🌄ସକାଳର ଖବର, ୨୩-ମାର୍ଚ୍ଚ-୨୦୨୨,ବୁଧବାର

 🌄ସକାଳର ଖବର, ୨୩-ମାର୍ଚ୍ଚ-୨୦୨୨,ବୁଧବାର


➡️୧-ଏଣିକି କଲେଜରେ ଆଡମିସନ ପାଇଁ ସାରା ଦେଶରେ ଗୋଟିଏ ପ୍ରବେଶିକା ପରୀକ୍ଷା ହେବ। ଆଉ ଦ୍ୱାଦଶ ଶ୍ରେଣୀର ମାର୍କ ଭିତ୍ତିରେ ପିଲାମାନଙ୍କୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ନାଁ ଲେଖାଇବାକୁ ଅନୁମତି ମିଳିବନି।


➡️୨-ଓଡ଼ିଶାର ସୀତାକୁଣ୍ଡରୁ ଅଯୋଧ୍ୟା ଗଲା ପାଣି । ରାମ ମନ୍ଦିର ନିର୍ମାଣରେ ଲାଗିବ ମାଲକାନଗିରି ସୀତାକୁଣ୍ଡର ଜଳ ।


➡️୩-ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଏଥିପାଇଁ  ଅପରାହ୍‌ଣ ୪ଟା ୩୦ରୁ ୮ଟା ୩୦ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।


➡️୪-ରାଜ୍ୟର ୧୦୬ ପୌର ସଂସ୍ଥା ଓ ୩ ମହାନଗର ନିଗମରେ ଗତକାଲି ନିର୍ବାଚନ ପ୍ରଚାର କାର୍ଯ୍ୟ ହେଲା ଶେଷ । ଆସନ୍ତାକାଲି ହେବ ଭାଗ୍ୟ ପରୀକ୍ଷା । ୨୬ ତାରିଖ ସକାଳ ୮ଟାରୁ ଭୋଟ ଗଣତି ଚାଲିବ।


➡️୫-ଆଜି ପୋଲିଙ୍ଗ୍ ବୁଥ୍ ଅଭିମୁଖେ ବାହାରିବେ ପୋଲିଙ୍ଗ ପାର୍ଟି । ପୌର ଭୋଟ ପାଇଁ ନିୟୋଜିତ ହେବେ ୨୨ ହଜାର ପୋଲିଂ କର୍ମଚାରୀ। ପ୍ରତ୍ୟେକ ପୋଲିଂ ପାର୍ଟିରେ ଜଣେ ପ୍ରିଜାଇଡିଂ ଅଫିସର ଏବଂ ୪ ଜଣ ପୋଲିଂ ଅଫିସର ରହିବେ । 


➡️୬-ତିନି ଦିନିଆ ଭାରତ ଗସ୍ତରେ ଆସିବେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେଫତାଲୀ ବେନେଟ । ଏପ୍ରିଲ ୩ରୁ ୫ ଯାଏ ସେ ଭାରତରେ ରହିବେ। 


➡️୭-ପ୍ରାୟ ସାଢ଼େ ୪ ମାସ ପରେ ଦୈନିକ ଦରବୃଦ୍ଧି ମେକାନିଜିମ୍ ଆରମ୍ଭ କଲା ରାଷ୍ଟ୍ରାୟତ୍ତ ତୈଳ କମ୍ପାନି । ଭୁବନେଶ୍ୱର ରେ ପେଟ୍ରୋଲ ଲିଟର ପିଛା ୯୬ ପଇସା ଓ ଡିଜେଲ ୯୧ ପଇସା ହେଲା ମହଙ୍ଗା ।


