🌄ଖବର ଆଜିର, ୨୦-୦୩-୨୦୨୨,ରବିବାର


ଖବର ଆଜିର, ୨୦-୦୩-୨୦୨୨,ରବିବାର



➡️୧-ଦୁନିଆର ସବୁଠୁ ଲୋକପ୍ରିୟ ନେତା ହେଲେ ମୋଦୀ, ଡାଟା ଇଣ୍ଟେଲିଜେନ୍ସ ଫର୍ମ 'ଦ  ମର୍ଣ୍ଣିଂ କନସଲ୍ଟ'ର ସର୍ଭେ ଅନୁଯାୟୀ, ମୋଦୀ ରେଟିଂରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏବଂ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନ ସମେତ ଦୁନିଆର ୧୨ ରାଷ୍ଟ୍ର ପ୍ରମୁଖଙ୍କୁ ପଛରେ ପକାଇଲେ ।


➡️୨-ଦ୍ୱାଦଶ ଟର୍ମ-୧ ପରୀକ୍ଷା ରେଜଲ୍ଟ ପ୍ରକାଶ କଲା ସିବିଏସଇ । ଚଳିତ ଥର ଛାତ୍ରଛାତ୍ରୀଙ୍କ ରେଜଲ୍ଟ ସମ୍ପୃକ୍ତ ସ୍କୁଲକୁ ଇ-ମେଲ ଜରିଆରେ ପଠାଯାଇଛି। ସ୍କୁଲ ଏହାକୁ ଡାଉନଲୋଡ କରି ଛାତ୍ରଛାତ୍ରୀଙ୍କୁ ରେଜଲ୍ଟ ପଠାଇବ।


➡️୩-ଯେତେବେଳ ଯାଏଁ ବାପା-ମା ଜୀବିତ ଅଛନ୍ତି, ସେତେବେଳ ଯାଏଁ ତାଙ୍କ ସମ୍ପତ୍ତି ଉପରେ ପିଲାଙ୍କର କୌଣସି ଅଧିକାର ରହିବ ନାହିଁ । ବମ୍ବେ ହାଇକୋର୍ଟ ଦେଲେ ବଡ ଫୈସଲା ।


➡️୪-ଗ୍ରୀଷ୍ମ ଲହରରେ ଅସ୍ତବ୍ୟସ୍ତ ପଶ୍ଚିମ ଓ ଦକ୍ଷିଣ ଭାରତ, ପାଣିପାଗ ବିଜ୍ଞାନୀ କହିଲେ ଏ ସବୁ ‘ମେଡେନ ଜୁଲିୟାନ ଓସିଲେସନ’ର ପ୍ରଭାବ ।


➡️୫-ପୁଣି କାୟା ମେଲାଇଲା କରୋନା । ଚୀନ ଆଉ ଦକ୍ଷିଣ କୋରିଆରେ ହେଲାଣି ସ୍ଥିତି ସଙ୍ଗୀନ । ସଂକ୍ରମଣ ବଢ଼ିଲେ ଆମେରିକାରେ ହୋଇପାରେ ଲକ୍‌ଡାଉନ୍‌ ।


➡️୬-ହୋଲିରେ ଅଘଟଣ: ରାଜ୍ୟର ବିଭିନ୍ନ ସ୍ଥାନରେ ପାଣିରେ ବୁଡ଼ିଗଲେ ୧୩ ଜଣ, ୧୦ ମୃତ ।


➡️୭-ଓଡ଼ିଶାରେ ପ୍ରଥମ : ଟାଟା ଷ୍ଟିଲର ୪୦୦ ଟନ ଓଜନର ଉପକରଣକୁ ନଦୀ ପଥରେ କଳିଙ୍ଗନଗରରେ ପହଞ୍ଚାଇଲା ଓଏସଏଲ୍  ।


➡️୮-ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଥିବା ଋଷ, ଭାରତ କୁ ରିହାତି ଦରରେ ଅଶୋଧିତ ତେଲ ବିକ୍ରି ପାଇଁ ଦେଇଥିବା ପ୍ରସ୍ତାବ କୁ ଗ୍ରୀନ ସିଗ୍ନାଲ ଦେଲା ଭାରତ । 


➡️୯-ଋଷିଆରୁ ଅଶୋଧିତ ତୈଳ ଆମଦାନୀ ଜିଦରେ ଅଡିଲା ଭାରତ, ଉପଦେଶଦାତାଙ୍କୁ କହିଲା ‘ତେଲ କିଣାରେ ନ ହେଉ ରାଜନୀତି’ । ଭାରତର ୪ କମ୍ପାନୀ ଗତ ୩ ଦିନରେ କ୍ରୁଡ କ୍ରୟ ଲାଗି ଋଷିଆ ସହ କଲେ ବୁଝାମଣା ।


➡️୧୦-‘ଦ କଶ୍ମୀର ଫାଇଲ୍ସ’କୁ ନେଇ ପୁଣି ବଢ଼ିଲା ବିବାଦ । ଫିଲ୍ମର କାହାଣୀକୁ ନେଇ ଫିଲ୍ମରେ ଅନେକ କିଛି ତଥ୍ୟର ଆଧାର ନାହିଁ ବୋଲି ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଅଭିଯୋଗ କରିଛନ୍ତି ।


➡️୧୧-ହୋଲି ଅବସରରେ ସୁପରଷ୍ଟାର ଅକ୍ଷୟ କୁମାରଙ୍କ ଫିଲ୍ମ ‘ବଚ୍ଚନ ପାଣ୍ଡେ’ ହେଲା ରିଲିଜ । ରିଲିଜର ପ୍ରଥମ ଦିନରେ ଫିଲ୍ମଟି ୧୩.୨୫ କୋଟି ଟଙ୍କା କଲା ରୋଜଗାର ।


