🌄
୧. ଆଜି ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଶ୍ରାଦ୍ଧ ବାର୍ଷିକୀ: ବିଜୁ ବାବୁଙ୍କୁୁ ଝୁରୁଛି ସାରା ଓଡିଶା ।
୨. ୧୩ .୭୫ କୋଟିର ଜିଏସ୍ଟି ଠକେଇ: ବ୍ୟାଙ୍କ ମ୍ୟାନେଜର ସହିତ ୪ ଗିରଫ ।
୩. ୫- ଟି ସଚିବଙ୍କ ସୁଆଣ୍ଡୋ ପରିଦର୍ଶନ: ସ୍ବାଧୀନତା ଦିବସରେ ହେବ ସମସ୍ତ ପ୍ରକଳ୍ପର ଉଦ୍ଘାଟନ ।
୪. ନୂଆଦିଲ୍ଲୀସ୍ଥିତ ଓଡ଼ିଆ ବୁଦ୍ଧଜୀବୀ ଫୋରମ୍ ଦି ଇଣ୍ଟେଲେକ୍ଟସ୍ ପକ୍ଷରୁ ବିଶିଷ୍ଟ ସ୍ତମ୍ଭକାର ଗୌରହରି ଦାସଙ୍କୁ ଓଡ଼ିଆ ସ୍ତମ୍ଭ ସାହିତ୍ୟ ସମ୍ମାନ ପ୍ରଦାନ କରାଯାଇଛି ।
୫. ସୁବର୍ଣ୍ଣପୁର ସବୁଠୁ ଉତ୍ତପ୍ତ ; ୪୦ ଡିଗ୍ରୀ ଉପରେ ୧୫ ସହର । ପାଣିପାଗ ବିଭାଗର ଆକଳନ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡା, କନ୍ଧମାଳ, ଗଜପତି, କଳାହାଣ୍ଡି, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର ଜିଲାର କିଛି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହୋଇପାରେ ।
୬. ଚଳିତ ଆଇପିଏଲ୍ରେ ଶନିବାର ୨ୟ ମ୍ୟାଚ୍ରେ ବିଜୟୀ ହୋଇଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍ସିବି) ।
୭. ଓଡିଶାରେ ଦକ୍ଷତା ବିକାଶ ଓ ଶିକ୍ଷାକୁ ଗୁରୁତ୍ୱ ଦେଇ ଯୁବ ସମାଜକୁ ଉଦ୍ୟମୀ କରିବାକୁ ପଡିବ : ଧର୍ମେନ୍ଦ୍ର ପ୍ରଧାନ ।
୮. ଏମ୍ସରେ କୋକ୍ଲିୟର ସମ୍ମିଳନୀ ଅନୁଷ୍ଠିତ, ଶ୍ରବଣ ଶକ୍ତି ଫେରିପାଇବା ନେଇ ତାଲିମ ପ୍ରଦାନ ।
୯. ଏପ୍ରିଲ ୨୧ରେ ଭାରତ ଆସିବେ ବ୍ରିଟେନ ପ୍ରଧାନମନ୍ତ୍ରୀ, ଦୁଇ ଥର ବାତିଲ ହୋଇସାରିଛି ଜନସନଙ୍କ ଗସ୍ତ ।
୧୦. ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପ୍ରାଣତ୍ୟାଗ କଲା ସିଂହୀ *“ଶ୍ୟାମା’* ।
୧୧. ବ୍ଲାକ୍ ସିରେ ରୁଷୀୟ ଯୁଦ୍ଧପୋତ ମୋସ୍କଭା ବୁଡ଼ିବା ପରେ ରକ୍ତ ଚାଉଳ ଚୋବାଉଛି ମସ୍କୋ । ମୋସ୍କଭା ବୁଡ଼ିବା ପରେ ତୃତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହୋଇଯାଇଛି ବୋଲି କହିଛି ରୁଷୀୟ ସରକାରୀ ଟିଭି ଚ୍ୟାନେଲ୍ ।
୧୨. ଆମେରିକା ଓ ନାଟୋକୁ ରୁଷିଆର ଧମକ: ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଯୋଗାଣ ବନ୍ଦ କରିବାକୁ ଭ୍ଲାଦିମିର ପୁଟିନଙ୍କ ଚେତାବନୀ ।
୧୩. ଚନ୍ଦକା ସୁନ୍ଦରପୁର ଠାରେ ଶନିବାର ସନ୍ଧ୍ୟାରେ *‘ଡିଏନ୍ ୱିସ୍ଡମ୍ ଟ୍ରି ଗ୍ଲୋବାଲ୍ ସ୍କୁଲ’* ର ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
୧୪. ଓଡିଶାର ୧୫ରୁ ୨୫ ବର୍ଷର ୭୫ ଲକ୍ଷ ଯୁବକଙ୍କୁ ସ୍କିଲ୍ ଦ୍ୱାରା ରୋଜଗାରକ୍ଷମ କରିବା ପାଇଁ ଯୋଜନା କରାଯିବ–ଧର୍ମେନ୍ଦ୍ର ପ୍ରଧାନ ।
