📩ଆଜିର ଖବର || 27-02-2022 (ରବିବାର)

aofreenew

╭─────────📩────────╮

 || ଆଜିର ମୁଖ୍ୟ ୨୮ ଟି ଖବର || 

27-02-2022 (ରବିବାର)

╰───────────────────╯

●--------------------------------------------------------------------------------------------------------------------●


  • ଭୁବନେଶ୍ୱରରେ ସମସ୍ତ କୋଭିଡ୍‌ କେୟାର ସେଣ୍ଟର ଆସନ୍ତା ୨୮ ତାରିଖରୁ ବନ୍ଦ ହେବ । କୋଭିଡ୍‌ ସ୍ଥିତିରେ ସୁଧାର ଆସିଥିବାରୁ ଭୁବନେଶ୍ୱର ମହାନଗର ନିଗମ – ବି.ଏମ୍‍.ସି. ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି । 
  • ୟୁକ୍ରେନ୍‍ରେ ଫଶି ରହିଥିବା ଓଡ଼ିଆ ଛାତ୍ରଛାତ୍ରୀ ଓ ଶ୍ରମିକମାନଙ୍କୁ ଫେରାଇ ଆଣିବାପାଇଁ ରାଜ୍ୟ ସରକାର ସମସ୍ତ ଖର୍ଚ୍ଚ ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । 
  • ୟୁକ୍ରେନରେ ଫସି ରହିଥିବା ୨୧୯ ଭାରତୀୟ ଦେଶକୁ ଫେରିଲେ, ଜାରି ରହିବ ‘ଅପରେସନ୍ ଗଙ୍ଗା’ ।
  • ପାଖେଇଲା ବିଏମସି ନିର୍ବାଚନ, ବିଜେପି ଛାଡି ବିଜେଡିରେ ଯୋଗଦେଲେ ଶତାଧିକ କର୍ମି ।
  • ଏକକ ଇ-ଅକ୍ସନ ବ୍ୟବସ୍ଥାରେ କୋଇଲା କମ୍ପାନୀମାନେ ଏବେ କୋଇଲା ବିକିବେ: ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ ।
  • ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେଁସ୍କିଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ । ଯୁଦ୍ଧ କାରଣରୁ ୟୁକ୍ରେନରେ ହୋଇଥିବା ଜୀବନ ଓ ସମ୍ପତ୍ତି ହାନି ପାଇଁ ପ୍ରଧାନମନ୍ତ୍ରୀ ଗଭୀର ଦୁଃଖ ପ୍ରକଟ କରିଥିଲେ ।
  • ଋଷ ଆକ୍ରମଣ ଭୟରେ ରାଜଧାନୀ କିବରୁ ପଳାୟନ କଲେ ୟୁକ୍ରେନ ରାଷ୍ଟ୍ରପତି: ଦାବି କଲେ ଋଷ ସଂସଦର ସ୍ପିକର ।
  • ଖୋର୍ଦ୍ଧା ଉପଖଣ୍ଡରେ ଭୋଟ ଗଣତିରେ ବ୍ୟାପକ ଅବ୍ୟବସ୍ଥା, ଭୋଟଗଣତିରେ ବିଳମ୍ବ । ଫଳରେ ବିଭିନ୍ନ ସ୍ଥାନରେ ଭୋଟ ଗଣତି ନିର୍ଦ୍ଧାରିତ ସମୟ ଠାରୁ ପ୍ରାୟ ୦୪ରୁ ୧ ଘଂଟା ମିନିଟ୍ ବିଳମ୍ବରେ ଆରମ୍ଭ ହୋଇଥିଲା ।
