🌅ଆଜିର ଖବର, ୩୧-ମାର୍ଚ୍ଚ-୨୦୨୨, ଗୁରୁବାର 🌄

🌅୩୧-ମାର୍ଚ୍ଚ-୨୦୨୨, ଗୁରୁବାର 🌄

●:::::::::::::::::::::::::::::::::::::::::::::::::●

୧. ରାଉରକେଲାରେ ଖୋଲିଲା ସୁନ୍ଦରଗଡ଼ ଜିଲ୍ଲାର ପ୍ରଥମ ‘ମିଲେଟ୍ ଶକ୍ତି କାଫେ’ ।

୨. ଆଇପିଏଲ୍‌ରେ ବୁଧବାର ଏକ କମ୍ ସ୍କୋର୍‌ର ମ୍ୟାଚ୍‌ରେ ବିଜୟୀ ହୋଇଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) । କଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌)କୁ ୩ ୱିକେଟରେ ହରାଇ ଆର୍‌ସିବି ୨ୟ ମ୍ୟାଚ୍‌ରେ ପ୍ରଥମ ବିଜୟ ହାସଲ କରିଛି ।

୩. ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ଅଟଳାସ୍ଥିତ ଆସ୍ଥା ସ୍କୁଲ ଅଫ ମ୍ୟାନେଜମେଣ୍ଟ ପକ୍ଷରୁ ବୁଧବାର ଜାତୀୟସ୍ତରୀୟ ଷଷ୍ଠ ଯୁଗ୍ମା ବାଗ୍ମିତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି ।

୪. ହଟିଲା ବ୍ୟାନ୍; ଇସ୍ଲାମିକ ଦେଶ ୟୁଏଇରେ ରିଲିଜ୍ ହେବ ଦି କାଶ୍ମୀର ଫାଇଲ୍; କ୍ଲିୟରାନ୍ସ ଦେଲା ୟୁଏଇ ସେନ୍‌ସର ବୋର୍ଡ ।

୫. ଭାରତୀୟ ପାରମ୍ପାରିକ ଔଷଧର ଲାଭ ଅଧିକରୁ ଅଧିକ ଲୋକଙ୍କୁ ଯୋଗାଇବା ପାଇଁ ମେ ୧ରୁ ସାରା ଦେଶରେ ମୋଟ ୩୭ ଟି କ୍ୟାଣ୍ଟନମେଣ୍ଟ ଡାକ୍ତରଖାନାରେ ଆୟୁର୍ବେଦ କ୍ଲିନିକ୍‌ ଆରମ୍ଭ କରାଯିବ ବୋଲି ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ବୁଧବାର ଦିନ ଘୋଷଣା କରାଯାଇଛି ।

୬. ନୂଆଦିଲ୍ଲୀଠାରେ ଅଖିଳ ଭାରତୀୟ ବୈଷୟିକ ଶିକ୍ଷା ପରିଷଦ(ଏଆଇସିଟିଇ) ପୋର୍ଟାଲରେ ୧ ଲକ୍ଷରୁ ଊର୍ଦ୍ଧ୍ୱ ଇଂଟର୍ଣ୍ଣସିପ୍ ସୁଯୋଗର ଶୁଭାରମ୍ଭ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

୭. ଆସନ୍ତା ୨୪ ଘଂଟା ମଧ୍ୟରେ ମୟୂରଭଞ୍ଜ, ବରଗଡ,ସୋନପୁର, ବୌଦ୍ଧ ଏବଂ ବଲାଙ୍ଗୀର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଗ୍ରୀଷ୍ମ ପ୍ରବାହ ହେବାର ସମ୍ଭାବନା ରହିଛି । ସେହିପରି ଏପ୍ରିଲ ୧ରୁ ୨ ତାରିଖ ମଧ୍ୟରେ ସମ୍ବଲପୁର, ବରଗଡ଼, ସୋନପୁର, ବୌଦ୍ଧ, ବଲାଙ୍ଗୀର, ଅନୁଗୁଳ ଓ କଳାହାଣ୍ଡି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଗ୍ରୀଷ୍ମ ପ୍ରବାହ ହେବାର ସମ୍ଭାବନା ରହିଛି ।