➡️୮-ଅକ୍ଟୋବର ୬ ତାରିଖ ପରେ ପ୍ରଥମ ଥର ମହଙ୍ଗା ହେଲା ରୋଷେଇ ଘରର ମୁଖ୍ୟ ଇନ୍ଧନ ଏଲ୍ପିଜି । ୧୪.୨ କିଲୋଗ୍ରାମ ବିଶିଷ୍ଟ ଏଲ୍ପିଜି ସିଲିଣ୍ଡର ଦାମ୍ ୫୦ ଟଙ୍କା ମହଙ୍ଗା ହୋଇ ପାଖାପାଖି ହଜାରେ ଟଙ୍କା ହେଲା ।


➡️୯-ଏପ୍ରିଲ ମାସରୁ ନୂତନ ଆର୍ଥିକ ବର୍ଷ ଆରମ୍ଭ ହେଉଥିବା ବେଳେ ଏହି ମାସରେ ଆର୍ଥିକ କାର୍ଯ୍ୟଭାର ଅଧିକ ରହିଥିବା ଯୋଗୁଁ ମୋଟ୍ ୧୫ ଦିନ ବ୍ୟାଙ୍କ ବନ୍ଦ ହରିବ।


➡️୧୦-ପୁରା ବିଶ୍ୱରେ ସର୍ଭେ କରାଯାଇ ଏକ୍ୟୁଆଇ ସମୀକ୍ଷା କରାଯାଇଥିବା ବେଳେ ସର୍ବାଧିକ ପ୍ରଦୂଷିତ ୫୦ ସହରର ତାଲିକା ଅନୁଯାୟୀ ବିଶ୍ୱର ସବୁଠାରୁ ଅଧିକ ପ୍ରଦୂଷିତ ସହର ହେଲା ରାଜଧାନୀ ଦିଲ୍ଲୀ ।


➡️୧୧-କାକଟପୁର ର ମା ମଙ୍ଗଳାଙ୍କ ପ୍ରସିଦ୍ଧ ଝାମୁଯାତ୍ରାର ପ୍ରଥମ ପାଳିଯାତ୍ରା ଓ ନେତୋତ୍ସବ ଗତକାଲି ହେଲା ଅନୁଷ୍ଠିତ ।


➡️୧୨-ଦ କାଶ୍ମୀର ଫାଇଲ୍’ ପରେ ଏବେ ‘ଦ କେରଳ ଷ୍ଟୋରୀ’:୧୦ ବର୍ଷ ଭିତରେ ୩୨ ହଜାର ଝଅ ଗାଏବ ହେବାର କାହାଣୀକୁ ନେଇ ହେବ ପ୍ରସ୍ତୁତ ଚଳଚିତ୍ର ।


➡️୧୩-ପଶ୍ଚିମବଙ୍ଗ ବୀରଭୂମି ଜିଲ୍ଲାରେ ନିଆଁରେ ଜଳି ୮ ଜଣଙ୍କ ମୃତ୍ୟୁ ଘଟଣାରେ ରାଜ୍ୟ ସରକାରଙ୍କୁ ବିସ୍ତୃତ ରିପୋର୍ଟ ମାଗିଲା କେନ୍ଦ୍ର ଗୃହ ମନ୍ତ୍ରଣାଳୟ ।


➡️୧୪-ଆଜି ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ପୁଷ୍କର ସିଂ ଧାମି ଶପଥ ଗ୍ରହଣ କରିବେ। ଡେରାଡୁନ୍ ପରେଡ୍ ଗ୍ରାଉଣ୍ଡରେ ଅପରାହ୍ଣ ୩ଟା ୩୦ରେ ଶପଥଗ୍ରହଣ ସମାରୋହ ହେବ।


➡️୧୫-ବିହାରର ମୁଖ୍ୟମନ୍ତ୍ରୀ ତଥା ଆରଜେଡିର ଅଧ୍ୟକ୍ଷ ଲାଲୁ ପ୍ରସାଦଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ତାଙ୍କୁ ଦିଲ୍ଲୀ ଏମ୍ସ ହସ୍ପିଟାଲ କୁ ହେଲା ସ୍ଥାନାନ୍ତର ।


