ଖବର ଆଜିରତାରିଖ ୦୧-୦୩-୨୦୨୨/ମଙ୍ଗଳବାର

#aonews, #odiakhabar, #odianews, #odiamagazine, #ajirakhabar,
📩ଆଜିର ଖବର  || ତାରିଖ ୦୧-୦୩-୨୦୨୨/ମଙ୍ଗଳବାର
●------------------------------------------------------------------------------------●

୧-ଦୀର୍ଘ ଦୁଇବର୍ଷ ପରେ ରାଜ୍ୟରେ ଖୋଲିଲା ପ୍ରାଥମିକ ବିଦ୍ୟାଳୟ । ଶିକ୍ଷକ ଶିକ୍ଷୟତ୍ରୀଙ୍କ ସମେତ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ସୋମବାର ସକାଳୁ ବିଭିନ୍ନ ପ୍ରାଥମିକ ବିଦ୍ୟାଳୟରେ କୋମଳମତୀ ଛାତ୍ର ଛାତ୍ରୀ ଙ୍କୁ ସ୍ବାଗତ କରି ବିଦ୍ୟାଳୟକୁ ପ୍ରବେଶ କରାଯାଇଛି ।

୨-ରୁଷ-ୟୁକ୍ରେନ ଯୁଦ୍ଧ ପରିସ୍ଥିତି ଉପରେ ତୃତୀୟ ଉଚ୍ଚ ସ୍ତରୀୟ ବୈଠକ କଲେ ପ୍ରଧାନମନ୍ତ୍ରୀ ମୋଦୀ।
 
୩-ୟୁକ୍ରେନ ଉପ‌ରେ ଆକ୍ରମଣ କରିବାରୁ ଆର୍ଥିକ କଟକଣା ସହ ବିମାନ ଚଳାଚଳ ଉପରେ କଟକଣା ଲଗାଇଥିଲେ କିଛି ୟୁରୋପୀୟ ଦେଶ। ପାଶ୍ଚାତ୍ୟ ଦେଶଗୁଡ଼ିକ ନେଇଥିବା ଏହି ପଦକ୍ଷେପକୁ ବିରୋଧ କରି ଏବେ ଋଷ ବଡ଼ ନିଷ୍ପତ୍ତି ନେଇଛି। ୟୁରୋପୀୟ ସଂଘ ଋଷର କୌଣସି ବିମାନ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇବା ପରେ ଏହାର ଜବାବ ଦେବାକୁ ଯାଇ ଋଷ ଏବେ ୩୬ଟି ଦେଶ ଉପରେ ବିମାନ ଚଳାଚଳ ନେଇ କଟକଣା ଲଗାଇଛି।

୪-ଯୁଦ୍ଧ ମଝିରେ ଭାରତର ବଡ ନିଷ୍ପତ୍ତି, ୟୁକ୍ରେନକୁ ପଠାଇବ ଔଷଧ, ଯାେଗାଇବ ମାନବିକତା ସହାୟତା । 

୫-ରାଜ୍ୟ ସରକାର ଜାରି କଲେ ମାର୍ଚ୍ଚ ମାସର ନୂଆ ମାର୍ଗଦର୍ଶିକା :- ମନ୍ଦିରରେ ପାଳନ ହେବ ମହାଶିବରାତ୍ରୀ ଓ ଦୋଳପୂର୍ଣ୍ଣିମା , ଘରେ ଖେଳିପାରିବେ ହୋଲି ।

୬-ୟୁକ୍ରେନ ଉପରେ ଆକ୍ରମଣ ରୁଷକୁ ପଡିବ ମହଙ୍ଗା, ଫୁଟବଲ୍‌ ବିଶ୍ଵକପରୁ ବିଦା କରିପାରେ FIFA ।

୭-ତଳକୁ ତଳକୁ ଖସୁଛି ଋଷୀୟ ମୁଦ୍ରା ରୁବେଲ: ଡଲାର ତୁଳନାରେ ୨୦ ପ୍ରତିଶତ ହ୍ରାସ ପାଇଲା ରୁବେଲ ।

୮-ଖାର୍କିଭରେ ଋଷ ସେନାର ନିର୍ଯାତନାର ଚିତ୍ର: ସୁପର ମାର୍କେଟ ରେ ପଶିଲେ ବନ୍ଧୁକ ମୁନରେ ଛଡାଇନେଲେ ଖାଦ୍ୟ ପଦାର୍ଥ ।

