📩ଆଜିର ଖବର || 28-02-2022 (ସୋମବାର)

📩ଆଜିର ଖବର  || 28-02-2022 (ସୋମବାର)

●------------------------------------------------------------------------------------●

୧. ପୁଟିନଙ୍କ ନ୍ୟୁକ୍ଲିୟ ଫୋର୍ସ ଆଲର୍ଟ ରଖିବା ନିର୍ଦ୍ଦେଶକୁ ଅଯୌକ୍ତିକ କହିଲା ନାଟୋ ।

୨. ପଶ୍ଚିମବଙ୍ଗର ୧୦୮ ପୌର ସଂସ୍ଥା ପାଇଁ ରବିବାର ସକାଳେ ଆରମ୍ଭ ହୋଇଥିବାବେଳେ କେତେକ ସ୍ଥାନରେ ହିଂସାକାଣ୍ଡ ଘଟିବା ସହ ବୁଥ୍‌ ଜବରଦଖଲ ଓ ଜାଲ୍‌ ଭୋଟିଂ ଅଭିଯୋଗ ହୋଇଛି ।

୩. ଦକ୍ଷିଣପଶ୍ଚିମ ଚାଇନାରେ ଥିବା ଏକ କୋଇଲା ଖଣି ଭୁଶୁଡ଼ି ପଡ଼ିବାରୁ ଏହା ମଧ୍ୟରେ ୧୪ ଜଣ ଶ୍ରମିକ ଫସିରହିଛନ୍ତି । 

୪. ବିଗ୍ ବଜାରରେ କାରବାର ବନ୍ଦ: ନିଜ ଅକ୍ତିଆରକୁ ଆଣିବ ରିଲାଏନ୍ସ, ଲିଜ୍‌ ଷ୍ଟୋର୍‌ର ପେମେଣ୍ଟ୍‌ ଦେଇପାରୁନି ଫ୍ୟୁଚର ଗ୍ରୁପ୍ ।

୫. *‘ସମ୍ବାଦ’* ପକ୍ଷରୁ ଓଡ଼ିଶା ଯୋଗାଥନ୍‌-୨୦୨୨: ଶିହରଣ ଖେଳାଇଲା ଓଁକାର ଧ୍ବନି ।

୬. କିବ୍‌ରେ ଭୀଷଣ ଲଢ଼େଇ: ସହରତଳି ଅଂଚଳ ରୁଷ୍‌ କବ୍‌ଜାରେ, କିବ୍‌ ଆକାଶରେ ରୁଷ୍‌ ଯୁଦ୍ଧ ବିମାନର ଗର୍ଜନ ।

୭. ପୂର୍ବ ୟୁରୋପୀୟ ରାଷ୍ଟ୍ର ୟୁକ୍ରେନ୍‌ ଉପରେ ରୁଷିଆର ବର୍ବରତା ଜାରି ରହିଥିବାବେଳେ ପ୍ରଥମ ଥର ପାଇଁ ଯୁଦ୍ଧ ବିରତିର ସଙ୍କେତ ମିଳିଛି । 

୮. ବର୍ଦ୍ଧିତ ବିଦ୍ୟୁତ୍‌ ଦେୟ ଦେଇ ରାଜ୍ୟବାସୀ ଶୋଷଣର ଶିକାର ହେବାକୁ ଯାଉଛନ୍ତି ବୋଲି ସମାଜବାଦୀ ପାର୍ଟି ପକ୍ଷରୁ ଅଭିଯୋଗ କରାଯାଇଛି ।

୯. ରାଜ୍ୟର ପ୍ରାଥମିକ ବିଦ୍ୟାଳୟଗୁଡ଼ିକ ଗତ ୧୪ ତାରିଖରୁ ଖୋଲିଛି । ତେବେ ସୋମବାରଠାରୁ ପିଲାମାନେ ସ୍କୁଲ୍‌ ଯିବେ । ଦୀର୍ଘ ଦୁଇବର୍ଷ ପରେ ପ୍ରଥମରୁ ପଞ୍ଚମ ପିଲା ସ୍କୁଲ ଯାଉଥିବାରୁ ସେମାନଙ୍କ ମଧ୍ୟରେ ନୂଆ ଉତ୍କଣ୍ଠା ପ୍ରକାଶ ପାଇଛି । ସେହିଭଳି ଷଷ୍ଠ ଓ ସପ୍ତମ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ଦ୍ୱିତୀୟ ପର୍ଯ୍ୟାୟ କ୍ଲାସ୍‌ରୁମ ପାଠପଢ଼ା ମଧ୍ୟ ଆରମ୍ଭ ହେବ ।

୧୦. ୩ୟ ଟି-ଟ୍ୱେଣ୍ଟି: ଶ୍ରୀଲଙ୍କାକୁ ୬ ଟି ୱିକେଟରେ ପରାସ୍ତ କରି ସିରିଜକୁ ୩-୦ କବଜା କଲା ଟିମ୍ ଇଣ୍ଡିଆ ।

