📩ଆଜିର ଖବର || 03-ମାର୍ଚ୍ଚ-2022 (ଗୁରୁବାର)
●------------------------------------------------------------------------------------●
୧. ଜାତିସଂଘରେ ରୁଷ୍ ବିରୋଧୀ ନିନ୍ଦା ପ୍ରସ୍ତାବ ଗୃହୀତ, ଭାରତ ପୁଣି ଭୋଟଦାନରୁ ବିରତ ।
୨. ଭୁବନେଶ୍ବରରୁ ୧୬ କୋଟିର ସୁନା ଓ ନକଲି ନୋଟ ଜବତ । ମୁମ୍ବାଇ-କୋଣାର୍କ ଏକ୍ସପ୍ରେସରୁ ଜିଆରପି ୩୨ କେଜିରୁ ଅଧିକ ସୁନା ଜବତ କରିବା ସହ ୪ ଜଣଙ୍କୁ ଅଟକ ।
୩. ଆସନ୍ତା ୪ ତାରିଖରୁ ଆରମ୍ଭ ହେଉଥିବା ଭାରତ-ଶ୍ରୀଲଙ୍କା ପ୍ରଥମ ଟେଷ୍ଟ ହେବ ଟିମ ଇଣ୍ଡିଆର ତାରକା ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ୧୦୦ ତମ ଟେଷ୍ଟ ।
୪. କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ମ୍ୟାଚ୍: ବିସିସିଆଇ ପକ୍ଷରୁ ଘୋଷଣା ।
୫. ୟୁକ୍ରେନ୍ରେ ଫସିଥିବା ଭାରତୀୟ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ଆଣିବା ନେଇ ପୁଣି ଥରେ ପୁଟ୍ଟିନ୍ଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ।
୬. ଶ୍ରୀଲଙ୍କାରେ ୭.୫୦ ଘଣ୍ଟା ବିଦ୍ୟୁତ୍କାଟ୍ଶ ।
୭. ପିଏମସି ବ୍ୟାଙ୍କ ସ୍କାମ ମାମଲାରେ ଫସିଲେ ବିଜେପି ନେତା । ମହାରାଷ୍ଟ୍ରର ବିଜେପି ନେତା କିରୀଟ ସୋମେୟା ଏବଂ ତାଙ୍କ ପୁଅ ନୀଲ ସୋମେୟା ଏହି ଦୁର୍ନୀତି ମାମଲାରେ ଫସିଛନ୍ତି । ଆଉ ମାମଲାରେ ଆଗୁଆ ବେଲ ଆବେଦନକୁ ଖାରଜ କରିଛନ୍ତି କୋର୍ଟ ।
୮. ୟୁକ୍ରେନକୁ ସାହାଯ୍ୟର ହାତ ବଢାଇଲା ସ୍ପେନ: ପଠାଇଲା ସାମରିକ ଅସ୍ତ୍ରଶସ୍ତ୍ର ।
୯. ରାଜ୍ୟରେ ଆଜିଠୁ ପୌର ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହା ୭ ତାରିଖ ପର୍ଯ୍ୟନ୍ତ ଚାଲିବ । ମାର୍ଚ୍ଚ ୯ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ ଓ ୧୪ ସୁଦ୍ଧା ପ୍ରତ୍ୟାହାର ପାଇଁ ସମୟ ଦିଆଯାଇଛି ଆସନ୍ତା ୨୪ରେ ପୌର ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହେବ ଏବଂ ୨୬ରେ ଭୋଟ୍ ଗଣତି ହେବ । ୧୦୬ NAC/ମ୍ୟୁନିସିପାଲିଟି ଓ ୩ଟି ମହାନଗରରେ ନିର୍ବାଚନ ହେବ ।