➡️୧୨-ଦେବଗଡ଼ ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ବଡକୁଦର ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଲା । ଦୁଇ ବାଇକ ଆରୋହୀଙ୍କୁ ଚାପିଦେଲା ଟ୍ରକ ।


➡️୧୩-ଯାଜପୁର ରେ ନିର୍ବାଚନ ପ୍ରଚାର ବେଳେ ବିଜେଡି କର୍ମୀଙ୍କ ଅସଦାଚରଣ ଅଭିଯୋଗ କରି ବିଜେପି କର୍ମୀଙ୍କ ଧାରଣା ।


➡️୧୪-ଗୋଟିଏ ମାସରେ ୨୫ହଜାର ସରକାରୀ ଚାକିରି ସୁଯୋଗ ସୃଷ୍ଟି କରିବେ ଭଗୱନ୍ତ ମାନ ସରକାର । ପଞ୍ଜାବରେ ମନ୍ତ୍ରୀମାନେ ଶପଥ ଗ୍ରହଣ କରିବା ପରେ ପରେ ଗତକାଲି ନବଗଠିତ କ୍ୟାବିନେଟ୍‌ ବୈଠକରେ ମୁଖ୍ୟମନ୍ତ୍ରୀ ଭଗୱନ୍ତ୍‌ ମାନ୍‌ ଦେଲେ ସୂଚନା ।


➡️୧୫-ୟୁକ୍ରେନ ର ଜାପୋରିଝଜିଆ ସହରରେ ଘନ ଘନ ହାଇପରସୋନିକ ମିସାଇଲ ମାଡ କରୁଛି ରୁଷ । ଏଥିରେ ୯ ଜଣଙ୍କ  ମୃତ୍ୟୁ ଘଟିଥିବା ବେଳେ ୧୭ରୁ ଅଧିକ ଜଣ ଗୁରୁତର ଆହତ ହୋଇଛନ୍ତି ।  ଏହାପରେ ସହରରେ ୩୬ ଘଣ୍ଟିଆ କର୍ଫ୍ୟୁ ହେଲା ଲାଗୁ ।


➡️୧୬-ୟୁକ୍ରେନ ଉପରେ ଘନ ଘନ ଆକ୍ରମଣ କରୁଥିବା ରୁଷର ରାଷ୍ଟ୍ରପତିଙ୍କୁ ନିଜର ଜୀବନକୁ ନେଇ ଘାରିଲା ଭୟ। କାଳେ ଖାଇବାରେ କିଏ ବିଷ ଦେଇ ଦେବ, ଏନେଇ ୧୦୦୦ ବ୍ୟକ୍ତିଗତ କର୍ମଚାରୀଙ୍କୁ ହଟାଇ ଦେଲେ ପୁଟିନ୍  ।


➡️୧୭-ଆଗାମୀ ୫ ବର୍ଷରେ ଭାରତରେ ୩ ଲକ୍ଷ ୨୦ ହଜାର କୋଟି ନିବେଶ କରିବ ଜାପାନ । ପ୍ରଧାନମନ୍ତ୍ରୀ ଫୁମିଓ କିସିଦା ଭାରତ ଗସ୍ତରେ ଆସି କଲେ ଏହି ଘୋଷଣା ।


➡️୧୮-ଭାରତର ଯୁବ ବ୍ୟାଡମିଣ୍ଟନ ଖେଳାଳି ଲକ୍ଷ୍ୟ ସେନ ଅଲ ଇଂଲଣ୍ଡ ବ୍ୟାଡମିଣ୍ଟନ ଚାମ୍ପିଅନଶିପର ଫାଇନାଲ୍ରେ କଲେ ପ୍ରବେଶ । ୨୧ ବର୍ଷ ପରେ ଫାଇନାଲ୍ରେ ପହଞ୍ଚିବାରେ ପ୍ରଥମ ଭାରତୀୟ ପୁରୁଷ ଖେଳାଳି ଭାବେ ବିବେଚିତ ହେଲେ ।


➡️୧୯-ଏସିଆ କପ୍ ଅଗଷ୍ଟ ୨୭ରୁ ସେପ୍ଟେମ୍ବର ୧୧ ମଧ୍ୟରେ ଶ୍ରୀଲଙ୍କାରେ ଖେଳାଯିବ। ଟୁର୍ଣ୍ଣାମେଣ୍ଟରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମୁକାବିଲା ହେବ ।  ଏଥର ଟୁର୍ଣ୍ଣାମେଣ୍ଟ ଟି-୨୦ ଫର୍ମାଟରେ ଖେଳାଯିବ। 


➡️୨୦-ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ସଚିବ ଜୟ ଶାହଙ୍କ ବଢ଼ିଲା କାର୍ଯ୍ୟକାଳ ।ଏସିଆନ କ୍ରିକେଟ କାଉନ୍ସିଲ (ଏସିସି)ର ଅଧ୍ୟକ୍ଷ ଭାବରେ ତାଙ୍କ କାର୍ଯ୍ୟକାଳ ପୁଣି ଆଉ ଏକ ବର୍ଷ ବଢ଼ିଲା ।


➡️ଘରୁ ବାହାରକୁ ଯିବା ସମୟରେ ସାଙ୍ଗରେ ପାଣି, ଛତା, ଗାମୁଛା ଧରି ବାହାରକୁ ଯାଆନ୍ତୁ ଏବଂ ଖରାଦିନିଆ ବିଭିନ୍ନ ରୋଗ ଦାଉରୁ ରକ୍ଷା ପାଇବା ପାଇଁ ଖରାପ୍ରତି ସତର୍କ ରହନ୍ତୁ ।।

0 Comments