🌄 ଆଜିର ଖବର, ୧୩-ଫେବ୍ରୁଆରୀ-୨୦୨୨, ରବିବାର

 

╭─────────────────────╮

🌄 ଆଜିର ଖବର 🌄

୧୩-ଫେବ୍ରୁଆରୀ-୨୦୨୨,ରବିବାର

╰─────────────────────╯

•┈┈┈┈┈┈┈┈┈┈┈┈┈┈┈┈┈┈┈┈┈┈┈┈┈┈┈┈┈┈┈┈•

➡️୧-ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ଭୀମେଶ୍ୱର ଯାତ୍ରା ଅନୁଷ୍ଠିତ ହେଲା, ମହକିଲା ମୁଆଁ ବାସ୍ନା । ଶ୍ରୀଜିଉଙ୍କ ଚଳନ୍ତି ପ୍ରତିମାକୁ ପାଲିଙ୍କି ଓ ବିମାନରେ ବିରାଜମାନ କରାଯାଇ ସେବାୟତମାନେ ଭୀମେଶ୍ୱରକୁ ଯାତ୍ରା କରିଥିଲେ।


➡️୨-ଶ୍ରୀମନ୍ଦିର ଦଇତାପତି ନିଯୋଗର ୧୫ଜଣିଆ କମିଟି ହେଲା ନିର୍ବାଚିତ । ଏହି ୧୫ଜଣିଆ କମିଟିରୁ ସଭାପତି, ଉପସଭାପତି, ସମ୍ପାଦକ, ସହସମ୍ପାଦକ, କୋଷାଧ୍ୟକ୍ଷ ନିର୍ବାଚିତ ହେବେ।


➡️୩-ଖୁବଶୀଘ୍ର ଖାଇବା ତେଲ ପାଇବ ହ୍ରାସ, ଅଶୋଧିତ ପାମ ଅଏଲର କଷ୍ଟମ ଡ୍ୟୁଟି ୫.୫ ପ୍ରତିଶତ ହ୍ରାସ କଲେ କେନ୍ଦ୍ର ସରକାର ।


➡️୪-୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କଟକଣା ସାମାନ୍ୟ କୋହଳ କଲେ ଭାରତୀୟ ନିର୍ବାଚନ କମିଶନ । ଏଣିକି ସକାଳ ୬ଟାରୁ ରାତି ୧୦ଟା ଯାଏ ହୋଇପାରିବ ନିର୍ବାଚନ ପ୍ରଚାର।


➡️୫-ବିନା ପାଇଲଟ୍‌ରେ ଉଡିଲା ବ୍ଲାକ୍ ହକ୍ ହେଲିକପ୍ଟର, ପ୍ରଥମଥର ପାଇଁ ଆମେରିକାର କେଣ୍ଟୁକି ସହରରେ ଏହି ସଫଳ ପରୀକ୍ଷଣ କରାଯାଇଛି । ବିଜ୍ଞାନ ଦୁନିଆରେ ନୂଆ ଅଧ୍ୟାୟ ଯୋଡିଲା ଆମେରିକା ।


➡️୬-ଏଣିକି ମୁମ୍ବାଇର ଲୋକାଲ ଟ୍ରେନରେ ଯାତ୍ରା କରିବା ସମୟରେ ଫିଲ୍ମ ଏବଂ ଟିଭି ଶୋ ଦେଖିପାରିବେ ଯାତ୍ରୀ। 


➡️୭-ରାଜ୍ୟର ପ୍ରଥମ ନିର୍ବାଚନ କମିଶନର ଶ୍ରୀ ଦେବେନ୍ଦ୍ର କୁମାର ମିଶ୍ରଙ୍କ ବିୟୋଗରେ ରାଜ୍ୟ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟରେ ଏକ ଶୋକସଭା ହେଲା ଅନୁଷ୍ଠିତ ।


