🌄ଅଜିର ଖବର, ୧୭-ମେ-୨୦୨୨, ମଙ୍ଗଳବାର

 

#TODAY,businessnews,NEWSTODAY,#bruttanta,dailynewsblog,enewsdaily,nationalandinternationalnewsupdates,odianews,NEWS TODAY,enewsodisha,last post,fashionnews,aonews,#khabarajira,#UPDATES,

🌄ଅଜିର ଖବର, ୧୭-ମେ-୨୦୨୨, ମଙ୍ଗଳବାର

•┈┈┈┈┈┈┈┈┈┈┈┈┈┈┈┈┈┈┈┈•

 

➡️୧-ସମବାୟ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କଲେ ବିଜେଡି ସୁପ୍ରିମୋ । ନିର୍ବାଚନକୁ ଗମ୍ଭୀରତାର ସହ ନେବାକୁ ଦେଲେ ପରାମର୍ଶ ।


➡️୨-ଲୁମ୍ବିନୀ, ନେପାଳରେ ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟର ଫର ବୁଦ୍ଧିଷ୍ଟ କଲ୍ଚର ଆଣ୍ଡ ହେରିଟେଜର ଶିଳାନ୍ୟାସ କଲେ ପ୍ରଧନମନ୍ତ୍ରୀ ନରେନ୍ଦ୍ର ମୋଦୀ ।


➡️୩-ଆଣ୍ଡାମାନ ନିକୋବର ଛୁଇଁଲା ମୌସୁମୀ,ଆସନ୍ତା ୫ଦିନ ମଧ୍ୟରେ କେରଳ ଓ କର୍ଣ୍ଣାଟକରେ ମଧ୍ୟ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ତେବେ କେରଳରେ ଆସନ୍ତା ୨୭ ତାରିଖରେ ମୌସୁମୀ ପହଞ୍ଚିବ ବୋଲି ଆକଳନ କରାଯାଇଛି।


➡️୪-ଓଏମ୍‌ସି କରିବ ୫ ଟି ଆଦର୍ଶ ସ୍କୁଲ । ଓଏମସି ଅଧିକୃତ ରାଜ୍ୟର ବିଭିନ୍ନ ଖଣି ଅଞ୍ଚଳରେ ୫ଟି ଆଦର୍ଶ ସ୍କୁଲ ସ୍ଥାପନ ପାଇଁ ସଂସ୍ଥା ପକ୍ଷରୁ ୨୦୮ କୋଟି ଟଙ୍କା ଖର୍ଚ୍ଚ କରାଯିବ ।


➡️୫-ଏଣିକି ଘରେ ବସି କରିହେବ EPFO ଡିଟେଲ୍ସ ଅପ୍‌ଡେଟ୍‌ । କିମ୍ବା ବାରମ୍ବାର EPFO କାର୍ଯ୍ୟାଳୟକୁ ଦୌଡ଼ିବାର ନାହିଁ । EPFO ପକ୍ଷରୁ ଏବେ ଗ୍ରାହକଙ୍କୁ ଘରେ ବସି KYC ଅପ୍‌ଡେଟ୍‌ କରିବାର ସୁବିଧା ଦେଇଛି । ତେବେ ଏଥିପାଇଁ ଉପଭୋକ୍ତାଙ୍କୁ କେବଳ ଏହାର EPFO ପୋର୍ଟାଲରେ ଲଗ୍‌ ଇନ୍‌ କରିବାକୁ ହେବ ।


➡️୬-ଭାରତର ନିଷ୍ପତ୍ତି ପରେ ରେଡର୍କ ସ୍ତରରେ ପହଞ୍ଚିଲା ଗହମର ଦାମ । ୟୁରୋପୀୟ ବଜାରରେ ଆଜି ଗହମର ମୂଲ୍ୟ ଟନ୍‌ ପିଛା ୪୩୫ ୟୁରୋ ବା ୪୫୩ ଡଲାରରେ ବିକ୍ରି ହେଉଛି। ୟୁକ୍ରେନ ପୂରା ବିଶ୍ୱକୁ ୧୨% ଗହମ ରପ୍ତାନୀ କରୁଥିଲା। 