୯-ଆମେରିକାର ବଡ ପଦକ୍ଷେପ, ରୁଷର ସେଣ୍ଟ୍ରାଲ ବ୍ୟାଙ୍କ ସହ ଆର୍ଥିକ ନେଣଦେଣ ଉପରେ ଲଗାଇଲା ରୋକ୍ ।

୧୦-୩୬୧ ସପ୍ତାହ ପରେ ଟେନିସକୁ ମିଳିଲା ନୂଆ ନମ୍ୱର ୱାନ ଖେଳାଳି, ଜୋକୋଭିକଙ୍କୁ ହଟାଇ ଶୀର୍ଷରେ ମେଦଭେଦେବ ।

୧୧-୨୦୨୧-୨୨ ଶିକ୍ଷା ବର୍ଷ ପାଇଁ ଜୁଲାଇ ୩୧ ସୁଦ୍ଧା ସରିବ UG/PG ଫାଇନାଲ ସେମିଷ୍ଟର ପରୀକ୍ଷା । ଏନେଇ ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତି ଓ ଯୁକ୍ତ ତିନି କଲେଜର ଅଧ୍ୟକ୍ଷମାନଙ୍କୁ ଉଚ୍ଚ ଶିକ୍ଷା ସଚିବ ଚିଠି ଲେଖି ସାରିବା ନେଇ ନିର୍ଦ୍ଦେଶ ଜାରୀ କରିଛନ୍ତି । 

୧୨-ତୃତୀୟ ତ୍ରୟମାସିକରେ ୫.୪ ପ୍ରତିଶତ ବଢିଲା ଜିଡିପି, FY22 ପାଇଁ ସଂଶୋଧିତ ଜିଡିପି ଆକଳନ ୮.୯ 

୧୩-କେନ୍ଦ୍ର ସରକାର ସୋମବାର ମାଧବୀ ପୁରୀ ବୁଚଙ୍କୁ ସିକ୍ୟୁରିଟୀ ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ୍ ଇଣ୍ଡିଆ (SEBI)ର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛନ୍ତି। ଏଥିସହ ମାଧବୀ ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ୍ ଇଣ୍ଡିଆର ପ୍ରଥମ ମହିଳା ଅଧ୍ୟକ୍ଷ ହୋଇଛନ୍ତି।  

-ପୋଲିସ ଓ ସୈନ୍ୟ ଭାରତୀୟଙ୍କୁ ଲାଠି ଓ ଲାତ ମାରିଥିବା ଛାତ୍ରୀଛାତ୍ରମାନେ ଭିଡିଓରେ ବଖାଣିଛନ୍ତି । ୟୁକ୍ରେନରୁ ଓଡ଼ିଆଙ୍କୁ ଫେରାଇ ଆଣିବାକୁ ସବୁ ପ୍ରକାର ଉଦ୍ୟମ କରାଯିବ : ମୁଖ୍ୟମନ୍ତ୍ରୀ ।

- ଯୁଦ୍ଧଭୂମି ୟୁକ୍ରେନ୍‌ରେ ଫସିଥିବା ଭାରତୀୟ ଛାତ୍ରୀଛାତ୍ରଙ୍କ ଉଦ୍ଧାର ଅଭିଯାନ ଜାରି ରଖିଛନ୍ତି ଭାରତ ସରକାର । ମିଶନ ଗଙ୍ଗା’ ଜରିଆରେ ୬ଟି ବିମାନରେ ପ୍ରାୟ ୧୪୦୦ ଭାରତୀୟ ୟୁକ୍ରେନ ଛାଡ଼ିଥିବା ବହିର୍ବ୍ୟାପାର ସଚିବ ଅରିନ୍ଦମ ବାଗ୍‌ଚୀ କହିଛନ୍ତି । 

- ରାଜ୍ୟରେ କୋଭିଡ ମୃତକଙ୍କ ସଂପର୍କୀୟଙ୍କୁ ଦିଆଯାଉଥିବା କ୍ଷତିପୂରଣ ରାଶି ସଂଖ୍ୟା ୧୫ହଜାର ଟପିଯାଇଛି ।

