🌄ଅଜିର ଖବର,, ୦୨-ମଇ-୨୦୨୨, ସୋମବାର
•┈┈┈┈┈┈┈┈┈┈┈┈┈┈┈┈┈┈┈┈┈┈•
୧-IPL 2022: ହାଇଦ୍ରାବାଦକୁ ୧୩ ରନରେ ହରାଇଲା ଚେନ୍ନାଇ ସୁପର କିଙ୍ଗ୍ସ, ପ୍ଲେ ଅଫ ଆଶା ଉଜ୍ଜିବୀତ
୨-ଦିଲ୍ଲୀକୁ ୬ ରନରେ ହରାଇଲା ଲକ୍ଷ୍ନୌ
୩-କାନାଡାରେ ସର୍ଦ୍ଦାର ପଟେଲଙ୍କ ପ୍ରତିମୂର୍ତ୍ତି ଅନାବରଣ କଲେ ପ୍ରଧାନମନ୍ତ୍ରୀ, କହିଲେ- ଯେଉଁଠି ରହିଲେ ବି ଦେଶ ପ୍ରତି ଭାରତୀୟଙ୍କ ନିଷ୍ଠା କମେ ନାହିଁ ।
୪--ବିଡିଓଙ୍କୁ ମାଡ଼ ମାରି ଗିରଫ ହେଲେ ଦେବଗଡ଼ ବିଧାୟକ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେ, ତରବରିଆ ଭାବେ କରାଯାଇଛି ଗିରଫ ।
୫-ବିଧାୟକଙ୍କ ଗିରଫଦାରୀକୁ ବିରୋଧ: ଆଜି ୧୨ ଘଣ୍ଟିଆ ଦେବଗଡ଼ ବନ୍ଦ ଡାକରା ।
୬-ବିଧାୟକ ସୁବାଷ ପାଣିଗ୍ରାହୀଙ୍କୁ ଗିରଫ କରାଯିବା ସୁପୋରିକଳ୍ପିତ ଓ ଯୋଜନାବଦ୍ଧ ଚକ୍ରାନ୍ତ: ବିଜେପି ।
୭-ଗିରଫ ପରେ କୋର୍ଟକୁ ସ୍ଥାନାନ୍ତର ସମୟରେ ଅସୁସ୍ଥ ହୋଇପଡ଼ିଲେ ଦେବଗଡ଼ ବିଧାୟକ ।
୮-ଶ୍ରୀମନ୍ଦିରରେ ଅଭାବନୀୟ ଘଟଣା: ସିଂହଦ୍ୱାର ଗୁମୁଟରୁ ଡେଇଁ କିନ୍ନରଙ୍କ ମୃତ୍ୟୁ, ସୁରକ୍ଷା ବ୍ୟବସ୍ଥାକୁ ନେଇ ଉଠିଲା ପ୍ରଶ୍ନ ।
୯-ପୁରୀ ପରିକ୍ରମା ପ୍ରକଳ୍ପ ଯାଞ୍ଚ କଲା ଏଏସଆଇର ବିଶେଷଜ୍ଞ ଟିମ୍ । ଯୁଗ୍ମ ଅନୁଧ୍ୟାନ ପରେ ଖନନ ସମ୍ପର୍କରେ କିଛି କହିଲେ ନାହିଁ ଅଧିକାରୀ ।
୧୦-ରେକର୍ଡ ଭଙ୍ଗା ତାତି ଭିତରେ ସାମ୍ନାକୁ ଆସିଲା ନାସାର ଚିତ୍ର । ସାରା ଦେଶରେ ଜଳୁଛି ଜଙ୍ଗଲ ।
୧୧-ଆପଣ ମୋତେ ଥରେ ସୁଯୋଗ ଦିଅନ୍ତୁ; ଗୁଜୁରାଟର ସବୁ ସ୍କୁଲକୁ ସଜାଡ଼ି ଦେବି: କେଜ୍ରିୱାଲ ।
୧୨-ୟୁପି ହରଦୁଆଗଞ୍ଜ ଥର୍ମାଲ ପ୍ରୋଜେକ୍ଟର ବଡ଼ ୟୁନିଟ୍ ବନ୍ଦ! ଗୁରୁତର ହେଲା ବିଦ୍ୟୁତ ସଂକଟ, ଶାହଙ୍କୁ ଭେଟିଲେ ଯୋଗୀ ।
୧୩-ମାତୃଭାଷା ଶିକ୍ଷା ଉପରେ ଗୁରୁତ୍ୱ ଦେଇଛନ୍ତି ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ । ଏନେଇ ସେ କହିଛନ୍ତି ପିଲାଙ୍କ ପ୍ରାଥମିକ ଶିକ୍ଷା ମାତୃଭାଷାରେ ହେବା ଉଚିତ୍ ।
୧୪-ଉତ୍ତର-ପଶ୍ଚିମ ଭାରତରେ ବଢୁଛି ଲ୍ୟାଣ୍ଡ ସର୍ଫେସ୍ ଟେମ୍ପରେଚର, ସତର୍କ କଲେ ଇୟୁରୋପୀୟ ସ୍ପେସ୍ ଏଜେନ୍ସୀ ।
୧୫-ଇଦ୍ ଉଲ ଫିତର ୨୦୨୨ : ମଇ ୩ ରେ ଇଦ୍ ପାଳନ ହେବ – ମର୍କଜୀ ଚାନ୍ଦ କମିଟିର ଘୋଷଣା ।
୧୬-ଆଜିଠାରୁ ସକାଳ ୬ଟାରୁ ସ୍କୁଲ । ଅସନ୍ତାଷ ପ୍ରକାଶ କଲେ ଅଭିଭାବକ । ସେପଟେ ସଚିବ କହିଲେ, ସକାଳେ କମ୍ ରହୁଛି ଗରମ
୧୭-ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ବଲିଉଡ୍ ଅଭିନେତା ଧର୍ମେନ୍ଦ୍ର; ଆଶୁ ଆରୋଗ୍ୟ କାମନା କରୁଛନ୍ତି ପ୍ରଶଂସକ ।
0 Comments