➡️୭-ଫିନଲାଣ୍ଡ ପରେ ସ୍ୱିଡେନ । ନୋଟୋରେ ସାମିଲ ହେବା ନେଇ ସ୍ୱିଡେନ କଲା ଘୋଷଣା ।


➡️୮-ଆଖି ବୁଜିଲା ଚନ୍ଦକା ରେ କୁମକୀ ହାତୀ ନନ୍ଦ । ଜ୍ୱରରେ ପୀଡିତ ଥିଲା ପୋଷା ଦନ୍ତା । ଚିକିତ୍ସା ପରେ ବଞ୍ଚାଇବାରେ ବିଫଳ ହେଲେ ବିଶେଷଜ୍ଞ ।


➡️୯-ଆଜି ଷ୍ଟକ୍ ମାର୍କେଟରେ ଏଲ୍ଆଇସି ଷ୍ଟକ୍ ଏଣ୍ଟ୍ରି ମାରିବ । ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ଓ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜରେ ତାଲିକାଭୁକ୍ତ ହେବ । 


➡️୧୦-ବିବାଦ ଘେରରେ ଏବେ କମେଡି କୁଇନ ଭାରତୀ ସିଂହ। ମହଙ୍ଗା ପଡ଼ିଲା ଥଟ୍ଟା କରିବା। ତାଙ୍କ ବିରୋଧରେ ଏଫ୍‌ଆଇଆର ରୁଜୁ ହୋଇଥିବା ଜଣାପଡ଼ିଛି। ଶିଖ୍‌ଙ୍କ ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇଥିବାରୁ ଏସ୍‌ଜିପିସି ପକ୍ଷରୁ ଏହି ଏଫ୍‌ଆଇଆର ରୁଜୁ କରାଯାଇଛି।


➡️୧୧-୯ବର୍ଷର ରେକର୍ଡ ଭାଙ୍ଗିଲା ଦିଲ୍ଲୀ । ପାଣିପାଗ ବିଭାଗ ଅନୁଯାୟୀ, ଗତ ନଅ ବର୍ଷ ମଧ୍ୟରେ ଚଳିତ ମାସ ସବୁଠାରୁ ଉତ୍ତପ୍ତ ବୋଲି କୁହାଯାଉଛି। 


➡️୧୨-ଦିଲ୍ଲୀରେ ପୁଣି ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲା ଚପଲ ଫ୍ୟାକ୍‌ଟ୍ରି । ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନଥିବା ବେଳେ ୯ଟି ଦମକଳ ବାହିନୀ ନିଆଁକୁ ଆୟତ୍ତ ପାଇଁ ଉଦ୍ୟମ ଜାରି ରଖିଛନ୍ତି ।


➡️୧୩-ଋଷ-ୟୁକ୍ରେନ୍ ଯୁଦ୍ଧ ଯୋଗୁଁ ସବୁଦିନ ପାଇଁ ଛାଡ଼ି ଚାଲିଯିବ ଫୁଡ୍‌ କମ୍ପାନୀ ମ୍ୟାକ୍‌ଡୋନାଲ୍ଡସ, ୩୦ ବର୍ଷରୁ ଅଧିକ ସମୟ ଧରି ବ୍ୟବସାୟ କରି ପାଇଥିଲା ଅନେକ ସଫଳତା ।


➡️୧୪-କରୋନା ମୃତ୍ୟୁ ମାମଲାରେ ଶୀର୍ଷରେ ପହଞ୍ଚିଲା ଆମେରିକା, ଏଠାରେ କୋଭିଡ୍-୧୯ କାରଣରୁ ଏ ପର୍ଯ୍ୟନ୍ତ ୧୦ ଲକ୍ଷ ଟପିଛି । 