➡️୮-ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲ୍ଲାରେ ପୋଲିସ୍ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ହେଲା କଡ଼ାକଡ଼ି ।


➡️୯-ଢେଙ୍କାନାଳରେ ପ୍ରାକ ନିର୍ବାଚନୀ ହିଂସା । ସରପଞ୍ଚ ପ୍ରାର୍ଥୀଙ୍କୁ ୨ଟି ବାଇକ ରେ ଆସି ଭୁଜାଲୀରେ ହାଣିଦେଲେ ୪ ମୁଖାଧାରୀ ଦୁର୍ବୃତ୍ତ । 

➡️୧୦-ମମିତା ମେହେର ହତ୍ୟା ମାମଲାରେ ଦୁଇ ହଜାର ପୃଷ୍ଠାର ଚାର୍ଜସିଟ୍ । ଲାପଟପ, ପେନ୍ ଡ୍ରାଇଭ୍ ଓ ମନ୍ତ୍ରୀଙ୍କ ଲିଙ୍କ୍ ସମ୍ପର୍କରେ ନିରବ ରହିଲେ ଡିଆଇଜି ।

➡️୧୧-ଡ୍ରଗ୍ସ କେସ୍ ପରେ ପ୍ରଥମ ଥର ମିଡିଆ ସାମ୍ନାକୁ ଆସିଲେ ଶାହରୁଖଙ୍କ ପୁଅ ଆର୍ଯ୍ୟନ ।


➡️୧୨-ଉତ୍ତରପ୍ରଦେଶର ଦ୍ୱିତୀୟ ପର୍ଯ୍ୟାୟ, ଉତ୍ତରାଖଣ୍ଡ ଏବଂ ଗୋଆ ବିଧାନସଭା ନିର୍ବାଚନ ପାଇଁ ଗତକାଲି ସନ୍ଧ୍ୟାରେ ପ୍ରଚାର ହେଲା ଶେଷ ।


➡️୧୩-ଆସନ୍ତା ୧୪ ତାରିଖରେ ଉତ୍ତରାଖଣ୍ଡର ୭୦ ଆସନରେ ଏବଂ ଗୋଆର ୪୦ଟି ଆସନରେ ଭୋଟ୍ ଗ୍ରହଣ ହେବ।


➡️୧୪-ଟିଏମସି ରେ ନୂଆ ୨୦ ଜଣିଆ ଜାତୀୟ କାର୍ଯ୍ୟକାରିଣୀ ଦଳ ଘୋଷଣା କଲେ ମମତା ବାନାର୍ଜୀ ।


➡️୧୫-ପଶ୍ଚିମବଙ୍ଗରେ ବିଧାନସଭା ଅଧିବେଶନ ଶେଷ କଲେ ରାଜ୍ୟପାଳ । କୋଲକାତା ପଶ୍ଚିମବଙ୍ଗ ସରକାରଙ୍କ ସୁପାରିସ କ୍ରମେ ରାଜ୍ୟପାଳ ଜଗଦୀପ ଧନକଡ଼ ଗତକାଲି ପଶ୍ଚିମବଙ୍ଗର ବିଧାନସଭା ଅଧିବେଶନ କଲେ ଶେଷ ।


➡️୧୬-ଭାରତୀୟ ନୌସେନାକୁ ବଡ଼ ସଫଳତା: ପାକ୍ ରାସ୍ତାରେ ଆସୁଥିବା ୨୦୦୦ କୋଟି ଟଙ୍କାର ଡ୍ରଗ୍ସ କୁ କଲେ ଜବତ ।


➡️୧୭-ଆନ୍ଧ୍ରପ୍ରଦେଶ ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ; ନଷ୍ଟ କରାଗଲା  ୮୫୦ କୋଟି ଟଙ୍କାର ଗଞ୍ଜେଇ। 