୮. ବଡ଼ ଖବର: ଏଣିକି ସରକାରୀ ଚାକିରିଆଙ୍କୁ ସପ୍ତାହକୁ ମିଳିବ ୨ ଦିନ ଛୁଟି । ସୋମବାରରୁ ଶୁକ୍ରବାର ଅଫିସ୍‌ରେ କାମ କରିବେ କର୍ମଚାରୀ ଆଉ ଶନିବାର ଓ ରବିବାର ଛୁଟି ପାଇବେ ଅଧିକାରୀ ।

୯. ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଆଦର୍ଶ ଷ୍ଟେସନ ଯୋଜନା ଅଧୀନରେ ଦେଶରେ ୧ ହଜାର ୨୫୩ଟି ରେଳ ଷ୍ଟେସନ ଚିହ୍ନଟ କରାଯାଇଛି । ସେଗୁଡିକ ମଧ୍ୟରୁ ୧ ହଜାର ୨୧୩ଟି ଷ୍ଟେସନର ବିକାଶ କାର୍ଯ୍ୟ ଶେଷ ହୋଇଛି ।

୧୦. ୨୦୨୦-୨୧ରେ ଓଡ଼ିଶାକୁ ମିଳିଛି ୧୫୧୯.୩୧ କୋଟିର କୋଇଲା ରୟାଲିଟି ।

୧୧. କଥା ଦେଇ ରଖିଲାନି ଋଷ!: ଶାନ୍ତି ବାର୍ତ୍ତା ପରେ ବି ୟୁକ୍ରେନରେ ଜାରି ରହିଛି ଜୋରଦାର ଆକ୍ରମଣ ।

୧୨. ନେତୃତ୍ଵାଧୀନ ସୁରକ୍ଷା ମାମଲା ସଂପର୍କିତ କ୍ୟାବିନେଟ୍ କମିଟି(ସିସିଏସ)୩,୮୮୭ କୋଟି ଟଙ୍କା ବ୍ୟୟରେ ସ୍ଵଦେଶୀ ବିକଶିତ ୧୫ ହାଲୁକା ହେଲିକପ୍ଟର କ୍ରୟକୁ ବୁଧବାର ମଞ୍ଜୁରୀ ଦେଇଛନ୍ତି । 

୧୩. ଏପ୍ରିଲ ୧ ତଥା ଉତ୍କଳ ଦିବସ ଅବସରରେ *‘ବନ୍ଦେ ଉତ୍କଳ ଜନନୀ’* ର ସାମୂହିକ ଗାନ ପାଇଁ ଆୟୋଜନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଓଡ଼ିଶାର ୮୭ତମ ପ୍ରତିଷ୍ଠା ଦିବସ ଅବସରରେ ଏହି *‘ବନ୍ଦେ ଉତ୍କଳ ଜନନୀ’* ସଙ୍ଗୀତକୁ ସନ୍ଧ୍ୟା ୬ଟାରେ ସମୂହ ଗାନ କରାଯିବ ବୋଲି ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି ।

୧୪. ଶ୍ରୀହୀନ ହୋଇଯାଇଛି ଶ୍ରୀଲଙ୍କା; ଋଣ ଭାରରେ ବୁଡ଼ାଇ ଦେବାଳିଆ କରି ଦେଇଛି ଚୀନ୍ । ଏବେ ଦିନକୁ ହେଉଛି ୧୦ ଘଣ୍ଟାର ବିଜୁଳି କାଟ୍ । ପେଟ୍ରୋଲ ପମ୍ପରୁ ତେଲ ନେବାକୁ ହେଲେ ୫ ଘଣ୍ଟାର ଲମ୍ବା ଅପେକ୍ଷା । କାଗଜ ଓ କାଳି ଅଭାବରୁ ସ୍କୁଲ କଲେଜରେ ପରୀକ୍ଷା ବନ୍ଦ ଆଉ ଲୋକଙ୍କୁ ମେଡିକାଲରେ ମିଳି ପାରୁନି ସ୍ୱାସ୍ଥ୍ୟସେବା ।

