ଖବର ଆଜିର ତାରିଖ ୨୦/୦୪/୨୨, ବୁଧବାର



ଖବର ଆଜିର - ତାରିଖ ୨୦/୦୪/୨୨, ବୁଧବାର

୧-କାଗଜ ବିହୀନ ବିଧାନ ସଭା ପରିଚାଳନା କ୍ଷେତ୍ରରେ ସମଗ୍ର ଦେଶରେ ଓଡିଶା ପ୍ରଥମ।

୨-ଆସନ୍ତା ୨୯ ତାରିଖରୁ ଆରମ୍ଭ ହେବେ ମାଟ୍ରିକ ପରୀକ୍ଷା ; ବୋର୍ଡ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ହେଲା ଚିଠି।ଆଡ଼ମିଟ କାର୍ଡ ଡାଉନଲୋଡ଼ ପାଇଁ ଲଗ୍ ଅନ୍ କରନ୍ତୁ: www.bseodisha.ac.in

୩-ପାଠ ପଢିଲେ କଟକର ଡେପୁଟି ମେୟର: ରେଭେନ୍ସା ଆସି କ୍ଲାସରୁମରେ ସାଙ୍ଗସାଥୀଙ୍କୁ ଭେଟିଲେ, ଅଧ୍ୟାପକଙ୍କ ସହ କଲେ ଆଲୋଚନା।

୪-ଭୁବନେଶ୍ୱର: ଅନ୍ୟ ରାଜ୍ୟରେ ସଂକ୍ରମଣ ବଢୁଛି, ପ୍ରିକସନ୍ ଡୋଜ୍‌ ନେବା ଜରୁରୀ-ପରିବାର କଲ୍ୟାଣ ନିର୍ଦ୍ଦେଶକ।

୫-ସମ୍ବଲପୁର: ଗାଡି ଗୁଡ଼ିକରେ ତେଲ ଭର୍ତ୍ତିର ଓଭର ବିଲିଂ କରିବା ଅଭିଯୋଗରେ ୩ କନଷ୍ଟେବଲ ନିଲମ୍ବିତ।

୬-କଟକରେ ବଢୁଛି ଭେଜାଲ କାରବାର, ବିପୁଳ ପରିମାଣର ଡିଟରଜେଣ୍ଟ ପାଉଡର ଜବତ।

୭-ଅନୁମତି ନଥିଲା ବେଆଇନ ଭାବେ ରାଜଧାନୀରେ ପଶିଥିଲେ ଡ୍ରାଇଭର, ସେମାନଙ୍କ ବିରୋଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ: ଭୁବନେଶ୍ୱର ଡିସିପି

୮-୪୪.୪ ଡିଗ୍ରୀ  ସହିତ ସୋନପୁର ସବୁଠାରୁ ଉତ୍ତପ୍ତ, ରାଜ୍ୟର ୨୦ ସହରରେ ୪୦ ଡିଗ୍ରୀ ଉପରେ ପାରଦ।

୯-ଦୁବାଇରେ ପାଳିତ ହେଲା ଉତ୍କଳ ଦିବସ: ସମ୍ବର୍ଦ୍ଧିତ ହେଲେ ରୁଚି ଫୁଡ୍ ଲାଇନର ନିର୍ଦ୍ଦେଶିକା ରଶ୍ମି ସାହୁ ।

୧୦-ଓଡ଼ିଶା କଂଗ୍ରେସକୁ ସୁଧାରିବେ ଷ୍ଟ୍ରାଟେଜୀ ମେକର ପ୍ରଶାନ୍ତ କିଶୋର, ସୋନିଆଙ୍କୁ ଦେଲେ ନୂଆ ଗେମ୍‌ ପ୍ଲାନ୍‌।

୧୧-ବଢ଼ିଲା କେନ୍ଦୁପତ୍ର ସଂଗ୍ରହ ମୂଲ୍ୟ, ଉପକୃତ ହେବେ ୭.୫୦ ଲକ୍ଷ କେନ୍ଦୁପତ୍ର ତୋଳାଳି..

୧୨-ଭାରତୀୟ ବଂଶୋଦ୍ଭବ ଶାନ୍ତି ସେଠୀ ହେଲେ ଆମେରିକାର ଉପରାଷ୍ଟ୍ରପତିଙ୍କର ପ୍ରତିରକ୍ଷା ପରାମର୍ଶଦାତା।

୧୩-ଲକ୍ଷ୍ନୌ ସୁପର ଜାଏଣ୍ଟସକୁ ୧୮ ରନରେ ହରାଇଲା ବେଙ୍ଗାଲୁରୁ, ବିଜୟରେ ହିରୋ ସାଜିଲେ ଡୁପ୍ଲେସିସ୍ ଓ ହେଜେଲଉଡ

୧୪-ନୂଆ ଦିଲ୍ଲୀ:ଲେପ୍ଟନାଣ୍ଟ ଜେନେରାଲ ମନୋଜ କୁମାର କଟିୟାରଙ୍କୁ ମିଳିଲା ନୂଆ ଦାୟିତ୍ୱ, ଡ଼ାଇରେକ୍ଟର ଜେନେରାଲ ଭାବେ ହେବେ ନିଯୁକ୍ତି।

୧୫-ଇଣ୍ଡୋନେସିଆରେ ଭୂକମ୍ପ ଝଟକ; ରିକ୍ଟର ସ୍କେଲରେ ତୀବ୍ରତା ୬.୦, ଲୋକେ ଭୟଭୀତ।

0 Comments