➡️୧୮-କ୍ରିକେଟ କୁମ୍ଭମେଳା : ୧୫ କୋଟି ୨୫ ଲକ୍ଷରେ ମୁମ୍ବାଇକୁ ଗଲେ ଇଶାନ କିଷାନ । ୧୪ କୋଟିରେ ଦୀପକ ଚହରଙ୍କୁ କିଣିଲା ଚେନ୍ନାଇ ।


➡️୧୯-ଆଇପିଏଲ ଇତିହାସରେ ସବୁଠୁ ମହଙ୍ଗା ଅନକ୍ୟାପଡ୍ ଖେଳାଳି ହେଲେ ଅଭେଶ ଖାନ । ନୂତନ ଫ୍ରାଞ୍ଚାଇଜି ଲକ୍ଷ୍ନୌ ସୁପର ଜାୟଣ୍ଟସ୍ ୧୦ କୋଟି ଟଙ୍କାରେ ନିଜ ଦଳରେ କଲେ ସାମିଲ୍ ।


➡️୨୦-ଭାରତୀୟ ଯୋଡ଼ି ରାମକୁମାର ରାମନାଥନ୍‌ ଓ ସାକେତ ମିନେନି ବେଙ୍ଗାଲୁରୁ ଠାରେ ଆୟୋଜିତ ଓପନ୍‌ ଏଟିପି ଚ୍ୟାଲେଞ୍ଜର୍‌ ଟ୍ରଫି ଜିତିଲେ ।

➡️୨୧-ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟକୁ ଭର୍ଚୁଆଲ୍‌ ଟୁର୍‌, ଓଡ଼ିଶାର ବିଭିନ୍ନ ଜନଜାତିଙ୍କର କେଶବିନ୍ୟାସ ।

➡️୨୨-ଏଣିକି ରାତି ୧୦ଟା ଯାଏଁ ପ୍ରଚାର: ୫ ରାଜ୍ୟର ବିଧାନସଭା ନିର୍ବାଚନ ରାଲି କୋହଳ କଲେ ଭାରତୀୟ ନିର୍ବାଚନ କମିଶନ ।

➡️୨୩-ଅନୁଭବଙ୍କ ପତ୍ନୀ ବନାମ ଅନୁଭବଙ୍କ ବାନ୍ଧବୀ । ପୁଣି ଫେସବୁକ ପୋଷ୍ଟ ଜରିଆରେ ବର୍ଷାଙ୍କୁ ପରୋକ୍ଷରେ ଟାର୍ଗେଟ କଲେ ଜାଗ୍ରତି ଶୁକ୍ଳା ।

➡️୨୪-ଗୋଆରେ ସବୁ ନିର୍ବାଚନ ଲଢ଼ିବ ଶିବସେନା: ଆଦିତ୍ୟ ଠାକରେ ।


➡️୨୫-ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲା, ୨ହଜାର ପୃଷ୍ଠା ସମ୍ବଳିତ ଫାଇନାଲ ଚାର୍ଜସିଟ ଦାଖଲ ପୁଲିସ ।


➡️୨୬-ସିବିଆଇର ଅଭିଯୋଗ, ଏବିଜି ସିପୟାର୍ଡ କମ୍ପାନୀ ବ୍ୟାଙ୍କରୁ ଲୁଟିଛି ୨୨,୮୪୨ କୋଟି ଟଙ୍କା ।


➡️୨୭-ଫେବ୍ରୁଆରି ୧୩ରେ କୋର୍ଟ ଚାଲାଣ ହେବେ ସୁନ୍ଦରଗଡ଼ ଏଡିଏମ୍‌, ଏଯାଏଁ ଠାବ ହୋଇଛି ୧୦ କୋଟି ଟଙ୍କାର ସଂପତ୍ତି ।।


