🌄ଖବର ଆଜିର,୨୯-ମାର୍ଚ୍ଚ-୨୦୨୨,ମଙ୍ଗଳବାର

ଖବର ଆଜିର


ତାରିଖ ୨୯/୦୩/୨୨, ମଙ୍ଗଳବାର


୧-ନୂଆଦିଲ୍ଲୀ:ସ୍ୱତନ୍ତ୍ର ସମାରୋହରେ  ପ୍ରତିଭାଙ୍କୁ ପଦ୍ମଭୂଷଣ ଓ ପ୍ରମୋଦଙ୍କୁ ପଦ୍ମଶ୍ରୀ ସମ୍ମାନରେ କରାଗଲା ସମ୍ମାନୀତ।


୨-ସପ୍ତମ ବେତନ କମିଶନର ବକେୟା ୨୦ ପ୍ରତିଶତ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ, ମିଳିବ ଏଇ ମାର୍ଚ୍ଚ  ମାସ ଦରମାରେ।ଉପକୃତ ହେବେ ୪ ଲକ୍ଷ କର୍ମଚାରୀ, ବ୍ୟୟ ହେବ ୮୫୦ କୋଟି ଟଙ୍କା ।


୩-୨୦୨୫ ସୁଦ୍ଧା ଓଡ଼ିଶା ହେବ ଡାଟା ସେଣ୍ଟର ହବ୍‌: ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି


୪-୩ ଦିନ ଗ୍ରୀଷ୍ମ ଲହରୀ, ବଢ଼ିବ ୩ ଡିଗ୍ରୀ ତାପମାତ୍ରା।୭ ସ୍ଥାନରେ ପାରଦ ୪୦ ଡିଗ୍ରୀ ଉପରେ।


୫-ଓଡ଼ିଶା ଭିଜିଲାନ୍ସ ଇତିହାସରେ ବିରଳ: ଅଧୀକ୍ଷଣ ଯନ୍ତ୍ରୀଙ୍କ ଘରୁ ମିଳିଲା ନଗଦ ୧.୩୬ କୋଟି ଟଙ୍କା, ୧.୨ କିଗ୍ରା ସୁନା ବି ଜବତ। ସମୁଦାୟ ୧୧ କୋଟି ଠାବ।


୬-ଦିଲ୍ଲୀ ଢାଞ୍ଚାରେ ଭୁବନେଶ୍ୱରରେ ହେବ ଶିକ୍ଷା ଓ ସ୍ବାସ୍ଥ୍ୟ ବ୍ୟବସ୍ଥା:ନବ ନିର୍ବାଚିତ ମେୟର।


୭-ତିନିଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟ ସ୍ୱାର୍ଥ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀଙ୍କ ସହ କରିବେ ଆଲୋଚନା। ଆଜି ରହିଛି ସଂସଦ ଗସ୍ତ କାର୍ଯ୍ୟକ୍ରମ।


୮-ଇଗ୍ନୋ ନାମଲେଖା, ୩୧ତାରିଖ ଯାଏଁ ହେଲା ବୃଦ୍ଧି।


୯-ଭାରତ ବନ୍ଦ: ରାଜ୍ୟରେ ଦୁଇ ଦିନ ପାଇଁ ଘୁଞ୍ଚିଲା ସମସ୍ତ ପରୀକ୍ଷା, ପରବର୍ତ୍ତୀ ତାରିଖ ଘୋଷଣା ହେବା ପରେ ହେବ ପରୀକ୍ଷା।


୧୦-କାଳିଆ ଯୋଜନା ଆହୁରି ତିନି ବର୍ଷ ଚାଲିବ, ରାଜ୍ୟର ହିତାଧିକାରୀ ହେବେ ଲାଭବାନ୍‌।


୧୧-ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ମାଡମରା ଘଟଣା ; ୯ ଜଣଙ୍କୁ ଗିରଫ କଲା ପୋଲିସ।


୧୨-ସୀମା ଡେଇଁଲାଣି କାଠଯୋଡି ଜଳ ପ୍ରଦୂଷଣ, ନଦୀ ଭିତରକୁ ଛଡାଯାଉଥିବା ନର୍ଦ୍ଦମା ଜଳ ତୁରନ୍ତ ବନ୍ଦ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ।


୧୩-ଯାଜପୁର : ବାରୁଣୀ ଘାଟରେ ଲାଗିଲା ୧୪୪ ଧାରା; ୨୯ ଓ ୩୦ ତାରିଖ ପର୍ଯ୍ୟନ୍ତ ରହିବ କଟକଣା।


୧୪-ଶର୍ମିଷ୍ଠାଙ୍କ ଖେଳ ଶେଷ, ଭଦ୍ରକ ଜିଲ୍ଲା ନଳାଙ୍ଗରୁ ଗିରଫ କଲା କ୍ରାଇମବ୍ରାଞ୍ଚ,ସହଯୋଗୀ ମଧ୍ୟ ଗିରଫ।


୧୫-ପ୍ରମୋଦ ସାୱନ୍ତଙ୍କ ଦ୍ୱିତୀୟ ଇନିଂସ୍ ଆରମ୍ଭ, ଦ୍ୱିତୀୟ ଥର ପାଇଁ ଗୋଆ ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ।


୧୬-୨ ଦିନିଆ ଭାରତ ବନ୍ଦ: ପ୍ରଥମ ଦିନ ପ୍ରଭାବ ହୀନ, ବସ୍ ଟ୍ରକ୍ ଅଟକିଲା,କାର୍ ଅଟୋ ଗଡ଼ିଲା।

0 Comments