୍ରେନ ରାଷ୍ଟ୍ରପତି ।
୨୧. ଜମ୍ମୁ କାଶ୍ମୀର: ସୁରକ୍ଷା ବାହିନୀଙ୍କ ଗୁଳିବିନିମୟରେ ଦୁଇ ଆତଙ୍କବାଦୀ ନିହତ ।
୨୨. ୟୁକ୍ରେନ-ରୁଷ ଯୁଦ୍ଧ ଭିତରେ ବଳି ପଡିଲା ଭାରତର ଶେୟର ବଜାର: ଦିନକରେ ନିବେଶକଙ୍କୁ ଲାଗିଲା ଶକ୍ତ ଝଟକା । ୧୩.୪୪ ଲକ୍ଷ କୋଟି ଟଙ୍କାର ଏକ ବଡ କ୍ଷତିର ସମ୍ମୁଖୀନ ହୋଇଛନ୍ତି ଭାରତର ନିବେଶକ ।
🌅ଶୁଭସକାଳ , GOOD MORNING 🌹🙏
0 Comments