  • ଆସନ୍ତା କାଲି ଆଉ 250 ଭାରତୀୟ ନାଗରିକ ଦିଲ୍ଲୀ ପହଞ୍ଚିବେ ବୋଲି କହିଛନ୍ତି ବୈଦେଶିକ ମନ୍ତ୍ରୀ ।
  • ଫେଲ ମାରିବ ପୁଟିନଙ୍କ ୟୁକ୍ରେନ ମିଶନ ! ଅଧିକ ଦିନ ଯୁଦ୍ଧ ଲଢିପାରିବନି ମସ୍କୋ, ପ୍ରତିଦିନ ଖର୍ଚ୍ଚ କରୁଛି ୧.୫ ଲକ୍ଷ କୋଟି ଟଙ୍କା ।
  • କର୍ଣ୍ଣାଟକରେ ହିଜାବ ବିବାଦ ମଧ୍ୟରେ ଉପ ରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଅନାବଶ୍ୟକ ବିବାଦକୁ ପ୍ରୋତ୍ସାହିତ ନକରିବା ଉଚିତ୍ ବୋଲି କହିଛନ୍ତି । 
  • ନ୍ୟୁୟର୍କରେ ‘ଫୁଡ୍ କୋମା’ ର ଶିକାର ‌ହେଲେ ବଲିଉଡ ଅଭିନେତା ରଣବୀର ସିଂହ । ତେବେ କୌଣସି ରୋଗ ନୁହେଁ, ଅଧିକ ଖାଦ୍ୟ ଖାଇଥିବାରୁ ରଣବୀର ଏଭଳି ଲେଖିଥିବା ଜଣାପଡ଼ିଛି । 
  •  ମିଡ଼ିଆକୁ ପୁଟିନ୍‌ଙ୍କ ନାଲି ଆଖି, ଆକ୍ରମଣ-ଅନୁପ୍ରବେଶ-ଯୁଦ୍ଧ ଶବ୍ଦର ବ୍ୟବହାର କଲେ ଜେଲ ସହିତ ଜରିମାନା ଦଣ୍ଡାଦେଶ ଭୋଗୀବାକୁ ପଡ଼ିବ ବୋଲି ମିଡ଼ିଆ ରେଗୁଲେଟାରୀ ଡିଭିଜନ୍‌ କହିଛି ।
  • ଜିଲ୍ଲା ପରିଷଦ ନିର୍ବାଚନ: ୨୮୧ରେ ବିଜେଡି, ୧୬ ଜୋନ୍‌ରେ କଂଗ୍ରେସ ଆଗୁଆ ।
  • ୟୁକ୍ରେନ୍‌ କଥାବର୍ତ୍ତା ହେବାକୁ ପ୍ରସ୍ତୁତ ନୁହେଁ, ଚାରିପଟୁ ଆକ୍ରମଣ କରିବାକୁ ଆଦେଶ ଦେଲା ଋଷ୍‌ ।
  • ଅଣସଂଗଠିତ କ୍ଷେତ୍ରରେ ବିଶେଷ ଭାବେ କେନ୍ଦୁପତ୍ର ଓ ଶାଳପତ୍ର ତୋଳାଳି ଏବଂ ଲଘୁବନଜାତ ଦ୍ରବ୍ୟ ସଂଗ୍ରହ କରୁଥିବା ମହିଳା ଶ୍ରମିକଙ୍କର ନେତୃତ୍ୱ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । 
  • ଫେବ୍ରୁଆରୀ ୧୮ ରେ ଶେଷ ହୋଇଥିବା ସପ୍ତାହରେ ଦେଶରେ ବିଦେଶୀ ମୁଦ୍ରା ଭଣ୍ଡାରରେ ୨.୭୬୨ ବିଲିୟନ ଡଲାର ବୃଦ୍ଧି ହୋଇ ୬୩୨.୯୫ ବିଲିୟନ ଡଲାରରେ ପହଞ୍ଚିଛି । ଗୋଲ୍ଡ ରିଜର୍ଭର ମୂଲ୍ୟରେ ବୃଦ୍ଧି ଏବଂ ମୁଖ୍ୟ ମୁଦ୍ରା ସମ୍ପତ୍ତିରେ ବୃଦ୍ଧି ଯୋଗୁଁ ବିଦେଶୀ ମୁଦ୍ରା ଭଣ୍ଡାରରେ ବୃଦ୍ଧି ଘଟିଛି ।
  • ୨ୟ ଟି-୨୦: ଶ୍ରୀଲଙ୍କାକୁ ୭ ୱିକେଟ୍‌ରେ ହରାଇଲା ଭାରତ, ଶୃଙ୍ଖଳାରେ ୨-୦ରେ ଅଗ୍ରଣୀ । 