୧୫. ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୪୬ କରୋନା ଆକ୍ରାନ୍ତ । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍‌ ୧୨,୭୮,୦୮୧ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି ।

୧୬. ଏପ୍ରିଲ ୧ରେ ଅନୁଷ୍ଠିତ ହେବ ପ୍ରଧାନମନ୍ତ୍ରୀଙ୍କ *‘ପରୀକ୍ଷା ପେ ଚର୍ଚ୍ଚା’* ର ପଞ୍ଚମ ସଂସ୍କରଣ : ଓଡ଼ିଶାରୁ ଯୋଗଦେବେ ୨୬୦୦୦ ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ।

୧୭. ଅସ୍ଥାୟୀ ବୃହତ ଶକ୍ତି ପ୍ରକଳ୍ପ ପାଇଁ ବୃହତ ଶକ୍ତି ନୀତି ୨୦୦୯ରେ ସଂଶୋଧନକୁ କ୍ୟାବିନେଟ ମଞ୍ଜୁରି ।

୧୮. ‘‘ଏମଏସଏମଇ ପ୍ରଦର୍ଶନ ବଢ଼ାଇବା ଏବଂ ତ୍ୱରାନ୍ୱିତ’’ କରିବା ଲାଗି ୮୦୮ ନିୟୁତ ଆମେରିକୀୟ ଡଲାର ଅର୍ଥ ମଞ୍ଜୁର କଲେ କେନ୍ଦ୍ର କ୍ୟାବିନେଟ୍‌ ।

୧୯. ଜମ୍ମୁ କାଶ୍ମୀରରେ ପୁଣି ଥରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କଲେ ଆତଙ୍କବାଦୀ ସଂଗଠନ ।

୨୦. ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫୯ ଜଣ ପଜିଟିଭ ଚିହ୍ନଟ ।

୨୧. ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟରେ ଆସନ୍ତା ଏପ୍ରିଲ ୨ ତାରିଖଠାରୁ ସକାଳୁ ସ୍କୁଲ ଖୋଲିବା ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଛି। ଏ ନେଇ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଂଜନ ଦାଶ ସୂଚନା ଦେଇଛନ୍ତି । ଆସନ୍ତା ଏପ୍ରିଲ ୨ ତାରିଖଠାରୁ ରାଜ୍ୟର ସମସ୍ତ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ନିମନ୍ତେ ସକାଳ ୬ଟା ୩୦ରୁ ୧୦ଟା ପର୍ଯ୍ୟନ୍ତ ସ୍କୁଲ ଖୋଲାଯିବ । ସେହିପରି ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସକାଳ ୭ଟାରୁ ୧୧ଟା ପର୍ଯ୍ୟନ୍ତ ସ୍କୁଲ ଖୋଲା ରହିବ । 

