୧୪-ମାର୍ଚ୍ଚ-୨୦୨୨ସୋମବାର
୧-ଚୀନ୍, ଜର୍ମାନୀ ଓ ବ୍ରିଟେନରେ କରୋନାର ନୂଆ ଲହର ଦେଖିବାକୁ ମିଳିଛି। ସଂକ୍ରମଣ ବଢ଼ିବା ଯୋଗୁ ଚୀନ୍ ୯ ନିୟୁତ ଲୋକ ବସବାସ କରୁଥିବା ଚାଙ୍ଗଚୁନ ସହରରେ ଲକ୍ଡାଉନ୍ ଲାଗୁ କରିଛି।
୨-ବେଙ୍ଗାଲୁରୁରେ ଖେଳାଯାଉଥିବା ପିଙ୍କ ବଲ୍ ଟେଷ୍ଟରେ ଭାରତର ପଲ୍ଲା ଭାରି ରହିଛି। ଦ୍ଵିତୀୟ ଦିନର ଖେଳ ଶେଷ ସୁଦ୍ଧା ଶ୍ରୀଲଙ୍କା ଦ୍ଵିତୀୟ ଇନିଂସରେ ଗୋଟିଏ ଓ୍ଵିକେଟ୍ ବିନିମୟରେ ୨୮ ରନ କରିଛି। କୁଶଲ ମେଣ୍ଡିସ ୧୬ ଏବଂ ଦିମୁଥ କରୁଣାରତ୍ନେ ୧୦ ରନ କରି କ୍ରିଜରେ ଅଛନ୍ତି। ଶ୍ରୀଲଙ୍କାକୁ ବିଜୟ ପାଇଁ ୪୧୯ ରନ ଦରକାର ଥିବା ବେଳେ ଭାରତକୁ ୯ ଓ୍ଵିକେଟ୍ ଆବଶ୍ୟକ।
୩-ତାତୁଛି ପଶ୍ଚିମ ଓଡ଼ିଶା: ୩୮ ଛୁଇଁଲା ଟିଟିଲାଗଡ଼, ୭ ସହରର ପାରଦ ୩୬ ଡିଗ୍ରୀ ଉପରେ ।
୪-ସୋନିଆ ଗାନ୍ଧୀ ହିଁ ରହିବେ କଂଗ୍ରେସର ଅଧ୍ୟକ୍ଷ, ନେତା କହିଲେ- ତାଙ୍କ ଉପରେ ଆମର ଭରସା ରହିଛି ।
୫-ରୁଷ୍ର କ୍ରୁଜ୍ ମାଡ଼, ୧୮୦ ମୃତ: ରାତିର ଆକାଶ ଲାଲ୍ ହୋଇ ଯାଇଥିଲା ।
୬-ନିର୍ମାଣ ହେବ ଫିଲ୍ମ ପୁଷ୍ପା ୨, ଉତ୍ତର ଭାରତ ଉପରେ ନିର୍ମାତାଙ୍କ ଫୋକସ୍, ପୁଣି ଥରେ କମାଲ୍ କରିବାକୁ ପ୍ରସ୍ତୁତ ଅଲ୍ଲୁ ଅର୍ଜୁନ ।
୭-ଗୁଜୁରାଟ ଟାଇଟନ୍ସ ଲଞ୍ଚ କଲା ଜର୍ସି: ନୂଆ ଅବତାରରେ ନଜର ଆସିଲେ ହାର୍ଦ୍ଦିକ ପାଣ୍ଡ୍ୟା ।
୮-ହୋଲି ପରେ ଉତ୍ତରପ୍ରଦେଶରେ ବିଜେପି ଓ ହୋଲି ପୂର୍ବରୁ ପଞ୍ଜାବରେ ଆପ୍ ଗଢିବ ସରକାର । ପ୍ରସ୍ତୁତି ଆରମ୍ଭ, କାହାକୁ କରାଯିବ ମନ୍ତ୍ରୀମଣ୍ଡଳରେ ସାମିଲ ଚାଲିଛି ମାନସ ମନ୍ଥନ ।