➡️୧୫-ଚାରିଧାମ ଯାତ୍ରା ରେ ହୃଦଘାତ ଓ ପାହାଡ଼ ଚଢ଼ିବାରେ ସମସ୍ୟା ପାଇଁ ଦୁଇ ସପ୍ତାହ ଭିତରେ ଏବେ ସୁଦ୍ଧା ୩୯ ଜଣ ଯାତ୍ରୀଙ୍କ ହେଲାଣି ମୃତ୍ୟୁ ।


➡️୧୬-ଉତ୍ତରକୋରିଆରେ କାୟା ମେଲାଉଛି କରୋନା । ଓମିକ୍ରନ ପ୍ରଜାତି ଯୋଗୁଁ ମାଡିଚାଲିଛି ମହାମାରୀ । ଦୈନିକ ସଂକ୍ରମଣ ହେଲାଣି ୩ଲକ୍ଷରୁ ଅଧିକ, ଗଲାଣି ୫୦ ଜୀବନ ।


➡️୧୭-ରୁଷ ୟୁକ୍ରେନ ଯୁଦ୍ଧରେ ନାଟୋକୁ ମିଳିବ ଅଧିକ ଶକ୍ତି । ସ୍ୱିଡେନ ଓ ଫିନଲାଣ୍ଡକୁ ସଦସ୍ୟତା ଦେବା ପାଇଁ ସେପଟେ ଚାଲିଛି ପ୍ରୟାସ ।


➡️୧୮-ମହିଳା ଟି-ଟେଣ୍ଟି ଚ୍ୟାଲେଞ୍ଜ କ୍ରିକେଟ ପାଇଁ ଓଡ଼ିଶାରୁ ସ୍ଥାନ ପାଇଲେ ଦୁଇଜଣ ଓଡ଼ିଆ ଖେଳାଳି ପ୍ରିୟଙ୍କା-ସୁଜାତା । ଆସନ୍ତା ୨୩ରୁ ପୁନେରେ ଏହି ମ୍ୟାଚ୍ ଖେଳାଯିବ।


➡️୧୯-ଆସନ୍ତା ୨୨ରେ ୨ଟି ଭିନ୍ନ ଶୃଙ୍ଖଳା ନିମନ୍ତେ ୨ଟି ପୃଥକ୍‌ ଭାରତୀୟ କ୍ରିକେଟ୍‌ ଦଳ ମନୋୟନ କରିବ ଚେତନ ଶର୍ମାଙ୍କ ନେତୃତ୍ବାଧୀନ ବିସିସିଆଇ ମନୋନୟନ କମିଟି। ଜୁନ୍‌ ୯ରୁ ୧୯ ପର୍ଯ୍ୟନ୍ତ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟ୍ବେଣ୍ଟି୨୦ ଶୃଙ୍ଖଳା ଆୟୋଜିତ ହେବ। ଦିଲ୍ଲୀ, କଟକ, ବିଶାଖାପାଟଣା, ରାଜକୋଟ୍‌ ଓ ବେଙ୍ଗାଲୁରୁରେ ଏହି ୫ଟି ମ୍ୟାଚ୍‌ ଖେଳାଳିବ।


➡️୨୦-ମୁମ୍ବାଇରେ ଶେଷ ହୋଇଥିବା ଏସୀୟ କ୍ରୀଡ଼ା ଵିଣ୍ତ ସର୍ଫି˚ ଯୋଗ୍ୟତା ପର୍ଯ୍ୟାୟରେ ଓଡ଼ିଶାର ମନସ୍ବିନୀ ମହାରଣାଙ୍କୁ ମିଳିଲା ସ୍ବର୍ଣ୍ଣ ପଦକ ।


।। ଘରୁ ବାହାରକୁ ଯିବା ସମୟରେ ସାଙ୍ଗରେ ପାଣି, ଛତା, ଗାମୁଛା ଧରି ବାହାରକୁ ଯାଆନ୍ତୁ ଏବଂ ଖରାଦିନିଆ ବିଭିନ୍ନ ରୋଗ ଦାଉରୁ ରକ୍ଷା ପାଇବା ପାଇଁ ଖରାପ୍ରତି ସତର୍କ ରହନ୍ତୁ ।।

0 Comments