🌄 ଅଜିର ଖବର, ୧୮-ଏପ୍ରିଲ୍-୨୦୨୨, ସୋମବାର
ଆଜି ବିଶ୍ୱ ଐତିହ୍ୟ ଦିବସ ।
•┈┈┈┈┈┈┈┈┈┈┈┈┈┈┈┈┈┈┈┈┈┈•
➡️ ୧-ଘରିଲା ରାଜସ୍ବ ଚିନ୍ତା, ସାମଗ୍ରୀ ଓ ସେବା ଟିକସ (ଜିଏସ୍ଟି) ଲାଗୁ ହେବାପରେ ରାଜ୍ୟମାନେ ଯେଉଁ କ୍ଷତିପୂରଣ ପାଉଥିଲେ ଆସନ୍ତା ଜୁନ ମାସ ପରେ ଆଉ ମିଳିବ ନାହିଁ।
➡️୨-ସେନାର ବରିଷ୍ଠ କମାଣ୍ଡରମାନଙ୍କର ସମ୍ମିଳନୀ ଆଜିଠାରୁ ନୂଆଦିଲ୍ଲୀରେ ଆରମ୍ଭ ହେବ। ସେନା କମାଣ୍ଡରମାନଙ୍କର ଏହି ସମ୍ମିଳନୀ ବର୍ଷରେ ଦୁଇଥର ଅପ୍ରେଲ ଏବଂ ଅକ୍ଟୋବର ମାସରେ ହୋଇଥାଏ।
➡️୩-ବିଶ୍ବବିଦ୍ୟାଳୟରେ ପିପିପି ମୋଡ୍ରେ ଚାଲୁଥିବା କୋର୍ସ ହେବ ବନ୍ଦ । ସେଲ୍ଫ ଫାଇନାନ୍ସିଂ ମୋଡ୍ରେ ଚାଲୁଥିବା ପାଠ୍ୟକ୍ରମର ସିଟ୍ ସଂଖ୍ୟା ହ୍ରାସ ପାଇବ। ୨୦୨୨-୨୩ ଶିକ୍ଷାବର୍ଷରୁ ଉଚ୍ଚଶିକ୍ଷା ବିଭାଗ ସମେତ ବୈଷୟିକ ଶିକ୍ଷା, କୃଷି ବିଭାଗ, ସଂସ୍କୃତି ଓ ଆଇଟି ବିଭାଗ ଅଧୀନରେ ଥିବା ରାଜ୍ୟର ୨୦ଟି ସରକାରୀ ଶିକ୍ଷାନୁଷ୍ଠାନରେ ଏହାକୁ ଲାଗୁ କରିବାକୁ ରାଜଭବନ ପକ୍ଷରୁ ଆସିଲା ନିର୍ଦେଶ ।
➡️୪-ଖୁବଶୀଘ୍ର ବଦଳିବ ରାଜ୍ୟ ମନ୍ତ୍ରିମଣ୍ଡଳର ଚେହେରା। ପାଓ୍ୱାର କରିଡରରେ ହେଲାଣି ବଡ଼ ଚର୍ଚ୍ଚା। ପୁରୁଣାରୁ ୫୦ ପ୍ରତିଶତଙ୍କୁ ବଦଳାଇ ନୂଆ ଟିମ୍ ଗଢୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
➡️ ୫-ଆସନ୍ତା ୨୧-୨୩ ତାରିଖ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ । ୨୧ରେ କଟକ ଶାରଳା ଭବନରେ ଅନୁଷ୍ଠିତ ହେବାକୁ ଥିବା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ଶ୍ରାଦ୍ଧୋତ୍ସବରେ ଯୋଗ ଦେବେ।