୯-କିଭ୍ ପାଇଁ ଏବେ ନିର୍ଣ୍ଣାୟକ ଲଢେଇ! ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଯୋଗାଇବାକୁ ଆମେରିକାରର ଘୋଷଣା । ସେପଟେ ତିନି ପଟୁ ଘେରି ଆକ୍ରମଣ ଚଳାଇଛି ରୁଷ୍ ।
୧୦-‘ଦ କଶ୍ମୀର ଫାଇଲ୍ସ’ ଦେଖିବା ପାଇଁ ସିନେମାଘରକୁ ଛୁଟୁଛି ଦର୍ଶକଙ୍କ ସୂଅ, ଦୁଇ ଦିନରେ ତିନି ଗୁଣା ହେଲା ସ୍କ୍ରିନ ସଂଖ୍ୟା ।
୧୧-‘ପଞ୍ଜାବରେ କେହି ମନ୍ତ୍ରୀ ବିଧାୟକ ବିଶ୍ୱାସଘାତକତା କଲେ ବରଖାସ୍ତ ନୁହେଁ ସିଧା ଜେଲ ପଠାଇବୁ’, କେଜ୍ରିୱାଲଙ୍କ ଚେତାବନୀ ।
୧୨-ୟୁକ୍ରେନ୍ ଉପରେ ଋଷର ବଡ ଧରଣର ଏୟାର ଷ୍ଟ୍ରାଇକ୍: ୩୫ ଜଣଙ୍କ ମୃତ୍ୟୁ, ୧୩୪ରୁ ଉର୍ଦ୍ଧ୍ବ ଆହତ ।
୧୩-ଚର୍ଚ୍ଚାରେ ପାଇଲଟ୍ ମହାଶ୍ବେତା: ୟୁକ୍ରେନ୍ରୁ ୮୦୦ ଭାରତୀୟ ଛାତ୍ରଙ୍କୁ ଉଦ୍ଧାର କରିଛନ୍ତି ।
୧୫-ସାଇବର ଠକଙ୍କ ନୂଆ ତରିକା: ଯବାନଙ୍କ ଶାରୀରିକ ପରୀକ୍ଷା ଆଳରେ ଠକେଇ ।
୧୬-ଉତ୍ତର ପ୍ରଦେଶକୁ ବିକାଶର ନୂଆ ଶିଖରରେ ପହଞ୍ଚାଇବା…ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଭେଟିବା ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଟ୍ୱିଟ୍ ।
୧୭-ଶତ୍ରୁ ଥରିବ, ବଙ୍କର ଫାଟିଯିବ । ଭାରତୀୟ ବାୟୁସେନା ହେବ ଆହୁରି ବଳୀୟାନ, ମିଳିବ ବ୍ରହ୍ମୋସର ନୂଆ ସୁପରସୋନିକ କ୍ରୁଜ ମିସାଇଲ ।
୧୮-ରାଜ୍ୟରେ ସରିଲା ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନ, ସବୁ ଜିଲ୍ଲାରେ ପୋଛିନେଲା ବିଜେଡି।
୧୯-ରୋଡ ରୋମିଓ ସାବଧାନ: ବିକଟାଳ ଶବ୍ଦ କରି ଗାଡି ଚଲେଇଲେ ଧରିବ ପୋଲିସ।
୨୦-ଲକ୍ଷ୍ମୀସାଗର:ପୌର ନିର୍ବାଚନ ପୂର୍ବରୁ ରାଜଧାନୀରେ ହିଂସା ଘଟଣାରେ ୧୦ ଗିରଫ: ଶାନ୍ତି ଶୃଙ୍ଖଳା ପାଇଁ ବ୍ୟାପକ ଫୋର୍ସ ମୁତୟନ