୨୨. ସରକାରୀ କର୍ମଚାରୀଙ୍କୁ ଉପହାର ଦେଇଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା(ଡିଏ) ୩ ପ୍ରତିଶତ ବୃଦ୍ଧି ପାଇଛି । ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩ ପ୍ରତିଶତ ବୃଦ୍ଧି କରିବା ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟରେ ମଞ୍ଜୁରି ମିଳିଛି । ଏହା ସହ ପେନସନଭୋଗୀଙ୍କ ଡିଆର ୩ ପ୍ରତିଶତ ବୃଦ୍ଧି ହୋଇଛି । ୨୦୨୨ ଜାନୁଆରି ପହିଲାରୁ ପିଛିଲା ଭାବେ ଏହା ଲାଗୁ ହେବ । ଏହା ଦ୍ଵାରା କେନ୍ଦ୍ର ସରକାରଙ୍କ ୪୭.୬୮ ଲକ୍ଷ କର୍ମଚାରୀ ଏବଂ ୬୮.୬୨ ଲକ୍ଷ ପେନସନଭୋଗୀ ଉପକୃତ ହେବେ । ମହଙ୍ଗା ଭତ୍ତା ୩ ପ୍ରତିଶତ ବୃଦ୍ଧି ପାଇ ଏବେ ୩୪ ପ୍ରତିଶତରେ ପହଞ୍ଚିଛି ।
•┈┈┈┈┈┈┈┈┈┈┈┈┈┈┈┈┈┈┈┈┈┈•
୨୩-ଗ୍ରୀଷ୍ମ ପ୍ରବାହ କୁ ଦୃଷ୍ଟି ରେ ରଖି ଏପ୍ରିଲ ୨ ରୁ ଆରମ୍ଭ ହେବ ସକାଳୁଆ ସ୍କୁଲ । ପ୍ରଥମ ରୁ ଅଷ୍ଟମ ଯାଏଁ ସକାଳ ୬.୩୦ରୁ ୧୦ଟା ଏବଂ ୯ମ ରୁ ୧୦ମ ଯାଏଁ ସକାଳ ୭ରୁ ୧୧ଘଟିକା ଯାଏଁ କ୍ଲାସ ହେବ। ଏ ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଦେଲେ ସୁଚନା ।

୨୪-ପାନକାର୍ଡରେ ଆଧାର କାର୍ଡ ସଂଯୋଗ କରିବାର ଶେଷ ତାରିଖ ଆଜି ଥିଲା । ଯଦି ଆଜି ସୁଦ୍ଧା ଆପଣ ପାନ୍ କାର୍ଡରେ ଆଧାର କାର୍ଡ ଲିଙ୍କ କରିନାହାନ୍ତି ତେବେ ଆପଣଙ୍କୁ ଅଧିକ ଜୋରିମାନା ଦେବାକୁ ପଡ଼ିବ। 

୨୫-ନୂତନ ଆର୍ଥିକ ବର୍ଷ ଆସିବା ପୂର୍ବରୁ ଲକ୍ଷ ଲକ୍ଷ କର୍ମଚାରୀଙ୍କୁ କେନ୍ଦ୍ର ସରକାର ଦେଲେ ବଡ ଉପହାର । କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ୩% ବଢ଼ିଲା ମହଙ୍ଗା ଭତ୍ତା ।

୨୬-ଏଣିକି ମୋଟରସାଇକେଲ କିଣିବା ହେବ ମହଙ୍ଗା, ଦେଶର ସବୁଠୁ ବଡ଼ ଟୁ-ହ୍ୱିଲର କମ୍ପାନୀ ହିରୋ ମୋଟୋକର୍ପ ଏହାର ମୋଟରସାଇକେଲ ଏବଂ ସ୍କୁଟରର ଦାମ ୫ ଏପ୍ରିଲ ଠାରୁ ୨୦୦୦ ଟଙ୍କା ପର୍ଯ୍ୟନ୍ତ ବଢ଼ାଇବ ।

୨୭-ଛତୁ ଓ ଲେମ୍ବୁ ଉତ୍ପାଦନ ରେ ଓଡିଶା ୧ ନମ୍ବର ରାଜ୍ୟ ହୋଇଥିବା ବେଳେ ବାଇଗଣ ଉତ୍ପାଦନରେ ଦୁଇ ନମ୍ବରରେ ରହିଛି । ଏନେଇ ବିଧାନସଭାର ପ୍ରଶ୍ନକାଳରେ କୃଷି ମନ୍ତ୍ରୀ ଅରୁଣ ସାହୁ ଦେଲେ ସୁଚନା ।

୨୮-ଆସିଗଲା ଦେଶର ପ୍ରଥମ ହାଇଡ୍ରୋଜେନ କାର । କେନ୍ଦ୍ର ସଡ଼କ, ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ଏହି ଗାଡ଼ିରେ ବସି ଆସିଲେ ସଂସଦ ।