➡️୬-ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ବିଶିଷ୍ଟ ସଙ୍ଗୀତଜ୍ଞ ପ୍ରଫୁଲ୍ଲ କରଙ୍କ ବିୟୋଗ ହୋଇଛି। ମୃତ୍ୟୁ ବେଳକୁ ୮୩ ବର୍ଷ ବୟସ ହୋଇଥିଲା। ଭୁବନେଶ୍ୱରରେ ଥିବା ତାଙ୍କ ବାସଭବନ ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।
➡️୭-ଗୁଜରାଟର ଗାନ୍ଧୀନଗର ମହାତ୍ମା ମନ୍ଦିରଠାରେ ଆସନ୍ତା ବୁଧବାର ୨୦ ତାରିଖଠାରୁ ୨୨ ତାରିଖ ପର୍ଯ୍ୟନ୍ତ ଗ୍ଲୋବାଲ୍ ଆୟୁଷ ଇନଭେଷ୍ଟମେଣ୍ଟ ଆଣ୍ଡ ଇନୋଭେସନ୍ (ଜିଆଇଆଇଏସ) ଶିଖର ବୈଠକ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ଉଦ୍ଘାଟନ କରିବେ।
➡️୮-ବିଶ୍ବବ୍ୟାଙ୍କ ରିପୋର୍ଟ: ୨୦୧୧ରୁ ୨୦୧୯ ଭିତରେ ଉତ୍କଟ ଦାରିଦ୍ର୍ୟରେ ୧୨.୩% ହ୍ରାସ ହୋଇଛି ।
➡️୯-ଓଡ଼ିଶା ମ୍ୟୁଜିକ୍ ଆୱାର୍ଡ ୨୦୨୨’ : ପ୍ରଣବ ପଟ୍ଟନାୟକଙ୍କୁ ମିଳିଲା ଜୀବନବ୍ୟାପୀ ସାଧନା ସମ୍ମାନ ।
➡️୧୦-ଫ୍ୟାନଙ୍କ ଇଚ୍ଛା ପୂରଣ କଲେ ଆମୀର ଖାନ: ପରିବାର ସହ ଘରକୁ ଡକାଇ କଲେ ସେଲିବ୍ରେସନ ।
➡️୧୧-ଆସନ୍ତା ଜୁନ୍ ୩୦ରୁ ଆରମ୍ଭ ହେବ ଚଳିତ ବର୍ଷର ଅମରନାଥ ଯାତ୍ରା। ଏହି ଯାତ୍ରା ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ ୩୩,୭୯୫ ଲୋକ ନିଜକୁ ପଞ୍ଜିକୃତ କରିସାରିଲେଣି ।
➡️୧୨-ଆଇପିଏଲ୍ ବେଟିଂରେ ଅନ୍ତଃରାଜ୍ୟ ଅପରାଧୀ: ଛତିଶଗଡ଼ର ୯ ଯୁବକ ଧରାପଡ଼ିଲେ, କୁଆରମୁଣ୍ଡାରୁ ମୁମ୍ବାଇ ପର୍ଯ୍ୟନ୍ତ ଲମ୍ବିଛି ।
➡️୧୩-ଭାରତରେ ନାମଲେଖା ସୁଯୋଗ ଦାବିରେ ୟୁକ୍ରେନ ଫେରନ୍ତା ଛାତ୍ର ନୂଆଦିଲ୍ଲୀ ରେ କଲେ ବିକ୍ଷୋଭ ।
➡️୧୪-ବିହାର କଂଗ୍ରେସ ସଭାପତି ପଦ ସମ୍ଭାଳିବେ କହ୍ନେୟା କୁମାର! ରାହୁଲ ଗାନ୍ଧୀ ନେବେ ଚୂଡ଼ାନ୍ତ ନିଷ୍ପତି ।