୨୧-ଜଗଦ୍ଦେବଙ୍କୁ ନେଇ ତେଜିଲା ରାଜନୀତି: ସୋମବାର ବ୍ଲକ ମୁଖ୍ୟାଳୟ ଓ ଜିଲ୍ଲା ମୁଖ୍ୟାଳୟରେ ସତ୍ୟାଗ୍ରହ କରିବ ବିଜେପି
୨୨-ରାଜ୍ୟରେ ବଢିଚାଲିଛି ଉତ୍ତାପ, ୩ ରୁ ୪ଡ଼ିଗ୍ରୀ ଯାଏଁ ତାପମାତ୍ରା ବୃଦ୍ଧି ସହ ଓଡ଼ିଶାର ଅନେକ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ସମ୍ଭାବନା।
୨୩-CBSE ଦଶମ ଟର୍ମ-୧ ଫଳ ପ୍ରକାଶିତ, ପିଲାମାନଙ୍କର ମାର୍କ ସ୍କୁଲକୁ ଦିଆଗଲା।ପ୍ରାକ୍ଟିକାଲ ମାର୍କ ସ୍କୁଲରୁ ମିଳିବ।
୨୪-ଓଡ଼ିଶା ଇତିହାସରେ ପ୍ରଥମ ; ୭୦ ପ୍ରତିଶତ ମହିଳା ପୋଛି ନେଲେ ଜିଲ୍ଲା ପରିଷଦ ସିଟ୍।
୨୫-କୋଲକାତା: ଚର୍ଚ୍ଚାରେ ପାଇଲଟ୍ ମହେଶ୍ୱତା, ୟୁକ୍ରେନରୁ ୮୦୦ ଭାରତୀୟ ଛାତ୍ର ଛାତ୍ରୀଙ୍କୁ କରିଛନ୍ତି ଉଦ୍ଧାର।
୨୬-EPF ସୁଧହ୍ରାସକୁ AITUCର ବିରୋଧ, ମାର୍ଚ୍ଚ ୨୮-୨୯ରେ ସର୍ବଭାରତୀୟ ଧର୍ମଘଟ।
୨୭-ଭୋପାଳରେ ୬ ଆତଙ୍କୀ ଗିରଫ, ବିପୁଳ ମାତ୍ରାରେ ବିସ୍ଫୋରକ ଜବତ।
୨୮-'ଦ କଶ୍ମୀର ଫାଇଲ୍ସ’ ଦେଖିବା ପାଇଁ ସିନେମାଘରକୁ ଛୁଟୁଛି ଦର୍ଶକଙ୍କ ସୂଅ, ଦୁଇ ଦିନରେ ତିନି ଗୁଣା ହେଲା ସ୍କ୍ରିନ ସଂଖ୍ୟା।
୨୯-ଟେଷ୍ଟ କ୍ରିକେଟରେ ନୂଆ ରେକର୍ଡ କଲେ ରିଷଭ ପନ୍ତ । ମାତ୍ର ୨୮ ବଲରୁ ମାରିଲେ ଅର୍ଦ୍ଧଶତକ । ଭାରତୀୟ ଖେଳାଳିଙ୍କ ଭିତରେ ଦ୍ରୁତତମ ଟେଷ୍ଟ ଅର୍ଦ୍ଧଶତକ ।
୩୦-ସୋନିଆ ଗାନ୍ଧୀ ହିଁ ରହିବେ କଂଗ୍ରେସର ଅଧ୍ୟକ୍ଷ, ନେତା କହିଲେ- ତାଙ୍କ ଉପରେ ଆମର ଭରସା ରହିଛି।
୩୧-ଚୀନରେ ପୁଣି ବଢୁଛି କରୋନା ମାମଲା,୧.୭ କୋଟି ଜନସଂଖ୍ୟା ଥିବା ସହରରେ ଲାଗିଲା ଲକଡାଉନ।
0 Comments