➡️୨୮-ଆସନ୍ତା ୧୬ରେ ପ୍ରଥମ ପର୍ଯ୍ୟାୟ ଭୋଟ୍‌: ୧୪ ସୁଦ୍ଧା ଅଞ୍ଚଳ ଛାଡ଼ିବେ ନେତା-କର୍ମୀ ।


➡️୨୯-ପଶ୍ଚିମବଙ୍ଗରେ ତୀବ୍ର ହେଉଛି ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ବିବାଦ, ଅନିର୍ଦ୍ଧିଷ୍ଠ କାଳ ପାଇଁ ବିଧାନସଭା ଅଧିବେଶନ ସ୍ଥଗିତ ରଖିଲେ ରାଜ୍ୟପାଳ ।

➡️୩୦-ମହାନଦୀ ଜଳ ବିବାଦ: କେନ୍ଦ୍ରୀୟ ଏଜେନ୍ସି ଓଡ଼ିଶା ଓ ଛତିଶଗଡ଼କୁ ଦେଇନାହାନ୍ତି ସଂପୂର୍ଣ୍ଣ ନଥି-ତଥ୍ୟ। 


➡️୩୧-ରାଜ୍ୟର ପ୍ରଥମ ନିର୍ବାଚନ କମିଶନର ଶ୍ରୀ ଦେବେନ୍ଦ୍ର କୁମାର ମିଶ୍ରଙ୍କ ବିୟୋଗରେ ରାଜ୍ୟ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା । 


➡️୩୨-ନିର୍ବାଚନ ବେଳେ ଲାଲ୍‌ ବାହିନୀ ଆତଙ୍କ, ଟାର୍ଗେଟ୍‌ରେ ସାଧାରଣ ଲୋକେ: ଟେର୍ ପାଉନି ଗୁଇନ୍ଦା ବିଭାଗ ।


➡️୩୩-ଉତ୍ତରପ୍ରଦେଶ ପରେ ମିଶନ୍ ଉତ୍ତରାଖଣ୍ଡ । ଦେବଭୂମିରେ ନେତାଙ୍କ ଡେରା ।


➡️୩୪-ଦୀର୍ଘ ୫୦ ବର୍ଷ ଧରି ବାଜାଜ ଗ୍ରୁପର ଚେୟାରମ୍ୟାନ ରହିଥିବା ପଦ୍ମଭୂଷଣ ରାହୁଲ ବଜାଜଙ୍କର ପରଲୋକ ହୋଇଛି। ପୁଣେ ସ୍ଥିତ ବାସଭବନରେ ତାଙ୍କର ୮୩ ବର୍ଷ ବୟସରେ ମୃତ୍ୟୁ ହୋଇଛି।



ସାମାନ୍ୟ ଥଣ୍ଡା, ତଂଟି ଦରଜ, ସାମାନ୍ୟ ଜ୍ୱର ଭଳି ଲକ୍ଷଣ ହେଲେ ତୁରନ୍ତ କୋଭିଡ୍ ପରୀକ୍ଷା କରାଇ ସଙ୍ଗରୋଧରେ ରୁହନ୍ତୁ ।

ଆଜି କୁମ୍ଭ ସଂକ୍ରାନ୍ତି ।

ଆଜି ବିଶ୍ୱ ରେଡ଼ିଓ ଦିବସ 


[ଖେଳ ଖବର]

ତାରିଖ ୧୩-୦୨-୨୦୨୨/ରବିବାର


IPL Auction 2022: 