➡️୧୫-ଆଫଗାନିସ୍ତାନର ଖୋସ୍ତ ଏବଂ କୁନାର ପ୍ରାନ୍ତରେ ଏୟାର ଷ୍ଟ୍ରାଇକ କରିବା ପରେ ଏହାର ଜବାବ ରଖିଛି ତାଲିବାନ । ସ୍ଥାନୀୟ ମିଡିଆ ରିପୋର୍ଟ ମୁତାବିକ ଏଥିରେ ପ୍ରାୟ ୩୦ ରୁ ୪୦ ଜଣ ସାଧାରଣ ନାଗରିକ ମୃତ୍ୟୁ ବରଣ କରିଛନ୍ତି ।
➡️୧୬-ରାଜଧାନୀ ଦିଲ୍ଲୀରେ ପୁଣି ତୋଡ଼ ଦେଖାଇଲାଣି କୋଭିଡ୍। ଗଲା ୧୫ ଦିନ ଭିତରେ ସଂକ୍ରମଣ ହାରରେ ୫ ଗୁଣା ହେଲା ବୃଦ୍ଧି।
➡️୧୭-ସୀମାରେ ଚାଇନାର ନୂଆ ଚାଲ; ଏଲଏସି ନିକଟରେ ନିର୍ମାଣ କଲା ତିନୋଟି ମୋବାଇଲ୍ ଟାୱାର ।
➡️୧୮-ଦକ୍ଷିଣ ଆଫ୍ରିକାରେ ବନ୍ୟା ତାଣ୍ଡବ,ବନ୍ୟା ଯୋଗୁଁ ଦେଶର ୪୦୦ ରୁ ଅଧିକ ଲୋକଙ୍କ ପ୍ରାଣହାନୀ ଘଟିଥିବାବେଳେ ୪୦ ହଜାରରୁ ଅଧିକ ଲୋକ ବାସହୀନ ହୋଇପଡିଥିବାର ସୂଚନା ମିଳିଛି ।
➡️୧୯-ଆସନ୍ତା ବର୍ଷ ଠାରୁ ହେବ ମହିଳା ଆଇପିଏଲ୍ (ଇଣ୍ଡିଆନ ପ୍ରିମିୟରଲିଗ୍)। ପୁରୁଷ କ୍ରିକେଟ ଖେଳାଳିଙ୍କ ଭଳି ନିଲାମରେ ମହିଳା ଖେଳାଳିମାନେ ନିଜ ନାମ ଦେଇପାରିବେ । ପ୍ରଥମ ବର୍ଷ ୬ ଫ୍ରାଞ୍ଚାଇଜ୍ ଟିମ୍ ଏହି ମହାକୁମ୍ଭରେ ଭାଗ ନେବେ। ଫ୍ରାଞ୍ଚାଇଜ୍ ଜରିଆରେ ଖେଳାଳିମାନେ ପଡ଼ିଆକୁ ଓହ୍ଲାଇବେ।
➡️୨୦-‘ଏସିଆ କପ୍ ୨୦୨୨’ ଆୟୋଜନ କରିପାରିବ କି, ନାହିଁ ଜୁଲାଇ ୨୭ ସୁଦ୍ଧା ସ୍ଥିର କରିବା ପାଇଁ ଶ୍ରୀଲଙ୍କାକୁ କହିଲା ‘ଏସିସି’ ।
ମୁଖ୍ୟ ଖବର
*ଖବର ଆଜିର*
ତାରିଖ ୧୮-୦୪-୨୦୨୨/ସୋମବାର
୧-ଆଇପିଏଲ୍-୨୦୨୨ : ସନ୍ରାଇଜର୍ସ ହାଇଦ୍ରାବାଦ୍ ୭ ଓ୍ଵିକେଟ୍ରେ ପରାସ୍ତ କଲା ପଂଜାବ କିଙ୍ଗ୍ସକୁ ।
୨-ଡେଭିଡ ମିଲର ଏବଂ ରସିଦ ଖାନଙ୍କ ବିସ୍ଫୋରକ ବ୍ୟାଟିଂରେ ଧରାସାୟୀ ହୋଇଛି ଚେନ୍ନାଇ ସୁପର କିଙ୍ଗସ।