  • ଜିଲ୍ଲାରେ ଚଳିତ ବର୍ଷ ଆସନ୍ତାକାଲି ଠାରୁ ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ ଜନ୍ମରୁ ୫ ବର୍ଷ ବୟସ ଶିଶୁ ମାନଙ୍କୁ ପୋଲିଓ ବୁନ୍ଦା ଦିଆଯିବ । ଅ‍ାସନ୍ତାକାଲି ବୁଥ ସ୍ତରରେ ଏବଂ ୨୮ ଓ ମାର୍ଚ୍ଚ ପହିଲାରେ ଘରକୁ ଘର ବୁଲି ପୋଲିଓ ବୁନ୍ଦା ଦିଆଯିବ ।
  • ବ୍ରିଟେନରେ ବହୁଦେଶୀୟ ଯୁଦ୍ଧାଭ୍ୟାସରେ ସାମିଲ ହେବନି ଭାରତୀୟ ବାୟୁସେନା, ୟୁକ୍ରେନ ସଂକଟ ପରେ ବଦଳିଲା ନିଷ୍ପତ୍ତି ।
  • ମହାଶିବରାତ୍ରୀ ପାଇଁ କମିଶନରେଟ୍ ପୁଲିସ ପକ୍ଷରୁ ଟ୍ରାଫିକ କଟକଣା । ଏହି କଟକଣା ମାର୍ଚ୍ଚ ୦୧ ତାରିଖ ଦିନ ୨ଟାରୁ ମହାଦୀପ ଉଠିବା ପର୍ଯ୍ୟନ୍ତ ତଥା ଜନସମାଗମ ଅପସାରିତ ହେବା ଯାଏ ବଳବତ୍ତର ରହିବ ।
  • କୋଟିଆ ପଞ୍ଚାୟତ ନିର୍ବାଚନ: ଫେଲ୍ ମାରିଲେ ସର୍ବଦଳୀୟ ପ୍ରାର୍ଥୀ, ବିଜୟୀ ହେଲେ ସ୍ୱାଧୀନ ପ୍ରାର୍ଥୀ ।
  • ସଂକ୍ରମଣ ହ୍ରାସ ହେବା ପରେ କରୋନା କଟକଣା କୋହଳ କଲେ ଦିଲ୍ଲୀ ସରକାର । 
  • କମୁଛି ସଂକ୍ରମଣ: ଚାରି ଚକିଆ ଯାନ ଉପରେ ଫେସ୍‌ ମାସ୍କ ନିୟମ କୋହଳ କଲେ ଦିଲ୍ଲୀ ସରକାର ।
  • ଶନିବାର ରାଜ୍ୟରୁ ଆଉ ୪୯୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍‌ ୧୨,୭୨,୯୨୨ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି । ଆଜି ଖୋର୍ଦ୍ଧାରୁ ସର୍ବାଧିକ ୯୨ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୯୧ ଏବଂ ସମ୍ବଲପୁରରୁ ୩୭ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
  • ସମଗ୍ର ଦେଶରେ ଲାଗୁ ହେବାକୁ ଯାଉଚି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆୟୁସ୍ମାନ ଭାରତ ଡିଜିଟାଲ ମିଶନ(ଏବିଡିଏମ୍‌) । ଏନେଇ ଆଜି ଅପରାହ୍ନରେ ବସିଥିବା ବୈଠକରେ କେନ୍ଦ୍ର କ୍ୟାବିନେଟ ଏହାକୁ ଜାତୀୟ ସ୍ତରରେ ପ୍ରଚଳିତ କରିବା ପାଇଁ ଅନୁମତି ଦେଇଛି । 
  • ଆମେରିକା ପରେ ୟୁକ୍ରେନକୁ ସହଯୋଗର ହାତ ବଢ଼ାଇଲା ଫ୍ରାନ୍ସ; ଯୋଗାଇବ ଅସ୍ତ୍ରଶସ୍ତ୍ର ଏବଂ ସାମରିକ ଉପକରଣ ।
  • କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେଲା ଏଫ୍‌ଆଇଏଚ୍‌ ପ୍ରୋ-ଲିଗ୍‌ ହକି । ଭାରତର ଉଭୟ ପୁରୁଷ ଓ ମହିଳା ଟିମ୍‌ ସ୍ପେନକୁ ଭେଟିଛି ।