- ଯୁଆଡେ ଚାହିଁବ ସିଆଡେ ବିଜେଡି : ୮୫୧ ଜିଲ୍ଲାପରିଷଦ ଜୋନରୁ ୭୬୫ ଆସନରେ ଆଗୁଆ ଶାସକ ଦଳ ।

- ୫ ଦିନରେ ୫ ଲକ୍ଷରୁ ଅଧିକ ଲୋକ ୟୁକ୍ରେନ୍‌ ଛାଡ଼ିଲେଣି: ୭ ଶିଶୁ ସମେତ ୧୦୨ ନାଗରିକଙ୍କ ମୃତ୍ୟୁ ।

- ବିଶ୍ୱର ସମସ୍ତ ବିମାନ ବନ୍ଦର ଓ ପୋର୍ଟରେ ରୁଷିଆ ପାଇଁ ଲାଗୁ ପ୍ରତିବନ୍ଧକ: ୟୁକ୍ରେନ ରାଷ୍ଟ୍ରପତି ।

୨୦- ମେୟର ପ୍ରାର୍ଥୀ ଚୟନ କରିନି ବିଜେଡି । ମାତ୍ର ଡେପୁଟି ମେୟର ହେବାକୁ ଆଶାୟୀଙ୍କ ତାଲିକା ଲମ୍ବିବାରେ ଲାଗିଛି ।

୨୧- ଯୁଦ୍ଧ ପରେ ବେଲାରୁଷ ସୀମାରେ ରୁଷ୍‌-ୟୁକ୍ରେନ ପ୍ରଥମ ଆଲୋଚନା: ସେନା ପ୍ରତ୍ୟାହାର ଦାବି କଲା ୟୁକ୍ରେନ୍‌ ।

୨୨- ଶିକ୍ଷାବର୍ଷର ୟୁଜି(ସ୍ନାତକ) ଓ ପିଜି(ସ୍ନାତକତ୍ତୋର) ପାଠ୍ୟକ୍ରମର ଶେଷ ସେମିଷ୍ଟର/ବାର୍ଷିକ ପରୀକ୍ଷା ଜୁଲାଇ ସୁଦ୍ଧା ଶେଷ କରିବାକୁ ଉଚ୍ଚଶିକ୍ଷା ସଚିବ ଶାଶ୍ବତ ମିଶ୍ର ଆଜି ରାଜ୍ୟର ସମସ୍ତ ସରକାରୀ ବିଶ୍ବବିଦ୍ୟାଳୟ କୁଳପତି, ସରକାରୀ / ବେସରକାରୀ ଡିଗ୍ରି କଲେଜର ଅଧ୍ୟକ୍ଷ, ଉଚ୍ଚଶିକ୍ଷା ବିଭାଗ ଅଧୀନ ସରକାରୀ ଶିକ୍ଷକ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷଙ୍କୁ ନିର୍ଦେଶ ଦେଇଛନ୍ତି । ୟୁଜି ଓ ପିଜି ଶେଷ ସେମିଷ୍ଟର ପରୀକ୍ଷା ଜୁଲାଇ ୩୧ ସୁଦ୍ଧା ଶେଷ କରି ଅଗଷ୍ଟ ୧୫ ସୁଦ୍ଧା ଫଳ ପ୍ରକାଶ କରାଯାଉ । 

୨୩- ଆଜି ଆରଡ଼ିରେ ଜାଗର ଉତ୍ସବମୁଖର ବାବା ଆଖଣ୍ଡଳଣିଙ୍କ ଶୈବପୀଠ ।

୨୪- ୟୁକ୍ରେନକୁ ମାନବୀୟ ସହାୟତା ଯୋଗାଇବ ଭାରତ ।

୨୫- ମଣିପୁର ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୭୮% ମତଦାନ ।

୨୬- ୟୁକ୍ରେନ ଉପରେ ଆକ୍ରମଣ ରୁଷକୁ ପଡିବ ମହଙ୍ଗା, ଫୁଟବଲ୍‌ ବିଶ୍ଵକପରୁ ବିଦା କରିପାରେ FIFA ।

୨୭- EPFO: ଅପେକ୍ଷାରେ ୬.୫ କୋଟିରୁ ଅଧିକ କର୍ମଚାରୀ, ମାର୍ଚ୍ଚ ୧୨ରେ ହୋଲି ଉପହାର ଦେବେ ସରକାର ! ।