୨୯-ଏପ୍ରିଲ୍ ପହିଲାରୁ ଏକାଠି କାମ କରିବେ ବିଏସ୍ଏନ୍ଏଲ୍ ଏବଂ ବିବିଏନ୍ଏଲ୍, ୨.୫ ଲକ୍ଷ ଗ୍ରାମୀଣ ପଞ୍ଚାୟତରେ ଉପଲବ୍ଧ ହେବ ଫାଇବର ଅପ୍ଟିକ୍ ସେବା । ଜୁନ୍ ୨୦୨୨ ସୁଦ୍ଧା ବିଏସଏନ୍ଏଲ୍ ଏବଂ ବିବିଏନ୍ଏଲ୍ର ମିଶ୍ରଣ କାର୍ଯ୍ୟ ଶେଷ କରିବାକୁ ଭାରତ ସରକାର ଯୋଜନା କରିଛନ୍ତି । 

୩୦-ମୁଣ୍ଡ ପିଛା ଆୟ ବଢ଼ିଲା, ୨୦୨୦-୨୧ରେ ରାଜ୍ୟରେ ମୁଣ୍ଡପିଛା ଆୟ କମିଥିବାବେଳେ ୨୦୨୧-୨୨ରେ ମୁଣ୍ଡ ପିଛା ଆୟ ଉପରମୁହାଁ ହୋଇଛି। ଚଳିତ ଆର୍ଥିକ ବର୍ଷରେ ଦେଶର ଅଭିବୃଦ୍ଧି ହାର ୮.୮ % ଥିବାବେଳେ ଓଡ଼ିଶାର ଅଭିବୃଦ୍ଧି ହାର ୧୦.୧ % ରହିଛି।

୩୧-IRCTC ଲଞ୍ଚ କଲା ସ୍ୱଦେଶ ଦର୍ଶନ ସ୍ପେଶାଲ ପ୍ୟାକେଜ୍: କାଶୀ, ଅଯୋଧ୍ୟା, ପୁରୀ, କୋଣାର୍କ ଭ୍ରମଣ ପାଇଁ କାଲିଠାରୁ ଆରମ୍ଭ ହେଲା ବୁକିଂ । ଆସନ୍ତା ମାସ ୨୩ ତାରିଖରୁ ଏହି ଯାତ୍ରା ହେବ ଆରମ୍ଭ ।

୩୨-ଖୁବ୍-ଶୀଘ୍ର ହାତକୁ ଦି ହାତ ହେବେ ବଲିଉଡର ଚୁଲବୁଲି ନାୟିକା ଆଲିଆ ଭଟ୍ଟ। ଅଭିନେତା ରଣବୀର କପୁରଙ୍କୁ ସେ ଆସନ୍ତା  ଏପ୍ରିଲ୍ ମାସରେ ବିବାହ କରିବେ। 

୩୩-ବିଧାନସଭାରେ ୨୦୨୨-୨୩ ଆର୍ଥିକ ବର୍ଷର ପ୍ରଥମ ୪ ମାସ ପାଇଁ କାମଚଳା ବଜେଟ୍ ହେଲା ଉପସ୍ଥାପିତ । ଏହି ଆର୍ଥିକ ବର୍ଷରେ ଦେଶର ଆର୍ଥିକ ଅଭିବୃଦ୍ଧି ୭.୮ ପ୍ରତିଶତ ରହିବା ଅନୁମାନ କରାଯାଉଛି । ଓଡ଼ିଶାର ଅଭିବୃଦ୍ଧି ହାର ୯ରୁ ୯.୫ ପ୍ରତିଶତ ମଧ୍ୟରେ ରହିବା ଆଶା କରାଯାଉଛି ।

୩୪-ପଞ୍ଚମ ବିମଷ୍ଟେକ ଶିଖର ସମ୍ମିଳନୀରେ ଭାଗ ନେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । 