୧୧. ରୁଷିଆ-ୟୁକ୍ରେନ ସଙ୍କଟକୁ ନେଇ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ବୈଠକ: ଭୋଟିଂରୁ ବିରତ ରହିଲା ଭାରତ ।

୧୨. ´´ଉପକୂଳ, ପଶ୍ଚିମ, ଉତ୍ତର, ଦକ୍ଷିଣ ´´ ଯେଉଁଠି ଦେଖିଲେ ବିଜେଡି । ସବୁଆଡ଼େ ଶଙ୍ଖନାଦ। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜବରଦସ୍ତ କ୍ରେଜ୍‌ ସବୁଠି ଦେଖିବାକୁ ମିଳିଛି । 

୧୩. କରୋନା କାଳରେ ବିଶ୍ବ ସଚେତନତାର ବାର୍ତ୍ତାବହ ; ‘ ଦ ହିଲିଂ ଟଚ୍’ କୁ ୪୯ ଆନ୍ତର୍ଜାତିକ ପୁରସ୍କାର ।

୧୪. ୟୁକ୍ରେନ ଉପରେ ପରମାଣୁ ଆକ୍ରମଣର ଧମକ ଦେଇଛି ରୁଷ୍‌ । ଏପରିକି ନିଜର ସେନା ମୁଖ୍ୟଙ୍କୁ ପରମାଣୁ ନିରୋଧୀ ବାହିନୀକୁ ପ୍ରସ୍ତୁତ ରଖିବାକୁ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଧମକ ପରେ ବିଶ୍ବବ୍ୟାପୀ ଆତଙ୍କ ସୃଷ୍ଟି ହୋଇଛି ।

୧୫. ଏଫ୍‍ଆଇଏଚ୍‍ ମହିଳା ପ୍ରୋ ଲିଗ୍‍ ହକିରେ ପଦାର୍ପଣ କରିଥିବା ଭାରତ ପ୍ରଥମ ପରାଜୟ ବରଣ କରିଛି । କଳିଙ୍ଗ ଷ୍ଟାଡ଼ିୟମରେ ରବିବାର ଖେଳା ଯାଇଥିବା ମ୍ୟାଚରେ ଭାରତକୁ ୪-୩ ଗୋଲ୍‌ରେ ସ୍ପେନ୍‌ ପରାସ୍ତ କରିଛି । 

୧୬. ୟୁକ୍ରେନରେ ଅଟକି ରହିଥିବା ଭାରତୀୟ ନାଗରିକଙ୍କୁ ଆଣିବା ପାଇଁ 'ଅପରେସନ୍ ଗଙ୍ଗା’ ରେ ଯୋଗଦେଲା ଇଣ୍ଡିଗୋ ।

୧୭. ବିଧିବଧ ଭାବେ ଭୋଟ ଗଣତିର ଫଳାଫଳ ଘୋଷଣା କଲେ ନିର୍ବାଚନ କମିଶନର ।
*ଗଣନା ତାରିଖ-୨୬.୦୨.୨୦୨୨
*ସମୁଦାୟ ଜିଲ୍ଲା ପରିଷଦ ସଦସ୍ୟ ସଂଖ୍ୟା -୩୧୫
*ଫଳାଫଳ ଘୋଷିତ -୩୧୪ ( ନିଆଳି ଜୋନ  -  ୧ ଘୋଷିତ ହୋଇ ନାହିଁ )
*ବିଜେଡି-୨୮୧
*ବିଜେପି -୧୫
*କଂଗ୍ରେସ-୧୪
*ସ୍ବାଧୀନ-୨
*ଅନ୍ୟାନ୍ୟ-୨

୧୮. ବେଲାରୁଷ୍‌ରେ ରୁଷ୍‌ ସହିତ ଶାନ୍ତି ଆଲୋଚନା ପ୍ରସ୍ତାବକୁ ୟୁକ୍ରେନ ଗ୍ରହଣ କଲା ।

୧୯. ୟୁକ୍ରେନ ସଂକଟ ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଭାରତୀୟ ନାଗରିକଙ୍କ ପାଇଁ MEA ଖୋଲିଲା ନୂଆ ଟ୍ୱିଟର ହ୍ୟାଣ୍ଡେଲ ।

୨୦. ପ୍ରସିଦ୍ଧ ଶୈବପୀଠ ଧବଳେଶ୍ଵରରେ ଫିକା ପଡିବ ଜାଗର ଯାତ୍ରା, ମାର୍ଚ୍ଚ ୧ ତାରିଖ ସକାଳ ୫ଟାରୁ ଲାଗିବ ୧୪୪ ଧାରା ।

🙏 ଆଜି ରାଷ୍ଟ୍ରୀୟ ବିଜ୍ଞାନ ଦିବସ 🙏

0 Comments