୨୮- ଯୁଦ୍ଧ ବନ୍ଦ ପାଇଁ ରୁଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଆଲୋଚନା ବିଫଳ ; ଯୁଦ୍ଧ ଆହୁରି ଘମାଘୋଟ ହେବା ଆଶଙ୍କା ।

୨୯- ୟୁରୋପୀୟ ୟୁନିଅନ(ଇୟୁ)ରେ ସାମିଲ ହେବ ୟୁକ୍ରେନ । ରୁଷିଆର ଆକ୍ରମଣ ମଧ୍ୟରେ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ୟୁରୋପୀୟ ୟୁନିଅନରେ ସାମିଲ ହେବା ପାଇଁ ଏକ ଆବେଦନପତ୍ରରେ ଦସ୍ତଖତ କରିଛନ୍ତି । 

୩୦- ଋଷ ଉପରେ ଆମେରିକାର ପ୍ରହାର: ସମସ୍ତ କେନ୍ଦ୍ରୀୟ ବ୍ୟାଙ୍କ ସହ ସବୁ ସମ୍ପର୍କ କାଟିଲା ଶକ୍ତିଶାଳୀ ରାଷ୍ଟ୍ର ।

୩୧- ନବୋଦୟ ବିଦ୍ୟାଳୟ ସମିତି(ଏନଭିଏସ୍) ବିଭିନ୍ନ ନନ୍-ଟିଚିଂ ପଦବୀ ପାଇଁ ହେଉଥିବା ପରୀକ୍ଷା ପାଇଁ ଆଡମିଟ୍ କାର୍ଡ ଜାରି କରିଛି । ଯେଉଁ ଆଶାୟୀ ଫେବୃଆରୀ ୧୦ ତାରିଖ ପୂର୍ବରୁ ପରୀକ୍ଷା ପାଇଁ ଆଦେବନ କରିଛନ୍ତି ସେମାନେ ନବୋଦୟ ବିଦ୍ୟାଳୟର ଅଫିସିଆଲ୍ ୱେବସାଇଟ୍ www.navodaya.gov.in କୁ ଯାଇ ଆଡମିଟ୍ ଡାଉନଲୋଡ୍ କରିପାରିବେ ।

୩୨- ମହଙ୍ଗା ମାଡ଼: ଏଲପିଜି ସିଲିଣ୍ଡର୍ ହେଲା ୧୦୫ ଟଙ୍କା ମହଙ୍ଗା, ଆଜିଠାରୁ ବଦଳିବ ଆପଣଙ୍କ ସହରର ଗ୍ୟାସ୍ ଦର ।

୩୩- ଆସନ୍ତା ମାର୍ଚ୍ଚ ୭ତାରିଖରେ ଅଷ୍ଟମଶ୍ରେଣୀ ଛାତ୍ରୀଛାତ୍ରଙ୍କ ପ୍ରଥମ ଷାଣ୍ମାସିକ ଓଡ଼ିଆ ଭାଷା ପରୀକ୍ଷା (ଏଚ୍‌ଏଲ୍‌ଟି) ଏବଂ ଦଶମ ଶ୍ରେଣୀର ପ୍ରଥମ ଏକକ ବିଷୟ (ଏସ୍‌ଏସ୍‌) ପରୀକ୍ଷା ଅନୁଷ୍ଠିତ ହେବ । 

୩୪- ଜୁନରେ ଆସିପାରେ ଚତୁର୍ଥ ଲହର : ଅଗଷ୍ଟ ତୃତୀୟ କିମ୍ବା ଚତୁର୍ଥ ସପ୍ତାହ ଭିତରେ ଶୀର୍ଷରେ ଛୁଇଁପାରେ ସଂକ୍ରମଣ ।

୩୫- FIFA ର ବଡ଼ ଘୋଷଣା: ଫୁଟବଲ୍ ବିଶ୍ୱକପରୁ ବାହାର ହେଲା ରୁଷ ।

0 Comments