ଜାଣନ୍ତୁ କେଉଁ ଦଳ କେଉଁ ଖେଳାଳିଙ୍କୁ କିଣିଲେ, ଆରସିବି ଓ ରାଜସ୍ଥାନ ରୟାଲ୍ସ ଖର୍ଚ୍ଚ କଲେ ସବୁଠୁ ଅଧିକ ଟଙ୍କା । ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ)ର ପ୍ରଥମ ଦିନର ମେଗା ନିଲାମ ସଂପନ୍ନ ହୋଇଛି। ପ୍ରଥମ ଦିନରେ ଫ୍ରାଞ୍ଚାଇଜିମାନେ ଅନେକ ଖେଳାଳିଙ୍କ ଉପରେ ଟଙ୍କା ବର୍ଷା କରିଛନ୍ତି। ଏଥିରେ ଅନେକ ଖେଳାଳି କୋଟିପତି ହୋଇଛନ୍ତି। ଇଶାନ କିଶନ ୨୦୨୨ ନିଲାମରେ ସବୁଠୁ ମହଙ୍ଗା ଖେଳାଳି ହୋଇଛନ୍ତି। ତାଙ୍କୁ ମୁମ୍ଵାଇ ଇଣ୍ଡିଆନ୍ସ ୧୫.୨୫ କୋଟି ଟଙ୍କାରେ କିଣିଛି। ନିଲାମର ପ୍ରଥମ ଦିନରେ ଅନକ୍ୟାପଡ ଖେଳାଳିଙ୍କ ଉପରେ ଖୁବ୍ ଟଙ୍କା ବର୍ଷିଛି। ଆଶାଠୁ ଅଧିକ ଦରରେ ବିକ୍ରି ହୋଇଛନ୍ତି ଖେଳାଳି। ଅନ୍ୟପଟେ ସୁରେଶ ରୈନା, ଡେଭିଡ୍ ମିଲର ଏବଂ ଷ୍ଟିଭ୍ ସ୍ମିଥ୍‌ଙ୍କ ପରି ଖେଳାଳିଙ୍କୁ କୌଣସି ଦଳ କିଣି ନାହାନ୍ତି। ଆଜିର ନିଲାମ ପରେ ଲକ୍ଷ୍ନୌ ସୁପର ଜାୟଣ୍ଟସର ଖାତାରେ ସବୁଠୁ କମ ଟଙ୍କା ରହିଥିବା ବେଳେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ପଞ୍ଜାବ କିଙ୍ଗ୍ସ ଖାତାରେ ଅଧିକ ଟଙ୍କା ରହିଛି। ଆସନ୍ତୁ ନଜର ପକାଇବା ପ୍ରତି ଦଳର ସ୍କ୍ଵାଡ, କେତେ ଖର୍ଚ୍ଚ ହୋଇଛି ଏବଂ କେତେ ଟଙ୍କା ବଳକା ରହିଛି।

        

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି)


ଖର୍ଚ୍ଚ ହୋଇଛି- ୮୦.୭୫ କୋଟି ଟଙ୍କା


ବଳକା ରହିଛି- ୯.୨୫ କୋଟି ଟଙ୍କା


ଦଳ- 

ଅନୁଜ ରାଓ୍ଵତ(୩.୪ କୋଟି), ଶହବାଜ ଅହମ୍ମଦ(୨.୪ କୋଟି), ଆକାଶ ଦୀପ(୨୦ ଲକ୍ଷ), ବିରାଟ କୋହଲି(୧୫ କୋଟି), ଜୋଶ ହେଜଲଉଡ(୭.୭୫ କୋଟି), ଦିନେଶ କାର୍ତ୍ତିକ(୫.୫ କୋଟି), ଗ୍ଲେନ ମ୍ୟାକ୍ସଓ୍ଵେଲ(୧୧ କୋଟି), ହର୍ଷଲ ପଟେଲ୍(୧୦.୭୫ କୋଟି), ଫାଫ ଡୁପ୍ଲେସିସ୍(୭ କୋଟି), ଓ୍ଵାନିନ୍ଦୁ ହସରଙ୍ଗା(୧୦.୭୫ କୋଟି), ମହମ୍ମଦ ସିରାଜ(୭ କୋଟି)।


କୋଲକାତା ନାଇଟ୍ ରାଇଡର୍ସ(କେକେଆର)