୧୦. ଜୋରଦାର ହେଲା ମିଶନ ଗଙ୍ଗା, ଆସନ୍ତାକାଲି ଦିଲ୍ଲୀରେ ପହଞ୍ଚିବ ୯ ବିମାନ।
୧୧. ଅଶୋଧିତ ତୈଳ ଉପରେ ୟୁକ୍ରେନ ଏବଂ ଋଷର ଯୁଦ୍ଧ ପ୍ରଭାବ: ଆସନ୍ତା ସପ୍ତାହରୁ ଦେଶରେ ବଢିବ ପେଟ୍ରୋଲ ଏବଂ ଡିଜେଲ ଦର ।
୧୨. ମ୍ୟୁନିସିପାଲଟି ନିର୍ବାଚନ: ନନ୍ଦିଗ୍ରାମର ପ୍ରତିଶୋଧ ନେଲେ ମମତା, ଅଧିକାରୀଙ୍କ ଗଡ଼ରେ ବିଜେପି ମୂଳପୋଛ ।
୧୩.ପ୍ରଫେସର ରମେଶ ଚନ୍ଦ୍ର ପରିଡ଼ାଙ୍କୁ ମିଳିଲା ଜାତୀୟ ବିଜ୍ଞାନ ପୁରସ୍କାର ।
୧୪. ବିଶ୍ବକୁ ଚେତାଇଲା ଋଷ: ତୃତୀୟ ବିଶ୍ବଯୁଦ୍ଧ ବିନାଶକାରୀ ହେବ ବୋଲି କହିଲେ ବୈଦେଶିକ ମନ୍ତ୍ରୀ ।
୧୫. ୟୁକ୍ରେନ୍ ପାଇଁ ଗୁଗୁଲ୍ ଏହାର ମ୍ୟାପିଂ ସେବାକୁ ବନ୍ଦ କଲା ।
୧୬. ଓଡିଶାରେ ଏବର୍ଷ ଖରାଦିନେ କମ୍ ଗରମ: ରାଜ୍ୟ ଉପରେ ରହିବ ଲା-ନିନାର ପ୍ରଭାବ ।
୧୭. ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୩୭୮ କରୋନା ଆକ୍ରାନ୍ତ । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍ ୧୨,୭୪,୪୨୬ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି ।
୧୮. ଏପ୍ରିଲ ୧୫ ପର୍ଯ୍ୟନ୍ତ ଆଇପିଏଲରେ ୨୫% ଦର୍ଶକଙ୍କୁ ମିଳିବ ଅନୁମତି ।
୧୯. ମାର୍ଚ୍ଚ ୪ରେ ‘ମଞ୍ଜରୀ’ ଟିଭିରେ ମ୍ୟୁଜିକ୍ ରିୟଲିଟି ସୋ’ ‘ଓଡ଼ିଶା ସୁପର୍ ସିଙ୍ଗର୍’ର ଗ୍ରାଣ୍ଡ୍ ପ୍ରିମିୟର ।
୨୦. ବିଜେଡି ଭାଗରେ ଅଧାରୁ ଅଧିକ ଭୋଟ, ବିଜେପି ଭୋଟ ସଂଖ୍ୟା ୭ ପ୍ରତିଶତ ଖସିଲା I
୨୧. କଳାହାଣ୍ଡି ଓ ନବରଙ୍ଗପୁରରେ ଭୂକମ୍ପ ଝଟକା
- ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୩.୫
- ଦିନ ୧୧ଟା ୨୯ରେ ମିନିଟରେ ହୋଇଛି ଭୂମିକମ୍ପ
- ଭୂମକମ୍ପର କେନ୍ଦ୍ରସ୍ଥଳ ରହିଛି କଳାହାଣ୍ଡି
- ଗଭୀରତା ୯ କିମି ରହିଥିବା ସୂଚନା
୨୨. ରୋଷେଇଶାଳାରେ ଋଷ-ୟୁକ୍ରେନ୍ ଯୁଦ୍ଧର ପ୍ରଭାବ । ସପ୍ତାହକ ଭିତରେ ୫୦ ଟଙ୍କା ବଢ଼ିଲାଣି ଖାଇବା ତେଲ, ଆହୁରି ବି ବଢ଼ିପାରେ…

0 Comments