➡️୧୬-କଂଗ୍ରେସରୁ ଇସ୍ତଫା ଦେଲେ ଜମ୍ମୁ ଓ କଶ୍ମୀରର ପୂର୍ବତନ ମହାରାଜା ହରି ସିଂଙ୍କ ନାତି ବିକ୍ରମାଦିତ୍ୟ ସିଂ, ଟୁଇଟ କରି ଦେଲେ ସୂଚନା ।


➡️୧୭-ସତର୍କ କରାଇଲେ ୟୁକ୍ରେନ ରାଷ୍ଟ୍ରପତି । କହିଲେ ୟୁକ୍ରେନ ଖାଦ୍ୟଶସ୍ୟ ଉତ୍ପାଦନକାରୀ ରାଷ୍ଟ୍ର ହୋଇଥିବାରୁ ଅନେକ ଦେଶରେ ଖାଦ୍ୟ ଅଭାବ ଦେଖାଦେବ ।


➡️୧୮-ଆଗକୁ ୟୁକ୍ରେନ ଉପରେ ଜୈବିକ ଅସ୍ତ୍ର ବ୍ୟବହାର କରି ଆକ୍ରମଣ କରିପାରେ ଋଷ । ଏମିତି ମନ୍ତବ୍ୟ ଦେଲେ ଜୋ ବାଇଡେନ୍ ।


➡️୧୯-ଆଇପିଏଲ ୧୫ତମ ସଂସ୍କରଣ ର ଲିଗ୍ର ପ୍ରଥମ ମ୍ୟାଚ୍ ଡିଫେଣ୍ଡିଂ ଚାମ୍ପିଅନ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ମାର୍ଚ୍ଚ ୨୬ରେ ଖେଳାଯିବ। ଆଜିଠାରୁ ଅନଲାଇନ୍ରେ ମିଳିବ ଟିକେଟ୍ ।


➡️୨୦-ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଭାରତୀୟ ଭାରୋତ୍ତୋଳନ ମହାସଂଘର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ କିଟ ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଜାତୀୟ ଭାରୋତ୍ତୋଳନ ଚମ୍ପିୟାନସିପରେ ଓଡିଶାର ଦୁଇ ମହିଳା ଖେଳାଳିଙ୍କୁ ମିଳିଲା ବ୍ରୋଞ୍ଜ ପଦକ ।


➡️୨୧-ଖରାପ ବ୍ୟବହାର ପାଇଁ ବିସ୍ଫୋରକ ଓପନର ଜାସନ ରୟଙ୍କୁ ଦୁଇଟି ମ୍ୟାଚ୍ରୁ ବ୍ୟାନ୍ କଲା ଇଂଲଣ୍ଡ ଆଣ୍ଡ ଓ୍ଵେଲ୍ସ କ୍ରିକେଟ୍ ବୋର୍ଡ(ଇସିବି)। ଆଇପିଏଲ ୨୦୨୨ ପାଇଁ ଗୁଜରାଟ ଟାଇଟନ୍ସ ଦଳରେ ସାମିଲ୍ ହୋଇଥିବା ରୟ ବାୟୋ ବବଲ୍ର କାରଣ ଦର୍ଶାଇ ଲିଗ୍ର ୧୫ତମ ସିଜିନ୍ରୁ ଓହରି ଗଲେ ।


➡️୨୨-ପାକିସ୍ତାନ ବିପକ୍ଷ ତୃତୀୟ ଟେଷ୍ଟରେ ଇତିହାସ ରଚିଲେ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ୍ ଷ୍ଟିଭ ସ୍ମିଥ୍। ୧୫୦ ଟେଷ୍ଟ ଇନିଂସ ପରେ ସର୍ବାଧିକ ରନ ହାସଲକାରୀ କ୍ରିକେଟର ଭାବେ ହେଲେ ବିବେଚିତ ।


ଆଜି ବିଶ୍ୱ ପାଣିପାଗ ଦିବସ ।

0 Comments