🌄ଅଜିର ଖବର, ୨୪-୦୪-୨୦୨୨/ରବିବାର
୧-ସନରାଇଜର୍ସ ହାଇଦ୍ରାବାଦ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୯ ୱିକେଟରେ ପରାସ୍ତ କରିଛି। ହାଇଦ୍ରାବାଦ ଆଠ ଓଭରରେ ବାଙ୍ଗାଲୋରର ୬୯ ରନ୍ର ଛୋଟ ଟାର୍ଗେଟକୁ ପଛରେ ପକାଇ ଦେଇଥିଲା।
୨-ଆଜି ପ୍ରଧାନମନ୍ତ୍ରୀଙ୍କ ଜମ୍ମୁକଶ୍ମୀର ଗସ୍ତ: ୨୦ ହଜାର କୋଟିରୁ ଅଧିକ ବିକାଶମୂଳକ ପ୍ରକଳ୍ପର କରିବେ ଉଦଘାଟନ ।
୩-ମିଛ ବାହାଘର ଅଭିଯୋଗରେ ଗିରଫ ହେଲେ ଡାକ୍ତର । ଡାକ୍ତର ଆଶିଷ ପଟ୍ଟନାୟକଙ୍କୁ ଗିରଫ କଲା ପୋଲିସ ।
୪-ମାରିୟୁପୋଲ୍ରେ ଶେଷ ପ୍ରହାର: ଆଜବଷ୍ଟଲ୍ ଷ୍ଟିଲ୍ ପ୍ଲାଣ୍ଟ୍ରେ ବିମାନ ଆକ୍ରମଣ
୫-ଡିଜିଟାଇଜେସନ୍ ହେବ ବିଏମ୍ସି ରେକର୍ଡ ।
୬-ବଲାଙ୍ଗୀର ମେଡିକାଲ କଲେଜ ଛାତରୁ ଡେଇଁ ଛାତ୍ରଙ୍କ ମୃତ୍ୟୁ ଘଟଣା । ମୃତକଙ୍କ ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ ।
୭-ରାଜଧାନୀ ଭୁବନେଶ୍ୱର ରାଜ୍ୟର ସବୁଠୁ ଉତ୍ତପ୍ତ ସହର । ଦିନ ସାଢେ ୨ଟା ସୁଦ୍ଧା ୪୧.୨ ଡିଗ୍ରୀ ତାପମାତ୍ରା ରେକର୍ଡ ।
୮-୭୦ କୋଟିରେ ନିଲାମ ହେଲା ବିଶ୍ୱର ତୃତୀୟ ବହୁମୂଲ୍ୟ ନମ୍ବର ପ୍ଲେଟ୍ ।
୯- ଟିଭି ଚ୍ୟାନେଲଗୁଡିକ ସେମାନଙ୍କର ସୀମା ଅତିକ୍ରମ କରୁଛନ୍ତି । ଋଷ-ୟୁକ୍ରେନ ଯୁଦ୍ଧ , ଜାହାଙ୍ଗୀରପୁରୀ ହିଂସା ମାମଲା ଓ ଲାଉଡସ୍ପିକର ବିବାଦ ସହ ଟିଭି ଡିବେଟ ସୋକୁ ନେଇ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଟିଭି ଚ୍ୟାନେଲମାନଙ୍କ ଉପରେ ଅସନ୍ତୋଷ ଜାହିର କରିଛନ୍ତି ।
୧୦-ବଡ଼ ନିଷ୍ପତ୍ତି; LIC IPO ଆକାର କମାଇବେ ସରକାର, ୫% ନୁହେଁ ବିକ୍ରି ହେବ ୩.୫ ପ୍ରତିଶତ ଅଂଶଧନ ।
୧୧-ଆରମ୍ଭ ହେଲା ଆଦିବାସୀ ମେଳା-୨୦୨୨: ଭିଡିଓ କନଫରେନ୍ସିଂ ଜରିଆରେ ମେଳାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ।
୧୨-ପୁଣି ଇ-ସ୍କୁଟର ବିସ୍ଫୋରଣରେ ଗଲା ଜୀବନ: ବେଡ୍ ରୁମ୍ରେ ଚାର୍ଜ ବସିଥିବା ବେଳେ ପ୍ରଚଣ୍ଡ ବିସ୍ଫୋରଣ; ଜଣେ ମୃତ, ୩ ଆହତ ।
ଆନ୍ଧ୍ର ପ୍ରଦେଶର ବିଜୟୱାଡ଼ାରେ ଏମିତି ଏକ ଘଟଣା ଘଟିଛି।
୧୩-ବଦଳିଲେ ନିତି ଆୟୋଗ ଉପାଧ୍ୟକ୍ଷ । ରାଜୀବ କୁମାରଙ୍କ ଇସ୍ତଫା ପରେ ସୁମନ କେ ବେରୀଙ୍କୁ ମିଳିଲା ଦାୟିତ୍ୱ ।
୧୪-ଜୋର ଧରିଲା ଗେହଲଟ-ପାଇଲଟ ବିବାଦ, ରାଜସ୍ଥାନ ନିର୍ବାଚନ ପୂର୍ବରୁ କଂଗ୍ରସର ବଢିଲା ଚିନ୍ତା ।
୧୫-ଦେଶରେ ପୁଣି ଉପରମୁହାଁ କରୋନା ଗ୍ରାଫ । ଲଗାତାର ୪ ଦିନ ଧରି ୨ ହଜାର ଉପରେ ରହୁଛି ଦୈନିକ ସଂକ୍ରମଣ ।
୧୬-ବିହାରରେ ଭାଙ୍ଗିଲା ପାକିସ୍ତାନର ରେକର୍ଡ, ଏକା ସଙ୍ଗରେ ୭୭ ହଜାର ପତାକା ଉଡାଇ ଭାରତ ରଚିଲା ନୂଆ କୀର୍ତ୍ତିମାନ।
୧୭-ଜମ୍ମୁ କାଶ୍ମୀର: ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୁର୍ବରୁ ଆକ୍ସନରେ ସୁରକ୍ଷାକର୍ମୀ, ଏନକାଉଣ୍ଟରରେ ଦୁଇ ଆତଙ୍କୀ ନିପାତ ।
0 Comments