●-------------------------------------------------------୨୮----------------------------------------------------------●

ୟୁକ୍ରେନ୍‌କୁ ସହଯୋଗର ହାତ ବଢ଼ିଲା: ବ୍ରି‌ଟେନ୍‌ ସମେତ ୨୭ ରାଷ୍ଟ୍ର ଅସ୍ତ୍ରଶସ୍ତ୍ର ଦେବେ

27-Feb-2022 | Sambad


```କିବ୍‌ : ୟୁକ୍ରେନ୍‌ ର ରାଜଧାନୀ କିବ୍‌ରେ ରୁଷ୍‌ ସୈନ୍ୟବାହିନୀ ଆକ୍ରମଣକୁ ବ୍ୟାପକ କରିଛନ୍ତି। କିବ୍‌କୁ କବ୍ଜା କରିବାପାଇଁ ରୁଷ୍‌ ସବୁ ଶକ୍ତି ଖଟାଇ ଦେଇଛି। ଅନ୍ୟପକ୍ଷେ ୟୁକ୍ରେନ୍‌ କହୁଛି ସେ ରୁଷ୍‌ର ଆକ୍ରମଣ ଯୋଜନାକୁ ବିଗାଡ଼ି ଦେଇଛି। ଶନିବାର ସକାଳେ ୟୁକ୍ରେନ୍‌ ର ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କି କହିଛନ୍ତି, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ତାଙ୍କ ଦେଶକୁ ଅସ୍ତ୍ର‌ଶସ୍ତ୍ର ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ୟୁକ୍ରେନ୍‌କୁ ସହଯୋଗୀ ରାଷ୍ଟ୍ରମାନଙ୍କଠାରୁ ଏବେ ଅସ୍ତ୍ର ଆସିବା ଆରମ୍ଭ ହୋଇଛି। ଯୁଦ୍ଧ ବିରୋଧୀ ମେଣ୍ଟ କାମ ଦେଉଛି ବୋଲି ଜେଲେନସ୍କି ଟ୍ଵିଟ୍‌ କରି କହିଛନ୍ତି। ବ୍ରିଟେନ୍‌ ସମେତ ୨୭ଟି ଦେଶ ୟୁକ୍ରେନ୍‌କୁ ‌ଅସ୍ତ୍ରଶସ୍ତ୍ର ଏବଂ ସାମରିକ ସହାୟତା ପଠାଇବାପାଇଁ ରାଜି ହୋଇଛନ୍ତି ବୋଲି ରାଷ୍ଟ୍ରପତି ସୂଚନା ଦେଇଛନ୍ତି। ୟୁକ୍ରେନ୍‌କୁ ଅସ୍ତ୍ର ପଠାଇବାପାଇଁ ପୂର୍ବରୁ ଯେଉଁ ରାଷ୍ଟ୍ରମାନେ ମନା କରୁଥିଲେ ସେମାନେ ଏବେ ଅସ୍ତ୍ର ପଠାଇବାକୁ ରାଜି ହୋଇଛନ୍ତି ବୋଲି ମଧ୍ୟ,  -ସେ କହିଛନ୍ତି।

●--------------------------------------------------------------------------------------------------------------------●


🌼🌼ଆଜି ପଙ୍କୋଦ୍ଧାର ବଡ଼ ଏକାଦଶୀ🌼🌼

0 Comments