୧୫. *ମେ' ମାସରୁ ଶିକ୍ଷାଦାନ ଓ ପରୀକ୍ଷା ପଦ୍ଧତିରେ ଆସିବ ନୂଆ ସଂସ୍କାର:* ଦେଢ ମାସ ପରିବର୍ତ୍ତେ ଏଥର ସ୍କୁଲ୍ ପିଲାଙ୍କୁ ମିଳିବ ମାତ୍ର ୧୧ ଦିନର ଗ୍ରୀଷ୍ମ ଛୁଟି । ଏଣିକି ପିଲାଙ୍କୁ ପଢାଯିବ ଶତ ପ୍ରତଶତ ସିଲାବସ୍ । ଖାଲି ସେତିକି ନୁହେଁ ନବମ ଓ ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ପ୍ରାକ୍ଟିକାଲ ପରୀକ୍ଷା ବି ଲାଗୁ କରାଯିବ । ଜୁନ୍ ୬ରୁ ୧୬ ଯାଏ ଖରାଛୁଟି ହେବ । ଖରାକୁ ଦୃଷ୍ଟିରେ ରଖି ମେ ୧ରୁ ଜୁନ୍ ୫ଯାଏ ସକାଳ ୬ରୁ ୯ଟା ଯାଏ କ୍ଲାସ୍ ହେବ ।
➡️ସେହିପରି ୨୦ ଏପ୍ରିଲ ସୁଦ୍ଧା ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ପିଲାଙ୍କୁ କ୍ଲାସ୍ ପ୍ରମୋସନ ଦିଆଯିବ । ୨୦ରୁ ୩୦ ଏପ୍ରିଲ ଭିତରେ ପ୍ରଥମରୁ ନବମ ପିଲାଙ୍କ ଲାଗି ଆଡମିଶନ ପ୍ରକ୍ରିୟା ଶେଷ ହେବ । ୧୦ ମେ’ ସୁଦ୍ଧା ନବମ ପିଲାଙ୍କ ପରୀକ୍ଷା କରାଯାଇ ଦଶମକୁ ଉନ୍ନୀତ କରାଯିବ ।
୧୬. ସାଂଘାଇରେ କରୋନାକୁ ବଳି ଗଲା ଲକଡାଉନ କଟକଣା: ନିୟନ୍ତ୍ରଣ ପାଇଁ ପ୍ରଶାସନର କଡା ନିୟମ ।
୧୭. ଦିଲ୍ଲୀ ପରେ ପଞ୍ଜାବରେ ମିଳିବ ମାଗଣା ବିଜୁଳି: ଜୁଲାଇ ପହିଲାରୁ ମିଳିବ ୩ଶହ ୟୁନିଟ ମାଗଣା ବିଜୁଳି ।
୧୮. ବଦଳିଲେ ରିଆଲିଟି ସୋ ଦାଦାଗିରିର ଉପସ୍ଥାପକ ଅନୁଭବ: ଏଣିକି ସୁଦ୍ଧାନ୍ତ ମହାପାତ୍ର କରିବେ ଉପସ୍ଥାପନା ।
୧୯. କେନ୍ଦ୍ର ସରକାରଙ୍କ ଭାରତମାଳା ପ୍ରକଳ୍ପ ଅନ୍ତର୍ଗତ କୋରାପୁଟ ଓ ନବରଙ୍ଗପୁର ମଧ୍ୟରେ ୨୪୫କିମି ରାସ୍ତାକୁ ୪ଲେନ୍ ବିଶିଷ୍ଟ କରାଯିବ ଓ ଏହି ପ୍ରକଳ୍ପ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ନିମନ୍ତେ ମୁଖ୍ୟ ସଚିବ ସୁରେଶ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି ।
୨୦. ରାଜ୍ୟରୁ ଶନିବାର ଆଉ ୧୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍ ୧୨,୭୮,୬୪୧ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି ।
୨୧. ମହଙ୍ଗା ହେବ ବିମାନ ଯାତ୍ରା: ବିମାନ ଇନ୍ଧନ ଏଟିଏଫ ୦.୨ ପ୍ରତିଶତକୁ ବୃଦ୍ଧି ।
୨୨. ଓଡ଼ିଶା ବୈଷୟିକ ଓ ଗବେଷଣା ବିଶ୍ବବିଦ୍ୟାଳୟ (ଓୟୁଟିଆର)କୁ ଇଞ୍ଜିନିୟରିଂ ଶିକ୍ଷା କ୍ଷେତ୍ରରେ ଏକ ଉତ୍କର୍ଷ କେନ୍ଦ୍ର ରୂପେ ଗଢାଯିବ । ଭିତ୍ତିଭୂମି ବିକାଶ ସହ ଏଠାରେ ନୂତନ ପାଠ୍ୟକ୍ରମ ଖୋଲିବ । ଆଗାମୀ ୩ ବର୍ଷରେ ଏହାକୁ ଏକ ଜାତୀୟ ସ୍ତରୀୟ ଅଗ୍ରଣୀ ଅନୁଷ୍ଠାନରେ ପରିଣତ କରାଯିବ । ଏଥିପାଇଁ ପ୍ରାଥମିକ ପର୍ଯ୍ୟାୟରେ ୩୦୦ କୋଟି ଟଙ୍କା ବିନିଯୋଗ କରାଯିବ ।
0 Comments