ଖର୍ଚ୍ଚ ହୋଇଛି- ୭୭.୩୫ କୋଟି ଟଙ୍କା


ବଳକା ରହିଛି- ୧୨.୬୫ କୋଟି ଟଙ୍କା


ଦଳ- 

ଶିବମ ମାଭି(୭.୨୫ କୋଟି), ବରୁଣ ଚକ୍ରବର୍ତ୍ତୀ(୮ କୋଟି), ସୁନିଲ ନାରିନେ(୬ କୋଟି), ଶେଲଡନ ଜ୍ୟାକ୍ସନ(୬୦ ଲକ୍ଷ), ଆନ୍ଦ୍ରେ ରସେଲ(୧୨ କୋଟି), ପାଟ୍ କମିନ୍ସ(୭.୨୫ କୋଟି), ନୀତିଶ ରାଣା(୮ କୋଟି), ଶ୍ରେୟସ ଆୟର(୧୨.୨୫ କୋଟି), ଭେଙ୍କଟେଶ ଆୟର(୮ କୋଟି)।


ପଞ୍ଜାବ କିଙ୍ଗ୍ସ


ଖର୍ଚ୍ଚ ହୋଇଛି- ୬୧.୩୫ କୋଟି


ବଳକା ରହିଛି- ୨୮.୬୫ କୋଟି ଟଙ୍କା


ଦଳ- 

ରାହୁଲ ଚହର(୫.୨୫ କୋଟି), ଅର୍ଶଦୀପ ସିଂହ(୪ କୋଟି), ପ୍ରଭସିମରନ ସିଂହ(୬୦ ଲକ୍ଷ), ହରପ୍ରୀତ ବରାର(୩.୮ କୋଟି), ଶିଖର ଧାଓ୍ଵନ(୮.୨୫ କୋଟି), ଜୋନି ବେୟାରଷ୍ଟୋ(୬.୭୫ କୋଟି), ମୟଙ୍କ ଅଗ୍ରଓ୍ଵଲ(୧୨ କୋଟି), କାଗିସୋ ରାବଡା(୯.୨୫ କୋଟି), ଶାହରୁଖ ଖାନ(୯ କୋଟି), ଜିତେଶ ଶର୍ମା(୨୦ ଲକ୍ଷ), ଇଶାନ ପୋରେଲ(୨୫ ଲକ୍ଷ)।


ଚେନ୍ନାଇ ସୁପରକିଙ୍ଗ୍ସ(ସିଏସକେ)


ଖର୍ଚ୍ଚ ହୋଇଛି- ୬୯.୫୫ କୋଟି ଟଙ୍କା


ବଳକା ରହିଛି- ୨୦.୪୫ କୋଟି ଟଙ୍କା


ଦଳ- 

ଋତୁରାଜ ଗାଏକଓ୍ଵାଡ(୬ କୋଟି), କେଏମ ଆସିଫ(୨୦ ଲକ୍ଷ), ରବୀନ୍ଦ୍ର ଜାଡେଜା(୧୬ କୋଟି), ମହେନ୍ଦ୍ର ସିଂହ ଧୋନୀ(୧୨ କୋଟି), ଅମ୍ବତି ରାୟୁଡୁ(୬.୭୫ କୋଟି), ରବିନ ଉଥପ୍ପା(୨ କୋଟି), ଦୀପକ ଚହର(୧୪ କୋଟି), ଡ୍ଵେନ ବ୍ରାଭୋ(୪.୪ କୋଟି), ତୁଷାର ଦେଶପାଣ୍ଡେ(୨୦ ଲକ୍ଷ), ମୋଇନ ଅଲ୍ଲୀ(୮ କୋଟି)।


       ଦିଲ୍ଲୀ କ୍ୟାପିଟାଲ୍ସ(ଡିସି)