୩-ଆଉ ଶୁଣିବାକୁ ମିଳିବନି ‘କମଳ ଦେଶ ରାଜକୁମାର ମୁଁ ହାତରେ ପୁଷ୍ପଧନୁ…’। ନିଜର ଲକ୍ଷ ଲକ୍ଷ ପ୍ରଶଂସକଙ୍କୁ ପର କରି ଅଫେରା ରାଇଜକୁ ଚାଲି ଯାଇଛନ୍ତି ଲକ୍ଷେ ରାଜାର ମଉଡ଼ମଣି ବିଶିଷ୍ଟ ସଙ୍ଗୀତଜ୍ଞ ପ୍ରଫୁଲ୍ଲ କର।
୪-ମାରିୟୁପୋଲରେ ୟୁକ୍ରେନ ସୈନିକଙ୍କୁ ଋଷର ଚେତାବନୀ- ଅସ୍ତ୍ର ତ୍ୟାଗ କଲେ ମିଳିବ ଜୀବନଦାନ ।
୫-ମାହାଙ୍ଗା ଗଣହତ୍ୟା ମାମଲା, ସରିଲା ଶିବ ସାହୁର ରିମାଣ୍ଡ ଅବଧି : ସବ ଗଲା ସାଲେପୁର ଜେଲ ।
୬-ଘାରିଲା ରାଜସ୍ବ ଚିନ୍ତା, ବଦଳିବ ଜିଏସ୍ଟି ହାର ।
୭-ଓଡ଼ିଶା ମ୍ୟୁଜିକ୍ ଆୱାର୍ଡ ୨୦୨୨’ : ପ୍ରଣବ ପଟ୍ଟନାୟକଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ ।
୮--ପୋଲିସ ଚଢାଉ କଲା, ଆଡ୍ଡା ଭାଙ୍ଗିଲା । ରାଉରକେଲାରେ ବଡ ଧରଣର ଆଇପିଏଲ ବେଟିଂର ପର୍ଦ୍ଦାଫାସ । ୯ ଗିରଫ ।
୯-ପାଞ୍ଜିକୁ ନେଇ ପୁଣିଥରେ ବିବାଦ, ମୁକ୍ତିମଣ୍ଡପ ପଣ୍ଡିତ ସଭା ସ୍ଵୀକୃତ ରାଧାରମଣ ପ୍ରେସ ପଞ୍ଜିକା ଭିନ୍ନ ରହିଥିବା ଅଭିଯୋଗ ।
୧୦-ମହାନଦୀ ମଝିରେ ପାଣି କମ୍, ବାଲି ବେଶି । ଛତିଶଗଡରେ ବନ୍ଧ ନିର୍ମାଣ ପରେ ଓଡିଶାର ସ୍ଥିତି । ସାମ୍ନାକୁ ଆସିଲା ସାଙ୍ଘାତିକ ଚିତ୍ର ।
୧୧-‘୫ ଲକ୍ଷ ନୁହେଁ କରୋନାରେ ପ୍ରାଣ ହରାଇଛନ୍ତି ୪୦ ଲକ୍ଷ ଭାରତୀୟ’ । ଅନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟକୁ ନେଇ ମୋଦୀଙ୍କ ଉପରେ ବର୍ଷିଲେ ରାହୁଲ ।
୧୨-ରାଜ ଠାକରେଙ୍କ ଚେତାବନୀ, କହିଲେ-‘ହିନ୍ଦୁ ପ୍ରସ୍ତୁତ ରୁହ, ମେ ୩ ସୁଦ୍ଧା ହଟାଯାଉ ମସଜିଦର ଲାଉଡସ୍ପିକର’ ।
୧୩-ମୋବାଇଲ୍ ଗେମ୍ ପାଇଁ ନାବାଳକଙ୍କୁ ହତ୍ୟା ମାମଲା: ମୁଖ୍ୟ ଅଭିଯୁକ୍ତ ଲକି କୋର୍ଟ ଚାଲାଣ ।
୧୪-ଅନିଶ୍ଚିତତା ଭିତରେ ୟୁକ୍ରେନରୁ ଫେରିଥିବା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ, ଜନ୍ତର-ମନ୍ତରରେ ଦେଲେ ଧାରଣା ।