୩୫-ଉତ୍ତରପ୍ରଦେଶ ରେ ଦ୍ୱାଦଶ ବୋର୍ଡର ଇଂରାଜୀ ପେପର ହେଲା ଲିକ; ୨୪ ଟି ଜିଲ୍ଲାର ପ୍ରାୟ ୧୦ ଲକ୍ଷ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇଥାନ୍ତେ  ।

୩୬-ଆସନ୍ତା ଏପ୍ରିଲ ୧୧ ତାରିଖରେ ଭାରତ ଓ ଆମେରିକା ମଧ୍ୟରେ ୨+୨ କଥାବାର୍ତ୍ତା ହେବ। ଭାରତର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ତାଙ୍କର ଆମେରିକୀୟ ପ୍ରତିପକ୍ଷ ଆଣ୍ଟୋନି ବ୍ଲିଙ୍କେନ ଓ ଲଏଡ ଅଷ୍ଟିନଙ୍କୁ ୱାଶିଂଟନରେ ସାକ୍ଷାତ କରିବେ।

୩୭-‘ଦ କଶ୍ମୀର ଫାଇଲ୍ସ’କୁ ନେଇ ବଢ଼ୁଛି ଅସନ୍ତୋଷ: କେଜ୍ରିୱାଲଙ୍କ ଘରର ମୁଖ୍ୟ ଫାଟକ ଭାଙ୍ଗିଲେ ବିରୋଧୀ ।

୩୮-ଆଜିଠୁ ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ରୁଷ୍ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ । 

୩୯-ୟୋଗୀ ଆଦିତ୍ୟନାଥଙ୍କ (ମୁଖ୍ୟମନ୍ତ୍ରୀ) ଦିୱାନା ହେଲେ ଋଷ ଆଉ ବ୍ରିଟେନ । ବ୍ରିଟେନର ହାଇ କମିଶନର ଆଲେକ୍ସ ଏଲିସ ମୁଖ୍ୟମନ୍ତ୍ରୀ ୟୋଗୀ ଆଦିତ୍ୟନାଥଙ୍କ ସହ ଭେଟିବାକୁ କଲେ ଇଚ୍ଛା ପ୍ରକାଶ ।

୪୦-ହଟିଲା ବ୍ୟାନ୍; ଇସ୍ଲାମିକ ଦେଶ ୟୁଏଇରେ ରିଲିଜ୍ ହେବ ଦି କାଶ୍ମୀର ଫାଇଲ୍; କ୍ଲିୟରାନ୍ସ ଦେଲା ୟୁଏଇ ସେନ୍ସର ବୋର୍ଡ ।

୪୧-ସ୍ପିନ୍ ଅଫ୍ କିଙ୍ଗ୍ ସେନ୍ ୱର୍ଣ୍ଣଙ୍କୁ ବୁଧବାର ମେଲ୍ବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡ୍ରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଶଂସକ ।

୪୨-ନ୍ୟୁଜିଲାଣ୍ଡରେ ଖେଳାଯାଉଥିବା ବିଶ୍ୱକପ ଫାଇନାଲରେ ଅଷ୍ଟ୍ରେଲିଆର ମହିଳା କ୍ରିକେଟ ଦଳ ଫାଇନାଲରେ କଲା ପ୍ରବେଶ ।


•┈┈┈┈┈┈┈┈┈┈┈┈┈┈┈┈┈┈┈┈┈┈•
୪୩-୩୬ ଦିନରେ ଋଷ-ୟୁକ୍ରେନ୍‌ ଯୁଦ୍ଧ। ଆଜି ଭାରତ ଆସିବେ ବ୍ରିଟିଶ ବୈଦେଶିକ ମନ୍ତ୍ରୀ ଓ ରୁଷିଆର ବୈଦେଶିକ ମନ୍ତ୍ରୀ ସରଗୋଇ ଲାଭରୋଭ; ରୁଷିଆ-ୟୁକ୍ରେନ ସଂକଟ ନେଇ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ସହ ଆଲୋଚନା କରିବେ।