ଖର୍ଚ୍ଚ ହୋଇଛି- ୭୩.୫୦ କୋଟି ଟଙ୍କା


ବଳକା ରହିଛି- ୧୬.୫୦ କୋଟି ଟଙ୍କା


ଦଳ- 

ପୃଥ୍ଵୀ ଶ(୭.୫ କୋଟି), କମଲେଶ ନାଗରକୋଟି(୧.୧ କୋଟି), ଡେଭିଡ୍ ଓ୍ଵାର୍ଣ୍ଣର(୬.୨୫ କୋଟି), ମିଚେଲ୍ ମାର୍ଶ(୬.୫୦ କୋଟି), ମୁସ୍ତାଫିଜୁର ରେହମାନ(୨ କୋଟି), ଶାର୍ଦ୍ଦୁଳ ଠାକୁର(୧୦.୭୫ କୋଟି), ଏନରିଚ୍ ନୋର୍ତ୍ତଜେ(୬.୫୦ କୋଟି), କେଏସ ଭରତ(୨ କୋଟି), ଅକ୍ଷର ପଟେଲ(୯ କୋଟି), କୁଲଦୀପ ଯାଦବ(୨ କୋଟି), ସରଫରାଜ ଖାନ(୨୦ ଲକ୍ଷ), ଅଶ୍ଵିନ ହେବର(୨୦ ଲକ୍ଷ), ଋଷଭ ପନ୍ତ(୧୬ କୋଟି)।


ରାଜସ୍ଥାନ ରୟାଲ୍ସ(ଆରଆର)


ଖର୍ଚ୍ଚ ହୋଇଛି- ୭୭.୮୫ କୋଟି ଟଙ୍କା


ବଳକା ରହିଛି- ୧୨.୧୫ କୋଟି ଟଙ୍କା


ଦଳ- 

ରିୟାନ ପରାଗ(୩.୮ କୋଟି), ଦେବଦତ୍ତ ପାଡିକଲ(୭.୭୫ କୋଟି), ଯଶସ୍ଵୀ ଜୟସଓ୍ଵାଲ(୪ କୋଟି), ଆର ଅଶ୍ଵିନ(୫ କୋଟି), ଟ୍ରେଣ୍ଟ ବୋଲ୍ଟ(୮ କୋଟି), ଜୋସ୍ ବଟଲର(୧୦ କୋଟି), ସଞ୍ଜୁ ସାମସନ(୧୪ କୋଟି), ୟୁଜବେନ୍ଦ୍ର ଚହଲ(୬.୫ କୋଟି), ସିମରନ ହେଟମାୟର(୮.୫ କୋଟି), କେସି କେରିୟପ୍ପା(୩୦ ଲକ୍ଷ), ପ୍ରସିଦ୍ଧ କୃଷ୍ଣା(୧୦ କୋଟି)

    

 ମୁମ୍ବାଇ ଇଣ୍ଡିଆନ୍ସ(ଏମଆଇ)


ଖର୍ଚ୍ଚ ହୋଇଛି- ୬୨.୧୫ କୋଟି ଟଙ୍କା


ବଳକା ରହିଛି- ୨୭.୮୫ କୋଟି ଟଙ୍କା


ଦଳ- 

ଡେଭାଲ୍ଡ ବ୍ରେଭିସ୍(୩ କୋଟି), କିରଣ ପୋଲାର୍ଡ(୬ କୋଟି), ରୋହିତ ଶର୍ମା(୧୬ କୋଟି), ସୂର୍ଯ୍ୟକୁମାର ଯାଦବ(୮ କୋଟି), ମୁରୁଗାନ ଅଶ୍ଵିନ(୧.୬ କୋଟି), ଯଶପ୍ରୀତ ବୁମରା(୧୨ କୋଟି), ଇଶାନ କିଶନ(୧୫.୨୫ କୋଟି), ବାସିଲ ଥମ୍ପି(୩୦ ଲକ୍ଷ)।


ସନରାଇଜର୍ସ ହାଇଦ୍ରାବାଦ(ଏସଆରଏଚ)