୧୫-ଦିଲ୍ଲୀ ମଡେଲକୁ ଆପଣାଇବେ ପଞ୍ଜାବ ସରକାର; ଏନେଇ ଦିଲ୍ଲୀ ସରକାରୀ ସ୍କୁଲ୍ ବୁଲିବେ ଭଗୱନ୍ତ ମାନଙ୍କ ସହ କ୍ୟାବିନେଟ୍ ମନ୍ତ୍ରିମଣ୍ଡଳ ।
୧୬-ଲଖିମପୁର ହିଂସା: ଆଶିଷ ମିଶ୍ରଙ୍କ ଜାମିନ ବାତିଲ ମାମଲା; ଆଜି ରାୟ ଘୋଷଣା କରିବେ ସୁପ୍ରିମ୍ କୋର୍ଟ।
୧୭-ଏପ୍ରିଲ୧୮ରୁ ଆରମ୍ଭ ହେବ ଭାରତୀୟ ସେନାର କମାଣ୍ଡର ସମ୍ମିଳନୀ; ପ୍ରତିରକ୍ଷା ସମ୍ୱନ୍ଧୀୟ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ହେବ ଆଲୋଚନା ।
୧୮-ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଜାହାଙ୍ଗିରପୁର ହିଂସାର ଫାଏରିଂ ଭିଡିଓ; ପିଲାଙ୍କ ଭିତରେ ରହି ବନ୍ଧୁକ ଚଲାଉଥିଲା ବ୍ୟକ୍ତି।
୧୯-ଦିଲ୍ଲୀ ଜାହାଙ୍ଗୀରପୁରୀ ହିଂସା: ଆଉ ୬ ଅଭିଯୁକ୍ତ ଗିରଫ, ସିବିଆଇ ହାତକୁ ଗଲା ତଦନ୍ତ ଦାୟିତ୍ବ ।
୨୦-ଚୀନର ଆଉ ଏକ ଚାଲ୍, LAC ନିକଟରେ ନିର୍ମାଣ କଲା ତିନୋଟି ମୋବାଇଲ ଟାୱାର ।
୨୧-ପୁଣି ଡରାଇଲା କରୋନା: ରାଜଧାନୀ ଦିଲ୍ଲୀରେ ଧିରେ ଧିରେ ବଢ଼ୁଛି ସଂକ୍ରମଣ, ସର୍ଭେ କହିଲା ୧୫ ଦିନରେ ବଢ଼ିଲାଣି ୫ଗୁଣ ।
୨୨-ବିହାର କଂଗ୍ରେସ ସଭାପତି ପଦ ସମ୍ଭାଳିବେ କହ୍ନେୟା କୁମାର! ରାହୁଲ ଗାନ୍ଧୀ ନେବେ ଚୂଡ଼ାନ୍ତ ନିଷ୍ପତି ।
୨୩-FEMA ନିୟମ ସଂଶୋଧନକୁ କେନ୍ଦ୍ରର ମଞ୍ଜୁରୀ: LICରେ ହେବ ୨୦% ବିଦେଶୀ ପ୍ରତ୍ୟେକ୍ଷ ପୁଞ୍ଜି ନିବେଶ ।
👉 ଘରୁ ବାହାରକୁ ଯିବା ସମୟରେ ସାଙ୍ଗରେ ପାଣି, ଛତା, ଗାମୁଛା ଧରି ବାହାରକୁ ଯାଆନ୍ତୁ ଏବଂ ଖରାଦିନିଆ ବିଭିନ୍ନ ରୋଗ ଦାଉରୁ ରକ୍ଷା ପାଇବା ପାଇଁ ଖରାପ୍ରତି ସତର୍କ ରହନ୍ତୁ...👈
0 Comments