🌄ଆଜିର ଖବର, ୧୧-ମାର୍ଚ୍ଚ-୨୦୨୨,ଶୁକ୍ରବାର
•┈┈┈┈┈┈┈┈┈┈┈┈┈┈┈┈┈┈┈┈┈┈•
➡️୧-ଆସନ୍ତା ୨୭ ତାରିଖରେ ଓଡ଼ିଶା ଜୁଡିସିଆଲ ସର୍ଭିସ(ଓଜେଏସ୍) ୨୦୨୧ର ପ୍ରିଲିମିନାରି ପରୀକ୍ଷା ଅନୁଷ୍ଠିତ ହେବ। ୫ଟି ଜୋନ୍ର ୧୦ଟି ପରୀକ୍ଷା କେନ୍ଦ୍ରରେ ମୋଟ୍ ୩୨୦୨ ଜଣ ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେବେ।
➡️୨-ଆଜିଠାରୁ ୧୩ ତାରିଖ ଯାଏ ଭୁବନେଶ୍ବର କ୍ଲବ୍ଠାରେ ଆୟୋଜିତ ହେବ ‘ଟାଟା ଷ୍ଟିଲ୍ ଭୁବନେଶ୍ବର ସାହିତ୍ୟ ଉତ୍ସବ’।
➡️୩-ଆଜି ରାଜ୍ୟର ସମସ୍ତ ପଂଚାୟତରେ ନାଏବ ସରପଂଚ ପଦବୀ ଓ ୧୨ତାରିଖରେ ପଂଚାୟତ ସମିତି ଅଧ୍ୟକ୍ଷ ପଦବୀ ନିମନ୍ତେ ପରୋକ୍ଷ ନିର୍ବାଚନ ଅନୁଷ୍ଠିତ ହେବ। ଦିନ ୧୨ଟାରୁ ୧ଟା ପର୍ଯ୍ୟନ୍ତ ନାଏବ ସରପଂଚ ପାଇଁ ଭୋଟ୍ ଗ୍ରହଣ କରାଯାଇ ତା’ପରେ ସଙ୍ଗେସଙ୍ଗେ ଫଳାଫଳ ହେବ ଘୋଷଣା । ରାଜ୍ୟର ୬୭୯୪ ନାଏବ ସରପଞ୍ଚ ବଛାହେବେ ।
➡️୪-୩ ମାସ ବନ୍ଦ ପରେ ପୁଣିଥରେ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ବାୟୁ ସେବା । ଚଳିତମାସରୁ ପୁଣିଥରେ ରାଜ୍ୟ ସରକାର ଏହାକୁ ଆରମ୍ଭ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି।
➡️୫-ଲଗାତାର ତୃତୀୟ ଦିନ ଲାଗି ବମ୍ବେ ଷ୍ଟକ ବଜାର ସୂଚକାଙ୍କ ସେନ୍ସେକ୍ସରେ ବୃଦ୍ଧି ଘଟିଛି। ସେନ୍ସେକ୍ସ ୮୧୭ ପଏଣ୍ଟ୍ ବୃଦ୍ଧି ପାଇ ୫୫,୪୬୪ ପଏଣ୍ଟ୍ରେ ବନ୍ଦ ହୋଇଛି। ଗତ ତିନି ଦିନରେ ସେନ୍ସେକ୍ସରେ ୨,୬୨୧ ପଏଣ୍ଟ୍ ବୃଦ୍ଧି ଘଟିଛି।
➡️୬-ଜିଲ୍ଲା ପରିଷଦ ସଭାପତି, ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ ପାଇଁ ଜାରି ହେଲା ନିୟମାବଳୀ: ଭୋଟ୍ ଦିନ ମତଦାନ କେନ୍ଦ୍ରରୁ ବାହାରିବା ମନା ।
➡️୭-ଚଦର, କମ୍ବଳ ଏବଂ ଟ୍ରେନ ଭିତର ପରଦା ଉପରେ ଲାଗିଥିବା କଟକଣାକୁ ଉଚ୍ଛେଦ କଲା ଭାରତୀୟ ରେଳବାଇ । କୋଭିଡ ପୂର୍ବବର୍ତ୍ତୀ କାଳରେ ଏସବୁ ସାମଗ୍ରୀ ଯୋଗାଣ ଯେପରି ଭାବେ ହେଉଥିଲା ଏଣିକି ଠିକ୍ ସେହିପରି ଜାରି ରହିବ।
➡️୮-ଚଳିତ ମାସ ୨୭ରୁ ଆନ୍ତର୍ଜାତିକ ବିମାନ ଉଡ଼ାଣ ସ୍ବାଭାବିକ ହେବ ବୋଲି କେନ୍ଦ୍ର ସରକାର ଘୋଷଣା କରିଥିବାରୁ ଆକାଶରେ ଅଧିକ ବିମାନ ଉଡ଼ିବ। ଏହାର ପ୍ରଭାବରେ ଟିକଟ ୪୦% ପର୍ଯ୍ୟନ୍ତ ଶସ୍ତା ହେବ ବୋଲି ଆକଳନ କରାଯାଇଛି ।
➡️୯-୨୦୨୨-୨୩ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ସରକାର ଜଳ ଜୀବନ ମିଶନ (ଜେଜେଏମ୍) ଓ ସ୍ବଚ୍ଛ ଭାରତ ମିଶନ( ଏସ୍ବିଏମ୍)ରେ ଓଡ଼ିଶାକୁ ମିଳିଲା ୨୨୪୯ କୋଟି ଟଙ୍କା ଅନୁମୋଦନ ।