ଖର୍ଚ୍ଚ ହୋଇଛି- ୬୯.୮୫ କୋଟି ଟଙ୍କା


ବଳକା ରହିଛି- ୨୦୧.୫ କୋଟି ଟଙ୍କା


ଦଳ- 

ପ୍ରିୟମ ଗର୍ଗ(୩୦ ଲକ୍ଷ), ଅଭିଷେକ ଶର୍ମା(୬.୫ କୋଟି), କାର୍ତ୍ତିକ ତ୍ୟାଗୀ(୪ କୋଟି), ଅବଦୁଲ ସାମଦ(୪ କୋଟି), ଉମରାନ ମଲିକ(୪ କୋଟି), କେନ ଓ୍ଵିଲିୟମସନ(୧୪ କୋଟି), ଭୁବନେଶ୍ଵର କୁମାର(୪.୨ କୋଟି), ରାହୁଲ ତ୍ରିପାଠୀ(୮.୫ କୋଟି), ଜେ ସୂଚିତ(୨୦ ଲକ୍ଷ), ପୂରନ(୧୦.୭୫ କୋଟି), ଓ୍ଵାଶିଂଟନ ସୁନ୍ଦର(୮.୭୫ କୋଟି), ଟି ନଟରାଜନ(୪ କୋଟି), ଶ୍ରେୟସ ଗୋପାଲ(୭୫ ଲକ୍ଷ)।


ଲକ୍ଷ୍ମୌ ସୁପର ଜାୟଣ୍ଟସ(ଏଲଏସଜି)


ଖର୍ଚ୍ଚ ହୋଇଛି- ୮୩.୧୦ କୋଟି ଟଙ୍କା


ବଳକା ରହିଛି- ୬.୯୦ କୋଟି ଟଙ୍କା


ଦଳ- 

ରବି ବିଶ୍ନୋଇ(୪ କୋଟି), ମନୀଷ ପାଣ୍ଡେ(୪.୬ କୋଟି), ମାର୍କସ ଷ୍ଟୋଇନିସ୍(୯.୨ କୋଟି), ମାର୍କ ଉଡ(୭.୫ କୋଟି), କ୍ଵିଣ୍ଟନ ଡିକକ୍‌(୬.୭୫ କୋଟି), ଜାସନ ହୋଲଡର(୮.୭୫ କୋଟି), କେଏଲ ରାହୁଲ(୧୭ କୋଟି), କୃଣାଲ ପାଣ୍ଡ୍ୟା(୮.୨୫ କୋଟି), ଦୀପକ ହୁଡ୍ଡା(୫.୭୫ କୋଟି), ଅଙ୍କିତ ରାଜପୁତ(୫୦ ଲକ୍ଷ), ଅଭେଶ ଖାନ(୧୦ କୋଟି)।


ଗୁଜରାଟ ଟାଇଟନ୍ସ(ଜିଟି)


ଖର୍ଚ୍ଚ ହୋଇଛି- ୭୧.୧୫ କୋଟି ଟଙ୍କା


ବଳକା ରହିଛି- ୧୮.୮୫ କୋଟି ଟଙ୍କା


ଦଳ- 

ଆର ସାଇ କିଶୋର(୩ କୋଟି), ଶୁଭମାନ ଗିଲ୍(୮ କୋଟି), ନୁର ଅହମ୍ମଦ(୩୦ ଲକ୍ଷ), ଜାସନ ରୟ(୨ କୋଟି), ରାହୁଲ ତେଓ୍ଵତିଆ(୯ କୋଟି), ମହମ୍ମଦ ଶାମି(୬.୨୫ କୋଟି), ଲୋକି ଫର୍ଗ୍ୟୁସନ(୧୦ କୋଟି), ହାର୍ଦ୍ଦିକ ପାଣ୍ଡ୍ୟା(୧୫ କୋଟି), ଅଭିନବ ମନୋହର(୨.୬ କୋଟି), ରଶିଦ ଖାନ(୧୫ କୋଟି) ।



0 Comments