୪୪-ଆଜି ବିଧାନସଭା ବଜେଟ ଅଧିବେଶନର ଶେଷ ଦିବସ, କାମଚଳା ବଜେଟକୁ ଆଜି ଗୃହରେ ଅନୁମୋଦନ ମିଳିବ CAG ରିପୋର୍ଟ ଆଜି ବିଧାନସଭାରେ ଉପସ୍ଥାପିତ କରାଯିବ। ପ୍ରଶ୍ନକାଳରେ ଜଳସମ୍ପଦ, ପର୍ଯ୍ୟଟନ, ପରିବହନ, କ୍ରୀଡ଼ା ବିଭାଗ ଉପରେ ଆଲୋଚନା.


୪୫- ୪୧ ଡିଗ୍ରୀ ଉପରେ ୫ସହର
ଟିଟଲାଗଡ  ୪୨.୭ ଡ଼ିଗ୍ରୀ, ବଲାଙ୍ଗୀରରେ ୪୨.୫ଡ଼ିଗ୍ରୀ, ସୋନପୁର ୪୧.୯ଡ଼ିଗ୍ରୀ , ଝାରସୁଗୁଡା ୪୧.୨ଡ଼ିଗ୍ରୀ ଏବଂ ବୌଦ୍ଧରେ ୪୧ଡ଼ିଗ୍ରୀ । ଆଗାମୀ ୨-୩  ଦିନ ଯାଏଁ ଆଭ୍ୟନ୍ତରୀଣ ଓଡ଼ିଶାରେ ଅନେକ ସ୍ଥାନରେ ସ୍ୱାଭାବିକ ଠାରୁ ୩ ରୁ ୫ ଡ଼ିଗ୍ରୀ ଅଧିକ ରହିବ ତାତି ।

୪୬-ପୁଣିବଢିଲାତେଲ_ଦର

ଦେଶରେ ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର ।

ଦିଲ୍ଲୀରେ ପେଟ୍ରୋଲ ଲିଟର ୧୦୧.୮୧ ଟଙ୍କା, ଡିଜେଲ ୯୩.୦୭/-

ଭୁବନେଶ୍ବରରେ ପେଟ୍ରୋଲ ଲିଟର ୧୦୮.୬୩ ଟଙ୍କା, ଡିଜେଲ ୯୮.୪୦/-

ମାଲକାନଗିରିରେ ପେଟ୍ରୋଲ ୧୧୪.୧୯ ଟଙ୍କା ଓ ଡିଜେଲ ୧୦୩.୭୮/-

କଳାହାଣ୍ଡିରେ ପେଟ୍ରୋଲ ୧୧୨.୦୬/- ଓ ଡିଜେଲ ୧୦୧.୭୪/-

୪୭-ଇସଲାମବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ଼ଙ୍କୁ ହତ୍ୟା ଷଡ଼ଯନ୍ତ୍ର; ଇମ୍ରାନଙ୍କୁ ହତ୍ୟା ଯୋଜନା ହେଉଥିବା କହିଲେ PTI ନେତା ଫୈଜଲ ଭାୱଡା; MQM-P ହାତ ଛାଡ଼ିବା ପରେ ସଂଖ୍ୟା ଗରିଷ୍ଠତା ହରାଇଛି ଇମ୍ରାନ ସରକାର ।


➡️ଘରୁ ବାହାରକୁ ଯିବା ସମୟରେ ସାଙ୍ଗରେ ପାଣି, ଛତା, ଗାମୁଛା ଧରି ବାହାରକୁ ଯାଆନ୍ତୁ ଏବଂ ଖରାଦିନିଆ ବିଭିନ୍ନ ରୋଗ ଦାଉରୁ ରକ୍ଷା ପାଇବା ପାଇଁ ଖରାପ୍ରତି ସତର୍କ ରହନ୍ତୁ ।


ଆଜି ହେଉଛି ୨୦୨୧-୨୨ ଆର୍ଥିକ ବର୍ଷର ଶେଷ ଦିନ ।

0 Comments