➡️୧୦-ସାଉଥ୍ ସୁପରଷ୍ଟାର ପ୍ରଭାସ ଏବଂ ପୂଜା ହେଗ୍ଡେଙ୍କ ଅଭୀନିତ ଫିଲ୍ମ ‘ରାଧେଶ୍ୟାମ’ ଆଜି ପ୍ରେକ୍ଷାଳୟରେ ରିଲିଜ୍ ହେବ। ଅନେକ ଦିନରୁ ଦର୍ଶକ ଫିଲ୍ମକୁ ଦେଖିବାକୁ ଅପେକ୍ଷା କରି ରହିଥିଲେ।
➡️୧୧-ରିଲିଜ୍ ହେବ ରିଷି କପୁରଙ୍କ ଅଭିନୀତ ଶେଷ ଫିଲ୍ମ । ଫିଲ୍ମ ‘ଶର୍ମା ଜୀ ନମକିନ’ ଓଟିଟି ପ୍ଲାଟଫର୍ମ ଅମେଜନ ପ୍ରାଇମ ଭିଡିଓରେ ୩୧ ମାର୍ଚ୍ଚରେ ପ୍ରମିୟର ହେବ । ଏଥିରେ ଜୁହି ଚାୱଲାଙ୍କୁ ବି ଏକ ମୁଖ୍ୟ ଚରିତ୍ରରେ ଦେଖିବାକୁ ମିଳିବ ।
➡️୧୨-ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ଦଣ୍ଡ ଉପରେ ସୁପ୍ରିମକୋର୍ଟଙ୍କ ରାୟ ସଂରକ୍ଷିତ: ସେପଟେ ସୁପ୍ରିମକୋର୍ଟଙ୍କୁ ଭୁଲ ତଥ୍ୟ ଦେଇ ନ୍ୟାୟାଳୟଙ୍କ ଘୋର ଅବମାନନା କରିଥିବା ଅଭିଯୋଗ କଲେ ସରକାର ।
➡️୧୩-ଉତ୍ତରପ୍ରଦେଶ ସମେତ ୪ଟି ରାଜ୍ୟରେ ବିଜେପିର ବଡ ବିଜୟ ପରେ, ସମସ୍ତ ମତଦାତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।
➡️୧୪-ୟୁପିରେ ବିଜେପିକୁ ଝଟକା । ନିର୍ବାଚନ ହାରିଗଲେ ଉପ-ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ।
➡️୧୫-ଚଳିତ ୫ ବିଧାନସଭା ନିର୍ବାଚନରେ କଂଗ୍ରେସର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ । କୌଣସି ପ୍ରଦେଶରେ ସରକାର ଗଠନ ତ ଦୂରର କଥା କ୍ଷମତାରେ ଥିବା ପଞ୍ଜାବକୁ ମଧ୍ୟ ହାତଛଡା କରିବାକୁ ବାଧ୍ୟ ହୋଇଛି ଦଳ ।
➡️୧୬-ୟୁପିରେ ପୁଣି ଚାଲିବ ଯୋଗୀରାଜ । ଅଖିଳେଶଙ୍କ ସାଇକେଲରେ ଲାଗିଲା ବ୍ରେକ୍ । ଫେଲ୍ ମାରିଲା କଂଗ୍ରେସର ରଣନୀତି ।
➡️୧୭-ଯୁଦ୍ଧ ମଧ୍ୟରେ ଋଷ ଦେଲା ଭାରତକୁ ଆକର୍ଷଣୀୟ ପ୍ରସ୍ତାବ, ଋଷର ତୈଳ କମ୍ପାନୀଗୁଡିକ ଅଶୋଧିତ ତୈଳର ପୁରୁଣା ମୂଲ୍ୟ ଉପରେ ୨୫ରୁ ୨୭ ପ୍ରତିଶତ ରିହାତି ଦେଉଛନ୍ତି ।
➡️୧୮-ଆସନ୍ତାକାଲି ଠାରୁ ଭ୍ରମଣକାରୀ ଶ୍ରୀଲଙ୍କା ବିପକ୍ଷରେ ଭାରତ ୨ୟ ତଥା ଅନ୍ତିମ ଟେଷ୍ଟମ୍ୟାଚ୍ ଖେଳିବ। ଏହି ମ୍ୟାଚ୍ ଦିବାରାତ୍ର ହେବ ଏବଂ ଗୋଲାପି ବଲ୍ରେ ଖେଳାଯିବ।
➡️୧୯-ମହିଳା କ୍ରିକେଟ ବିଶ୍ବକପ: ଗତକାଲି ନ୍ୟୁଜିଲାଣ୍ଡଠାରୁ ହାରିଲା ଭାରତ ।
➡️୨୦-IPL-୨୦୨୨ ପାଇଁ ଚେନ୍ନାଇ କ୍ୟାମ୍ପରେ ପହଞ୍ଚିଲେ ଓଡିଶା ରଣଜୀ ଦଳର ଅଧିନାୟକ ଶୁଭ୍ରାଂଶୁ ସେନାପତି ।
➡️ପଞ୍ଚାୟତ ନିର୍ବାଚନରେ ଭୋଟ ଦେବାକୁ ଯିବା ସମୟରେ ପରସ୍ପର ଠାରୁ ୬ ଫୁଟ ଦୂରତା ରକ୍ଷାକରି ଧାଡିରେ ଛିଡା ହୁଅନ୍ତୁ ଓ କୋଭିଡ୍ ନିୟମ ପାଳନକରି ଭୋଟ୍ ଦିଅନ୍ତୁ ।
0 Comments